Gold Price: ଖସିଲା ରୂପା ବଢିଲା ସୁନା, ଜାଣନ୍ତୁ ଟ୍ବିନ ସିଟିରେ କ'ଣ ରହିଛି ଦର?
Advertisement
Article Detail0/zeeodisha/odisha1923288

Gold Price: ଖସିଲା ରୂପା ବଢିଲା ସୁନା, ଜାଣନ୍ତୁ ଟ୍ବିନ ସିଟିରେ କ'ଣ ରହିଛି ଦର?

Gold Silver Price Today: ଦିନକୁ ଦିନକୁ ସୁନାର ଦାମ୍ (Gold Price) ବୃଦ୍ଧି ପାଉଥିବାରୁ ଚିନ୍ତାରେ ପଡିଛନ୍ତି ଗ୍ରାହକ । କାହିଁକିନା ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଆଗକୁ ଆସୁଛି ବିବାହ ସିଜିନ୍ । ବିବାହ ସିଜିନ୍ ପୂର୍ବରୁ ସୁନାଦର ବଢିବା ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ତେବେ, ଆଜି ମଧ୍ୟ ସୁନା ଦରରେ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯାହାକି ଗ୍ରାହକଙ୍କ ପକେଟ ଉପରେ ପ୍ରଭାବ ପକାଇପାରେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନାଦର (Gold Silver Price Today)?

Also Read: Bus strike: ଯାତ୍ରୀଙ୍କୁ କ୍ଷମା ପ୍ରାର୍ଥନା କଲା ଘରୋଇ ବସ ମାଲିକ ସଂଘ, କହିଲା...

ଜାଣନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର?

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ଦର ଭରି ପିଛା ୬୦,୭୬୦ ଟଙ୍କା ରହିଛି। ଅର୍ଥାତ୍ ୨୨ କ୍ୟାରେଟରେ ଭରି ପିଛା ୨୭୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ଦେଶର ପ୍ରମୁଖ ସହର ନୂଆଦିଲ୍ଲୀରେ ୨୨ ଓ ୨୪ କ୍ୟାରେଟ୍ ସୁନା ଦର ଭରି ପିଛା  ୫୫,୮୫୦ ଟଙ୍କା ଓ ୬୦,୯୧୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ସୁନା ୨୨ କ୍ୟାରେଟ୍ ଭରି ପିଛା ୨୫୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ରୂପା ଦର କିଲୋ ପିଛା ୭୪,୧୦୦ ଟଙ୍କା ରହିଛି । ଏହି ଦର ଗତକାଲି  ୭୪,୬୦୦ଟଙ୍କା ଥିଲା। ତେବେ, ରୂପା ଦର ୫୦୦ ଟଙ୍କା ଖସିଛି।

ସେହିପରି ମାୟା ନଗରୀ ମୁମ୍ବାଇରେ ସୁନା ଦର ସ୍ଥିର ରହିଛି । ୨୨ କ୍ୟାରେଟ୍ ସୁନା ଦର ଭରି ପିଛା ୫୫,୭୦୦ ଟଙ୍କା ରହିଛି । ସେହିପରି ୨୪ କ୍ୟାରେଟ୍ ଦାମ୍ ୬୦,୭୬୦ ଟଙ୍କା ରହିଛି। ସେହିପରି ରୂପା ଦରରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନି। ଅନ୍ୟପଟେ ଚେନ୍ନାଇରେ ମଧ୍ୟ ସୁନା ଦରରେ ଆଜି କୌଣସି ପ୍ରକାର ପରିବର୍ତ୍ତନ ହୋଇନି। ୨୨ ଓ ୨୪ କ୍ୟାରେଟର ସୁନା ଦର ଭରି ପିଛା ୫୫,୮୫୦ ଓ ୬୦୯୩୦ ରହିଛି। ସେହିପରି କୋଲକାତାରେ ମଧ୍ୟ ଦରରେ ସେଭଳି କିଛି ଖାସ୍ ପରିବର୍ତ୍ତନ ହୋଇନି। କୋଲକାତାରେ ୨୨ ଓ ୨୪ କ୍ୟାରେଟ୍ ସୁନା ଭରି ଆଜି ୫୫,୭୦୦ ଓ ୬୦,୭୬୦ ଟଙ୍କା ରହିଛି।  ସେହିକ୍ରମରେ କଟକ-ଭୁବନେଶ୍ବରରେ ସୁନାରେଟ୍ ବି ସେଭଳି କିଛି ପରିବର୍ତ୍ତନ ଘଟିନି। ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଭରି ପିଛା ୫୫,୭୦୦ ରହିଛି। ଏବଂ ୨୪ କ୍ୟାରେଟର ଦାମ୍ ୬୦,୭୬୦ ରହିଛି।  ଏବଂ ରୂପା କେଜି ପିଛା ୭୭,୫୦୦ ହଜାର ରହିଛି। ଅନ୍ୟପଟେ କଟକରେ ୨୨ କ୍ୟାରେଟ୍ ସୁନା ଭରି ପିଛା ଆଜି ୫୫,୭୦୦ ରହିଛି । ଏବଂ ୨୪ କ୍ୟାରେଟ୍ ଭରି ପିଛା ୬୦,୭୬୦ ରହିଛି।