Delhi-Ghaziabad-Meerut RRTS: ଦେଶକୁ ମିଳିଲା ପ୍ରଥମ ରାପିଡେକ୍ସ ରେଳ; ଜାଣନ୍ତୁ କେଉଁଠି ହୋଇଛି ଏହାର ଡିଜାଇନ ଏବଂ ଉତ୍ପାଦନ?
Advertisement
Article Detail0/zeeodisha/odisha1923917

Delhi-Ghaziabad-Meerut RRTS: ଦେଶକୁ ମିଳିଲା ପ୍ରଥମ ରାପିଡେକ୍ସ ରେଳ; ଜାଣନ୍ତୁ କେଉଁଠି ହୋଇଛି ଏହାର ଡିଜାଇନ ଏବଂ ଉତ୍ପାଦନ?

First Rapidx Metro of India: ପ୍ରାୟ ୩୦,୨୭୪ କୋଟି ଟଙ୍କା ବ୍ୟୟରେ ନିର୍ମିତ  ହୋଇଛି ଦେଶର ରାପିଡକ୍ସ ରେଳ। ଯାହାକୁ ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ବକିଶିତ କରାଯାଇଛି। 

 

Delhi-Ghaziabad-Meerut RRTS: ଦେଶକୁ ମିଳିଲା ପ୍ରଥମ ରାପିଡେକ୍ସ ରେଳ; ଜାଣନ୍ତୁ କେଉଁଠି ହୋଇଛି ଏହାର ଡିଜାଇନ ଏବଂ ଉତ୍ପାଦନ?

First Rapid Rail of India: ଅକ୍ଟୋବର ୨୦ ତାରିଖ ଶୁକ୍ରବାର ଦେଶକୁ ମିଳିଛି ପ୍ରଥମ ରାପିଡକ୍ସ ରେଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ସ୍ଥିତ ସାହିବାବାଦ ଠାରୁ ସବୁଜ ପତାକା ଦେଖାଇ ଏହାର ଯାତ୍ରୀ ଆରମ୍ଭ କରାଇଛନ୍ତି। ଶନିବାର ଠାରୁ ସାଧାରଣ ନାଗରିକ ଏହି ଦ୍ରୁତ ରେଳ ଯୋଗେ ଯାତ୍ରା କରିପାରିବେ। ରାପିଡକ୍ସ ରେଳ ସେବା କାରଣରୁ ଲୋକଙ୍କ ସମୟ ସଞ୍ଚୟ ହେବା ସହ ସେମାନଙ୍କୁ ଟ୍ରାଫିକ ଜାମ୍ ଭଳି ସମସ୍ୟାରୁ ମଧ୍ୟ ଆଶ୍ୱସ୍ତି ପ୍ରଦାନ କରିବ। ପ୍ରାୟ ୩୦,୨୭୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଦ୍ରୁତ ରେଳ ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା 'ଆତ୍ମନିର୍ଭରଶୀଳ ଭାରତ' ଏବଂ 'ମେକ୍ ଇନ୍ ଇଣ୍ଡିଆ' ଭଳି ଅଭିଯାନ ଉପରେ ଗୁରୁତ୍ୱାରୋପ କରିଆସୁଛନ୍ତି। ସ୍ୱଦେଶୀ ଦ୍ରୁତ ରେଳ ନିର୍ମାଣ ମୋଦି ସରକାରଙ୍କ  ଆତ୍ମ ନିର୍ଭର ଭାରତ ଅଭିଯାନକୁ ବୃଦ୍ଧି କରିବ।

ଗତ ବର୍ଷ ମେ ମାସରେ, ଆଞ୍ଚଳିକ ରାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମ୍ (Regional Rapid Transit System) ର ଦ୍ରୁତ ମେଟ୍ରୋ ସେଟ୍ (Rapid Metro Set) ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ପରିବହନ ନିଗମକୁ (National Capital Region Transport Corporation) ହସ୍ତାନ୍ତର କରାଯାଇଥିଲା। ଯାହାର ଡିଜାଇନ ହାଇଦ୍ରାବାଦ ଠାରେ କରାଯାଇଥିଲା ଏବଂ ଏହାର ଗୁଜୁରାଟ ଠାରେ ହୋଇଥିଲା। ଦେଶର ପ୍ରଥମ ପ୍ରଥମ ରାପିଡକ୍ସ ରେଳ ଶତ ପ୍ରତିଶତ ଶୁଦ୍ଧ ସ୍ୱଦେଶୀ ଦ୍ରୁତ ରେଳ।

Also Read: Rapid Rail India: ଆସନ୍ତା ଶୁକ୍ରବାର ଗଡ଼ିବ ଦେଶର ପ୍ରଥମ ରାପିଡ଼ ରେଳ; ନିଜେ ପ୍ରଧାନମନ୍ତ୍ରୀ କରିବେ ଯାତ୍ରା

 

