Advertisement
Article Detail0/zeeodisha/odisha2622529
Zee OdishaOdisha TrendingPlane Crash: ଭୟଙ୍କର ବିମାନ ଦୁର୍ଘଟଣା, ୨୦ ଜଣଙ୍କ ମୃତ୍ୟୁ

Plane Crash: ଭୟଙ୍କର ବିମାନ ଦୁର୍ଘଟଣା, ୨୦ ଜଣଙ୍କ ମୃତ୍ୟୁ

Plane Crash: ଜାତିସଂଘ ରେଡିଓ ମିରାୟାର ରିପୋର୍ଟ ଅନୁଯାୟୀ, ଏହି ବିମାନ ଦକ୍ଷିଣ ସୁଡାନର ଏକ ଅଏଲଫିଲ୍ଡରୁ ଉଡ଼ାଣ କରୁଥିଲା। ଏହି ସମୟରେ ଏହି ଦୁର୍ଘଟଣା ଘଟିଥିଲା।

 

Horrible plane crash in South Sudan 18 people died
Horrible plane crash in South Sudan 18 people died

Plane Crash in South Sudan: ବୁଧବାର ଦିନ ଦକ୍ଷିଣ ସୁଡାନର ୟୁନିଟି ରାଜ୍ୟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୨୧ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ଥିଲେ। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇସାରିଛି। ଜାତିସଂଘ ରେଡିଓ ମିରାୟାର ରିପୋର୍ଟ ଅନୁଯାୟୀ, ଏହି ବିମାନଟି ଦକ୍ଷିଣ ସୁଡାନର ଏକ ଅଏଲଫିଲ୍ଡରୁ ଉଡ଼ାଣ କରୁଥିଲା।

ୟୁନିଟି ରାଜ୍ୟ ସୂଚନା ମନ୍ତ୍ରୀ ଗାଟୱେଚ୍ ବିପାଲ କହିଛନ୍ତି ଯେ ବିମାନଟି ବୁଧବାର (୨୯ ଜାନୁଆରୀ) ସକାଳେ ୟୁନିଟି ଅଏଲ୍ ଫିଲ୍ଡ ବିମାନବନ୍ଦରରୁ ରାଜଧାନୀ ଜୁବା ଅଭିମୁଖେ ଉଡ଼ାଣ କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିପ୍ପାଲ କହିଛନ୍ତି, “ବିମାନରେ ଥିବା ସମସ୍ତ ଯାତ୍ରୀ ଗ୍ରେଟର ପାୟୋନିୟର ଅପରେଟିଂ କମ୍ପାନୀ (GPOC)ର ତୈଳ କର୍ମଚାରୀ ଥିଲେ। କହିରଖୁଛୁ ଯେ GPOC ଏକ କନସୋର୍ଟିୟମ୍ ଯେଉଁଥିରେ ଚୀନ୍ ନ୍ୟାସନାଲ୍ ପେଟ୍ରୋଲିୟମ୍ କର୍ପୋରେସନ୍ ଏବଂ ସରକାରୀ ମାଲିକାନା ନାଇଲ୍ ପେଟ୍ରୋଲିୟମ୍ ଅନ୍ତର୍ଭୁକ୍ତ। ସେ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଦୁଇଜଣ ଚୀନ୍ ଏବଂ ଜଣେ ଭାରତୀୟ ନାଗରିକ ଅଛନ୍ତି।

At least 18 people were killed and two others injured when a plane crashed in Unity State’s Rubkona County. The aircraft, which was traveling from the Unity oil fields to Juba, went down shortly after takeoff at 10:30AM.#SouthSudan #SSOX #SSOT pic.twitter.com/xfcMBFbQFw

Add Zee News as a Preferred Source

ସୂଚନା ମନ୍ତ୍ରୀ ଗାଟୱେଚ୍ ବିପାଲ ଏହି ଭୟଙ୍କର ଦୁର୍ଘଟଣାର କାରଣ ବିଷୟରେ ଅଧିକ ବିବରଣୀ ଦେଇନାହାଁନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଘଟଣା ପରେ ପ୍ରଥମେ ମୃତ୍ୟୁ ସଂଖ୍ୟା ୧୮ ବୋଲି ରିପୋର୍ଟ କରାଯାଇଥିଲା। କିନ୍ତୁ ବିପ୍ପାଲ ରଏଟର୍ସଙ୍କୁ କହିଥିଲେ ଯେ ପରେ ଆଉ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ସମୟରେ ଜଣେ ବ୍ୟକ୍ତି ବଞ୍ଚି ଯାଇଛନ୍ତି।>

About the Author