Rs 2000 Note Exchange: ଦେଶର ଏହି ୧୯ ସ୍ଥାନରେ କରିହେବ ୨୦୦୦ ଟଙ୍କିଆ ନୋଟ୍ ପରିବର୍ତ୍ତନ, ଦେଖନ୍ତୁ ତାଲିକା
Advertisement
Article Detail0/zeeodisha/odisha1911069

Rs 2000 Note Exchange: ଦେଶର ଏହି ୧୯ ସ୍ଥାନରେ କରିହେବ ୨୦୦୦ ଟଙ୍କିଆ ନୋଟ୍ ପରିବର୍ତ୍ତନ, ଦେଖନ୍ତୁ ତାଲିକା

Rs 2000 Note News: ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଶେଷ ତାରିଖ ଅତିକ୍ରମ କରିସାରିଛି। ଯଦି ଆପଣ ଚାହିଁବେ ତାହେଲେ ୨୦୦୦ ଟଙ୍କିଆ ନୋଟ୍ ବିନିମୟ କରିପାରିବେ। ହେଲେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଆପଣଙ୍କୁ କେତେକ କଥା ଉପରେ ଧ୍ୟାନ ଦେବାକୁ ହେବ। 

 

Rs 2000 Note Exchange: ଦେଶର ଏହି ୧୯ ସ୍ଥାନରେ କରିହେବ ୨୦୦୦ ଟଙ୍କିଆ ନୋଟ୍ ପରିବର୍ତ୍ତନ, ଦେଖନ୍ତୁ ତାଲିକା

Rs 2000 Note Deposit: ବ୍ୟାଙ୍କ ଶାଖାରେ ୨୦୦୦ ଟଙ୍କିଆ ନୋଟ୍ ଜମା କିମ୍ବା ବିନିମୟ ପାଇଁ ଶେଷ ତାରିଖ ଅତିକ୍ରମ କରିଛି। ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ ବ୍ୟାଙ୍କ ଠାରେ ଜମା କରା ଯାଇ ପାରିଥାନ୍ତା କିମ୍ବା ଏହାକୁ ବଦଳା ଯାଇ ପାରିଥାନ୍ତା। ହେଲେ ୨୦୦୦ ଟଙ୍କିଆ ନୋଟ୍ ଜମା କରିବାର କିମ୍ବା ବଦଳାଇବାର ତାରିଖ ଶେଷ ହୋଇଯାଇଛି। ହେଲେ ତାରିଖ ଅତିକ୍ରମ କରିଯାଇଥିଲେ ମଧ୍ୟ ୨୦୦୦ ଟଙ୍କିଆ ନୋଟ ବଦଳାଇବା ପାଇଁ ଲୋକଙ୍କ ପାଖରେ ଏକ ସୁଯୋଗ ରହିଛି। ଏବେ ସେମାନେ ଚାହିଁଲେ ୨୦୦୦ ଟଙ୍କିଆ ନୋଟ୍ ପରିବର୍ତ୍ତନ କରିପାରିବେ। ଯଦି କୌଣସି ବ୍ୟକ୍ତି ବର୍ତ୍ତମାନ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ ଚାହୁଁଛନ୍ତି, ତାହେଲେ ତାଙ୍କୁ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟକୁ ଯିବାକୁ ହେବ। ସେଠାରେ ୨୦୦୦ ଟଙ୍କିଆ ନୋଟ୍ ବିଦଳା ଯାଇପାରିବ।

ବର୍ତ୍ତମାନ ୨୦୦୦ ଟଙ୍କିଆ ନୋଟ୍ ନାଁ ବ୍ୟାଙ୍କ ଠାରେ ଜମା କରାଯାଇ ପାରିବ କିମ୍ବା ବଦଳା ଯାଇପାରିବ। ଯଦି ଆପଣ ଏବେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ କିମ୍ବା ଜମା କରିବାକୁ ଚାହୁଁଛନ୍ତି, ତାହେଲ ଆପଣଙ୍କୁ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟକୁ ଯିବାକୁ ହେବ। ବର୍ତ୍ତମାନ ଯେକୌଣସି ବ୍ୟକ୍ତି ଦେଶରେ ତାଙ୍କ ବ୍ୟାଙ୍କ ଖାତାରେ କ୍ରେଡିଟ୍ କରିବା ପାଇଁ ୧୯ ଆରବିଆଇ କାର୍ଯ୍ୟାଳୟକୁ ପୋଷ୍ଟ ମାଧ୍ୟମରେ ୨୦୦୦ ଟଙ୍କିଆ ନୋଟ୍ ପଠାଇ ପାରିବେ।

