ହୃଦଘାତରେ ପତ୍ନୀଙ୍କ ମୃତ୍ୟୁର କିଛି ସମୟ ମଧ୍ୟରେ ଗଲା ସ୍ୱାମୀଙ୍କ ଜୀବନ, ଏକାଠି ଜଳିଲା ଜୁଇ
Advertisement

ହୃଦଘାତରେ ପତ୍ନୀଙ୍କ ମୃତ୍ୟୁର କିଛି ସମୟ ମଧ୍ୟରେ ଗଲା ସ୍ୱାମୀଙ୍କ ଜୀବନ, ଏକାଠି ଜଳିଲା ଜୁଇ

funeral together: ହୃଦଘାତ କାରଣରୁ ପତ୍ନୀଙ୍କ ମୃତ୍ୟୁ ହୋଇଗଲା । ପତ୍ନୀଙ୍କ ମୃତ୍ୟୁରେ ଖୁବ୍ ଭାଙ୍ଗିପଡ଼ିଲେ ସ୍ୱାମୀ । ପତ୍ନୀଙ୍କ ଶେଷ କ୍ରିୟା ନସରୁଣୁ ସ୍ୱାମୀଙ୍କର ବି ଜୀବନ ଦୀପ ଲିଭିଗଲା । ଏପରି ଏକ ଘଟଣା ବର୍ତ୍ତମାନ ଅନେକଙ୍କୁ ଭାବବିହ୍ୟୁଳ କରିଦେଇଛି ।

ହୃଦଘାତରେ ପତ୍ନୀଙ୍କ ମୃତ୍ୟୁର କିଛି ସମୟ ମଧ୍ୟରେ ଗଲା ସ୍ୱାମୀଙ୍କ ଜୀବନ, ଏକାଠି ଜଳିଲା ଜୁଇ

funeral together: ପ୍ରେମ ସପ୍ତାହରେ ପ୍ରେମର ପ୍ରତୀକ ଥିବା ସହର ଉତ୍ତରପ୍ରଦେଶ ଆଗ୍ରାରୁ ଆସିଛି ଏକ ଭାବବିହ୍ୟୁଳ କରିବା ପରି ଖବର ।  ହୃଦଘାତ କାରଣରୁ ପତ୍ନୀଙ୍କ ମୃତ୍ୟୁ ହେବାର ମାତ୍ର ୧୨ ଘଣ୍ଟା ମଧ୍ୟରେ ସ୍ୱାମୀଙ୍କର ମଧ୍ୟ ଜୀବନ ଦୀପ ଲିଭିଯାଇଛି । ନିଜ ପତ୍ନୀଙ୍କ ମୃତ୍ୟୁରେ କାଶିରାମ ଅତ୍ୟନ୍ତ ଦୁଃଖିତ ହେବା ସହ ଭାଙ୍ଗି ପଡିଥିଲେ । ପତ୍ନୀଙ୍କ ମୃତ୍ୟୁ ପରେ କାଶିରାମଙ୍କ ଆଖିରୁ ଲୁହ ଝରିବା ବନ୍ଦ ହେଉ ନଥିଲା। ନିଜର ଆତ୍ମିୟ ସ୍ୱଜନ ତଥା ସମ୍ପର୍କୀୟମାନେ ତାଙ୍କୁ ବୁଝାସୁଝା କରୁଥିଲେ । ସମସ୍ତେ ବୁଝାଇବା ସତ୍ୱେ କାଶିରାମଙ୍କୁ ମନାଇବା ସମ୍ଭବପର ହେଉନଥିଲା । ଶେଷରେ ପତ୍ନୀଙ୍କୁ ଝୁରି ଝୁରି କାଶିରାମଙ୍କର ମଧ୍ୟ ଦେହାନ୍ତ ହୋଇଗଲା ।

