ଘୂର୍ଣ୍ଣିବଳୟ 'ବିପର୍ଯ୍ୟୟ' ର ଅବତରଣ ପୂର୍ବରୁ ପ୍ରବଳ ବର୍ଷା, ୭୪ ହଜାର ଳୋକଙ୍କୁ ସ୍ଥାନାନ୍ତର, NDRF ପ୍ରସ୍ତୁତ
Advertisement
Article Detail0/zeeodisha/odisha1738628

ଘୂର୍ଣ୍ଣିବଳୟ 'ବିପର୍ଯ୍ୟୟ' ର ଅବତରଣ ପୂର୍ବରୁ ପ୍ରବଳ ବର୍ଷା, ୭୪ ହଜାର ଳୋକଙ୍କୁ ସ୍ଥାନାନ୍ତର, NDRF ପ୍ରସ୍ତୁତ

ସୁପର ସାଇକ୍ଲୋନ୍ 'ବିପର୍ଯ୍ୟୟ' ଆଗକୁ ବଢ଼ୁ ଥିବାରୁ ଏହାର ପ୍ରଭାବ ତୀବ୍ର ହେବାରେ ଲାଗିଛି । ଆଜି ସାଇକ୍ଲୋନିକ୍ ଝଡ 'ବିପର୍ଯ୍ୟୟ' ସନ୍ଧ୍ୟାରେ ଲ୍ୟାଣ୍ଡଫଲ୍ କରିବ। ଆସୁଥିବା ବିପତ୍ତିକୁ ଦୃଷ୍ଟିରେ ରଖି ୮ ଟି ରାଜ୍ୟରେ ସତର୍କ (Alert) ସୂଚନା ଜାରି କରାଯାଇଛି। ନୌସେନା, ବାୟୁସେନା, ସେନା, NDRF ସହିତ ସମସ୍ତ ସୁରକ୍ଷା ଏଜେନ୍ସି ମୁତୟନ ହୋଇଛନ

ଘୂର୍ଣ୍ଣିବଳୟ 'ବିପର୍ଯ୍ୟୟ' ର ଅବତରଣ ପୂର୍ବରୁ ପ୍ରବଳ ବର୍ଷା, ୭୪ ହଜାର ଳୋକଙ୍କୁ ସ୍ଥାନାନ୍ତର, NDRF ପ୍ରସ୍ତୁତ

Cyclone Biparjoy: ସୁପର ସାଇକ୍ଲୋନ୍ 'ବିପର୍ଯ୍ୟୟ' ଆଗକୁ ବଢ଼ୁ ଥିବାରୁ ଏହାର ପ୍ରଭାବ ତୀବ୍ର ହେବାରେ ଲାଗିଛି । ଆଜି ସାଇକ୍ଲୋନିକ୍ ଝଡ 'ବିପର୍ଯ୍ୟୟ' ସନ୍ଧ୍ୟାରେ ଲ୍ୟାଣ୍ଡଫଲ୍ କରିବ। ଆସୁଥିବା ବିପତ୍ତିକୁ ଦୃଷ୍ଟିରେ ରଖି ୮ ଟି ରାଜ୍ୟରେ ସତର୍କ (Alert) ସୂଚନା ଜାରି କରାଯାଇଛି। ନୌସେନା, ବାୟୁସେନା, ସେନା, NDRF ସହିତ ସମସ୍ତ ସୁରକ୍ଷା ଏଜେନ୍ସି ମୁତୟନ ହୋଇଛନ୍ତି । ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଯେହେତୁ ସାଇକ୍ଲୋନିକ୍ ଝଡ ବିପର୍ଯ୍ୟୟ ଆଗକୁ ବଢୁଛି, ଏହାର ଆଖପାଖ ଅଞ୍ଚଳରେ ଗୁରୁତର ପ୍ରଭାବ ଦେଖିବାକୁ ମିଳୁଛି । ସାଇକ୍ଲୋନିକ୍ ଝଡ଼ ବିପର୍ଯ୍ୟୟ ବିପତ୍ତି ସୃଷ୍ଟି ହେବାର ସମ୍ଭାବନା ମଧ୍ୟରେ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ସତର୍କ ରହିଛନ୍ତି । ଗୁଜୁରାଟରେ NDRF ର ୧୭ ଟି ଟିମ୍ ଓ  SDRF ର ୧୨ ଟି ଟିମ୍ ନିୟୋଜିତ ହୋଇଛନ୍ତି । ଏଥି ସହିତ ୪ ଟି ନୌସେନା ଜାହାଜକୁ ବିକଳ୍ପରେ ରଖାଯାଇଛି । ଏହା ବ୍ୟତୀତ ଉପକୂଳ ନିକଟରେ ରହୁଥିବା ୭୪,୦୦୦ ରୁ ଅଧିକ ଲୋକଙ୍କୁ ସତର୍କତାମୂଳକ ପଦକ୍ଷେପ ଭାବରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପାଣିପାଗ ବିଭାଗ (Weather Department) ଅନୁଯାୟୀ ଗୁଜୁରାଟ ଏବଂ ମହାରାଷ୍ଟ୍ର ସମେତ 9 ଟି ରାଜ୍ୟ ସୁପର ସାଇକ୍ଲୋନନର ବିପଦରେ ଅଛନ୍ତି। ଏହି ୯ ଟି ରାଜ୍ୟ ହେଉଛି ଲକ୍ଷ୍ମୀଦୀପ, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜୁରାଟ, ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ ଏବଂ ରାଜସ୍ଥାନ (ପଶ୍ଚିମ) । ଯେତେବେଳେ ବିପର୍ଯ୍ୟୟ ଗୁଜୁରାଟର ଉପକୂଳରେ ପହଞ୍ଚିବ, ପବନର ବେଗ ୧୫୦ କିଲୋମିଟର ହେବ ବୋଲି ଆକଳନ କରାଯାଇଛି। ଇଣ୍ଡିଆନ୍ କୋଷ୍ଟଗାର୍ଡ ଯବାନମାନେ ଲୋକଙ୍କୁ ସଚେତନ କରୁଛନ୍ତି। 