୧୯ ଆରବିଆଇ କାର୍ଯ୍ୟାଳୟରେ ଜମା କିମ୍ବା ବଦଳା ଯାଇପାରିବ ୨୦୦୦ ଟଙ୍କିଆ ନୋଟ୍
୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଜଣେ ବ୍ୟକ୍ତିଙ୍କୁ ବୈଧ ପରିଚୟ ପ୍ରଦାନ କରିବାକୁ ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ସ୍ଥିର କରାଯାଇଥିବା ସମସ୍ତ ମାନଦଣ୍ଡ ପୂରଣ କରିବାକୁ ହେବ। ଏଠାରେ ଆମେ ଆପଣଙ୍କୁ ସେହି ୧୯ ଆରବିଆଇ କାର୍ଯ୍ୟାଳୟର ତାଲିକା ଦେଉଛୁ। ଯେଉଁଠାରେ ଆପଣ ୨୦୦୦ ଟଙ୍କିଆ ନୋଟ୍ ବିଦଳାଇ ପାରିବେ କିମ୍ବା ଜମା କିପାରିବେ। ନିମ୍ନରେ ଉଲ୍ଲେଖ କରାଯାଇଥିବା କାର୍ଯ୍ୟାଳୟର ଠିକଣା ଆରବିଆଇ ୱେବସାଇଟ ଠାରୁ ନିଆଯାଇଛି।

  • ଅହମ୍ମଦାବାଦ: ଜେନେରାଲ ମ୍ୟାନେଜର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇସ୍ୟୁ ବିଭାଗ ଦ୍ୱିତୀୟ ମହଲା, ଗାନ୍ଧୀ ବ୍ରିଜ୍ ଅହମ୍ମଦାବାଦ-୩୮୦୦୧୪
  • ବେଙ୍ଗାଲୁରୁ: ଅଫିସର୍ ଇନ୍-ଚାର୍ଜ, ଗ୍ରାହକ ଶିକ୍ଷା ଏବଂ ସୁରକ୍ଷା ସେଲ୍, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୧୦/୩/୮, ନ୍ରୁପଥୁଙ୍ଗା ରୋଡ୍, ବେଙ୍ଗାଲୁରୁ-୫୬୦୦୦୧, ଟେଲିଫୋନ୍: ୦୮୦-୨୨୧୮୦୩୯୭ 
  • ବେଲାପୁର: ଡେପୁଟି ଜେନେରାଲ୍ ମ୍ୟାନେଜର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇସୁ ବିଭାଗ ପ୍ଲଟ୍ ନମ୍ବର-୩, ସେକ୍ଟର 10, ଏଚ.ଏଚ. ନିର୍ମଳା ଦେବୀ ମାର୍ଗ, ସିବିଡିଟି, ବେଲାପୁର, ନାଭି ମୁମ୍ବାଇ- ୪୦୦୬୧୪
  • ଭୋପାଳ: ଡେପୁଟି ଜେନେରାଲ୍ ମ୍ୟାନେଜର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇସୁ ବିଭାଗ, ହୋସାଙ୍ଗାବାଦ ରୋଡ୍, ପୋଷ୍ଟ ବକ୍ସ ନମ୍ବର ୩୨, ଭୋପାଳ-୪୬୨୦୧୧ 
  • ଭୁବନେଶ୍ୱର: ଡେପୁଟି ଜେନେରାଲ୍ ମ୍ୟାନେଜର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇସୁ ବିଭାଗ, ପଣ୍ଡିତ ଜବାହର ଲାଲ ନେହେରୁ ମାର୍ଗ, ପୋଷ୍ଟ ବକ୍ସ ନମ୍ବର. ୧୬, ଭୁବନେଶ୍ୱର-୭୫୧୦୦୧
  • ଚଣ୍ଡିଗଡ଼: ଡେପୁଟି ଜେନେରାଲ୍ ମ୍ୟାନେଜର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇସୁ ବିଭାଗ ସେଣ୍ଟ୍ରାଲ୍ ଭିଷ୍ଟା, ଟେଲିଫୋନ୍ ଭବନ, ସେକ୍ଟର ୧୭, ଚଣ୍ଡିଗଡ଼-୧୬୦୦୧୭
  • ଚେନ୍ନାଇ: ଜେନେରାଲ ମ୍ୟାନେଜର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇସୁ ବିଭାଗ ଫୋର୍ଟ ଗ୍ଲାସିସ୍ ନମ୍ବର ୧୬, ରାଜଜୀ ସାଲାଇ, ପୋଷ୍ଟ ବକ୍ସ ନମ୍ବର ୪୦, ଚେନ୍ନାଇ- ୬୦୦୦୦୧ 
  • ଗୌହାଟି: ଜେନେରାଲ୍ ମ୍ୟାନେଜର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇସୁ ବିଭାଗ ଷ୍ଟେସନ୍ ରୋଡ୍, ପାନ ବଜାର୍, ପୋଷ୍ଟ ବକ୍ସ ନମ୍ବର. ୧୨୦, ଗୌହାଟି-୭୮୧୦୦୧ 
  • ହାଇଦ୍ରାବାଦ: ଜେନେରାଲ୍ ମ୍ୟାନେଜର୍ ଇସ୍ୟୁ ବିଭାଗ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୬-୧-୬୫, ସେକ୍ରେଟାରିଏଟ୍ ରୋଡ୍, ସାଇଫାବାଦ, ହାଇଦ୍ରାବାଦ-୫୦୦୦୦୪ 
  • ଜୟପୁର: ଜେନେରାଲ୍ ମ୍ୟାନେଜର, ଇସୁ ବିଭାଗ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରାମବାଗ ସର୍କଲ, ଟୋଙ୍କ୍ ରୋଡ୍, ପୋଷ୍ଟ ବକ୍ସ ନମ୍ବର ୧୨, ଜୟପୁର-୩୦୨୦୦୪ 
  • ଜାମୁ: ଡେପୁଟି ଜେନେରାଲ୍ ମ୍ୟାନେଜର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇସ୍ୟୁ ବିଭାଗ ରେଳ ହେଡ କମ୍ପ୍ଲେକ୍ସ, ଜାମୁ-୧୮୦୦୧୨ 
  • କାନପୁର: ଜେନେରାଲ୍ ମ୍ୟାନେଜର ଇସୁ ବିଭାଗ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏମ.ଜି ମାର୍ଗ, ପୋଷ୍ଟ ବକ୍ସ ନମ୍ବର ୮୨/୧୪୨, କାନପୁର-୨୦୮୦୦୧
  • କୋଲକାତା: ଜେନେରାଲ ମ୍ୟାନେଜର୍ ଇସ୍ୟୁ ବିଭାଗ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପୋଷ୍ଟ ବ୍ୟାଗ୍ ନମ୍ବର ୪୯, କୋଲକାତା-୭୦୦୦୦୧ 
  • ଲକ୍ଷ୍ନୌ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୮-୯ ବିପିନ୍ ଖଣ୍ଡ, ଗୋମତିନଗର, ଲକ୍ଷ୍ନୌ-୨୨୬୦୧୦ 
  • ମୁମ୍ବାଇ: ଜେନେରାଲ୍ ମ୍ୟାନେଜର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇସୁ ବିଭାଗ ମୁଖ୍ୟ ବିଲଡିଂ, ଶହୀଦ ଭାଗବତ ସିଂହ ମାର୍ଗ, ଫୋର୍ଟ, ମୁମ୍ବାଇ-୪୦୦୦୦୧ 
  • ନାଗପୁର: ଜେନେରାଲ୍ ମ୍ୟାନେଜର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇସୁ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ବିଲଡିଂ, ଡାକ୍ଟର ରାଘବେନ୍ଦ୍ର ରାଓ ରୋଡ୍, ପୋଷ୍ଟ ବକ୍ସ ନମ୍ବର. ୧୫, ସିଭିଲ୍ ଲାଇନ୍, ନାଗପୁର-୪୪୦୦୦୧ 
  • ନୂଆଦିଲ୍ଲୀ: ଜେନେରାଲ୍ ମ୍ୟାନେଜର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇସୁ ବିଭାଗ ୬, ସଂସଦ ମାର୍ଗ, ନୂଆଦିଲ୍ଲୀ-୧୧୦୦୦୧ 
  • ପାଟନା: ଡେପୁଟି ଜେନେରାଲ୍ ମ୍ୟାନେଜର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇସୁ ବିଭାଗ, ଦକ୍ଷିଣ ଗାନ୍ଧୀ ମଇଦାନ ପୋଷ୍ଟ ବକ୍ସ ନମ୍ବର.୧୬୨, ପାଟନା-୮୦୦୦୦୧ 
  • ଥିରୁଭାଅନନ୍ତପୁରମ୍: ଡେପୁଟି ଜେନେରାଲ୍ ମ୍ୟାନେଜର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇସୁ ବିଭାଗ, ବେକେରୀ ଜଙ୍କସନ, ପୋଷ୍ଟ ବକ୍ସ ନମ୍ବର-୬୫୦୭, ଥିରୁଭାଅନନ୍ତପୁରମ୍-୬୯୫୦୩୩ 

(ସତର୍କତା: ଉପରୋକ୍ତ ଠିକଣାରେ କୌଣସି ଡାକ ପଠାଇବା ପୂର୍ବରୁ ଆପଣ ଥରେ ନିଜ ସ୍ତରରେ ଏହାକୁ ଯାଞ୍ଚ କରିନିଅନ୍ତୁ। Zee Odisha ଏହାକୁ ନିଶ୍ଚିତ କରେ ନାହିଁ।)