Road Accident: କାର୍ ଉପରେ ଚଢିଗଲା ଲୁହା ପଥର ବୋଝେଇ ଟ୍ରକ୍, ଘଟଣାସ୍ଥଳରେ ୫ ମୃତ
Advertisement
Article Detail0/zeeodisha/odisha1604102

Road Accident: କାର୍ ଉପରେ ଚଢିଗଲା ଲୁହା ପଥର ବୋଝେଇ ଟ୍ରକ୍, ଘଟଣାସ୍ଥଳରେ ୫ ମୃତ

Road Accident: ଭୟଙ୍କର ସଡକ ଦୁର୍ଘଟଣାରେ (road accident) ଗଲା ୫ ଜୀବନ । ଏକ ଲୁହାପଥର ବୋଝେଇ ଟ୍ରକ୍ ଏକ କାର ଉପରେ ଚଢି ଯିବାରୁ ଘଟଣାସ୍ଥଳରେ ୫ ଜଣ ପ୍ରାଣ (5 people die)ହରାଇଛନ୍ତି । କାର ମଧ୍ୟରେ ଥିବା ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ଏବଂ ଜଣେ ବାଇକ୍ ଆରୋହୀଙ୍କର ମଧ୍ୟ ମୃତ୍ୟୁ ଘଟିଛି । ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତୀ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Road Accident: ଭୟଙ୍କର ସଡକ ଦୁର୍ଘଟଣାରେ (road accident) ଗଲା ୫ ଜୀବନ । ଏକ ଲୁହାପଥର ବୋଝେଇ ଟ୍ରକ୍ ଏକ କାର ଉପରେ ଚଢି ଯିବାରୁ ଘଟଣାସ୍ଥଳରେ ୫ ଜଣ ପ୍ରାଣ (5 people die)ହରାଇଛନ୍ତି । କାର ମଧ୍ୟରେ ଥିବା ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ଏବଂ ଜଣେ ବାଇକ୍ ଆରୋହୀଙ୍କର ମଧ୍ୟ ମୃତ୍ୟୁ ଘଟିଛି । ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତୀ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବଂ ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଛତିଶଗଡର (chhattisgarh )ବାଲୋଦାରେ (balod) ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି  (road accident) ।  ମୃତକ ମାନେ ହେଲେ ଲକ୍ଷ୍ମଣ ଦେବଗନ୍ ,ଜାହ୍ନବୀ ଦେବଗନ୍(୧୩) ,ଭୂପେନ୍ଦ୍ର ଦେବଗନ୍ , ହେମଚାନ୍ଦ ଦେଶମୁଖ ଓ ବାଇକ୍ ଆରୋହୀ ନକୁଳ ସାହୁ ।

ସୂଚନା ଅନୁସାରେ, ଛତିଶଡର ବାଲୋଦ ଜିଲ୍ଲାରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ  ଘଟିଛି । କଙ୍କର ଜିଲ୍ଲା ପଟୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ୍ ବାଲୋଦା ଅଭିମୁଖେ ଯାଉଥିଲା । ଏହି ସମୟରେ ଟ୍ରକଟି ମାର୍କତୋଲା ଗାଁ ନିକଟରେ ପହଞ୍ଚିଥିବା ସମୟରେ ବୀପରିତ ଦିଗରୁ ଆସୁଥିବା ଏକ କାରକୁ ଧକ୍କା ଦେଇଥିଲା ପରେ, ଟ୍ରକଟି ଜଣେ ବାଇକ ଆରୋହୀଙ୍କ ଉପରେ ଚଢି ଯାଇଥିଲା । ଫଳରେ ଏଥିରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ କାର ମଧ୍ୟରେ ଥିବା ୫ ଜଣଙ୍କ ମଧ୍ୟରୁ  ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତୀ କରିଛି ।  ଏବଂ ମୃତକଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । 

Also Read :  Ajay Devgn: ବାପା ଅଜୟଙ୍କ ସହ ପଞ୍ଝା ଲଢାଉଛନ୍ତି ‘ୟୁଗ୍’, ଫ୍ୟାନ୍ସ କହୁଛନ୍ତି ଦ୍ବିତୀୟ ସିଙ୍ଗମ୍

Also Read : Shocking News: ନିଶାରେ ଚୁର ହୋଇ ରାସ୍ତା ଉପରେ ହଙ୍ଗାମା କଲେ ଯୁବତୀ, ପୋଲିସକୁ ଦେଲେ ଗାଳି

