Health News: ଭାରତୀୟ ଗବେଷକଙ୍କୁ ମିଳିଗଲା ସ୍ୱତନ୍ତ୍ର ପୋଷକ ତତ୍ତ୍ୱ, ଜାଣନ୍ତୁ ଏହାର ବିଶେଷତ୍ୱ
Advertisement
Article Detail0/zeeodisha/odisha1734005

Health News: ଭାରତୀୟ ଗବେଷକଙ୍କୁ ମିଳିଗଲା ସ୍ୱତନ୍ତ୍ର ପୋଷକ ତତ୍ତ୍ୱ, ଜାଣନ୍ତୁ ଏହାର ବିଶେଷତ୍ୱ

Taurine Nutrient Characteristics: ଟୋରାଇନ୍ ନାମକ ଷୋଷକ ତତ୍ତ୍ୱ ପ୍ରାାଣୀର ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ମନ୍ଥର କରିପାରେ। ଯାହା ବୃଦ୍ଧାବସ୍ଥାରେ ସୁସ୍ଥ ଜୀବନ ଯାପନ ଲାଗି ସହାୟକ ହୋଇପାରେ।

 Health News: ଭାରତୀୟ ଗବେଷକଙ୍କୁ ମିଳିଗଲା ସ୍ୱତନ୍ତ୍ର ପୋଷକ ତତ୍ତ୍ୱ, ଜାଣନ୍ତୁ ଏହାର ବିଶେଷତ୍ୱ

Lifestyle News: ନିକଟରେ ଭାରତୀୟ ଗବେଷକଙ୍କୁ ଏକ ସ୍ୱତନ୍ତ୍ର ଧରଣର ପୋଷକ ତତ୍ତ୍ୱ ମିଳିଛି। ଯାହା ବାର୍ଦ୍ଧକ୍ୟକୁ ବିଳମ୍ବିତ କରିବା, ଦୀର୍ଘ ଏବଂ ସୁସ୍ଥ ଜୀବନ ଯାପନ ଶୈଳୀକୁ ବଢାଇବାରେ ସହାୟକ ହୋଇପାରିବ।  ଟୋରାଇନ ନାମକ ଷୋଷକ ତତ୍ତ୍ୱ ସ୍ତନ୍ୟପାୟୀ ପ୍ରାଣୀଙ୍କ ବୟସ ନିୟନ୍ତ୍ରିତ କରିପାରିବ। ଯାହା ଶରୀରରେ ଉତ୍ପାଦିତ ତଥା ଅନେକ ଖାଦ୍ୟରେ ମିଳୁଥିବା ଏକ ପୁଷ୍ଟିକର ଖାଦ୍ୟ। ଭାରତୀୟ ଅନୁସନ୍ଧାନକାରୀଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ମିଳିଥିବା ଅନୁଯାୟୀ ଏହା ପୁଷ୍ଟିକର ଖାଦ୍ୟ ହୋଇପାରେ। ଯାହା ଜୀବନ କାଳକୁ ପ୍ରଭାବିତ କରିପାରେ ବୋଲି କୁହାଯାଉଛି। 

ବିଜ୍ଞାନ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ ଆହୁରି ମଧ୍ୟ ଜଣାପଡିଛି ଯେ ଟୋରାଇନ୍ ନାମକ ଷୋଷକ ତତ୍ତ୍ୱ ମୂଷା ଏବଂ ମାଙ୍କଡ଼ ଭଳି ପ୍ରାାଣୀର ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ମନ୍ଥର କରିପାରେ। ମୂଷାଙ୍କ ସହିତ ହୋଇଥିବା ବଡ଼ ପରୀକ୍ଷଣରୁ ଜଣାପଡିଛି ଯେ ଟୋରିନ୍ ମହିଳାଙ୍କ ଆୟୁଷରେ ହାରାହାରି ଆୟୁ ୧୨ ଏବଂ ପୁରୁଷଙ୍କ ଆୟୁ ୧୦ ପ୍ରତିଶତ ବୃଦ୍ଧି କରିଛି। 

ନୂଆଦିଲ୍ଲୀ ସ୍ଥିତ ଇମ୍ୟୁନୋଲୋଜି ଇନଷ୍ଟିଚ୍ୟୁଟ୍ ନ୍ୟାସନାଲ୍ ମେଟାବୋଲିକ୍ ରିସର୍ଚ୍ଚ ଲାବୋରେଟୋରୀ ମୁଖ୍ୟ ଗବେଷକ ପ୍ରଫେସର ବିଜୟ ଯାଦବ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ଏନେଇ ଲାବୋରେଟୋରୀ ମୁଖ୍ୟ କହିଛନ୍ତି ବିଗତ ୨୫ ବର୍ଷ ଧରି ବୈଜ୍ଞାନିକ ଏପରି କାରକ ଖୋଜିବାକୁ ଚେଷ୍ଟା କରୁଛନ୍ତି ଯାହା କେବଳ ଆମକୁ ଅଧିକ ସମୟ ବଞ୍ଚିବାକୁ ଦେଇନଥାଏ ବରଂ ବୃଦ୍ଧାବସ୍ଥାରେ ସୁସ୍ଥ ଜୀବନ ଯାପନ କରିବାରେ ସହାୟକ ହେବ। 