ଶତ ପ୍ରତିଶତ ଶୁଦ୍ଧ ସ୍ୱଦେଶୀ ଦ୍ରୁତ ରେଳ
ଆଲଷ୍ଟମ୍ କମ୍ପାନୀ ପକ୍ଷରୁ ଦେଶର ପ୍ରଥମ ଦ୍ରୁତ ରେଳ ପ୍ରସ୍ତୁତ କରାଯାଇଛି। ହାଇଦ୍ରାବାଦ ଠାରେ ଅବସ୍ଥିତ ଆଲଷ୍ଟମ୍ କମ୍ପାନୀ ଇଞ୍ଜିନିୟରିଂ ସେଣ୍ଟର ଦ୍ୱାରା  ରାପିଡକ୍ସ ରେଳ ଡିଜାଇନ୍ କରାଯାଇଥିଲା ଗୁଜୁରାଟ ଭିତ୍ତିକ କମ୍ପାନୀ ସାଭଲି ସାଇଟ ଠାରେ ଏହାର ଉତ୍ପାଦନ ହୋଇଥିଲା। ସେହିପରି ଗୁଜୁରାଟ ଭିତ୍ତିକ ଅନ୍ୟ ଏକ କମ୍ପାନୀ ମନେଜା ସାଇଟ ଠାରେ ଏହାର ପ୍ରପୁଲସନ ସିଷ୍ଟମ ଏବଂ ଇଲେକ୍ଟ୍ରିକାଲ ସିଷ୍ଟମ ପ୍ରସ୍ତୁତ କରାଯାଇଥିଲା। ସାଭଲି ସାଇଟ ଠାରେ ମେଟ୍ରୋ ବଗି ଏବଂ କୋଚ ବଡ଼ି ତିଆରି କରାଯାଇଥିଲା। ଏପରି ଅତ୍ୟାଧୁନିକ ଟ୍ରେନ୍ ର ପରୀକ୍ଷଣ ମଧ୍ୟ ଏଠାରେ କରାଯାଇଥିଲା।

ପ୍ରଥମ ପର୍ଯ୍ୟାୟରେ ନିର୍ମିତ ହେବ ତିନୋଟି କରିଡର 
ପ୍ରାୟ ୧୭ କିଲୋମିଟର ଲମ୍ବା ଦିଲ୍ଲୀ-ଗାଜିଆବାଦ-ମେରଠ ଆରଆରଟିଏସ କରିଡ଼ର (Delhi-Ghaziabad-Meerut RRTS Corridor) ପ୍ରକଳ୍ପର ପ୍ରଥମ ଭାଗରେ ସାହିବାଦକୁ ଗାଜିଆବାଦ, ଗୁଲଦାର ଏବଂ ଦୁହି ଷ୍ଟେସନ ସହ ସଂଯୋଗ କରାଯାଇଛି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ଗତ ୨୦୧୯ ମାର୍ଚ୍ଚ ୮ ତାରିଖରେ ଦିଲ୍ଲୀ-ଗାଜିଆବାଦ-ମେରୁଟ କରିଡ଼ର ମୂଳଦୁଆ ପକାଇଥିଲେ। ଏନେଇ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରରେ ମୋଟ ୮ ଆରଆରଟିଏସ କରିଡର ଚିହ୍ନଟ କରାଯାଇଛି। ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ଗାଜିଆବାଦ-ମେରଠ, ଦିଲ୍ଲୀ-ଗୁରୁଗ୍ରାମ-ଏସଏନବି-ଅଲୱର ଏବଂ ଦିଲ୍ଲୀ-ପାନିପତ ନିର୍ମାଣ କରାଯିବ। ଯାହା ମଧ୍ୟରୁ ଦିଲ୍ଲୀ-ଗାଜିଆବାଦ-ମେରଠ ଭାଗ ମୋଟାମୋଟି ଭାବେ ପ୍ରସ୍ତୁତ ହୋଇସାରିଛି।

Also Read: Prime Minister Narendra Modi: ଖୁବଶୀଘ୍ର ଶେଷ ହେବ ଦିଲ୍ଲୀ-ଉତ୍ତର ପ୍ରଦେଶ ଲୋକଙ୍କ ଅପେକ୍ଷା; ୨୦ ତାରିଖରେ ମିଲିବ ବଡ଼ ଉପହାର

 

ରାପିଡ୍ ମେଟ୍ରୋ ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଏହାର ଟ୍ରାକ୍ ଉପରେ ଦୌଡ଼ିବ। ପ୍ରତି 15 ମିନିଟ ବ୍ୟବଧାନରେ ଯାତ୍ରୀଙ୍କୁ ଷ୍ଟେସନ ଠାରେ ଭେଟିବ ରାପିଡକ୍ସ ମେଟ୍ରୋ। ଏହି ପ୍ରକଳ୍ପ ଅଧିନରେ ଦିଲ୍ଲୀ ଠାରୁ ମେରଠ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ୮୨ କିଲୋମିଟର ଲମ୍ବା ରାସ୍ତା ପ୍ରସ୍ତୁତ ହେବାକୁ ଯାଉଛି। ଯାହା ମଧ୍ୟରୁ ୧୭ କିଲୋମିଟର ନିର୍ମାଣ କରାଯାଇ ସାରିଛି। ଯାତ୍ରୀ ଅକ୍ଟୋବର ୨୧ ତାରିଖ ଶନିବାର ଠାରୁ ଏହାର ଫାଇଦା ଉଠାଇ ପାରିବେ।