Bank Holiday: ଏପ୍ରିଲରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ଲିଷ୍ଟ
Advertisement
Article Detail0/zeeodisha/odisha2183538

Bank Holiday: ଏପ୍ରିଲରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ମାର୍ଚ୍ଚ ମାସର ଶେଷ ସହିତ ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ହୋଇଛି। ନୂତନ ଆର୍ଥିକ ବର୍ଷ ୨୦୨୪-୨୫ ଆରମ୍ଭ ହୋଇଛି। ନୂତନ ଆର୍ଥିକ ବର୍ଷ ଆରମ୍ଭ ହେତୁ ଅନେକ ରାଜ୍ୟରେ ଏକ ବ୍ୟାଙ୍କ ଛୁଟି ମଧ୍ୟ ରହିଛି। ଏପ୍ରିଲ୍ ୧ ବ୍ୟତୀତ ବ୍ୟାଙ୍କଗୁଡିକ ଏହି ମାସରେ ଅନେକ ଦିନ ବନ୍ଦ ରହିବ। ବିଭିନ୍ନ ଘଟଣା ହେତୁ ସମଗ୍ର ଦେଶରେ ବ୍ୟାଙ୍କ ଛୁଟି ହେବ କିମ୍ବା ର

Bank Holiday: ଏପ୍ରିଲରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ଲିଷ୍ଟ

Bank Holiday: ନୂଆଦିଲ୍ଲୀ: ମାର୍ଚ୍ଚ ମାସର ଶେଷ ସହିତ ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ହୋଇଛି। ନୂତନ ଆର୍ଥିକ ବର୍ଷ ୨୦୨୪-୨୫ ଆରମ୍ଭ ହୋଇଛି। ନୂତନ ଆର୍ଥିକ ବର୍ଷ ଆରମ୍ଭ ହେତୁ ଅନେକ ରାଜ୍ୟରେ ଏକ ବ୍ୟାଙ୍କ ଛୁଟି ମଧ୍ୟ ରହିଛି। ଏପ୍ରିଲ୍ ୧ ବ୍ୟତୀତ ବ୍ୟାଙ୍କଗୁଡିକ ଏହି ମାସରେ ଅନେକ ଦିନ ବନ୍ଦ ରହିବ। ବିଭିନ୍ନ ଘଟଣା ହେତୁ ସମଗ୍ର ଦେଶରେ ବ୍ୟାଙ୍କ ଛୁଟି ହେବ କିମ୍ବା ରାଜ୍ୟ ଚୟନ କରାଯିବ। ଆସନ୍ତୁ ଜାଣିବା ଏପ୍ରିଲରେ କେତେ ଦିନ ବ୍ୟାଙ୍କ ବନ୍ଦ ରହିବ ?

ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ
ଏପ୍ରିଲ ମାସ ୩୦ ଦିନିଆ ଅଟେ। ଏହି ମାସରେ ଗୋଟିଏ କିମ୍ବା ଦୁଇ ଦିନ ନୁହେଁ ବରଂ ମୋଟ ୧୪ ଦିନ ପାଇଁ ବ୍ୟାଙ୍କ ଛୁଟି ରହିବ। ତଥାପି, ଏହି ଛୁଟିଦିନଗୁଡ଼ିକ ନିରନ୍ତର ରହିବ ନାହିଁ କିନ୍ତୁ ବିଭିନ୍ନ ସମୟରେ ଏବଂ ରାଜ୍ୟଗୁଡ଼ିକରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଏପ୍ରିଲରେ ନବରାତ୍ରୀ, ଇଦ୍ ଏବଂ ଅନ୍ୟାନ୍ୟ ବିଶେଷ ଉତ୍ସବ ହେବ ଯେତେବେଳେ ବ୍ୟାଙ୍କ ଛୁଟି ହେବ।

ଏପ୍ରିଲରେ ମୋଟ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ। ତାଲିକା ଉପରେ ନଜର ପକାନ୍ତୁ
ଆର୍ଥିକ ବର୍ଷର ଶେଷ ଦିନ ସୋମବାର ଦିନ ବ୍ୟାଙ୍କ ଖୋଲା ଥିବାରୁ କୋଚି, କୋହିମା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାନଜୀ, ପାଟନା, ରାୟପୁର, ରାଞ୍ଚି, ଶ୍ରୀନଗର ଏବଂ ଥିରୁବନନ୍ତପୁରମରେ ବ୍ୟାଙ୍କ ଛୁଟି ରହିବ।

