NFSA India: ଶସ୍ତାରେ ଅଟା ବିକିବେ ସରକାର; କ'ଣ ବନ୍ଦ ହୋଇଯିବ କି ରାସନ ଯୋଜନା?
Advertisement
Article Detail0/zeeodisha/odisha1942999

NFSA India: ଶସ୍ତାରେ ଅଟା ବିକିବେ ସରକାର; କ'ଣ ବନ୍ଦ ହୋଇଯିବ କି ରାସନ ଯୋଜନା?

National Food Security Act India: ମାଗଣା ରାସନ ପ୍ରଦାନ ସମ୍ପର୍କରେ ଆସିଛି ଏକ ବଡ଼ ଖବର। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଛି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।  

 

NFSA India: ଶସ୍ତାରେ ଅଟା ବିକିବେ ସରକାର; କ'ଣ ବନ୍ଦ ହୋଇଯିବ କି ରାସନ ଯୋଜନା?

Govt of India will sell cheap Atta under NFSA: ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ କେନ୍ଦ୍ରରେ କ୍ଷମତାସୀନ ମୋଦି ଦେଶର ସରକାର ୮୧.୩୫ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇ ଦେଉଛନ୍ତି। ଗତ ବର୍ଷ କେନ୍ଦ୍ର ସରକାର ଆସନ୍ତା ୨୦୨୩ ଡିସେମ୍ବର ୩୧ ପର୍ଯ୍ୟନ୍ତ ମାଗଣା ରାସନ ପ୍ରଦାନ କରିବାକୁ କହିଛନ୍ତି। ହେଲେ ବର୍ତ୍ତମାନ ରାସନ ଯୋଗାଣର ଶେଷ ତାରିଖ ଆସିବା ପୂର୍ବରୁ ବଜାରରେ ଶସ୍ତା ଅଟା ମିଳିବା ନେଇ କୁହାଯାଉଛି। ଗହମ ସହ ଅଟା ମୂଲ୍ୟ ବୃଦ୍ଧି ମଧ୍ୟରେ ସରକାର ଶସ୍ତାରେ ଅଟା ବିକ୍ରୟ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ସରକାର ଭାରତ ବ୍ରାଣ୍ଡ ଅଧିନରେ କିଲୋଗ୍ରାମ ପିଛା ୨୭.୫ ଟଙ୍କା ମୂଲ୍ୟରେ ଅଟା ବିକ୍ରିୟ କରିବେ।

ନଭେମ୍ବର ୭ ତାରିଖରୁ ଆରମ୍ଭ ହେବ ବିକ୍ରି 
ଆସନ୍ତା ୭ ତାରିଖ ଶସ୍ତାରେ ଅଟା ବିକ୍ରି (Govt of India will sell cheap Atta under NFSA) ଆରମ୍ଭ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ବଜାରରେ ବ୍ରାଣ୍ଡେଡ୍ ଅଟାର ମୂଲ୍ୟ (Branded Atta Price in Market in India) କିଲୋଗ୍ରାମ ପିଛା ୩୫ ଟଙ୍କାରୁ ୪୦ ଟଙ୍କା ରହିଛି। ଏହା ସହିତ ମଧ୍ୟ ପ୍ରଦେଶରେ ଗହମରୁ ପ୍ରସ୍ତୁତ ଅଟାର ମୂଲ୍ୟ (Atta Price in Market in India) କିଲୋଗ୍ରାମ ପିଛା ପ୍ରାୟ ୪୫ ଟଙ୍କା ରହିଛି। ସାଧାରଣ ପ୍ୟାକେଟ ବିଶିଷ୍ଟ ୧୦ କିଲୋଗ୍ରାମ ବ୍ରାଣ୍ଡେଡ୍ ଅଟାର ମୂଲ୍ୟ ୩୭୦ ଟଙ୍କା ରହିଛି। ଏପରି ଭାବରେ ଭାରତ ବ୍ରାଣ୍ଡ ଅଟା (Bharat Brand Atta Price) ୨୭୫ ଟଙ୍କାରେ ଉପଲବ୍ଧ ହେବ। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଶସ୍ତାରେ ଅଟା ବିକ୍ରୟ ପାଇଁ ରାଷ୍ଟ୍ରୀୟ ଉପଭୋକ୍ତ ସହକାରୀ ସଂଘକୁ ନୋଡାଲ ଏଜେନ୍ସି (Nodal Agency for Bharat Brand Atta Selling) କରାଯିବ। ଭାରତ ବ୍ରାଣ୍ଡ ଅଟା (Bharat Brand Atta) ପାଇଁ ପ୍ରାୟ ୨.୫ ଲକ୍ଷ ଟନ୍ ଗହମ ଆବଣ୍ଟିତ କରିଛି ଭାରତୀୟ ଖାଦ୍ୟ ନିଗମ (Food Corporation of India)।

