SBI: ଦେଶର ସର୍ବବୃହତ ବ୍ୟାଙ୍କ କହିଲା, ଆଦାନୀ ଗ୍ରୁପକୁ ଦିଆଯାଇଛି କେତେ ଟଙ୍କା ଲୋନ୍
Advertisement
Article Detail0/zeeodisha/odisha1555748

SBI: ଦେଶର ସର୍ବବୃହତ ବ୍ୟାଙ୍କ କହିଲା, ଆଦାନୀ ଗ୍ରୁପକୁ ଦିଆଯାଇଛି କେତେ ଟଙ୍କା ଲୋନ୍

SBI On Adani Group: ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଆଦାନୀ ଗ୍ରୁପକୁ ପ୍ରାୟ ୨.୬ ବିଲିୟନ ଡ଼ଲାର (ଅର୍ଥାତ୍ ୨୧ ହଜାର କୋଟି ଟଙ୍କା) ଲୋନ୍ ଦେଇଛି। ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଏହା ନିୟମ ଅନୁଯାୟୀ ଅନୁମୋଦିତ ପରିମାଣର ପ୍ରାୟ ଅଧା ଅଟେ ।

ସାଙ୍କେତିକ ଛବି

SBI On Gautam Adani: ଦେଶର ସର୍ବବୃହତ ବ୍ୟାଙ୍କ ଅର୍ଥାତ୍ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଆଦାନୀ ଗ୍ରୁପକୁ (Adani Group) ପ୍ରାୟ ୨.୬ ବିଲିୟନ ଡ଼ଲାର ଅର୍ଥାତ୍ ୨୧ ହଜାର କୋଟି ଟଙ୍କା ଲୋନ୍ ଦେଇଥିବା କହିଛି । ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଏହା ନିୟମ ଅନୁଯାୟୀ ଅନୁମୋଦିତ ପରିମାଣର ପ୍ରାୟ ଅଧା ଅଟେ । ଖବର ଅନୁଯାୟୀ, ଏସବିଆଇ ଏହାର ବିଦେଶୀ ୟୁନିଟ୍ ଠାରୁ ପ୍ରାୟ ୨୦୦ ମିଲିୟନ୍ ଡଲାର୍ ପାଇଛି ।

SBI ର ଅଧ୍ୟକ୍ଷ କ’ଣ କହିଛନ୍ତି?
ରିପୋର୍ଟ ଅନୁଯାୟୀ, କିଛି ଲୋକଙ୍କୁ ନିଜ ନାମ ଗୋପନ ରଖିବା ସର୍ତ୍ତରେ ଏହି ସୂଚନା ଦେଇଛନ୍ତି । ଏସବିଆଇ ଅଧ୍ୟକ୍ଷ ଦୀନେଶ କୁମାର ଖରା ଏହା ପୂର୍ବରୁ କହିଥିଲେ ଯେ ଆଦାନୀ ଗ୍ରୁପ୍ କମ୍ପାନୀମାନେ ଲୋନର ସୁଧ ଦେଉଛନ୍ତି ଓ ବ୍ୟାଙ୍କ ଏପର୍ଯ୍ୟନ୍ତ ଦେଇଥିବା ଲୋନ ପରିମାଣରେ ସେମାନେ କୌଣସି ଅସୁବିଧା ଦେଖୁ ନାହିଁ ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅର୍ଥାତ୍ ଆରବିଆଇ ଦେଶର ବ୍ୟାଙ୍କିଙ୍ଗ୍ ରେଗୁଲେଟର ଭାବରେ ବ୍ୟାଙ୍କକୁ ଦିଆଯାଇଥିବା ଲୋନର ବିବରଣୀ ମାଗିଥିଲା । ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକର ସେୟାର ମୂଲ୍ୟରେ ହ୍ରାସ ପରେ ଅରବିଆଇ ଏହି ପଦକ୍ଷେପ ନେଇଥିଲେ ।

