ଡିପିସି ଉପରେ ଅନ୍ତରୀଣ ରହିତାଦେଶ ଲଗାଇଲେ ହାଇକୋର୍ଟ
Advertisement
Article Detail0/zeeodisha/odisha2112276

ଡିପିସି ଉପରେ ଅନ୍ତରୀଣ ରହିତାଦେଶ ଲଗାଇଲେ ହାଇକୋର୍ଟ

ଓଡ଼ିଶା ପୋଲିସ ତଥା ରାଜ୍ୟରେ ଥିବା ବିଭିନ୍ନ ବାଟାଲିୟନରେ କମାଣ୍ଡାଣ୍ଟ ପଦବୀକୁ ପ୍ରମୋଶନ ପାଇଁ ଆଗକୁ ହେବାକୁ ଥିବା ଡିପିସି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ହାଇକୋର୍ଟ ।

ଡିପିସି ଉପରେ ଅନ୍ତରୀଣ ରହିତାଦେଶ ଲଗାଇଲେ ହାଇକୋର୍ଟ

ଭୁବନେଶ୍ୱର: ଓଡ଼ିଶା ପୋଲିସ ତଥା ରାଜ୍ୟରେ ଥିବା ବିଭିନ୍ନ ବାଟାଲିୟନରେ କମାଣ୍ଡାଣ୍ଟ ପଦବୀକୁ ପ୍ରମୋଶନ ପାଇଁ ଆଗକୁ ହେବାକୁ ଥିବା ଡିପିସି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ହାଇକୋର୍ଟ । ହାଇକୋର୍ଟରେ ଆବେଦନକାରୀଙ୍କ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ରୋକ ଲଗାଇଛନ୍ତି ।

ସୂଚନାଯୋଗ୍ୟ, ଗୃହ ବିଭାଗ ପକ୍ଷରୁ ୨୦୨୨ ମସିହା ଡିସେମ୍ୱର ୨୦ ତାରିଖ ଦିନ ରାଜ୍ୟ ପୋଲିସର ବିଭିନ୍ନ ପଦବୀରେ ପଦୋନ୍ନତି ପାଇଁ ଏକ ଗ୍ରେଡେସନ ପ୍ରକାଶ ପାଇଥିଲା । ଯେଉଁଥିରେ କମାଣ୍ଡାଣ୍ଟ ପଦବୀକୁ ପଦୋନ୍ନତି ହେବାର ସୁଯୋଗ ମିଳିଥାଏ ବାଟାଲିୟନ ଅଫିସର, ସୁବେଦାର ଓବଂ ଇନ୍ସପେକ୍ଟରମାନଙ୍କୁ । ତେବେ ଦୁଇଟି ବର୍ଗରେ ବାଟାଲିୟନ ଅଫିସରଙ୍କ ସଂଖ୍ୟା ଅଧିକ ରହିବା କାରଣରୁ ମାତ୍ର ୨.୧ ଅନୁପାତ ହିସାବରେ ପଦୋନ୍ନତି ଦେବା ପାଇଁ ପୂର୍ବରୁ ଆଇନ ଅନୁଯୋୟୀ ବ୍ୟବସ୍ଥା ରହିଛି । କିନ୍ତୁ ଚୁଡାନ୍ତ ତାଲିକାରେ ସୁବେଦାର ଏବଂ ବାଟାଲିୟନ ଅଫିସରଙ୍କୁ ଅଣଦେଖା କରାଯାଉଥିଲା ବୋଲି ଅଭିଯୋଗ ଆସିଥିଲା । ଡେପୁଟି କମାଣ୍ଡାଣ୍ଟ ବିଭୁତି ଭୂଷଣ ମହାରଣା ଓ ଅନ୍ୟମାନେ ମାମଲା ଦାଏର କରିଥିଲେ । ତେବେ ସୁଚନା ମୁତାବକ, ଏହି ମାମଲାର ପରବର୍ତ୍ତି ଶୁଣାଣୀ ଫେବୃଆରୀ ୨୦ ତାରିଖରେ ହେବ ।

Also Read- ବୌଦ୍ଧ ନଳୀକୁମ୍ପା ଜଙ୍ଗଲରେ ଲାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ଆହତ

Also Read- ମାଘ ସପ୍ତମୀ ବୁଡ଼ ପାଇଁ ଚନ୍ଦ୍ରଭାଗାରେ ବଢୁଛି ଭିଡ଼