Train Ticket: ଅନ୍ୟ ନାମକୁ ସ୍ଥାନାନ୍ତରିତ କରିପାରିବେ ଟ୍ରେନ୍ ଟିକେଟ୍: ରେଳବାଇ
Advertisement
Article Detail0/zeeodisha/odisha1799118

Train Ticket: ଅନ୍ୟ ନାମକୁ ସ୍ଥାନାନ୍ତରିତ କରିପାରିବେ ଟ୍ରେନ୍ ଟିକେଟ୍: ରେଳବାଇ

Train Ticket: ଆଜି ଆପଣଙ୍କୁ ଜଣାଇବୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ପର୍କରେ । ଆପଣ କିପରି ସହଜରେ ଟ୍ରେନ ଟିକେଟକୁ ଅନ୍ୟ ଜଣେ ଯାତ୍ରୀଙ୍କ ନାମରେ ବଦଳାଇବେ ତାହା ଜାଣନ୍ତୁ ।

Train Ticket: ଅନ୍ୟ ନାମକୁ ସ୍ଥାନାନ୍ତରିତ କରିପାରିବେ ଟ୍ରେନ୍ ଟିକେଟ୍: ରେଳବାଇ

Train Ticket: ଟ୍ରେନ୍ ଟିକେଟରେ ନାମ ଏବଂ ବୟସ (Name and age) କିପରି ବଦଳାଯିବ ସେନେଇ ଅନେକ ଯାତ୍ରୀଙ୍କ ମନରେ ପ୍ରଶ୍ନ ରହିଥାଏ । ଅନେକ ବ୍ୟକ୍ତି ଏ ସମ୍ପର୍କରେ ଇଣ୍ଟରନେଟ୍ (Internet) ମାଧ୍ୟମରେ ମଧ୍ୟ ତଥ୍ୟ ଖୋଜିଥାନ୍ତି । କିଛି ବ୍ୟକ୍ତି ଇଣ୍ଟରନେଟ୍ ମାଧ୍ୟମରେ ସହଜରେ ଶିଖିଯାଉଥିବା ସମୟରେ ଆଉ କିଛି ବ୍ୟକ୍ତିଙ୍କ ପାଇଁ ତାହା ଅଡୁଆ ହୋଇଥାଏ । ତେବେ ଏଥିଲାଗି ଚିନ୍ତିତ ହୋଇ କିଛି ବ୍ୟକ୍ତି ରେଳ ବିଭାଗର ସହାୟତା କେନ୍ଦ୍ର (Help Center) ସହ ସମ୍ପର୍କ କରିଥାନ୍ତି । ପରେ ଭାରତୀୟ ରେଳ ବିଭାଗ ସହାୟତାରେ ଯାତ୍ରୀମାନେ ଟିକେଟକୁ ଅନ୍ୟ ନାମରେ କରାଇବାରେ ସକ୍ଷମ ହୋଇଥାନ୍ତି । ଆଜି ଆପଣ ସେ ସମ୍ପର୍କରେ ସମସ୍ତ ତଥ୍ୟ ଏହି ଖବର ମାଧ୍ୟମରେ ଜାଣିପାରିବେ ଯାହା ପ୍ରତିଟି ରେଳ ଯାତ୍ରୀଙ୍କ ପାଇଁ ଖୁବ୍ ଲାଭ ଦାୟକ ହେବ ।

ଭାରତୀୟ ରେଳ ଏହାର ଯାତ୍ରୀମାନଙ୍କୁ ଏପରି ଅନେକ ସୁବିଧା ଯୋଗାଇଥାଏ, ଯାହା ବିଷୟରେ ଖୁବ୍ କମ୍ ଲୋକ ସଚେତନ ଥାଆନ୍ତି । ଏହିପରି ଗୋଟିଏ ନିୟମ ହେଉଛି ଟିକେଟ୍ ସ୍ଥାନାନ୍ତର (Transfer of tickets) । ଯଦି ଆପଣ ଚାହାଁନ୍ତି, ଆପଣ ଆପଣଙ୍କର ନିଶ୍ଚିତ ହୋଇଥିବା ଟିକେଟ୍ ଅନ୍ୟର ନାମକୁ ସ୍ଥାନାନ୍ତର କରିପାରିବେ । ରେଳବାଇ ଆପଣଙ୍କୁ ଟିକେଟ୍ ସ୍ଥାନାନ୍ତରର ସୁବିଧା ଦେଇଥାଏ । ତାହା ହେଉଛି, ଆପଣ ଅନ୍ୟର ନିଶ୍ଚିତ ହୋଇଥିବା ଟିକେଟରେ ସହଜରେ ଯାତ୍ରା (travel) କରିପାରିବେ । ରେଳବାଇ ମଧ୍ୟ ଟ୍ୱିଟ୍ କରି ଏହାର ପଦ୍ଧତିକୁ ବ୍ୟାଖ୍ୟା କରିଛି।

