Black Potato Farming: କଳା ଆଳୁ ଚାଷ କୃଷକଙ୍କୁ ଦେଉଛି ଲାଭ
Advertisement
Article Detail0/zeeodisha/odisha1941674

Black Potato Farming: କଳା ଆଳୁ ଚାଷ କୃଷକଙ୍କୁ ଦେଉଛି ଲାଭ

Black Potato Farming: ଗତ ବର୍ଷ ବିହାରର ଗୟାଠାରେ ଜଣେ କୃଷକ ଆମେରିକାରୁ କଳା ଆଳୁ ବିହନ ଅର୍ଡର କରି ପ୍ରାୟ ୧ ଏକର ଜମିରେ ଚାଷ କରିଥିଲେ ଯାହା ତାଙ୍କୁ ବେଶ୍ ଲାଭ ଦେଇଥିଲା। ଚଳିତ ବର୍ଷ ସେ ୪ ଏକର ଚାଷ ଜମିରେ କଳା ଆଳୁ ଚାଷ କରୁଛନ୍ତି । କଳା ଆଳୁରେ ରହିଛି ଅନେକ ଔଷଧୀୟ ଗୁଣ ଏହି କାରଣରୁ ଏହାର ବଜାର ଚାହିଦା ଅଧିକ ରହିଛି ।

Black Potato Farming: କଳା ଆଳୁ ଚାଷ କୃଷକଙ୍କୁ ଦେଉଛି ଲାଭ

Black Potato Farming: ବିହାରର ଗୟା ଜିଲ୍ଲାରେ କଳା ଆଳୁ ଚାଷକୁ ଜଣେ ଚାଷୀ ସଫଳତାର ସହିତ କରିଛନ୍ତି । ସେ ଚାଷୀ ଜଣକ ହେଉଛନ୍ତି ଟିକାରୀ ବ୍ଲକ ଅଞ୍ଚଳର ଗୁଲରିଆଚକ ଗ୍ରାମର ବାସିନ୍ଦା ଆଶିଷ କୁମାର ସିଂ । ପ୍ରାୟ ୧୪ କିଲୋଗ୍ରାମ ବିହନ ବ୍ୟବହାର କରି ୧୨୦ କେଜି ଆଳୁ ଉତ୍ପାଦନ କରିଥିଲେ ଆଶିଷ । କଳା ଆଳୁ ମୁଖ୍ୟତଃ ଆମେରିକାର ପାର୍ବତ୍ୟ ଅଞ୍ଚଳରେ ଚାଷ କରାଯାଇଥାଏ । ଏହି ଆଳୁରେ ଅନେକ ଔଷଧୀୟ ଗୁଣ (Medicinal properties) ମିଳିଥାଏ । ତେବେ ଚଳିତ ବର୍ଷ ମଧ୍ୟ ବିହାର ଗୟାଠାରେ ଏହି ଆଲୁ ବ୍ୟାପକ ପରିମାଣରେ ଚାଷ କରାଯାଇଛି । କ୍ଷେତରେ ପ୍ରାୟ ୩୦ କେଜି କଳା ଆଲୁ ବିହନ ଲଗାଯାଇଛି ।

କଳା ଆଳୁରେ ଔଷଧୀୟ ଗୁଣ ଭରପୁର ଥିବାରୁ ବଜାରରେ ଏହାର ଚାହିଦା ବୃଦ୍ଧି ପାଇଛି। ଫସଲ ଉତ୍ପାଦନ ପରେ ବିହାର ଏବଂ ଅନ୍ୟାନ୍ୟ ରାଜ୍ୟର ଅନେକ କୃଷକ ଆଶିଷଙ୍କ ସହ ଯୋଗାଯୋଗ କରି କଳା ଆଳୁ ବିହନ ମାଗିଥିଲେ। ଯେତେବେଳେ ଆଶିଷ ଆମେରିକାରୁ କଳା ଆଳୁ ବିହନ ଅର୍ଡର କରିଥିଲେ ସେତେବେଳେ ଏହାର କେଜି ପିଛା ୧୫ଶହ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହା ପରେ ଆଶିଷ ଏହାକୁ ଚାଷ ପାଇଁ ବ୍ୟବହାର କରିଥିଲେ, କିନ୍ତୁ ଏଥର ଏହାର ଚାଷ ବୃଦ୍ଧି କରାଯାଉଛି । ଏହାକୁ ପ୍ରାୟ ୪ ଏକର ଜମିରେ ଚାଷ କରିବାର ଯୋଜନା ରଖିଛନ୍ତି ଆଶିଷ ।

