Israel-Hamas War: ଇସ୍ରାଏଲ୍ ଡ୍ରୋନ ଆକ୍ରମଣରେ କମ୍ପିଉଠିଲା ଲେବାନନ; ଟଳିପଡ଼ିଲା ହମାସ ଡେପୁଟି ଚିଫ୍
Advertisement
Article Detail0/zeeodisha/odisha2041987

Israel-Hamas War: ଇସ୍ରାଏଲ୍ ଡ୍ରୋନ ଆକ୍ରମଣରେ କମ୍ପିଉଠିଲା ଲେବାନନ; ଟଳିପଡ଼ିଲା ହମାସ ଡେପୁଟି ଚିଫ୍

Hamas Deputy Chief Saleh Al Arouri: ଲେବାନନ ରାଜଧାନୀ ବେରୁତ ଠାରେ ବୈଠକ ଚାଲିଥିବା ବେଳେ ହୋଇଥିଲା ଡ୍ରୋନ ଆକ୍ରମଣ। ଏହି ଆକ୍ରମଣରେ ହମାସ ଡେପୁଟି ଚିଫ୍ ପ୍ରାଣ ହରାଇଥିବାର ଖବର ଆସିଛି।

Israel-Hamas War: ଇସ୍ରାଏଲ୍ ଡ୍ରୋନ ଆକ୍ରମଣରେ କମ୍ପିଉଠିଲା ଲେବାନନ; ଟଳିପଡ଼ିଲା ହମାସ ଡେପୁଟି ଚିଫ୍

Hamas Deputy Chief killed by Israel Strikes in Lebanon: ମଙ୍ଗଳବାର ରାତିରେ ଇସ୍ରାଏଲ ପକ୍ଷରୁ ହୋଇଥିବା ଡ୍ରୋନ୍ ଆକ୍ରମଣ କମ୍ପିଉଠିଛି ଲେବାନନ। ଇସ୍ରାଏଲ ଡ୍ରୋନ ଆକ୍ରମଣରେ ହମାସ ଡେପୁଟି ଚିଫ୍ ସାଲେହ ଅଲ-ଅରୌରୀ ପ୍ରାଣ ହରାଇଛି। ଲେବାନନ ରାଜଧାନୀ ବେରୁତ ସ୍ଥିତ ଦକ୍ଷିଣ ଉପକଣ୍ଠରେ ଅବସ୍ଥିତ ଦାହିୟାହ ଠାରେ ସାଲେହ ଅଲ-ଅରୌରୀ ଉପରେ ଇସ୍ରାଏଲ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଥିଲା। ଲେବାନନ ଠାରେ ସକ୍ରିୟ ରହିଥିବା ଦାହିୟାହ ଅଞ୍ଚଳ ଆତଙ୍କବାଦୀ ଗୋଷ୍ଠୀ ହିଜବୁଲ୍ଲା ଗଡ଼ ଭାବେ ପରିଚିତ। ଏହି ଘଟଣା ପରେ ହମାସ-ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ଅନ୍ୟ ଅଞ୍ଚଳକୁ ବ୍ୟାପି ଯାଇପାରେ ବୋଲି ଚର୍ଚ୍ଚା ହେଉଛି। ନ୍ୟୁଜ ଏଜେନ୍ସି ରୟଟର୍ସ ରିପୋର୍ଟ ଅନୁଯାୟୀ, ଯେତେବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀକୁ ଏହି ଘଟଣା ବିଷୟରେ ପଚରା ଯାଇଥିଲା, ସେତେବେଳେ ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଥିଲା ବିଦେଶୀ ଗଣମାଧ୍ୟମରେ ପ୍ରକାଶିତ ଖବର ଉପରେ କୌଣସି ପ୍ରତିକ୍ରିୟା ଦିଆ ଯିବନାହିଁ।

