ଧମକ ହେବ ଧର୍ତ୍ତବ୍ୟ ଅପରାଧ: ବିମାନ ସୁରକ୍ଷା ନିୟମରେ ଆସିବ ପରିବର୍ତ୍ତନ
Advertisement
Article Detail0/zeeodisha/odisha2481827

ଧମକ ହେବ ଧର୍ତ୍ତବ୍ୟ ଅପରାଧ: ବିମାନ ସୁରକ୍ଷା ନିୟମରେ ଆସିବ ପରିବର୍ତ୍ତନ

ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ କହିଛନ୍ତି, ଏଣିକି ବିମାନ ଚଳାଚଳ ସମୟରେ ବା ବିମାନବନ୍ଦରରେ ବିମାନ ରହିଥିବା ସମୟରେ ଧମକପୂର୍ଣ୍ଣ କଲ୍‍ କରୁଥିବା ବ୍ୟକ୍ତିଙ୍କୁ ଧର୍ତ୍ତବ୍ୟ ଅପରାଧ ଭାବେ ଗ୍ରହଣ କରାଯିବ। 

ଧମକ ହେବ ଧର୍ତ୍ତବ୍ୟ ଅପରାଧ: ବିମାନ ସୁରକ୍ଷା ନିୟମରେ ଆସିବ ପରିବର୍ତ୍ତନ

ଭୁବନେଶ୍ୱର: କେନ୍ଦ୍ର ସରକାର ବିମାନଯାତ୍ରାକୁ ଅଧିକ ସୁରକ୍ଷିତ ଓ ସହଜ କରିବା ଲାଗି ସୁରକ୍ଷା ଆଇନରେ ସଂଶୋଧନ କରିବାକୁ ଯାଉଛନ୍ତି। ଏହି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ। ସେ କହିଛନ୍ତି, ଏଣିକି ବିମାନ ଚଳାଚଳ ସମୟରେ ବା ବିମାନବନ୍ଦରରେ ବିମାନ ରହିଥିବା ସମୟରେ ଧମକପୂର୍ଣ୍ଣ କଲ୍‍ କରୁଥିବା ବ୍ୟକ୍ତିଙ୍କୁ ଧର୍ତ୍ତବ୍ୟ ଅପରାଧ ଭାବେ ଗ୍ରହଣ କରାଯିବ। ସେମାନଙ୍କୁ ଚିହ୍ନଟ କରିବା ପରେ ସଙ୍ଗେ ସଙ୍ଗା ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ। ଏନେଇ ସରକାର ଏ ସମ୍ପର୍କିତ ଦୁଇ ପ୍ରମୁଖ ଆଇନକୁ ସଂଶୋଧନ କରିବା ଲାଗି ପ୍ରସ୍ତାବ ଆଣିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ନାଇଡ଼ୁ। 

ଗତ ଏକସପ୍ତାହ ହେଲା ଭାରତରୁ ବିଦେଶକୁ ଯାଉଥିବା ବିଭିନ୍ନ ବିମାନ ଚଳାଚଳ ସଂସ୍ଥାକୁ ଧମକପୂର୍ଣ୍ଣ କଲ୍‍ ମିଳୁଛି। ଏ ସଂଖ୍ୟା ପ୍ରାୟ ୧୦୦ ପାର କରିଥିବା ଜଣାପଡ଼ିଛି। ଏହି କଲ୍ ବିମାନ ଭିତରେ ବୋମା ଥିବା ନେଇ ମଧ୍ୟ ଧମକ ରହିଛି। ଏଣୁ କିଛି ସମୟରେ ବିମାନ ଉଡ଼ାଣର ଦିଗ ବଦଳାଇ ତୁରନ୍ତ ତାହାକୁ ଯାଞ୍ଚ ପାଇଁ ବିଦେଶରେ ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ଆସୁଥିବା ଏହି ଧମକକୁ ନେଇ ସରକାର ଚିନ୍ତିତ ରହିଛନ୍ତି। ଏ ବିଷୟରେ ତଦନ୍ତ କରାଯାଉଛି। ଏପରିକି ଧମକପୂର୍ଣ୍ଣ ବାର୍ତ୍ତା ଦେଇଥିବା ବ୍ୟକ୍ତିଙ୍କୁ ଆଜୀବନ ବିମାନରେ ଉଡ଼ାଣ ପାଇଁ ବାରଣ କରାଯାଇଛି। ଏହାସହ ସେମାନଙ୍କ ଉପରେ ଜିମାନା ଓ ଦଣ୍ଡ ବ୍ୟବସ୍ଥା ମଧ୍ୟ କରାଯାଉଛି। କିନ୍ତୁ ଆଇନକୁ ଅଧିକ କଠୋର କରିବା ଲାଗି ଏପରି ଅପରାଧକୁ ଧର୍ତ୍ତବ୍ୟ ଅପରାଧ ଭାବେ ଘୋଷଣା କରିବାକୁ ସରକାର ସ୍ଥିର କରିଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି। ଏନେଇ ସରକାର ବିଭିନ୍ନ ସହଯୋଗୀଙ୍କ ସହ ଆଲୋଚନା କରୁଥିବା ସେ ସୂଚନା ଦେଇଛନ୍ତି। ସମସ୍ତ ବିମାନରେ ସୁରକ୍ଷା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇ ମନ୍ତ୍ରୀ ଏ ବାବଦରେ ସରକାର ସଂଶୋଧନ ପ୍ରସ୍ତାବ ଆଣିବାକୁ ଯାଉଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏହି ଅନୁସାରେ ଏୟାରକ୍ରାଫ୍ଟ  ଆଇନ ୧୯୩୪ ଏବଂ ବେସାମରିକ ବିମାନର ନିରାପତ୍ତା ବିରୁଦ୍ଧରେ ବେଆଇନ କାର୍ଯ୍ୟକଳାପ ଦମନ ଆଇନ ୧୯୮୨ରେ ସଂଶୋଧନ ଅଣାଯିବ।  ବିଭିନ୍ନ ମନ୍ତ୍ରଣାଳୟକୁ ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ତଥା ମତାମତ ମଗାଯାଇଛି। ଏହାପରେ ଆଇନରେ ସଂଶୋଧନ କରାଯିବ ବାଲି ସେ ସୂଚନା ଦେଇଛନ୍ତି।  ଶ୍ରୀ ନାଇଡ଼ୁ ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ପ୍ରଦାନ ବେଳେ କହିଛନ୍ତି ଯେ, ସରକାର ବିମାନ ଭଡ଼ା ଅହେତୁକ ବୃଦ୍ଧି ବାବଦରେ ମଧ୍ୟ ସଚେତନ ରହିଛନ୍ତି। ଏଣୁ ସରକାର ବିମାନ ସଂଖ୍ୟା ବୃଦ୍ଧି କରି ଚାହିଦାକୁ ସୀମିତ କରିବା ଉପରେ ସରକାର ଗୁରୁତ୍ୱ ଦେଉଥିବା ସେ କହିଛନ୍ତି।

Also Read- ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନ୍ ର ୧୦ମ ସିନେ ଆୱାର୍ଡ ଉତ୍ସବ ଅନୁଷ୍ଠିତ

Also Read- Lucky Zodiac Sign: ୨୧ ଅକ୍ଟୋବରରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