ଚାଷୀ ଆଶିଷ କୁମାର ସିଂଙ୍କ କହିବା ଅନୁଯାୟୀ, ଗତ ବର୍ଷ କଳା ଆଳୁକୁ ଚାଷ କରିବା ପରେ ସଫଳତା ମିଳିଥିଲା । ଏହି କାରଣରୁ, ଚଳିତ ବର୍ଷ ଅଧିକ ମାତ୍ରାରେ ଏହାର ଚାଷ କରିବାକୁ ଆମେ ଚିନ୍ତା କରୁଛୁ । ନିଜ କ୍ଷେତରେ ୩୦ କିଲୋଗ୍ରାମ ବିହନ ଲଗାଇଛନ୍ତି ଚାଷୀ ଆଶିଷ । ଗତ ବର୍ଷ ଅନେକ କୃଷକ ଆଶିଷଙ୍କୁ ବିହନ ମାଗିଥିଲେ । ଆଶିଷ କହିଛନ୍ତି ଯେ, ସେ ୟୁଟ୍ୟୁବରେ କଳା ଆଳୁ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହା ଅତ୍ୟନ୍ତ ପୁଷ୍ଟିକର ଓ ସ୍ୱାସ୍ଥ୍ୟ ପାଇଁ ଭଲ । ଏହା ପରେ, ଆମେରିକାରୁ ୧୪ କିଲୋଗ୍ରାମ କଳା ଆଳୁ ମଞ୍ଜି ଅର୍ଡର କରାଯାଇଥିଲା ଏବଂ ଏହାର ଚାଷ ଏକ ପରୀକ୍ଷା ଭାବରେ ଆରମ୍ଭ ହୋଇଥିଲା, ଯାହା ସମ୍ପୂର୍ଣ୍ଣ ଭାବରେ ସଫଳ ହୋଇଥିଲା । ବର୍ତ୍ତମାନ ଆଶିଷ କଳା ଆଳୁ ବିହନକୁ କେଜି ପିଛା ୩ଶହ ଟଙ୍କାରୁ ୫ଶହ ଟଙ୍କା ମଧ୍ୟରେ ବିକ୍ରି କରୁଛନ୍ତି ।

ମଧୁମେହରେ ମଧ୍ୟ ଲାଭଦାୟକ
ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ଆଳୁ ଗ୍ଲାଇସେମିକ୍ ଇଣ୍ଡେକ୍ସ ଦ୍ୱାରା ମାପ କରାଯାଏ, ଯାହା ୦ରୁ ୧୦୦ ଥାଏ । ଯଦି ଆଳୁର GI ୭୦ ରୁ ଅଧିକ ଥାଏ ତେବେ ଏହାକୁ ଉଚ୍ଚ ଗୁଣର ଆଳୁ ବୋଲି ବିବେଚନା କରାଯାଏ । ଯେଉଁଠାରେ ହଳଦିଆ ଆଳୁର GI ୮୧ ଏବଂ ଧଳା ଆଳୁର GI ୯୩ ଅଟେ । ଏକ ଅଧ୍ୟୟନରେ ଜଣା ପଡିଛି ଯେ, କଳା ଆଳୁର GI ୭୭ ରହିଛି । ଅନୁସନ୍ଧାନରୁ ଜଣାପଡିଛି ଯେ, କଳା ବାଇଗଣୀ ଆଳୁରେ ଆଣ୍ଟୋସିୟାନିନ ନାମକ ପଲିଫେନୋଲ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ମାତ୍ରାରେ ଥାଏ। ଏହି କାରଣରୁ, ଏହା କର୍କଟ ଏବଂ ମଧୁମେହ ଭଳି ରୋଗରେ ମଧ୍ୟ ଏହା ଲାଭଦାୟକ । ଏହା ବ୍ୟତୀତ ଏହା ହୃଦୟ, ଯକୃତ ଏବଂ ଫୁସଫୁସ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଲାଭଦାୟକ । ଭାରତରେ କଳା ଆଳୁ ଚାଷ ବହୁତ କମ୍ ମାତ୍ରାରେ ହେଉଥିବାରୁ ଏହା ଦର ମଧ୍ୟ ଅଧିକ ରହିଛି ।

Also Read- Onion Price Hike: କମିବାର ନାଁ ନେଉନି ପିଆଜ ଦର, ଗ୍ରାହକ ଅସନ୍ତୋଷ

Also Read- Ollywood News: ଓଲିଉଡ ଅଭିନେତା ମନୋଜଙ୍କ ବ୍ୟାନ୍‌ ପ୍ରସଙ୍ଗ, ହସ୍ତକ୍ଷପ କଲେ OFDCର ଚେୟାରମ୍ୟାନ କୁନା ତ୍ରିପାଠୀ