Non Basmati Rice India: ଅଣ ବାସୁମତି ଚାଉଳ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଭାରତ ସରକାର; ପ୍ରଭାବିତ ହେବେ ୭ ଦେଶ
Advertisement
Article Detail0/zeeodisha/odisha1921153

Non Basmati Rice India: ଅଣ ବାସୁମତି ଚାଉଳ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଭାରତ ସରକାର; ପ୍ରଭାବିତ ହେବେ ୭ ଦେଶ

Non Basmati Rice Export from India: ବିଦେଶକୁ ଅଣ ବାସୁମତି ଚାଉଳ ରପ୍ତାନୀ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର।

Non Basmati Rice India: ଅଣ ବାସୁମତି ଚାଉଳ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଭାରତ ସରକାର; ପ୍ରଭାବିତ ହେବେ ୭ ଦେଶ

Govt of India Decision on Non Basmati Rice: ପୁଣି ଥରେ ଏକ ବଡ଼ ଘୋଷଣା କରିଛନ୍ତି ମୋଦି ସରକାର। ଏହି ଘୋଷଣାର ପ୍ରଭାବ ଦେଶର ରପ୍ତାନି ଉପରେ ଅନୁଭୂତ ହୋଇପାରେ। ଯାହାର ପ୍ରଭାବ ବିଶ୍ୱର ୭ ଦେଶରେ ମଧ୍ୟ ଦୃଶ୍ୟମାନ ହେବ। ସମଗ୍ର ବିଶ୍ୱରେ ଚାଉଳ ଉତ୍ପାଦନ କରିବାରେ ଭାରତ ହେଉଛି ଏକ ପ୍ରମୁଖ ଦେଶ। ଭାରତ ଭଳି ଏକ ଜନବହୁଳ ଦେଶରେ ଲୋକେ ବେଶ ଆଗ୍ରହର ସହ ଭାତ ଖାଇଥାନ୍ତି। ଭାରତ ବର୍ଷରୁ ବିଶ୍ୱର ଅନ୍ୟ ଦେଶକୁ ମଧ୍ୟ ଅନେକ ଚାଉଳ ରପ୍ତାନୀ ହୋଇଥାଏ। ସଦ୍ୟ ଭାରତ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ବିଶ୍ୱର କିଛି ହାତ ଗଣତି ଦେଶକୁ ଚାଉଳ ରପ୍ତାନି କରାଯିବ। ଭାରତ ବିଶ୍ୱର କେଉଁ ଦେଶକୁ ଚାଉଳ ରପ୍ତାନୀ କରିବ ସେ ସମ୍ପର୍କରେ ଜାଣନ୍ତୁ। 

କେଉଁ ଦେଶକୁ ଚାଉଳ ରପ୍ତାନୀ କରିବ ଭାରତ?
ଭାରତ ସରକାର (Govt of India) ନେପାଳ, କାମେରୁନ ଏବଂ ମାଲେସିଆ ସମେତ ବିଶ୍ୱର ୭ ଦେଶକୁ ୧ ମିଲିୟନ ଟନ ଠାରୁ ଅଧିକ ଅଣ-ବାସୁମତି ଚାଉଳ ରପ୍ତାନି କରିବାକୁ ନିଷ୍ପତ୍ତି ଦେଇଛନ୍ତି। ଏନେଇ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ବିଦେଶକୁ ୧୦ ଲକ୍ଷ ୩୪ ହଜାର ୮୦୦ ଟନ୍ ଅଣ-ବାସମତି ଚାଉଳ ରପ୍ତାନି କରିବାକୁ ଯାଉଛି ଭାରତ (non basmati rice exports from india to abroad 2023)। ଏ ସମ୍ପର୍କରେ ସୂଚନା ମଧ୍ୟ ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (Directorate General of Foreign Trade India) ଦ୍ୱାରା ଜାରି ହୋଇଛି। ଯେଉଁଥିରେ ବିଦେଶକୁ ଚାଉଳ ରପ୍ତାନୀ (rice exports from india to abroad 2023) ସମ୍ପର୍କିତ ସମସ୍ତ ବିବରଣୀ ଉଲ୍ଲେଖ କରାଯାଇଛି। ଏହା ବ୍ୟତୀତ କେଉଁ ଦେଶକୁ କେତେ ପରିମାଣରେ ଚାଉଳ ରପ୍ତାନି କରାଯିବ ସେ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଛି।

ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଏହି ରପ୍ତାନି ରାଷ୍ଟ୍ରୀୟ ସମବାୟ ରପ୍ତାନି ଲିମିଟେଡ୍ (National Cooperative Exports Limited India) ମାଧ୍ୟମରେ କରାଯିବ। ଯଦିଓ ଘରୋଇ ଯୋଗାଣ ବୃଦ୍ଧି ପାଇଁ ଗତ ଜୁଲାଇ ୨୦ ତାରିଖରୁ ଭାରତ ସରକାର ଅଣ-ବାସମତି ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ହେଲେ ବିଶ୍ୱର କେତେକ ଦେଶର ଖାଦ୍ୟ ସୁରକ୍ଷା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ସରକାର ସେମାନଙ୍କୁ ଅଣ ବାସୁମତି ଚାଉଳ ରପ୍ତାନି କରିବାକୁ ଅନୁମତି ଦେଇଛନ୍ତି।

କେଉଁ ଦେଶକୁ ଚାଉଳ ଯୋଗାଇବ ଭାରତ? 
ଭାରତ ଯେଉଁ ଦେଶକୁ ଅଣ ବାସୁମତି ଚାଉଳ ରପ୍ତାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ସେମାନେ ହେଉଛନ୍ତି ନେପାଳ, କାମେରୁନ, କୋଟ ଡି ଆଇଭର, ଗିନି, ମାଲେସିଆ, ଫିଲିପାଇନ୍ସ ଏବଂ ସେଚେଲ୍ସ। ଏହି ଦେଶକୁ ବର୍ତ୍ତମାନ ଅଣ ବାସୁମତି ଚାଉଳ ରପ୍ତାନି କରିବାକୁ ଅନୁମତି ଦିଆଯାଇଛି। ଏନେଇ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ନେପାଳକୁ ୯୫,୦୦୦ ଟନ୍, କାମେରୁନକୁ ୧୯୦୦୦୦ ଟନ୍, କୋଟ ଡି ଆଇଭରକୁ ୧୪୨୦୦୦ ଟନ୍, ଗିନିକୁ ୧୪୨୦୦୦,  ମାଲେସିଆକୁ ୧୭୦୦୦୦, ଫିଲିପାଇନ୍ସକୁ ୨୯୫୦୦୦ ଟନ୍, ସେଚେଲ୍ସକୁ ୮୦୦ ଟନ୍ ଅଣ ବାସୁମତି ଚାଉଳ ରପ୍ତାନୀ କରାଯିବ।