LCA Tejas India: ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ 'ତେଜସ୍', ଜାଣନ୍ତୁ ଏହାର ବିଶେଷତ୍ୱ
Advertisement

LCA Tejas India: ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ 'ତେଜସ୍', ଜାଣନ୍ତୁ ଏହାର ବିଶେଷତ୍ୱ

HAL handover First LCA Tejas to IAF: ଅକ୍ଟୋବର ୪ ତାରିଖ ବୁଧବାର  ବେଙ୍ଗାଲୁରୁ ଠାରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍, ଭାରତୀୟ ବାୟୁସେନାକୁ ଏହାର ପ୍ରଥମ  "ତେଜସ" ଯୁଦ୍ଧ ବିମାନ ହସ୍ତାନ୍ତର କରିଛି।

 LCA Tejas India: ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ 'ତେଜସ୍', ଜାଣନ୍ତୁ ଏହାର ବିଶେଷତ୍ୱ

IAF gets its First LCA Tejas: ଅକ୍ଟୋବର ୪ ତାରିଖ ବୁଧବାର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍, ଭାରତୀୟ ବାୟୁସେନାକୁ ଏହାର ପ୍ରଥମ ଦୁଇ ସିଟ୍ ବିଶିଷ୍ଟ ହାଲୁକା ଯୁଦ୍ଧ ବିମାନ "ତେଜସ" ହସ୍ତାନ୍ତର କରିଛି। ଏନେଇ ବେଙ୍ଗାଲୁରୁ ସ୍ଥିତ କମ୍ପାନୀ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଦୁଇ ସିଟ୍ ବିଶିଷ୍ଟ ବିମାନରେ ବାୟୁସେନାର ତାଲିମ ଆବଶ୍ୟକତାକୁ ସମର୍ଥନ କରିବା ପାଇଁ ସମସ୍ତ ସାମର୍ଥ୍ୟ ରଖିଛି। ଆବଶ୍ୟକ ସ୍ଥଳେ ତେଜସ ଯୁଦ୍ଧ ବିମାନର ଭୂମିକା ଗ୍ରହଣ କରିବ।

ଭାରତୀୟ ବାୟୁସେନାକୁ (Indian Air Force) ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (Hindustan Aeronautics Limited) ହାଲୁକା ଯୁଦ୍ଧ ବିମାନ "ତେଜସ" (Light Combat Aircraft Tejas) ହସ୍ତାନ୍ତର କରାଯିବା ଅବସରରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଏୟାର ଷ୍ଟାଫ୍ ଏୟାର ଚିଫ୍ ମାର୍ଶଲ ଭି.ଆର ଚୌଧୁରୀ ଏବଂ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଦୁଇ ସିଟ୍ ବିଶିଷ୍ଟ ଏହି ଯୁଦ୍ଧ ବିମାନ ଉନ୍ମୋଚିତ ହୋଇଥିଲା। "ତେଜସ" ଯୁଦ୍ଧ (LCA Tejas) ବିମାନକୁ ଯାଞ୍ଚ କରାଯିବା ପରେ ଏହାକୁ ସେବା ପାଇଁ ହସ୍ତାନ୍ତର କରାଯାଇଥିଲା। 

୪.୫ ପିଢିର ଯୁଦ୍ଧ ବିମାନ ହେଉଛି "ତେଜସ" 
ଦୁଇ ସିଟ୍ ବିଶିଷ୍ଟ "ତେଜସ" ହେଉଛି ୪.୫  ପିଢିର ହାଲୁକା ଯୁଦ୍ଧ ବିମାନ। ଯାହାକୁ ବିଭିନ୍ନ ପାଣିପାଗରେ ବହୁମୁଖି କାର୍ଯ୍ୟରେ ନିୟୋଜିତ କରାଯାଇ ପାରିବ। ଏନେଇ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ପକ୍ଷରୁ କୁହାଯାଇଛି ଯେ ଏହା ସମସାମୟିକ ଧାରଣା ଏବଂ ପ୍ରଯୁକ୍ତିବିଦ୍ୟାର ଏକ ମିଶ୍ରଣ। କମ୍ପାନୀ ପକ୍ଷରୁ ଆହୁରି କୁହାଯାଇଛି ଯେ ଏହି ଭାରତ ସେହି ଦେଶଙ୍କ ତାଲିକାରେ ଯୋଡ଼ି ହୋଇଛି ଯେଉଁମାନେ ଏପରି ଦକ୍ଷତା ବିକାଶ କରିଛନ୍ତି ଏବଂ ସେମାନଙ୍କୁ ପ୍ରତିରକ୍ଷା ବାହିନୀରେ ଅନ୍ତର୍ଭୂକ୍ତ କରିଛନ୍ତି।

ଆତ୍ମନିର୍ଭର ଭାରତ ଅଭିଯାନର ପ୍ରଥମ ଉଦାହରଣ
ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ପକ୍ଷରୁ କୁହାଯାଇଛି ଯେ ଏହା ଭାରତ ସରକାରଙ୍କ (Govt of India) ଆତ୍ମନିର୍ଭର ଭାରତ ଅଭିଯାନର (Self Reliant India Mission) ପ୍ରଥମ ଉଦାହରଣ। ଆଜିର ଐତିହାସିକ ଆୟୋଜନ ଦୁଇ ସିଟ୍ ବିଶିଷ୍ଟ ହାଲୁକା ଯୁଦ୍ଧ ବିମାନ ଉତ୍ପାଦନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହି ଦୁଇ ସିଟ୍ ବିଶିଷ୍ଟ ବିମାନକୁ ଯୁଦ୍ଧ ବିମାନ ପାଇଲଟ୍ ଭାବରେ ପ୍ରଶିକ୍ଷଣ ଦେବାର ରଣନୀତିକ ଉଦ୍ଦେଶ୍ୟରେ ବିକଶିତ କରାଯାଇଛି। 

ଭାରତୀୟ ବାୟୁସେନା, ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ପାଖରୁ ଦୁଇଟି ଦୁଇଟି ସିଟ୍ ବିଶିଷ୍ଟ ୧୮ ତେଜସ୍ ବିମାନ ଅର୍ଡର ଦେଇଥିଲା। ଚଳିତ ୨୦୨୩-୨୪ ବର୍ଷ ପର୍ଯ୍ୟନ୍ତ ଆହୁରି ୮ ଯୁଦ୍ଧ ବାୟୁସେନାକୁ ବିତରଣ କରିବାକୁ ଯୋଜନା ରହିଛି। ଅବଶିଷ୍ଟ ୧୦ ବିମାନ ଆସନ୍ତା ୨୦୨୬-୨୭ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଯୋଗାଇ ଦିଆଯିବ। ବାୟୁସେନା ପକ୍ଷରୁ ଅଧିକ ଅର୍ଡର ମିଳିବା ନେଇ ହାଲ୍ ପକ୍ଷରୁ କୁହାଯାଇଛି।