G20 Summit 2023: ଜି-୨୦ ଅତିଥିଙ୍କ ପାଇଁ ପ୍ରସ୍ତୁତ ହୋଇଛି ଜରୁରୀ ସ୍ୱାସ୍ଥ୍ୟ ଯୋଜନା; କିପରି ହେବ କୌଣସି ବିପର୍ଯ୍ୟୟର ମୁକାବିଲା?
Advertisement
Article Detail0/zeeodisha/odisha1854045

G20 Summit 2023: ଜି-୨୦ ଅତିଥିଙ୍କ ପାଇଁ ପ୍ରସ୍ତୁତ ହୋଇଛି ଜରୁରୀ ସ୍ୱାସ୍ଥ୍ୟ ଯୋଜନା; କିପରି ହେବ କୌଣସି ବିପର୍ଯ୍ୟୟର ମୁକାବିଲା?

Emergency Health Facility for G20 Summit: ଜି-୨୦ ବୈଠକରେ ଯୋଗ ଦେଉଥିବା ଅତିଥି ଯେ ପରି କୌଣସି ପ୍ରକାରର ଜରୁରୀକାଳୀନ ସ୍ୱାସ୍ଥ୍ୟ ଜନିତ ପରିସ୍ଥିତିର ସାମ୍ନା ନ କରନ୍ତୁ ତାହାକୁ ନଜରରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ୱାସ୍ଥ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି।

G20 Summit 2023: ଜି-୨୦ ଅତିଥିଙ୍କ ପାଇଁ ପ୍ରସ୍ତୁତ ହୋଇଛି ଜରୁରୀ ସ୍ୱାସ୍ଥ୍ୟ ଯୋଜନା; କିପରି ହେବ କୌଣସି ବିପର୍ଯ୍ୟୟର ମୁକାବିଲା?

G20 Summit Health Emergency Plan: ଆସନ୍ତା ୯-୧୦ ତାରିଖରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେଉଛି ଜି-୨୦ ଶିଖର ସମ୍ମିଳନୀ। ଏନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ଦିଲ୍ଲୀ ଅଭିମୁଖେ ଗସ୍ତ କରୁଛନ୍ତି ସଦସ୍ୟ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ। 

ଜି-୨୦ ସମ୍ମିଳନୀ ଲାଗି ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ (Foreign Guest in G20 Summit) ପ୍ରାୟ ୩ ଦିନ ପାଇଁ ଦିଲ୍ଲୀରେ ଅବସ୍ଥାନ କରିବେ। ଯେକୌଣସି ପ୍ରକାରର ସ୍ୱାସ୍ଥ୍ୟ ଜନିତ ଜରୁରୀକାଳୀନ ପରିସ୍ଥିତିର (Health Emergencies) ମୁକାବିଲା ପାଇଁ ଶେଷ ହୋଇଛି ପ୍ରସ୍ତୁତି। ଦିଲ୍ଲୀରେ ଅବସ୍ଥିତ ୬ ବଡ଼ ବଡ଼ ଡାକ୍ତରଖାନାର (Medical and Hospital in Delhi) ଡାକ୍ତରଙ୍କୁ ଏମ୍ସ (Delhi AIIMS Medical) ଠାରେ ପ୍ରଦାନ କରାଯାଉଛି ସ୍ୱତନ୍ତ୍ର ତାଲିମ। ବଡ଼ ଧରଣର ଦୁର୍ଘଟଣା ଏବଂ ବିପର୍ଯ୍ୟୟର ମୁକାବିଲା ପାଇଁ ଆମ୍ବୁଲାନ୍ସ ନିୟୋଜନ (Ambulance deployment for G20 Summit) ଠାରୁ ଆରମ୍ଭ କରି ଦିଲ୍ଲୀର ଚିକିତ୍ସା ଭିତ୍ତିଭୂମିକୁ (Medical and Health Service Infrastructure in Delhi) ବିକଶିତ କରାଯାଉଛି।