ଉପଲବ୍ଧ ହେବେ ୧୦ ଏବଂ ୩୦ କିଲୋଗ୍ରାମ ପ୍ୟାକେଟ୍
ବଜାରରେ ଗହମରୁ ପ୍ରସ୍ତୁତ ଅଟା ୧୦ ଏବଂ ୩୦ କିଲୋଗ୍ରାମ ପ୍ୟାକେଟ୍ ରେ ଉପଲବ୍ଧ ହେବ। ଏହି ଅଟାର ୧୦ କିଲୋଗ୍ରାମ ବିଶିଷ୍ଟ ପ୍ୟାକେଟ୍ ପ୍ରାୟ ୨୭୫ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଉଚ୍ଚ ସ୍ତରୀୟ ନିଷ୍ପତ୍ତି ନିଆଯାଇଛି। ବିଗତ କିଛି ଦିନ ମଧ୍ୟରେ ଡାଲି ମୂଲ୍ୟରେ ବ୍ୟାପକ ବୃଦ୍ଧି ପରେ ଭାରତ ବ୍ରାଣ୍ଡ ନାମରେ ଶସ୍ତା ଚଣା ଡାଲି (Bharat Brand Chana Dal) କେନ୍ଦ୍ର ସରକାର ବିକ୍ରୟ କରୁଛନ୍ତି। ଯାହାର ମୂଲ୍ୟ କିଲୋଗ୍ରାମ ପିଛା ୬୦ ଟଙ୍କା ରହିଛି। ସେହି ୩୦ କିଲୋଗ୍ରାମ ବିଶିଷ୍ଟ ବଡ଼ ପ୍ୟାକେଟ୍ ର ମୂଲ୍ୟ କିଲୋଗ୍ରାମ ପିଛା ୫୫ ଟଙ୍କା ରହିଛି।

ପୂର୍ବରୁ କୁହାଯାଇ ସାରିଛି ଯେ ସରକାରଙ୍କ ଦ୍ୱାରା ପରିଚାଳିତ ମାଗଣା ରାସନ ଯୋଜନା (Free Ration Scheme in India) ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ନଭେମ୍ବର ପ୍ରଥମ ସପ୍ତାହ ଅତିବାହିତ ହେବାକୁ ଯାଉଛି। ହେଲେ ଏହି ଯୋଜନା ଆଗକୁ ନିଆଯିବ କି ନାହିଁ ସେ ନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ସୂତ୍ରରୁ ମିଳିଥିବା ଅନୁଯାୟୀ ସରକାରଙ୍କ ପାଖରେ ଆବଶ୍ୟକୀୟ ଗହମ ମହଜୁଦ ରହିଛି। ଡିସେମ୍ବର ଶେଷ ସପ୍ତାହରେ ହେବାକୁ ଯାଉଥିବା କ୍ୟାବିନେଟ ବୈଠକରେ ମାଗଣା ରାସନ ଯୋଜନା ଆଗକୁ କାର୍ଯ୍ୟକାରୀ ହେବା ନେଇ ଆଶା କରାଯାଉଛି। ସରକାର ଏହାକୁ ଆହୁରି ୬ ମାସ ଅର୍ଥାତ୍ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି।