ହାଇକୋର୍ଟଙ୍କ ବେଞ୍ଚସ୍ଥାପନ ବିଷୟ ସରକାରଙ୍କ ବିଚାଧୀନ ରହିଛି: ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2413149

ହାଇକୋର୍ଟଙ୍କ ବେଞ୍ଚସ୍ଥାପନ ବିଷୟ ସରକାରଙ୍କ ବିଚାଧୀନ ରହିଛି: ମୁଖ୍ୟମନ୍ତ୍ରୀ

ଦିନକ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଏପରି ୟୁ ଟର୍ନ ଏକ ରାଜନୀତିକ ହସ୍ତକ୍ଷେପ ବା ଆଶଙ୍କାକୁ ସ୍ପଷ୍ଟ କରିଛି। ଏହା ଦଳ ଭିତରେ ବି ବିରୋଧକୁ ସ୍ପଷ୍ଟ କରିଥିଲେ। ପୂର୍ବରୁ ପଶ୍ଚିମ ଓଡ଼ିଶାର ଏହି ଦାବିକୁ ନେଇ ସାରା ରାଜ୍ୟରେ ଅନେକ ଦିନ ଧରି କୋର୍ଟ ଅଚଳ ରହିଥିଲା। ଏହାକୁ ନେଇ ସୁପ୍ରିମ କୋର୍ଟରେ ଶୁଣାଣି ହୋଇଥିଲା। 

ହାଇକୋର୍ଟଙ୍କ ବେଞ୍ଚସ୍ଥାପନ ବିଷୟ ସରକାରଙ୍କ ବିଚାଧୀନ ରହିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ସରକାରଙ୍କ ନିକଟରେ ବିଚାରାଧୀନ ଅଛି। ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବା ଲାଗି ପ୍ରତିଶୃତିବଦ୍ଧ ଥିବା ସରକାର ଏ ବାବଦରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଆଜି ଗୃହରେ ଉପରୋକ୍ତ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସୋମବାର ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟଙ୍କ ବେଞ୍ଚ ସ୍ଥାପନ କରାଯାଇପାରିବ ନାହିଁ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ଏହିପରି କୌଣସି ବେଞ୍ଚର ଯଥାର୍ଥତା ନାହିଁ ବୋଲି କୁହାଯାଇଥିଲା।  ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ସୂଚନା ଦେଇଥିଲେ। ହେଲେ ଆଜି ପ୍ରଶ୍ନୋତ୍ତର କାଳର ଶେଷ ଆଡ଼କୁ ଏକ ବିବୃତ୍ତି ରଖି ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି। 

ସେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ଆଧାରରେ  ଏହି ଉତ୍ତର ପ୍ରସ୍ତୁତ କରାଯାଇଥିଲା । ଆମ ସରକାର ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଏବଂ ଲୋକଙ୍କ ଦ୍ୱାରଦେଶରେ ସେବା ପହଞ୍ଚାଇବାକୁ ପ୍ରତିଶ୍ରୁତିବଦ୍ଧ ଅଟେ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ଆମ ସରକାରଙ୍କ ନିକଟରେ ବିଚାରାଧୀନ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଦିନକ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଏପରି ୟୁ ଟର୍ନ ଏକ ରାଜନୀତିକ ହସ୍ତକ୍ଷେପ ବା ଆଶଙ୍କାକୁ ସ୍ପଷ୍ଟ କରିଛି। ଏହା ଦଳ ଭିତରେ ବି ବିରୋଧକୁ ସ୍ପଷ୍ଟ କରିଥିଲେ। ପୂର୍ବରୁ ପଶ୍ଚିମ ଓଡ଼ିଶାର ଏହି ଦାବିକୁ ନେଇ ସାରା ରାଜ୍ୟରେ ଅନେକ ଦିନ ଧରି କୋର୍ଟ ଅଚଳ ରହିଥିଲା। ଏହାକୁ ନେଇ ସୁପ୍ରିମ କୋର୍ଟରେ ଶୁଣାଣି ହୋଇଥିଲା। ରାଜ୍ୟ ସରକାରଙ୍କୁ ଆନ୍ଦୋଳନରତ ଓକିଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିଥିଲା। ଏବେ ଅନେକ ଦିନ ହେଲା ଏ ପ୍ରସଙ୍ଗ ଶୁପ୍ତ ଥିଲେ ବି ଲୋକଙ୍କ ଦାବି ପ୍ରଶମିତ ହୋଇ ନାହିଁ। ଗତକାଲି କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଏହି ପ୍ରସଙ୍ଗକୁ ଅଧିକ ଉଜ୍ଜୀବୀତ କରିବାକୁ ଯାଉଥିବା ସରକାରୀ କଳ ଅନୁଧ୍ୟାନ କରିଥାଇପାରନ୍ତି। ଏପରିକି ଆସନ୍ତା ଦିନରେ ପଶ୍ଚିମାଞ୍ଚଳରେ ଅସନ୍ତୋଷର ବହ୍ନି ରାଜନୀତିକ ସଙ୍କଟ ଆଡ଼କୁ ଯାଇପାରେ ବୋଲି ଅନୁଧ୍ୟାନ କରିଥିଲେ ବିଜେପିର ରଣନୀତିକାର। ଏଣୁ ମୁଖ୍ୟମନ୍ତ୍ରୀ ବାଧ୍ୟ ହୋଇ ଏପରି ୟୁ ଟର୍ନ ନେଇଥିବା କୁହାଯାଉଛି। ଏଥିରେ ଅଫିସରଙ୍କ ଦୋଷ ଦେଇ ମୁଖ୍ୟମନ୍ତ୍ରୀ ଖସିଯିବାର ଉଦ୍ୟ୍ରମ କରୁଛନ୍ତି ବୋଲି ଆଲୋଚନା ହେଉଛି।

Also Read- Mercury Transit 2024: ୨୪ ଘଣ୍ଟାରେ ବଦଳିବ ୬ ରାଶିର ଭାଗ୍ୟ, ପକେଟକୁ ଆସିବ ଟଙ୍କା

Also Read- Video: ରାସ୍ତାରେ କଦଳୀ ବିକିଲେ ଅଭିନେତ୍ରୀ, ଭିଡିଓ ହେଲା ଭାଇରାଲ୍