୫ ଏପ୍ରିଲ ଶୁକ୍ରବାରକୁ ବାବୁ ଜଗତଜୀବନ ରାମଙ୍କ ଜନ୍ମଦିନ ପଡ଼ୁଥିବାରୁ ଜମାତ ଉଲ ବିଦା କାରଣରୁ ହାଇଦ୍ରାବାଦ-ତେଲଙ୍ଗାନା, ଜମ୍ମୁ କାଶ୍ମୀର ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ। ସେହିପରି ୭ ଏପ୍ରିଲରେ ରବିବାର ଓ ସାପ୍ତାହିକ ଛୁଟି କାରଣରୁ ଦେଶସାରା ବ୍ୟାଙ୍କ ବନ୍ଦ ରହିବ। ୯ ଏପ୍ରିଲ ମଙ୍ଗଳବାର ଗୁଡ଼ିପଡୱା/ଉଗାଦୀ/ତେଲୁଗୁ ନବବର୍ଷ ରହିବା କାରଣରୁ ବେଲାପୁର, ବେଙ୍ଗାଲୁରୁ, ଚେନ୍ନଇ, ହାଇଦ୍ରାବାଦ, ଇମ୍ଫାଲ, ଜମ୍ମୁ କାଶ୍ମୀର, ମୁମ୍ବାଇ, ନାଗପୁର, ପାଣାଜୀ, ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ। ୧୦ ଏପ୍ରିଲ ବୁଧବାର ଦିନ ଇଦ କାରଣରୁ କୋଚି ଓ କେରଳରେ ବ୍ୟାଙ୍କ ବନ୍ଦ ରହିବ। 

ସେହିପରି ୧୧ ଏପ୍ରିଲ ଗୁରୁବାର ଇଦ ପାଇଁ ପୂରା ଦେଶରେ ବ୍ୟାଙ୍କ ବନ୍ଦ ରହିବ। ୧୩ ଏପ୍ରିଲ କାରଣରୁ ଶନିବାର ହେତୁ ଦେଶସାରା ବ୍ୟାଙ୍କ ବନ୍ଦ ରହିବ। ୧୪ ଏପ୍ରିଲ ରବିବାର ରହିଥିବାରୁ ସାପ୍ତାହିକ ଛୁଟି କାରଣରୁ ଦେଶସାରା ବ୍ୟାଙ୍କ ବନ୍ଦ ରହିବ। ୧୫ ଏପ୍ରିଲକୁ ସୋମବାର ହିମାଚଳ ଦିବସ କାରଣରୁ ଗୌହାଟୀ ଓ ଶିମଲାରେ ବ୍ୟାଙ୍କ ବନ୍ଦ ରହିବ। ସେହିପରି ୧୭ ଏପ୍ରିଲରେ ରାମନବମୀ କାରଣରୁ ଅହମ୍ମଦାବାଦ, ବେଲାପୁର, ଭୋପାଳ, ଭୁବନେଶ୍ୱର, ଚଣ୍ଡିଗଡ଼, ଡେରାଡୁନ, ଗାଙ୍ଗଟକ, ହାଇଦ୍ରାବାଦ, ଜୟପୁର, କାନପୁର, ଲକ୍ଷ୍ନୌ, ପାଟନା ରାଞ୍ଚୀ, ଶିମଲା, ମୁମ୍ବାଇ ଓ ନାଗପୁରରେ ବ୍ୟାଙ୍କ ବନ୍ଦ ରହିବ। ୨୦ ଏପ୍ରିଲରେ ଶନିବାର ଗରିୟା ପୂଜା ପାଇଁ ଅଗରତାଲାରେ ବ୍ୟାଙ୍କ ବନ୍ଦ ରହିବ। ଚଳିତ ମାସ ୨୧ ତାରିଖରେ ସାପ୍ତାହିକ ଛୁଟି କାରଣରୁ ଦେଶସାରା ବ୍ୟାଙ୍କ ବନ୍ଦ ରହିବ। ୨୭ ତାରିଖରେ ମାସର ଚତୁର୍ଥ ଶନିବାର ପଡ଼ୁଥିବାରୁ ଦେଶସାରା ବ୍ୟାଙ୍କ ବନ୍ଦ ରହିବ। ସେହିପରି ୨୮ ତାରିଖ ରବିବାର ପଡ଼ୁଥିବାରୁ ଦେଶସାରା ବ୍ୟାଙ୍କ ବନ୍ଦ ରହିବ।