କଲମ୍ବିଆ ୟୁନିଭରସିଟି ଭେଜେଲୋସ୍ କଲେଜ୍ ଅଫ୍ ଫିଜିସିଆନ୍ସ ଏବଂ ସର୍ଜନ ଜେନେଟିକ୍ସ ଏବଂ ଡେଭଲପମେଣ୍ଟ ସହକାରୀ ପ୍ରଫେସର ବିଜୟ ଯାଦବ ଏହି ଅଧ୍ୟୟନ ସମ୍ପର୍କିତ ଆହୁରି ଅନେକ ତଥ୍ୟ ମଧ୍ୟ ପ୍ରଦାନସ କରିଛନ୍ତି। ଏହି ଅଧ୍ୟୟନରୁ ଜଣାପଡିଛି ଯେ ଟୋରାଇନ୍ ଆମର ଜୀବନ ଲାଗି ଏକ ଅମୃତ ସଦୃଶ୍ୟ ଉପାଦାନ ହୋଇପାରେ। ଯାହା ଆମକୁ ଅଧିକ ଏବଂ ସୁସ୍ଥ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିଥାଏ। ମଣିଷ ଶରୀରରେ ଟୋରାଇନ୍ ପୋଷକ ତତ୍ତ୍ୱର ଉପକାରିତା ନିଶ୍ଚିତ କରିବା ପାଇଁ କ୍ଲିନିକାଲ୍ ପରୀକ୍ଷାର ଆବଶ୍ୟକ ରହିଛି। 

ଏନେଇ ହୋଇଥିବା ପ୍ରଫେସର ବିଜୟ ଯାଦବ ଏବଂ ତାଙ୍କ ଟିମ ୬୦ ବର୍ଷରୁ ଅଧିକ ବୟସର ୧୨ ହଜାର ୟୁରୋପୀୟ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ଟୋରାଇନ୍ ସ୍ତର ଏବଂ ପ୍ରାୟ ୫୦ ସ୍ୱାସ୍ଥ୍ୟ ସମ୍ପର୍କିତ ମାନଦଣ୍ଡ ମଧ୍ୟରେ ରହିଥିବା ସମ୍ପର୍କକୁ ଦେଖିଥିଲେ। ମୋଟ ଉପରେ ଟାଇପ୍-୨ ମଧୁମେହ, କମ୍ ମେଦବହୁଳତା, ଉଚ୍ଚ ରକ୍ତଚାପ ଏବଂ ପ୍ରଦାହର ନିମ୍ନ ସ୍ତର ସହିତ ଅଧିକ ଟୋରାଇନ୍ ସ୍ତର ରହିଥିବା ବ୍ୟକ୍ତି ଅଧିକ ସ୍ୱାସ୍ଥ୍ୟକର ଥିଲେ। ଏହି ଅଧ୍ୟୟନରେ ଜଡ଼ିତ  ଗବେଷକ ଜାଣିବାକୁ ପାଇଥିଲେ ଯେ ଟୋରାଇନ୍ ଅଭାବ ମାନବର ବୃଦ୍ଧାବସ୍ଥାରେ ଅନେକାଂଶରେ ସହାୟକ ହୋଇଥାଏ।

ଦ୍ୱିତୀୟ ଅଧ୍ୟୟନରେ ଦର୍ଶାଯାଇଛି ଯେ ଶାରୀରିକ କ୍ରିୟାକଳାପ ଯଥା ଖେଳକୁଦ ଏବଂ ବ୍ୟାୟାମ କରିବା ଦ୍ୱାରା ଟୋରାଇନ ସ୍ତର ବୃଦ୍ଧି ପାଇଛି। ଯେକୌଣସି ବୟର ବ୍ୟକ୍ତି ହୁଅନ୍ତୁ ନାଁ କାହିଁକି ବ୍ୟାୟାମ ପରେ ସମସ୍ତଙ୍କ ଶରୀରରେ ଟୋରାଇନ ସ୍ତର ବୃଦ୍ଧି ପାଇଥିଲା। ଯାହା ସୂଚାଉଛି ଯେ  ଶାରୀରିକ କ୍ରିୟାକଳାପ ଦ୍ୱାରା ଶରୀରରେ ଟୋରାଇନ ମାତ୍ରା ବଢିବା ଦ୍ୱାରା ଏହାର ଲାଭ ସ୍ୱାସ୍ଥ୍ୟକୁ ମିଳିଥାଏ। ଟୋରାଇନ୍ ଆମ ଶରୀରରେ ସ୍ୱାଭାବିକ ଭାବରେ ଉତ୍ପାଦିତ ହୋଇଥାଏ। ଯାହା ଖାଦ୍ୟରେ ସ୍ୱାଭାବିକ ଭାବରେ ମିଳିପାରିବ। ଏହାର କୌଣସି ଜଣାଶୁଣା ବିଷାକ୍ତ ପ୍ରଭାବ ନାହିଁ। ଯାହାକୁ ବ୍ୟାୟାମ କରିବା ଦ୍ୱାରା ବୃଦ୍ଧି କରାଯାଇ ପାରିବ। ଟୋରାଇନ ପ୍ରଚୁରତା ବୟସ ସହିତ ହ୍ରାସ ପାଉଛି। ବୃଦ୍ଧାବସ୍ଥାରେ ଟୋରାଇନ ମାତ୍ରାକୁ ଏକ ଯୁବ ସ୍ତରକୁ ଫେରାଇ ଆଣିବା ଏକ ବୟସ ନିୟନ୍ତ୍ରିତ କୌଶଳ ହୋଇପାରେ।