La Nina 2024 India: ଲା ନିନା ଫେରିବା ପରେ ଦେଶରେ ଦେଶରେ ହାରାହାରି ଠାରୁ ଅଧିକ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି। ହେଲେ ମୌସୁମୀ ଆଗମନ ପୂର୍ବରୁ ଦେଶର ପ୍ରବଳ ଗରମ ଅନୁଭୂତ ହେବ।
Trending Photos
La Nina 2024 Forecast: ଭାରତୀୟ ପାଣିପାଗ ବିଭାଗ ପାଇଁ ଆସିଛି ଆଶ୍ୱସ୍ତି ପ୍ରଦାନ କରିବା ଭଳି ଖବର। ଏସିଆ-ପାସିଫିକ୍ ଅର୍ଥନୈତିକ ସହଯୋଗ (ଏପିଇସି) ଜଳବାୟୁ କେନ୍ଦ୍ର ଚଳିତ ବର୍ଷ ଦେଶରେ ମୌସୁମୀ ଆଗମନ ସମ୍ପର୍କରେ ପ୍ରଥମ ପୂର୍ବାନୁମାନ କରିଛି। ଏପିଇସି ଜଳବାୟୁ କେନ୍ଦ୍ର ଦୁଇଟି ଭିନ୍ନ ଭିନ୍ନ ଅବଧି ପାଇଁ ପୂର୍ବାନୁମାନ ଜାରି କରିଛି। ପ୍ରଥମ ପୂର୍ବାନୁମାନ ଅପ୍ରେଲ ଠାରୁ ଜୁନ୍ ଏବଂ ଦ୍ୱିତୀୟ ପୂର୍ବାନୁମାନ ଜୁଲାଇ ଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଛି।
ଏନେଇ ହୋଇଥିବା ପୂର୍ବାନୁମାନ ଅନୁଯାୟୀ ଜୁଲାଇ ମାସରୁ ସେପ୍ଟେମ୍ବର ମଧ୍ୟରେ ଚାଲୁଥିବା ମୌସୁମୀ ଋତୁରେ ଦେଶରେ ହାରାହାରି ଠାରୁ ଅଧିକ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି। ଏହି ପରିବର୍ତ୍ତନ ନିକଟରେ ପ୍ରକାଶିତ "NSO" ( El Nino-Southern Oscillation) ଆଲର୍ଟ ସହିତ ସଂଯୁକ୍ତ ରହିଛି। ଯାହା ଏଲ୍ ନିନୋ ଠାରୁ ଲା ନିନା ପର୍ଯ୍ୟନ୍ତ ଅବସ୍ଥାରେ ଏକ ସରଳ ପରିବର୍ତ୍ତନ ପୂର୍ବାନୁମାନ କରିଥାଏ।
ସ୍ୱାଭାବିକ ଠାରୁ ଅନୁଭୂତ ହୋଇପାରେ ଅଧିକ ଗରମ
ସ୍ୱାଭାବିକ ମୌସୁମୀ ଆଗମନ ପୂର୍ବରୁ ଦେଶରେ ଅନେକ ରାଜ୍ୟ ଲା ନିନା ପ୍ରଭାବ କାରଣରୁ ପ୍ରବଳ ଗରମ ଅନୁଭୂତ ହେବ। ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ଉତ୍ତର କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଓଡିଶା ସମେତ ଅନେକ ଅଞ୍ଚଳରେ ଅଧିକ ଗରମ ହେବା ନେଇ ପୂର୍ବାନୁମାନ କରାଯାଇଛି। ଏଭଳି ପରିସ୍ଥିତିରେ ଆପଣଙ୍କୁ ଆପଣଙ୍କ ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଯତ୍ନ ନେବାକୁ ନେବ। ଅତ୍ୟଧିକ ଗରମ କାରଣରୁ ଶରୀରରେ ଜଳୀୟ ଅଂଶ କମ ହୋଇପାରେ।
ଅତ୍ୟଧିକ ଗରମରୁ ରକ୍ଷା ପାଇବା ପାଇଁ ୫ ସହଜ ଉପାୟ