ଟିକେଟ୍ ସ୍ଥାନାନ୍ତର କରିବାର ପଦ୍ଧତିକୁ ବ୍ୟାଖ୍ୟା କରି ରେଳବାଇ କହିଛି ଯେ ଲୋକମାନେ ସେମାନଙ୍କ ପରିବାର ସଦସ୍ୟଙ୍କ ନାମରେ ଟିକେଟ୍ ସ୍ଥାନାନ୍ତର କରିପାରିବେ। ଯଦି ଆପଣ ଟିକେଟ୍ ନିଶ୍ଚିତ କରିଛନ୍ତି ଏବଂ ଯାତ୍ରା କରିପାରୁ ନାହାଁନ୍ତି, ତେବେ ଆପଣ ସେହି ଟିକେଟ୍ ଆପଣଙ୍କ ପରିବାର ସଦସ୍ୟ (Family member)ଙ୍କ ନାମରେ ସ୍ଥାନାନ୍ତର କରିପାରିବେ । ଆଜି ଆମେ ଆପଣଙ୍କୁ କହିବୁ ଯେ, କିପରି ଆପଣଙ୍କ ପରିବାର ସଦସ୍ୟ ଆପଣଙ୍କ ନିଶ୍ଚିତ ଟିକେଟରେ ଯାତ୍ରା କରିପାରିବେ ।

ଟିକେଟରେ ଯାତ୍ରୀଙ୍କ ନାମ କିପରି ପରିବର୍ତ୍ତନ କରିବେ ? 

ଯଦି ଆପଣ କାଉଣ୍ଟରରୁ ଟିକେଟ୍ କିଣିଛନ୍ତି କିମ୍ବା ଅନଲାଇନ୍ ବୁକ୍ (Online book) କରିଛନ୍ତି, ନାମ ବଦଳାଇବାକୁ ଆପଣଙ୍କୁ କାଉଣ୍ଟରକୁ ଯିବାକୁ ପଡିବ । ଏଥିପାଇଁ ଟିକେଟ୍ ର ପ୍ରିଣ୍ଟ୍ ଆଉଟ୍ ଓ ଆପଣ ପରିବର୍ତ୍ତନ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ନାମ, ଯାହାର ନାମ ଆପଣ ପଞ୍ଜିକରଣ (Registration) କରିବାକୁ ଚାହୁଁଛନ୍ତି ତାଙ୍କ ଫଟୋ କପି ସହିତ କାଉଣ୍ଟରକୁ ଯିବାକୁ ପଡିବ । ଏହା ପରେ ଅନଲାଇନ୍ କିମ୍ବା କାଉଣ୍ଟରରୁ ନିଆଯାଇଥିବା ଟିକେଟରେ ନାମ ପରିବର୍ତ୍ତନ କରାଯିବ ।

ଅପେକ୍ଷା ତାଲିକା କିମ୍ବା RAC ରେ ଏହି ସୁବିଧା ଉପଲବ୍ଧ ହେବ ନାହିଁ ।

ଏଥିପାଇଁ ଆପଣଙ୍କୁ ଯାତ୍ରୀଙ୍କ ନାମ ପରିବର୍ତ୍ତନ କରିବାକୁ ପଡିବ । ଯାତ୍ରୀମାନଙ୍କୁ ସେମାନଙ୍କ ଟିକଟରେ ଯାତ୍ରୀଙ୍କ ନାମ ବଦଳାଇବା ପାଇଁ IRCTC ଏହି ସୁବିଧା ଦେଇଥାଏ । କିନ୍ତୁ, ଏହି ପରିବର୍ତ୍ତନ କେବଳ ଗୋଟିଏ ଟିକଟରେ ଥରେ କରାଯାଇପାରିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣଙ୍କ ଟିକେଟ୍ ନିଶ୍ଚିତ ହେବା ଆବଶ୍ୟକ। ଆପଣ ଅପେକ୍ଷା କିମ୍ବା RAC ଟିକେଟରେ ନାମ ପରିବର୍ତ୍ତନ କରିପାରିବେ ନାହିଁ ।

ଆସା କରୁଛୁ ଆପଣଙ୍କୁ ଏହି ତଥ୍ୟ ମାଧ୍ୟମରେ ରେଳ ଟିକେଟ ସମ୍ପର୍କରେ ଅନେକ ତଥ୍ୟ ଜାଣିପାରିଥିବେ । ଆପଣ ଉପଯୁକ୍ତ ସମୟରେ ଏହାକୁ ସଠିକ ଭାବରେ କାର୍ଯ୍ୟରେ ମଧ୍ୟ ଲଗାଇପାରିବେ । ତେବେ ଆପଣଙ୍କୁ କହିରଖୁଛୁ ଯେ, ଅନଲାଇନ ମାଧ୍ୟମରେ ଅନେକ ସମୟରେ ଠକେଇ ମଧ୍ୟ ହେଉଛି । ତେଣୁ ଆପଣ ସର୍ବଦା ରେଳ ବିଭାଗର ନିଜସ୍ୱ ୱେବସାଇଟ ଦ୍ୱାରା ଟିକେଟ କରନ୍ତୁ ।

Also Read- Nandi Puja: ନନ୍ଦୀଙ୍କ କାନରେ ଏପରି କୁହନ୍ତୁ କଥା: ତୁରନ୍ତ ପୂରଣ ହେବ ମନସ୍କାମନା