Harassement Case: ଫେରାର କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କୁ ହାଇକୋର୍ଟ ଦେଲେ ବଡ଼ ଆଶ୍ବସ୍ତି
Advertisement
Article Detail0/zeeodisha/odisha1805536

Harassement Case: ଫେରାର କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କୁ ହାଇକୋର୍ଟ ଦେଲେ ବଡ଼ ଆଶ୍ବସ୍ତି

Harassement Case: ଗତ ୭ ଦିନ ହେବ ସୌରିନ ଭଟ୍ଟ ଫେରାର ଥିବା ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିଲେ ଓ ସେ ଦିଲ୍ଲୀରେ ରହୁଥିବା କୁହାଯାଇଥିଲା । କିନ୍ତୁ ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ଥିବାରୁ ପୁଲିସ ତାଙ୍କ ସହିତ ଯୋଗାଯୋଗ କରି ପାରି ନଥିଲା ।

ସୌ: ସୋସିଆଲ ମିଡିଆ

Orissa High Court: ଓଡ଼ିଶା ହାଇକୋର୍ଟ ଆଜି ଏକ ଦୁଷ୍କର୍ମ ମାମଲାରେ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କୁ (Sourin Bhatt) ୨୫ ଅଗଷ୍ଟ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା (Interim Protection) ପ୍ରଦାନ କରିଛନ୍ତି । ଯେଉଁଠାରେ ଏହି ମାମଲାରେ ମାମଲା ରୁଜୁ ହୋଇଛି ସେଠାରେ ଯାଞ୍ଚରେ ତଦନ୍ତଅଧିକାରୀଙ୍କ ସହ ସହଯୋଗ କରିବାକୁ ଓ ମହିଳା ପୋଲିସ ଷ୍ଟେସନରେ ହାଜର ହେବାକୁ ମଧ୍ୟ କୋର୍ଟ ତାଙ୍କୁ କହିଛନ୍ତି  । କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କୁ (Singer Sourin Bhatt) ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ବର୍ତ୍ତମାନ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି । ଏହା ସମେତ ହାଇକୋର୍ଟ ନିର୍ଦ୍ଧାରିତ ସମୟରେ ତଦନ୍ତ ଅଧିକାରୀଙ୍କ ପାଖରେ ହାଜର ହେବାକୁ ମାନ୍ୟବର ଉଚ୍ଚ ନ୍ୟାୟଳୟ (High Court) ସୌରିନ୍ ଭଟ୍ଟଙ୍କୁ କହିଛନ୍ତି ଓ ତାଙ୍କୁ ତଦନ୍ତରେ ସମସ୍ତ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ଓ ଏହା ସୁଚିନ୍ତିତ ଭାବେ କରାଯାଇଥିବା ଦାବି କରି ଗାୟକ ପୂର୍ବରୁ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ପୀଡିତା ହୋଇଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କ ବିୟାନ ପୂର୍ବରୁ CrPC ର ଧାରା ୧୬୪ ଅନୁଯାୟୀ ଜଣେ ମାଜିଷ୍ଟ୍ରେଟଙ୍କ ଦ୍ୱାରା ରେକର୍ଡ କରାଯାଇଥିଲା । ମହିଳା ଜଣକ ଏ ସମ୍ପର୍କରେ ଜଗତ୍ପୁର ଥାନାରେ ଏଫ୍ଆଇଆର୍ ଦାଖଲ କରିଥିଲେ ଓ ପରେ ଏହି ମାମଲା ସହରର ମହିଳା ପୋଲିସ ଷ୍ଟେସନକୁ ହସ୍ତାନ୍ତର କରାଯାଇଥିଲା ।

କ'ଣ ରହିଛି ମାମଲା
ଏଫ୍ଆଇଆର୍ ଅନୁଯାୟୀ, କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ସାଇ ବିହାରରେ ରହୁଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସୌରିନ ଭଟ୍ଟ ବାରମ୍ବାର ଦୁଷ୍କର୍ମ କରିବା ଓ ଟଙ୍କା ହଡ଼ପ୍ କରିବା ଭଳି ସଙ୍ଗୀନ ଅଭିଯୋଗ ମହିଳା ଥାନାରେ ହୋଇଥିଲା । ଏହାପରେ ପୁଲିସ ସିଡିଏ ସେକ୍ଟର ୬ରେ ଥିବା ‌ସୌରିନଙ୍କର ଭଡ଼ା ଘରେ ଚଢ଼ଉ କରିଥିଲା । ସୌରିନ୍ ବିଗତ ୭ ଦିନ ହେବ ଫେରାର ଥିବା ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିଲେ । ସେ ଦିଲ୍ଲୀରେ ରହୁଥିବା କୁହାଯାଇଥିଲା । କିନ୍ତୁ ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ଥିବାରୁ ପୁଲିସ ତାଙ୍କ ସହିତ ଯୋଗାଯୋଗ କରି ପାରି ନଥିଲା ।

ପୀଡିତା କରିଥିବା ଏଫଆଇଆରକି ଆଧାର କରି ମହିଲା ପୋଲିସ ଭାରତୀୟ ଦଣ୍ଡବିଧି ଆଇନର ଧାରା ୨୯୪, ୩୨୩, ୩୪୧, ୩୭୬, ୪୧୭, ୪୯୩ ଓ ୫୦୬ ଅନୁଯାୟୀ ଏହି ମାମଲାରେ ଏକ ମାମଲା ରୁଜୁ କରିଥିଲା ।

ଏହା ବି ପଢ଼ନ୍ତୁ: Love Marriage Law: ସରକାର କରୁଛନ୍ତି ବିଚାର! ଲଭ୍ ମ୍ୟାରେଜ୍ ପାଇଁ ପିତାମାତାଙ୍କ ଅନୁମତି ହେବ ବାଧ୍ୟତାମୂଳକ

ଏହା ବି ପଢ଼ନ୍ତୁ: EPF e-nomination: ମୃତ୍ୟୁ ପରେ PF ରେ ଜମା ହୋଇଥିବା ଟଙ୍କା ସହିତ କ’ଣ ହୁଏ; ଏହି ଲକ୍ଷ ଲକ୍ଷ ଟଙ୍କାର କିଏ ହୁଏ ମାଲିକ?

ଏହା ବି ପଢ଼ନ୍ତୁ: Nitin Gadkari Statement: ମୁଁ ୟୁଟୁବରୁ ପ୍ରତିମାସରେ ତିନି ଲକ୍ଷ ଟଙ୍କା ରୋଜଗାର କରୁଛି: ନିତୀନ ଗଡ଼କରୀ