ତେବେ, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଲୋକ ଲୋହରା ବ୍ଲକର ଡୁପଚେରା ଗାଁର ବାସିନ୍ଦା ଥିଲେ। କୁହାଯାଇଛି ଯେ ଏହି ସମସ୍ତ ଲୋକ ଘର କାମ ଦେଖିବା ପାଇଁ ନାରାୟଣପୁର ଯାଉଥିଲେ। ବାସ୍ତବରେ ନରାୟଣପୁରରେ ପରମେଶ୍ୱର ଦେବଗନଙ୍କ ଘର ନିର୍ମାଣ କରାଯାଉଛି। ଗାଁର ଜଣେ ବ୍ୟକ୍ତି ତାଙ୍କ ଘର ନିର୍ମାଣ ପାଇଁ ଟେଣ୍ତର ନେଇଛନ୍ତି।  ତାଙ୍କ ପରିବାର ସଦସ୍ୟ  ତାଙ୍କ ସହ ଘର କାମ କାମ ଦେଖିବାକୁ କାରରେ ଯାଉଥିଲେ।  ପରମେଶ୍ୱରଙ୍କ ଝିଅ ମଧ୍ୟ ସେହି କାରରେ ଯାଉଥିଲେ। ଏହି ଦୁର୍ଘଟଣାରେ ପରମେଶ୍ୱର ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ନାବାଳିକା ଝିଅର ମୃତ୍ୟୁ ହୋଇଛି । ତେବେ, ବାଇକ୍ ଚଳାଉଥିବା ବ୍ୟକ୍ତି ଜଣକ ଜଞ୍ଜଗିର ଜିଲ୍ଲାର ବୋଲି କୁହାଯାଉଛି, ଯିଏ ବାଲୋଦା ଡାକଘରେ କାମ କରିବାକୁ ଆସୁଥିଲା।

ସେହିପରି ନିକଟରେ  ମଧ୍ୟପ୍ରଦେଶର ସିଧିରେ ଚୁରହଟ-ରିବା ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଯାଇଛି । ୫୦ ଜଣ ଆହତ ହୋଇଛନ୍ତି । ଏଥିମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତକଙ୍କ ମଧ୍ୟରୁ ୮ ଜଣ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ, ଯେତବେଳେ କି ଅନ୍ୟମାନଙ୍କ ମୃତ୍ୟୁ ହସ୍ପିଟାଲରେ ହୋଇଛି । ଟ୍ରକ୍ ଟାୟାର ଫାଟିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ରାଜପଥ କଡ଼ରେ ଛିଡ଼ାଥିବା ୩ ବସକୁ ଧକ୍କା ଦେଇଥିଲା ଟ୍ରକ୍ । ଏପର୍ଯ୍ୟନ୍ତ ସୁଦ୍ଧା ୭ ମୃତକଙ୍କ ଚିହ୍ନଟ ହୋଇପାରିଛି । ଏହି ୩ ବସ୍ ସତନାରେ ଆୟୋଜିତ କୋଲ ସମାଜର ମହାକୁମ୍ଭରେ ସାମିଲ ହେବା ପରେ ସିଧିକୁ ଫେରୁଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ମଧ୍ୟ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ସିଧିରେ ଥିଲେ । ଏହି ସୂଚନା ମିଳିବା ପରେ ସେ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ । ଏଥିସହିତ ସେ ସ୍ଥିତିର ଅନୁଧ୍ୟାନ କରିଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ରାତି ୯ଟାରେ ମୋହନିୟା ଟନଲଠାରୁ କିଛି ବାଟ ଦୂରରେ ଏହି ଦୁର୍ଘଟଣା ଘଟିଛି । ଏଠାରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ତିନି ବସ୍ କୁ ଧକ୍କା ଦେଇଥିଲା । ୩ ବସ୍ ରାଜପଥରେ ଟିଫିନ କରିବା ପାଇଁ ଅଟକିଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୁଇଟି ବସ୍ ୧୦ ଫୁଟ ଗଭୀର ଖାଇକୁ ଖସିପଡ଼ିଥିଲା । ସେହିପରି ଏକ ବସ ରାଜପଥରେ ହିଁ ଓଲଟି ପଡ଼ିଥିଲା । ସିମେଣ୍ଟ ବୋଝେଇ ଟ୍ରକ୍ ଧକ୍କା ଦେବା ପରେ ପଲଟି ଯାଇଥିଲା । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ, ଗୁରୁତର ଆହତଙ୍କୁ ୨ ଲକ୍ଷ ଲେଖାଏଁ ଟଙ୍କା ଏବଂ ସାଧାରଣ ଆହତଙ୍କୁ ୧ ଲକ୍ଷ ଲେଖାଏଁ ଟଙ୍କାର ଆର୍ଥିକ ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି ।