Nuclear Bases Data: ନୂଆ ବର୍ଷରେ ପରସ୍ପର ସହ ପରମାଣୁ ପ୍ରତିଷ୍ଠାନ ସମ୍ପର୍କିତ ତଥ୍ୟ ଦେଲେ ଭାରତ-ପାକିସ୍ତାନ
Advertisement
Article Detail0/zeeodisha/odisha2040341

Nuclear Bases Data: ନୂଆ ବର୍ଷରେ ପରସ୍ପର ସହ ପରମାଣୁ ପ୍ରତିଷ୍ଠାନ ସମ୍ପର୍କିତ ତଥ୍ୟ ଦେଲେ ଭାରତ-ପାକିସ୍ତାନ

India Pakistan Nuclear Treaty: ଭାରତ-ପାକିସ୍ତାନ ପରସ୍ପର ସହିତ ଆଣବିକ ସ୍ଥାନ ବିଷୟରେ ସୂଚନା ବାଣ୍ଟିଛନ୍ତି। ଏହା ପ୍ରଥମ ଘଟଣା ନୁହେଁ ଯେ ବିଗତ ୩୨ ବର୍ଷ ଧରି ଏକ ଚୁକ୍ତିନାମା ଅନୁଯାୟୀ ଏହି ଧାରା ଉଭୟ ଦେଶରେ ଚାଲିଆସୁଛି।

Nuclear Bases Data: ନୂଆ ବର୍ଷରେ ପରସ୍ପର ସହ ପରମାଣୁ ପ୍ରତିଷ୍ଠାନ ସମ୍ପର୍କିତ ତଥ୍ୟ ଦେଲେ ଭାରତ-ପାକିସ୍ତାନ

India Pakistan Nuclear Deal: ନୂତନ ବର୍ଷ ଅବସରରେ ଭାରତ-ପାକିସ୍ତାନ ପରସ୍ପରକୁ ଆଣବିକ ପ୍ରତିଷ୍ଠାନ ସମ୍ପର୍କିତ ତଥ୍ୟ ପ୍ରଦାନ କରିଛନ୍ତି। ହେଲେ ଆଣବିକ ପ୍ରତିଷ୍ଠାନ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାର ଏହା ପ୍ରଥମ ଘଟଣା ନୁହେଁ। ବିଗତ ୩୨ ବର୍ଷ ଧରି ଏକ ଚୁକ୍ତିନାମା ଅନୁଯାୟୀ ଉଭୟ ଦେଶ ପରସ୍ପରକୁ ଆଣବିକ ପ୍ରତିଷ୍ଠାନ ସମ୍ପର୍କିତ ପ୍ରଦାନ କରିବାର ଧାରା ଜାରି ରହିଛି। ଏହି ଚୁକ୍ତି ଉଭୟ ଦେଶକୁ ପରସ୍ପରର ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିବାକୁ ମଧ୍ୟ ପ୍ରତିରୋଧ କରିଥାଏ। ଆଣବିକ ପ୍ରତିଷ୍ଠାନ ବିଷୟରେ ତଥ୍ୟ ପ୍ରଦାନ କରିବା ଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ସୁନିଶ୍ଚିତ କରାଯାଇଛି।

ପ୍ରଦାନ କରାଗଲା ଆଣବିକ ପ୍ରତିଷ୍ଠାନ ସମ୍ପର୍କିତ ତାଲିକା
ପ୍ରାୟ ୩ ଦଶନ୍ଧିରୁ ଅଧିକ ସମୟ ଧରି ଚାଲି ଆସୁଥିବା ଏକ ଧାରାକୁ ବଜାୟ ରଖି ଭାରତ-ପାକିସ୍ତାନ ୨୦୨୪ ଜାନୁଆରୀ ୧ ତାରିଖ ସୋମବାର ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ଆଣବିକ ପ୍ରତିଷ୍ଠାନ ସମ୍ପର୍କିତ ତାଲିକା (India Pakistan Nuclear Bases Data) ବିନିମୟ କରିଛନ୍ତି। ଏହି ଚୁକ୍ତି ଉଭୟ ପକ୍ଷକୁ ଯୁଦ୍ଧ ସମୟରେ ପରସ୍ପରର ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ପ୍ରତିରୋଧ କରିଥାଏ।

Also Read: Nuclear Bases Data: ପରସ୍ପର ସହ ଆଣବିକ ଭିତ୍ତିଭୂମି ତାଲିକା ବାଣ୍ଟିଲେ ଭାରତ-ପାକିସ୍ତାନ, ଜାଣ କାହିଁକି ଉଭୟ ଦେଶ ପରସ୍ପରକୁ ଦିଅନ୍ତି ଏହି ତଥ୍ୟ?

