ସ୍ୱାମୀଙ୍କ ଦେହାନ୍ତ ପରେ ରଖୁଥିଲେ ଅନୈତିକ ସମ୍ପର୍କ: ରଙ୍ଗେ ହାତ ଧରିଲେ ଗାଁ ଲୋକ
Advertisement
Article Detail0/zeeodisha/odisha1738559

ସ୍ୱାମୀଙ୍କ ଦେହାନ୍ତ ପରେ ରଖୁଥିଲେ ଅନୈତିକ ସମ୍ପର୍କ: ରଙ୍ଗେ ହାତ ଧରିଲେ ଗାଁ ଲୋକ

ବୈବାହିକ ଜୀବନରେ ଅନେକ ଘଟଣା ଏବେ ସୋସିଆଲ ମିଡିଆ (social media)ରେ ଭାଇରାଲ୍ ହେବାରେ ଲାଗିଛି । ତେବେ ବର୍ତ୍ତମାନ ଯେଉଁ ଖବର ଆସିଛି ତାହା ଟିକେ ନିଆରା । କାରଣ ଦେହର ଭୋକ ମେଣ୍ଟାଇବାକୁ ବିଧବା ପତ୍ନୀ ନେଉଛି ପ୍ରେମିକ (boy friend)ର ସାହାରା। ଘରେ କେହି ନଥିବା ସମୟରେ ପ୍ରେମିକ ପହଞ୍ଚୁଛି ବେଡ ରୁମ (bed room)ରେ । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି

ସ୍ୱାମୀଙ୍କ ଦେହାନ୍ତ ପରେ ରଖୁଥିଲେ ଅନୈତିକ ସମ୍ପର୍କ: ରଙ୍ଗେ ହାତ ଧରିଲେ ଗାଁ ଲୋକ

ତାଳଚେର: ବୈବାହିକ ଜୀବନରେ ଅନେକ ଘଟଣା ଏବେ ସୋସିଆଲ ମିଡିଆ (social media)ରେ ଭାଇରାଲ୍ ହେବାରେ ଲାଗିଛି । ତେବେ ବର୍ତ୍ତମାନ ଯେଉଁ ଖବର ଆସିଛି ତାହା ଟିକେ ନିଆରା । କାରଣ ଦେହର ଭୋକ ମେଣ୍ଟାଇବାକୁ ବିଧବା ପତ୍ନୀ ନେଉଛି ପ୍ରେମିକ (boy friend)ର ସାହାରା। ଘରେ କେହି ନଥିବା ସମୟରେ ପ୍ରେମିକ ପହଞ୍ଚୁଛି ବେଡ ରୁମ (bed room)ରେ । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ତାଳଚେରର ଏପରି ଏକ ଘଟଣା ବର୍ତ୍ତମାନ ମିଡିଆରେ ଟ୍ରେଣ୍ଡ୍ କରୁଛି ।

ସୂଚନା ମୁତାବକ, ଶାଶୂ ଘରେ କେହି ନଥିବାର ସୁଯୋଗ ଦେଖି ପୁରୁଣା ପ୍ରେମିକକୁ କଲ୍ କରିଥିଲେ ବିଧବା ମହିଳା ଜଣକ । ପ୍ରେମିକ ମଧ୍ୟ ପହଞ୍ଚି ଯାଇଥିଲେ ମନରେ ଅନେକ ଆଶା ରଖି । କିନ୍ତୁ ଏହି ଘଟଣା ଗ୍ରାମବାସୀଙ୍କ ନଜରରେ ପଡିଯାଇଥିଲା । ଥରକରୁ ଦୁଇ ଥର ଦେଖିବା ପରେ ଗାଁ (village) ଲୋକମାନେ ରସିକିଆ ପ୍ରେମିକକୁ ପାନେ ଦେବାପାଇଁ ଚିନ୍ତା କଲେ । ତେଣୁ ପ୍ରେମିକ ଜମକ ଘର ଭିତରେ ପସିବା ପରେ ବାହାର ପଟୁ କବାଟକୁ ତାଲା ପକେଇଦେଇଥିଲେ ଗ୍ରାମବାସୀ । କେବଳ ସେତିକି ନୁହେଁ, ଗାଁ ଲୋକ ରୁଣ୍ଡ ହେବା ପରେ କବାଟ ଖୋଲି ଦୁହିଁଙ୍କୁ ଅସଂଜତ ଅବସ୍ଥାରେ ଦେଖିଥିଲେ । ପରେ ସେମାନଙ୍କୁ ଗାଁ ଦାଣ୍ଡରେ ବୁଲାଇବା ସହ ଏକ ଗଛରେ ବାନ୍ଧି ପକାଇଥିଲେ । ଯାହାର ଫଟୋ ଏବଂ ଭିଡିଓ (Video) ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ତେବେ ଜାଣିବାକୁ ମିଳିଛି ଯେ, ମହିଳା ଜଣକଙ୍କ ସ୍ୱାମୀ ୨ ବର୍ଷ ତଳେ ଆରପାରିକୁ ଚାଲିଯାଇଛନ୍ତି । ସ୍ୱାମୀଙ୍କ ଦେହାନ୍ତ ପରେ ମହିଳା ଜଣକ ସୁରକ୍ଷାକର୍ମୀ (security guard) ଭାବରେ କାମ ନିଯୁକ୍ତି ପାଇଥିଲେ । ନିଜେ ଚାକିରି (job) କରି ନିଜ ଗୋଡ଼ରେ ଛିଡା ହେବା ପାଇଁ ସଂଘର୍ଷ କରୁଥିଲେ । ପୂର୍ବରୁ ସୋସିଆଲ ମିଡିଆ ମାଧ୍ୟମରେ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ସହ ବନ୍ଧୁତା (friendship) ସମ୍ପର୍କ ଆରମ୍ଭ ହୋଇଥିଲା । ପରେ ଦୀର୍ଘ ଦିନ ହେବ କଥା ହେବା ପରେ ତାହା ପ୍ରେମ (love) ସମ୍ପର୍କର ରୂପ ନେଇଥିଲା । ଲୁଚି ଛପି ଦେଖା କରିବା ସହ ଉଭୟେ ଅନେକ ସ୍ଥାନକୁ ବୁଲିବା ପାଇଁ ଯାଉଥିଲେ । କିଛି ଦିନ ପରେ ବିବାହ କରିବେ ବୋଲି ଦୁହେଁ ନିଷ୍ପତ୍ତି ନେଇଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । 

ଜଣେ ବ୍ୟକ୍ତିଙ୍କ କହିବାନୁଯାୟୀ, ଯଦି ସେମାନେ ବିବାହ (marriage) କରିବେ ତେବେ କରନ୍ତୁ ଆମର କୌଣସି ଆପତ୍ତି ନାହିଁ । କିନ୍ତୁ ବିବାହ ପୂର୍ବରୁ ଘରକୁ ଡାକି ସମ୍ପର୍କ ରଖିବା ନିଶ୍ଚିତ ଭାବରେ ଏକ ଖରାପ କଥା । ଆମ ପିଲା, ଓ ଗ୍ରାମବାସୀଙ୍କ ଉପରେ ଏହା କୁ ପ୍ରଭାବ ପକାଇବ । ତେଣୁ ଆମେ ଏହାକୁ ବିରୋଧ କରୁଛୁ । ଅନ୍ୟ ପଟେ ଏତେ ସବୁ ଘଟଣା ପରେ ଗାଁର ମୁରବୀମାନଙ୍କୁ ନେଇ ଏକ ବୈଠକ ବସିଥିଲା । ବୈଠକରେ ଏପରି କାର୍ଯ୍ୟ ପାଇଁ ଦୁହିଁକୁ ଗାଳି ଗୁଲଜ କରାଯାଇଥିଲା । ଏଥିସହ ଦୁହିଁକୁ ବୁଝାଇଥିଲେ କିଛି ବ୍ୟକ୍ତି । ଆପୋଷ ସମାଧାନ ମଧ୍ୟରେ ଘଟଣା ବୁଝାଜିବ ବୋଲି ସ୍ଥାନୀୟ ଲୋକେ ମତବ୍ୟକ୍ତ କରିଥିଲେ । ତେବେ ଗଣମାଧ୍ୟମ ପ୍ରତିନିଧିମାନେ ମାମଲା ବିଷୟରେ ଜାଣିବା ପରେ ଥାନାରେ ପହଞ୍ଚିଥିଲେ । କିନ୍ତୁ ସ୍ଥାନୀୟ ଥାନାରେ ଏପର୍ଯ୍ୟନ୍ତ କୌଣସି ଏଫଆଇଆର (fir) ହୋଇନାହିଁ ବୋଲି ତାଳଚେର ଆଇଆଇସି (iic) ଶ୍ରୀନିବାସ ସେଠୀ ସୂଚନା ଦେଇଥିବା ଜଣାପଡିଛି । ଏଥିସହ କହିଛନ୍ତି ଯେ, ଯଦି ଅଭିଯୋଗ ଆସେ ତେବେ ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Also read-  ଜେଜେ ବୟସରେ ବାପା ହେଲେ ୬୨ ବର୍ଷୀୟ ବୃଦ୍ଧ, ଦ୍ୱିତୀୟ ପତ୍ନୀ ଜନ୍ମ ଦେଲେ ତିନି ସନ୍ତାନ