Gold Rate: ବିବାହ ସିଜିନ ପୂର୍ବରୁ ଖସିଲା ସୁନା ଦର, ଚେକ୍ କରନ୍ତୁ ଆଜିର ରେଟ୍
Advertisement
Article Detail0/zeeodisha/odisha1969236

Gold Rate: ବିବାହ ସିଜିନ ପୂର୍ବରୁ ଖସିଲା ସୁନା ଦର, ଚେକ୍ କରନ୍ତୁ ଆଜିର ରେଟ୍

Gold Silver Price Today: ପାର୍ବଣ ଋତୁ ଶେଷ ହୋଇଥିବା ବେଳେ ଆରମ୍ଭ ହେବାକୁ ଯାଉଛି ବିବାହ ସିଜିନ୍ (Wedding Season)। ଯଦି ଆପଣ ସୁନା ଗହଣା କଣିବାକୁ ଯୋଜନା କରିଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ଗତ କିଛି ଦିନ ହେବ,  ସୁନା ରେଟ୍ (Gold Rate) ବଢୁଥିବା ବେଳେ ଆଜି ଦରରେ ସାମାନ୍ୟ ହ୍ରାସ ଘଟିଛି । 

Gold Rate:  ବିବାହ ସିଜିନ ପୂର୍ବରୁ ଖସିଲା ସୁନା ଦର, ଚେକ୍ କରନ୍ତୁ ଆଜିର ରେଟ୍

Gold Silver Price Today: ପାର୍ବଣ ଋତୁ ଶେଷ ହୋଇଥିବା ବେଳେ ଆରମ୍ଭ ହେବାକୁ ଯାଉଛି ବିବାହ ସିଜିନ୍ (Wedding Season)। ଯଦି ଆପଣ ସୁନା ଗହଣା କଣିବାକୁ ଯୋଜନା କରିଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ଗତ କିଛି ଦିନ ହେବ,  ସୁନା ରେଟ୍ (Gold Rate) ବଢୁଥିବା ବେଳେ ଆଜି ଦରରେ ସାମାନ୍ୟ ହ୍ରାସ ଘଟିଛି । ତେବେ, ଆପଣ ସୁନା ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ ଆଜିର ସୁନା-ରୂପା (Gold Silver Price Today) ଦର କେଉଁ ସହରରେ କେତେ ରହିଛି ?

Also Read: World Cup 2023: ଭାରତ ହାରିଲା ପରେ ରେଖା କହିଲେ ଏମିତି, ଜିତିଥିଲେ ମୁଁ...

ଆଜି ଭାରତୀୟ ବଜାର ତଥା  ନୂଆଦିଲ୍ଲୀରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୬,୬୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦଶ ଗ୍ରାମ୍ ମୂଲ୍ୟ ୬୧,୭୯୦ ରହିଛି । ୨୨ ଓ  ୨୪ କ୍ୟାରେଟରେ ମାତ୍ର ୫୦ ଟଙ୍କା ଦର ହ୍ରାସ ପାଇଛି। ସେହିପରି, ରୂପା କେଜି ପିଛା ଦର ୭୬,୦୦୦ ହଜାର ଟଙ୍କା ରହିଛି। 

ସେହିପରି ମାୟାନଗରୀ ମୁମ୍ବାଇରେ,  ୨୨ କ୍ୟାରେଟ୍ ସୁନା ରେଟ୍ ୧୦ ଗ୍ରାମ୍ ପିଛା ୫୬,୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୧,୬୪୦ ରହିଛି।  ଉଭୟ ୨୨ ଓ ୨୪ କ୍ୟାରେଟରେ ମାତ୍ର ୫୦ ଟଙ୍କା ଖସିଛି।  ରୂପା କେଜି ପିଛା ଦର ୭୬,୦୦୦ ହଜାର ଟଙ୍କା ଥିବା ବେଳେ ଦରରେ କୌଣସି ପ୍ରକାର ପରିବର୍ତ୍ତନ ହୋଇ ନାହିଁ। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ସୁନା ଦରରେ ବଡ଼ ପରିବର୍ତ୍ତନ ଘଟିଛି । ଏଠାରେ ଦର ବୃଦ୍ଧି ପାଇଛି । ୨୨ କ୍ୟାରେଟ୍ ସୁନା ରେଟ୍ ୧୦ ଗ୍ରାମ୍ ପିଛା ୫୭,୦୫୦ ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍  ୬୨,୨୩୦ ରହିଛି । ୨୨ ଓ ୨୪ କ୍ୟାରେଟରେ ମୋଟ୍ ୫୦ ଟଙ୍କା ବୃଦ୍ଧି ପାଇଛି। ରୂପା କେଜି ପିଛା  ୭୯,୦୦୦ ରହିଛି। 

ସେହିପରି କୋଲକାତାରେ ୨୨ କ୍ୟାରେଟ୍ ସୁନା ରେଟ୍ ୧୦ ଗ୍ରାମ୍ ପିଛା ୫୬,୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୧,୬୪୦ ରହିଛି। ଅନ୍ୟପଟେ, ଓଡି଼ଶାର ପ୍ରମୁଖ ସହର ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା ୫୬,୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୧,୬୪୦ ରହିଛି। ମାତ୍ର ୫୦ ଟଙ୍କା ଖସିଛି ଦର।  ଏବଂ  ରୂପା କେଜି ପିଛା  ୭୯,୦୦୦ ରହିଛି। ଦରରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନି। କଟକରେ ବି ୨୨ ଓ ୨୪ କ୍ୟାରେଟରେ ମାତ୍ର ୫୦ ଟଙ୍କା ଖସିଛି।