ଆଣବିକ ପ୍ରତିଷ୍ଠାନ ଉପରେ ଆକ୍ରମଣକୁ ରୋକିଥାଏ ଚୁକ୍ତି
ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣକୁ ରୋକିବା ପାଇଁ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଏ ସମ୍ପର୍କିତ ତାଲିକା ଉଭୟ ଦେଶ ପରସ୍ପରକୁ ପ୍ରଦାନ କରିଛନ୍ତି। ଯେଉଁଥିରେ କୁହାଯାଇଛି ଯେ ନୂଆଦିଲ୍ଲୀ ଏବଂ ଇସଲାମାବାଦ ମଧ୍ୟରେ କୂଟନୈତିକ ପ୍ରକ୍ରିୟା ମାଧ୍ୟମରେ ଏକ ସମୟରେ ପରସ୍ପରକୁ ପ୍ରଦାନ କରିଛନ୍ତି ଉଭୟ ଦେଶ।

ପ୍ରାୟ ୩୨ ବର୍ଷ ଧରି ଚାଲିଆସୁଛି ପରମ୍ପରା 
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ ନୂଆଦିଲ୍ଲୀ ଏବଂ ଇସଲାମାବାଦରେ କୂଟନୈତିକ ପ୍ରକ୍ରିୟା ମାଧ୍ୟମରେ ଭାରତ-ପାକିସ୍ତାନ ମଧ୍ୟରେ ୨୦୨୪ ଜାନୁଆରୀ ୧ ତାରିଖ ସୋମବାର ପରମାଣୁ ପ୍ରତିଷ୍ଠାନ ସମ୍ପର୍କିତ ତାଲିକା ବିନିମୟ କରାଯାଇଛି। ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ପ୍ରତିଷ୍ଠାନ ସମ୍ପର୍କିତ ତାଲିକା ପ୍ରଦାନ କରିବା ପ୍ରସଙ୍ଗରେ ୧୯୮୮ ମସିହା ଡିସେମ୍ବର ୩୧ ତାରିଖରେ ଏକ ଚୁକ୍ତି ହୋଇଥିଲା। ଯେଉଁ ଚୁକ୍ତି ୧୯୯୧ ମସିହା ଜାନୁଆରୀ ୨୭ ତାରିଖରେ କାର୍ଯ୍ୟକାରୀ ହୋଇଥିଲା।

Also Read: Nuclear Arsenals by Country: ଆଣବିକ ଅସ୍ତ୍ର ବଢାଇଲେ ଚୀନ୍-ପାକିସ୍ଥାନ, ଜାଣନ୍ତୁ ଭାରତ-ଋଷିଆ ସମେତ ଅନ୍ୟ ଦେଶର ସ୍ଥିତି

୧୯୯୨ ମସିହାରେ ପ୍ରଥମ ଥର ପାଇଁ ପ୍ରଦାନ କରିଥିଲେ ଭାରତ-ପାକିସ୍ତାନ
ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଉଭୟ ଦେଶ ପ୍ରତିବର୍ଷ ପ୍ରଥମ ଜାନୁଆରୀ ୧ ତାରିଖରେ ପରମାଣୁ ପ୍ରତିଷ୍ଠାନ ବିଷୟରେ ପରସ୍ପରକୁ ତଥ୍ୟ ପ୍ରଦାନ କରିବା ପାଇଁ ଏକ ବ୍ୟବସ୍ଥା ରହିଛି। ଏହି ତାଲିକାର ଆଦାନପ୍ରଦାନ କାଶ୍ମୀର ପ୍ରସଙ୍ଗ ତଥା ସୀମା ଆତଙ୍କବାଦକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଦୁଇ ଦେଶ ମଧ୍ୟରେ ଏପରି ତାଲିକାର କ୍ରମାଗତ ଭାବେ ୩୩ ଥର ପାଇଁ ପରମାଣୁ ପ୍ରତିଷ୍ଠାନ ସମ୍ପର୍କରେ ତଥ୍ୟ ପ୍ରଦାନ କରିଛନ୍ତି। ପ୍ରଥମ ଥର ପାଇଁ  ଏ ସମ୍ପର୍କିତ ତାଲିକା ବିନିମୟ ୧୯୯୨ ମସିହା ଜାନୁଆରୀ ୧ ତାରିଖରେ ହୋଇଥିଲା।