ପାଣିପାଗ ବିଭାଗ ଅନୁଯାୟୀ, ଜୁନ୍ ୧୫ ରେ ଆରବ ସାଗରର ଉତ୍ତର-ପୂର୍ବରେ ସମୁଦ୍ର ଅଶାନ୍ତ ରହିବ । ୯ ଫୁଟରୁ ୨୦ ଫୁଟ ପର୍ଯ୍ୟନ୍ତ ଘୂର୍ଣ୍ଣିବଳୟ ସମୁଦ୍ରରେ ଉଠିବ । ସମୁଦ୍ରରେ ପ୍ରବଳ ଜୁଆର ଆସିବା କାରଣରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତିର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏହି ଘୂର୍ଣ୍ଣିବଳୟ ଆଜି ଅପରାହ୍ନ ୪-୫ ଟା ମଧ୍ୟରେ ଅବତରଣ କରିବ ବୋଲି ଆଶା କରାଯାଉଛି। ଗୁଜୁରାଟର କୁଚରେ ୬ ଟି ଦଳ ଏନଡିଆରଏଫ (NDRF), ୩ ଆରପିଏଫ (RPF) ଓ ୨ ଏସଡିଆରଏଫ୍ (SDRF) ନିୟୋଜିତ ହୋଇଛନ୍ତି । ୨୦,୦୦୦ ରୁ ଅଧିକ ପଶୁଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। କୁଚ୍, ଦ୍ୱାରକା, ପୋରବନ୍ଦର, ଜାମନଗର, ରୋଜକୋଟ, ଜୁନାଗଡ ଏବଂ ମୋର୍ବିରେ ବର୍ଷା (Rain) ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି ।

କେରଳର ଅନେକ ଅଞ୍ଚଳରେ ସକାଳୁ ବର୍ଷା ଲାଗି ରହିଛି । ଏହି ଘୂର୍ଣ୍ଣିବଳୟକୁ ଦୃଷ୍ଟିରେ ରଖି ଦେବଭୋମୀ ଦ୍ୱାରକା ସ୍ଥିତ ଦ୍ୱାରକାଧିଶ ମନ୍ଦିର ଆଜି ଭକ୍ତଙ୍କ ପାଇଁ ବନ୍ଦ ରହିବ। ଘୂର୍ଣ୍ଣିବଳୟ ବିପର୍ଯ୍ୟୟର ପ୍ରକୋପ ଗୁଜୁରାଟର ଦ୍ୱାରକାସ୍ଥିତ ଗୋମତି ଘାଟରେ ମଧ୍ୟ ଦେଖିବାକୁ ମିଳୁଛି। ଏଠାରେ ମଧ୍ୟ ପ୍ରବଳ ପବନ ସହିତ ଉଚ୍ଚ ଜୁଆର ଉଠୁଛି । ଗୁଜୁରାଟର ମାଣ୍ଡଭିରେ ସମୁଦ୍ରର ପୁରା ଅଶାନ୍ତ ରହିଛି, ଉଚ୍ଚ ଜୁଆର ଆସୁଛି ଓ ପ୍ରବଳ ମାତ୍ରାରେ ପବନ ପ୍ରବାହିତ ହେଉଛି। ପାଣିପାଗ ବିଭାଗର ଅପଡେଟ ଅନୁଯାୟୀ, ସାଇକ୍ଲୋନିକ୍ ଝଡ 'ବିପର୍ଯ୍ୟୟ' ରାତି ୨.୩୦ ସୁଦ୍ଧା ଜଖାଉ ବନ୍ଦର (ଗୁଜୁରାଟ) ଠାରୁ ପ୍ରାୟ ୨୦୦ କିଲୋମିଟର ଦୂର ପଶ୍ଚିମ-ଦକ୍ଷିଣ-ପଶ୍ଚିମରେ ଗତି କରୁଛି । ଜୁନ୍ ୧୫ ଅର୍ଥାତ୍ ଆଜି ସନ୍ଧ୍ୟା ସୁଦ୍ଧା ଏହି ଘୂର୍ଣ୍ଣିବଳୟ ଜଖାଉ ବନ୍ଦର ନିକଟରେ ଥିବା ମାଣ୍ଡଭି ଏବଂ କରାଚି ମଧ୍ୟରେ ଲାଗିଥିବା ପାକିସ୍ତାନ (Pakistan) ଉପକୂଳ ଅତିକ୍ରମ କରିବ।

Also read- ସ୍ୱାମୀଙ୍କ ଦେହାନ୍ତ ପରେ ରଖୁଥିଲେ ଅନୈତିକ ସମ୍ପର୍କ: ରଙ୍ଗେ ହାତ ଧରିଲେ ଗାଁ ଲୋକ