ଲେବାନନ ରାଷ୍ଟ୍ରୀୟ ସମାଚାର ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ହାମାସ କାର୍ଯ୍ୟାଳୟ ଉପରେ ଡ୍ରୋନ ଆକ୍ରମଣ ହୋଇଛି। ସୁରକ୍ଷା ସୂତ୍ରରୁ ମିଳିଥିବା ଖବର ଅନୁସାରେ ଡ୍ରୋନ ଆକ୍ରମଣ ଏକ ବୈଠକ ଚାଲିଥିବା ସମୟରେ ହୋଇଥିଲା। ହମାସ ଅଧିକାରୀ ଏବଂ ଲେବାନନ ଭିତ୍ତିକ ସୁନ୍ନି ଇସଲାମବାଦୀ ଜାମା ଇସଲାମିଆ ଗୋଷ୍ଠୀ ମଧ୍ୟରେ ବୈଠକ ଚାଲିଥିବା ବେଳେ ଡ୍ରୋନ ଆକ୍ରମଣ ହୋଇଥିଲା। ଏହି କାର୍ଯ୍ୟାନୁଷ୍ଠାନରେ ୪ ଜଣ ପାଲେଷ୍ଟାଇନ ଏବଂ ୩ ଜଣ ଲେବାନ ନାଗରିକ ପ୍ରାଣ ହରାଇଛନ୍ତି। ଗତ ବର୍ଷ ଅକ୍ଟୋବର ୭ ତାରିଖରେ ହୋଇଥିବା ଆକ୍ରମଣ ପରେ ଇସ୍ରାଏଲ-ହାମାସ ମଧ୍ୟରେ ଆରମ୍ଭ ହୋଇଥିଲା ଯୁଦ୍ଧ। ପ୍ରାୟ ୨ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଯୁଦ୍ଧରେ   ପାଲେଷ୍ଟାଇନ ଅଞ୍ଚଳ ବାହାରେ ପ୍ରଥମ ଥର ଇସ୍ରାଏଲ ପକ୍ଷରୁ ହମାସ ଗୋଷ୍ଠୀ ସହ ଜଡ଼ିତ ଅଧିକାରୀଙ୍କ ଟାର୍ଗେଟ କିଲିଂ କରାଯାଇଥିବାର କୁହାଯାଉଛି।

ନ୍ୟୁଜ ଏଜେନ୍ସି ରୟଟର୍ସ ରିପୋର୍ଟ ଅନୁଯାୟୀ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପରାମର୍ଶଦାତା ମାର୍କ ରେଗେୱ ଆମେରିକୀୟ ଟିଭି ଚ୍ୟାନେଲ MSNBC ସହ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଯେ ଏହି ଆକ୍ରମଣ ପାଇଁ ଇସ୍ରାଏଲ୍ ଦାୟୀ ନୁହେଁ। ହେଲେ ଯିଏ ଏହି ଆକ୍ରମଣ କରିଛି ତାହା ସ୍ପଷ୍ଟ ହେବା ଆବଶ୍ୟକ। ଏହା ଲେବାନନ୍ ଉପରେ ହୋଇଥିବା ଆକ୍ରମଣ ନୁହେଁ।  ଯିଏ ଏହି ଆକ୍ରମଣ କରିଛି ସେ ହାମାସ ନେତୃତ୍ୱ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍ କରିଛି।

