ITR Filling 2023: ୩୧ ଜୁଲାଇ ପୂର୍ବରୁ ଭରନ୍ତୁ ଏହି ସରକାରୀ କର, ନଚେତ ଆପଣଙ୍କ ଅଧା ଦରମା କାଟିନେବେ ସରକାର
Advertisement
Article Detail0/zeeodisha/odisha1793908

ITR Filling 2023: ୩୧ ଜୁଲାଇ ପୂର୍ବରୁ ଭରନ୍ତୁ ଏହି ସରକାରୀ କର, ନଚେତ ଆପଣଙ୍କ ଅଧା ଦରମା କାଟିନେବେ ସରକାର

ITR Filling 2023: ଯଦି ଆପଣ ଏଯାଏଁ ଆୟକର ରିଟର୍ଣ୍ଣ(ITR) ଦାଖଲ କରି ନାହାଁନ୍ତି ତାହାଲେ ଜଲଦି କରି ନିଅନ୍ତୁ । ଯଦି ଆପଣଙ୍କର ଆୟ ୫ ଲକ୍ଷରୁ ଅଧିକ ଅଟେ ଏବଂ ଆପଣ ଜୁଲାଇ ୩୧  ସୁଦ୍ଧା ITR ଫାଇଲ୍ କରନ୍ତି ନାହିଁ ତେବେ ବିଭାଗ ଧାରା ୨୩୪A ଅନୁଯାୟୀ ଆପଣଙ୍କୁ ୫ ହଜାର ଟଙ୍କା ବିଳମ୍ବ ଶୁଳ୍କ ଦେବାକୁ ପଡ଼ିବ। 

ସାଙ୍କେତିକ ଫଟୋ: ITR Filling 2023

ITR Filling 2023: ଯଦି ଆପଣ ଏଯାଏଁ ଆୟକର ରିଟର୍ଣ୍ଣ(ITR) ଦାଖଲ କରି ନାହାଁନ୍ତି ତାହାଲେ ଜଲଦି କରାଇ ନିଅନ୍ତୁ । ନ ହେଲେ ଏହା ଆପଣଙ୍କ ପାଇଁ ଖୁବ୍ ମହଙ୍ଗା ପଡ଼ିପାରେ। ଜୁଲାଇ(July) ୩୧ ତାରିଖ ITR ଫାଇଲ୍ କରିବାର ଶେଷ ତାରିଖ, ତେଣୁ ଯେତେ ଶିଘ୍ର ପାରୁଛନ୍ତି ଆପଣ ଏହି  ଆୟକର ରିଟର୍ଣ୍ଣ ଦାଖଲ କରି ନିଅନ୍ତୁ ।

ଯଦି ଆପଣ ବିଳମ୍ବରେ ITR ଫାଇଲ୍ କରନ୍ତି, ତେବେ ଆପଣଙ୍କୁ ଏକ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିପାରେ ।ଯଦି ଆପଣଙ୍କର ଆୟ ୫ ଲକ୍ଷରୁ ଅଧିକ ଅଟେ ଏବଂ ଆପଣ ଜୁଲାଇ ୩୧  ସୁଦ୍ଧା ITR ଫାଇଲ୍ କରନ୍ତି ନାହିଁ ତେବେ ବିଭାଗ ଧାରା ୨୩୪A ଅନୁଯାୟୀ ଆପଣଙ୍କୁ ୫ ହଜାର ଟଙ୍କା ବିଳମ୍ବ ଶୁଳ୍କ ଦେବାକୁ ପଡ଼ିବ। ତେବେ ଯଦି ଟିକସଦାତାଙ୍କ ମୋଟ ଆୟ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୁଏ, ତେବେ ବିଳମ୍ବ ଶୁଳ୍କ ୧ ହଜାର ଟଙ୍କା ମଧ୍ୟରେ ସୀମିତ ରହିବ।

ଅନ୍ୟପକ୍ଷରେ, ଯଦି ଆପଣ ଡିସେମ୍ବର ୩୧, ୨୦୨୩ ପରେ ITR ଦାଖଲ କରନ୍ତି, ତେବେ ଆପଣଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ।

ଏହା ବ୍ୟତୀତ ଯଦି ଆପଣ  ୩୧ ଜୁଲାଇ ସୁଦ୍ଧା ITR ଦାଖଲ ନ କରୁଛନ୍ତି ତେବେ ଧାରା ୨୩୪A ଅନୁଯାୟୀ ରିଟର୍ନ ଦାଖଲ ପର୍ଯ୍ୟନ୍ତ ମାସକୁ 1% ସୁଧ ଦେବାକୁ ପଡ଼ିବ।

ରିଟର୍ନ ଦାଖଲ କରିବା ସମୟରେ, ଲୋକମାନେ ITR ଭରିବା ସମୟରେ ଭୁଲ ସୂଚନା ନ ଦେବା ପାଇଁ ବିଶେଷ ଭାବରେ ଧ୍ୟାନ ରଖିବା ଉଚିତ୍ ।କାରଣ କମ୍ ଆୟ ରିପୋର୍ଟ କରିବା ପାଇଁ ୫୦ ପ୍ରତିଶତ କିମ୍ବା ଆୟ ସମ୍ବନ୍ଧୀୟ ଭୁଲ ସୂଚନା ପ୍ରଦାନ ପାଇଁ ୨୦୦ ପ୍ରତିଶତ ପର୍ଯ୍ୟନ୍ତ ପେନାଲ୍ଟି ଲାଗୁ ହେବା ନେଇ ନିୟମ କରିଛନ୍ତି ସରକାର।

ଏଥି ସହ ଯଦି କୌଣସି ବ୍ୟକ୍ତି ଆୟକର ବିଭାଗର ନୋଟିସ ପାଇବା ପରେ ମଧ୍ୟ ଇଚ୍ଛାକୃତ ଭାବରେ ରିଟର୍ଣ୍ଣ ଦାଖଲ କରିବାରେ ବିଫଳ ହୁଅନ୍ତି, ତେବେ ଆୟକର ବିଭାଗ ଏପରି ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇ ପାରେ।

ଏପରି ପରିସ୍ଥିତିରେ ଜରିମାନା ସହିତ ୩ ମାସରୁ ୨ ବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା ରହିଛି । ଯଦି ଆୟକର ବିଭାଗକୁ ଧାର୍ଯ୍ୟ କର ପରିମାଣ ୨୫ ଲକ୍ଷରୁ ଅଧିକ, ତେବେ ଦଣ୍ଡ ୭ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ।

Also Read: Anju Nasrullah Love Story:ପ୍ରେମ ପାଇଁ ସୀମା ଡେଇଁଲେ ଅଞ୍ଜୁ,ଫେସବୁକ୍ ପ୍ରେମୀକଙ୍କ ପାଇଁ ଭାରତ ଛାଡ଼ି ଏବେ ପାକିସ୍ତାନରେ..

Mansoon Session: ଅଜିବ ହରକତ୍ କରି ବିଦା ହେଲେ ଆପ୍ ସାଂସଦ