ବ୍ଲୁମବର୍ଗଙ୍କ କହିବାନୁସାରେ, ଏସବିଆଇର ପ୍ରତିନିଧି ମାନେ ଲୋନ ଉପରେ କମେଣ୍ଟ ଦେବାକୁ ମନା କରିଦେଇଥିଲେ । ଆମେରିକାର ହିନ୍ଦେନବର୍ଗ ରିସର୍ଚ୍ଚର ରିପୋର୍ଟ ପରେ ବିଭିନ୍ନ ବ୍ୟାଙ୍କ ଦ୍ୱାରା ଗୌତମ ଆଦାନୀଙ୍କ କମ୍ପାନୀକୁ ଦିଆଯାଇଥିବା ଲୋନ ଷ୍ଟକରେ ହ୍ରାସ ଯୋଗୁଁ ଯାଞ୍ଚ ଚାଲିଛି । କ୍ରେଡିଟ୍ ସୁଇସ୍ ଓ ସିଟିଗ୍ରୁପ୍ ଇଙ୍କ ୟୁନିଟ୍ ଗ୍ରୁପରୁ ସିକ୍ୟୁରିଟି ବନ୍ଧକ ଭାବରେ ଗ୍ରହଣ କରିବା ବନ୍ଦ କରି ଦେଇଛନ୍ତି ।

ଏଥି ସହ ଆଦାନୀ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ରିପୋର୍ଟକୁ ମିଥ୍ୟା ବୋଲି କହିଛନ୍ତି । ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆଦାନୀ ମଧ୍ୟ ଚେତାବନୀ ଦେଇଛନ୍ତି । ଅନ୍ୟ ଅନେକ ଘରୋଇ ବ୍ୟାଙ୍କ ମଧ୍ୟ ଆତ୍ମବିଶ୍ୱାସୀ ଯେ ଆଦାନୀ ଗ୍ରୁପ୍ ସେମାନଙ୍କ ଲୋନକୁ ସଠିକ୍ ପରିଶୋଧ କରିବ । ଅନ୍ୟପକ୍ଷରେ ସରକାରୀ ଋଣଦାତା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆଦାନୀ ଗ୍ରୁପକୁ ୭୦ ବିଲିୟନ ଟଙ୍କା ଲୋନ ଦେଇଛି । ଗତ ମାସରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅତୁଲ ଗୋୟଲ ଏହି ସୂଚନା ଦେଇଥିଲେ । ଏହାର ପ୍ରାୟ ଏକ ତୃତୀୟାଂଶ ଆଦାନୀଙ୍କ ବିମାନବନ୍ଦର ବ୍ୟବସାୟକୁ ଦିଆଯାଇଛି ।

ଏହା ବି ପଢ଼ନ୍ତୁ: ରୁମରେ ୫୦୦ ଝିଅଙ୍କୁ ଦେଖିବା ପରେ ଚେତାଶୂନ୍ୟ ହେଲେ ଛାତ୍ର, ହସ୍ପିଟାଲରେ ଭର୍ତ୍ତି

ଏହା ବି ପଢ଼ନ୍ତୁ: World's Oldest Mouse: ମିଳିଲା ଦୁନିଆର ସବୁଠୁ ବୁଢା ମୂଷା, ଏତିକି ବର୍ଷ ଧରି ରହିଛି ଜୀବିତ; ରଚିବ ବିଶ୍ୱ ରେକର୍ଡ

ଏହା ବି ପଢ଼ନ୍ତୁ: Marriage: ବିବାହ ପୂର୍ବରୁ ଏଠାରେ ପ୍ରଥମେ ଜନ୍ମ କରିବାକୁ ପଡେ ପିଲା, ଜାଣନ୍ତୁ ଭାରତର କିଛି ଅଦ୍ଭୁତ ଓ ନିଆରା ପ୍ରଥା ବିଷୟରେ...