ସାଲେହ ଅଲ-ଅରୌରୀ ଉପରେ ୫ ମିଲିୟନ୍ ଡଲାର ପୁରସ୍କାର ରାଶି ଘୋଷଣା କରିଥିଲା ଆମେରିକା 
ହମାସ ଡେପୁଟି ଚିଫ୍ ସାଲେହ ଅଲ-ଅରୌରୀ ହେଉଛି ହମାସ ପଲିଟବ୍ୟୁରୋ ଡେପୁଟି ଚିଫ୍। ଯିଏ ଏହାର ସାମରିକ ଶାଖା କାସିମ୍ ବ୍ରିଗେଡ୍ ପ୍ରତିଷ୍ଠା କରିଥିଲେ। ହାମାସ ଗୋଷ୍ଠୀ ଆତଙ୍କବାଦୀ ସଙ୍ଗଠନ ଭାବେ ଘୋଷଣା କରିଥିବା ଆମେରିକା ଗତ ବର୍ଷ ହମାସ ଡେପୁଟି ଚିଫ୍ ସାଲେହ ଅଲ-ଅରୌରୀ ସମ୍ପର୍କରେ ସୂଚନା ପାଇଁ ୫ ମିଲିୟନ୍ ଆମେରିକୀୟ ଡଲାର ପୁରସ୍କାର ରାଶି ଘୋଷଣା କରିଥିଲା।

ଆକ୍ରମଣକୁ ନେଇ କ'ଣ କହିଲା ହମାସ?
ହମାସ ସଙ୍ଗଠନ ଏହାର ଡେପୁଟି ଚିଫ୍ ସାଲେହ ଅଲ-ଅରୌରୀଙ୍କ ହତ୍ୟାକୁ ନିଶ୍ଚିତ କରିଛି। କାସିମ ବ୍ରିଗେଡ ଅଧିକାରୀ ସମୀର ଫିଣ୍ଡି ଆବୁ ଅମ୍ମାର ଏବଂ ଆଜଜାମ ଅଲ-ଆକ୍ରା ଆବୁ ଅମ୍ମାରଙ୍କୁ ହତ୍ୟା କରାଯାଇ ଥିବାର ହମାସ ପକ୍ଷରୁ କୁହାଯାଇଛି। ହମାସ ମୁଖ୍ୟ ଇସମାଇଲ ହାନିୟା ମଙ୍ଗଳବାର କହିଛନ୍ତି ଯେ ସଙ୍ଗଠନର ଡେପୁଟି ଚିଫ୍ ସାଲେହ ଅଲ-ଅରୌରୀଙ୍କ ହତ୍ୟା ଏକ ଆତଙ୍କବାଦୀ କାର୍ଯ୍ୟ। ଲେବାନାନ ସାର୍ବଭୌମତ୍ୱର ଉଲ୍ଲଂଘନ ଏବଂ ପାଲେଷ୍ଟାଇନ ଲୋକଙ୍କ ପ୍ରତି ଇସ୍ରାଏଲ ଦ୍ୱାରା କରାଯାଇଥିବା ଶତ୍ରୁତାର ବିସ୍ତାର।

ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଇସଲାମିକ ଜିହାଦ୍ ପକ୍ଷରୁ କୁହାଯାଇଛି। ଏନେଇ ଏକ ବିବୃତ୍ତିରେ ଇସଲାମିକ ଜିହାଦ୍ କହିଛି ଆକ୍ରମଣ ପାଇଁ ଦଣ୍ଡବିଧାନ କରାଯିବ ନାହିଁ ଏବଂ ଇସ୍ରାଏଳ ଦଖଲ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ପ୍ରତିରୋଧ ଜାରି ରହିବ। ଅନ୍ୟପଟେ ଇରାନ କହିଛି ଯେ ଏହି ହତ୍ୟା ଇସ୍ରାଏଲ ବିରୋଧରେ ଲଢେଇକୁ ଆହୁରି ତୀବ୍ର କରିବ। ଇସ୍ରାଏଲ୍ ଅଧିକୃତ ୱେଷ୍ଟବ୍ୟାଙ୍କ ରାମଲ୍ଲା ଠାରେ ଶହ ଶହ ଲୋକ ପ୍ରତିଶୋଧ ନେବାକୁ ରାଜରାସ୍ତାକୁ ଓହ୍ଲାଇ ପ୍ରତିଶୋଧ ନେବାକୁ ନାରାବଜି କରିଛନ୍ତି।