ଉଭୟଙ୍କ ପତି ପତ୍ନୀଙ୍କ ଶେଷ ରୀତିନୀତି ଏକତ୍ର ଭାବରେ ଫତେହାବାଦର ଜୋନଶ୍ୱର ଘାଟରେ କରାଯାଇଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ସମସ୍ତଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । ମୃତ୍ୟୁ ପୂର୍ବରୁ ଏହି ଦମ୍ପତି ଦୁନିଆରୁ ଏକାଠି ବିଦାୟ ନେବା ବିଷୟରେ କଥା ହୋଇଥିଲେ । ଗତକାଲି ସେମାନଙ୍କ କଥା ସତ୍ୟ ପ୍ରମାଣିତ ହୋଇଥିଲା। ଦମ୍ପତିଙ୍କ ମୃତ୍ୟୁ ସମଗ୍ର ପରିବାରରେ ବର୍ତ୍ତମାନ ଶୋକର ଛାୟା ଖେଳିଯାଇଛି । ଏହି ଘଟଣାଟି ଫତେହାବାଦ ନିକଟ ଆମ୍ବେଦକର ଅଞ୍ଚଳରେ ଦେଖିବାକୁ ମିଳିଛି । ଆମ୍ବେଦକର ମୋହଲ୍ଲାରେ ୫୮ ବର୍ଷିୟା କମଳେଶ ୪୦ ବର୍ଷ ପୂର୍ବରୁ ନାଙ୍ଗଲାର ବାସିନ୍ଦା ୬୫ ବର୍ଷିୟ କାଶିରାମଙ୍କୁ ବିବାହ କରିଥିଲେ। ବିବାହର ୧୦ ବର୍ଷ ପରେ କମଳେଶ ତାଙ୍କ ସ୍ୱାମୀ କାଶିରାମଙ୍କ ସହ ଆମ୍ବେଦକର ନଗରରେ ଥିବା ବାସଭବନରେ ରହୁଥିଲେ ।

ପତ୍ନୀଙ୍କ ମୃତ୍ୟୁର ୧୨ ଘଣ୍ଟା ନପୁରୁଣୁୟ ସ୍ୱାମୀଙ୍କର ମଧ୍ୟ ଦେହାନ୍ତ ହେଲା । ପ୍ରତିଦିନ ପରି ସୋମବାର ଦିନ ମଧ୍ୟ କମଳେଶ ନିଜ ଘରକାମ କରୁଥିଲେ । ରାତି ପ୍ରାୟ ୧୦ ଟା ସମୟରେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଯନ୍ତ୍ରଣା ଅସହ୍ୟ ସହ ହୃଦଘାତ କାରଣରୁ କମଳେଶଙ୍କର କିଛି ସମୟ ମଧ୍ୟରେ ମୃତ୍ୟୁ ଘଟିଥିଲା । କମଳେଶଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ବିଜୟନ୍ଦ୍ରଙ୍କୁ ଖବର ଦିଆଯାଇଥିଲା । ବିଜୟନ୍ଦ୍ର ଦେହରାଦୁନରେ ସରକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରନ୍ତି। ଭଉଣୀ କମଲେଶଙ୍କ ମୃତ୍ୟୁ ଖବର ପାଇବା ପରେ ସେ ଏହାକୁ ବିଶ୍ୱାସ କରିପାରିନଥିଲେ । ବିଜୟେନ୍ଦ୍ର ଦେହରାଦୁନରୁ ଆଗ୍ରା ଆସିବା ପାଇଁ ସମସ୍ତେ ଅପେକ୍ଷା କରିଥିଲେ । ବିଜୟନ୍ତ୍ର ଆସିବା ପରେ ଶେଷ ରୀତିନୀତି ଆରମ୍ଭ ହୋଇଥାନ୍ତା କିନ୍ତୁ ରାତି ପ୍ରାୟ ୧୦ ଟା ସମୟରେ କମଳେଶଙ୍କ ସ୍ୱାମୀ କାଶିରାମଙ୍କର ମଧ୍ୟ ଛାତିରେ ଯନ୍ତ୍ରଣା ହୋଇଥିଲା । ଫଳରେ ସେ ମଧ୍ୟ ହୃଦଘାତରେ ମୃତ୍ୟୁବରଣ କରିଥିଲେ । ଗତ ମଙ୍ଗଳବାର ଦିନ ଉଭୟଙ୍କର ଶବକୁ ଏକାଠି ଦାହ କରାଯାଇଥିଲା। ଗୋଟିଏ ଦିନରେ ସ୍ୱାମୀ-ସ୍ତ୍ରୀଙ୍କ ଏପରି ଅକାଳ ମୃତ୍ୟୁ ଖବର ଆଖପାଖ ଗାଁରେ ବ୍ୟାପିଯାଇଥିଲା। ବର୍ତ୍ତମାନ ପରିବାର ସଦସ୍ୟଙ୍କୁ ସାନ୍ତ୍ୱନା ଦେବାକୁ ଅନେକ ଲୋକ ଉପସ୍ଥିତ ହେବାରେ ଲାଗିଛନ୍ତି ।

Also Read- Dutee Chand: ମୋନାଲିସାଙ୍କୁ ଗୋଲାପ ଦେଲେ ଦୌଡରାଣୀ ଦୂତି, ଫଟୋ ହେଲା ଭାଇରାଲ୍

Also Read- କ୍ରିଷ୍ଣା ନଦୀରୁ ମିଳିଲା ଏହି ମୂର୍ତ୍ତି, ଦେଖିବାକୁ ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ପରି