ଜି-୨୦ ବୈଠକରେ ସମସ୍ତ ଅତିଥି ନିରାପଦରେ ରୁହନ୍ତୁ ଏବଂ କୌଣସି ପ୍ରକାରର ଜରୁରୀକାଳୀନ ସ୍ୱାସ୍ଥ୍ୟ ଜନିତ ପରିସ୍ଥିତି ଯେପରି ନ ଉପୁଜେ, ତାହାକୁ ନଜରରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ୱାସ୍ଥ୍ୟ ଯୋଜନା (G20 Summit Health Emergency Plan) ପ୍ରସ୍ତୁତ କରାଯାଇଛି। ଡାକ୍ତରଖାନାରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ତାଲିମ ଚାଲିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର (Health Ministry of India) ସୂତ୍ର ଅନୁଯାୟୀ ୫୦ ଅଗ୍ରୀମ ଜୀବନ ସହାୟତା ଆମ୍ବୁଲାନ୍ସ (Advance Life Support Ambulance for G20 Summit) ପ୍ରଗତି ମଇଦାନ ଏବଂ ବିଦେଶୀ ଅତିଥି ରହିବାକୁ ଥିବା ହୋଟେଲ ଠାରେ ନିୟୋଜନ କରାଯାଉଛି। ଦିଲ୍ଲୀସ୍ଥିତ ଲୋକନାୟକ ଡାକ୍ତରଖାନାରେ (Delhi Lok Nayak Hospital) ମଧ୍ୟ ଆମ୍ବୁଲାନ୍ସ ପ୍ରସ୍ତୁତ କରି ରଖାଯାଇଛି। 

Also Read: G20 Summit 2023: ଜି-୨୦ ଶିଖର ସମ୍ମିଳନୀରେ ନିୟୋଜିତ ହେବେ ସ୍ୱତନ୍ତ୍ର ସୁରକ୍ଷାକର୍ମୀ; କାମ ଶୁଣିଲେ ଚକିତ ହୋଇଯିବେ ଆପଣ

 

ଦିଲ୍ଲୀ ସ୍ଥିତ ଏମ୍ସ ମେଡିକାଲ, ରାମ ମନୋହର ଲୋହିଆ ହସ୍ପିଟାଲ (Ram Manohar Lohia Hospital Delhi), ସଫଦରଜଙ୍ଗ ହସ୍ପିଟାଲ (Safdarjung Hospital Delhi), ଲେଡି ହାର୍ଡିଂ ହସ୍ପିଟାଲ (Lady Hardinge Hospital Delhi) ଏବଂ ଲୋକ ନାୟକ ହସ୍ପିଟାଲ ଆଦି ୬ ଡାକ୍ତରଖାନାକୁ ନୋଡାଲ ହସ୍ପିଟାଲ (Nodal Hospital for G20 Summit) ଭାବରେ ସଜାଗ ରହିବାକୁ କୁହାଯାଇଛି। ପ୍ରତ୍ୟେକ ଡାକ୍ତରଖାନାକୁ କିଛି ଆଇସିୟୁ ବେଡ଼ ସଂରକ୍ଷଣ କରି ରଖିବାକୁ କୁହାଯାଇଛି। CBRN Attack ଅର୍ଥାତ ରାସାୟନିକ, ଜୈବିକ, ବିକିରଣ କିମ୍ବା ଆଣବିକ ଆକ୍ରମଣର ମୁକାବିଲା ପାଇଁ ଏମ୍ସ ଡାକ୍ତର ଅନ୍ୟ ଡାକ୍ତରଖାନାର ଚିକିତ୍ସକଙ୍କୁ ତାଲିମ ଦେଇଛନ୍ତି। ଆଣବିକ ଆକ୍ରମଣ ପାଇଁ ଏମ୍ସ, ଜୈବିକ ଆକ୍ରମଣ ପାଇଁ ରାମ ମନୋହର ଲୋହିଆ, ରାସାୟନିକ ଆକ୍ରମଣ ପାଇଁ ସଫଦରଜଙ୍ଗ ଏବଂ ବିକିରଣ ପାଇଁ ଆର.ଆର ଆର୍ମୀ ହସ୍ପିଟାଲ୍ (RR Army Hospital Delhi) ପ୍ରସ୍ତୁତ କରି ରଖାଯାଇଛି।

ଜି-୨୦ ବୈଠକ ପାଇଁ ପ୍ରଗତି ମଇଦାନରେ ଏକ ୨୪ ଘଣ୍ଟିଆ ଜରୁରୀକାଳୀନ ଡାକ୍ତରୀ କେନ୍ଦ୍ର (Medical Emergency Center) ନିର୍ମାଣ କରାଯାଉଛି। ଯାହା ଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ବିଦେଶୀ ଅତିଥି ଆବଶ୍ୟକୀୟ ଚିକିତ୍ସା ସେବା ପାଇପାରିବେ। ମେଡିକାଲ ଠାରେ ଏକ ସ୍ୱତନ୍ତ୍ର ଆଇସିୟୁ ନିର୍ମାଣ କରାଯାଉଛି। ଯେଉଁଠାରେ ହୃଦରୋଗ ବିଶେଷଜ୍ଞ, ଆନାସ୍ଥେସିଆ ବିଶେଷଜ୍ଞ ଏବଂ ଅନ୍ୟ ଚିକିତ୍ସା ବିଶେଷଜ୍ଞ ନିୟୋଜିତ ହେବେ। ବିଦେଶୀ ଅତିଥି ରହୁଥିବା ହୋଟେଲ ଠାରେ ପ୍ରାରମ୍ଭିକ ଚିକିତ୍ସା ଯୋଗାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି।

ଜି-୨୦ ବୈଠକ ସମୟରେ ପ୍ରାୟ "ସେଣ୍ଟ୍ରାଲାଇଜଡ୍ ଆକ୍ସିଡେଣ୍ଟ ଆଣ୍ଡ ଟ୍ରମା ସର୍ଭିସେସ୍" (Centralized Accident and Trauma Service) ଲାଗି ୧୦୬ ଆମ୍ବୁଲାନ୍ସ ନିୟୋଜିତ ହେବ। ଯେଉଁଥିରେ ୭୬ ଆଡଭାନସଡ୍ ଲାଇଫ ସର୍ପୋଟ (Advanced Life Support) ଏବଂ ୩୦ ବେସିକ ଲାଇଫ ସର୍ପୋଟ (Basic Life Support) ଆମ୍ବୁଲାନ୍ସ ରହିବ। ଏହି ଆମ୍ବୁଲାନ୍ସ ସାମ୍ଭାବ୍ୟ ବିପର୍ଯ୍ୟୟ ସ୍ଥଳ, ସଭା ସ୍ଥାନ, ହୋଟେଲ କିମ୍ବା ବିଦେଶୀ ରାଷ୍ଟ୍ରାଧ୍ୟକ୍ଷଙ୍କ ଯାତାୟତ ମାର୍ଗରେ ଉପଲବ୍ଧ ରହିବ।

Also Read: G20 Summit: ରାଜଧାନୀରେ ୧୬୦ ଉଡ଼ାଣ ରଦ୍ଦ, ଜାଣନ୍ତୁ କାରଣ

ଦିଲ୍ଲୀ ସ୍ଥିତ ବଡ଼ ବଡ଼ ଘରୋଇ ଡାକ୍ତରଖାନା ନିକଟସ୍ଥ ହୋଟେଲ ସହିତ ସଂଲଗ୍ନ ହୋଇଛି। ଘରୋଇ ଡାକ୍ତରଖାନାରେ ମଧ୍ୟ ଜରୁରୀକାଳୀନ ପରିସ୍ଥିତି ପାଇଁ ମେଡିକାଲ ବେଡ ସଂରକ୍ଷିତ କରି ରଖାଯାଇଛି। ସମସ୍ତ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। "ଅତିଥି ଦେବୋ ଭବ" ନାରା ଦେଉଥିବା ଭାରତ ବର୍ଷରେ କୌଣସି ବିଦେଶୀ ଅତିଥି ଯେପରି ଅସୁସ୍ଥ ହୁଅନ୍ତି ନାହିଁ କିମ୍ବା କୌଣସି ଧଣର ଦୁର୍ଘଟଣା ଯେପରି ନ ଘଟୁ, ତାହାକୁ ନଜରରେ ରଖି ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଛି।