Indian Oil: ଇଣ୍ଡିଆନ୍ ଅଏଲର ନୂଆ ବର୍ଷ ଗିଫ୍ଟ, ମାଗଣାରେ ବାଣ୍ଟୁଛି ପେଟ୍ରୋଲ୍, ଏପରି ଉଠାନ୍ତୁ ଲାଭ
Advertisement

Indian Oil: ଇଣ୍ଡିଆନ୍ ଅଏଲର ନୂଆ ବର୍ଷ ଗିଫ୍ଟ, ମାଗଣାରେ ବାଣ୍ଟୁଛି ପେଟ୍ରୋଲ୍, ଏପରି ଉଠାନ୍ତୁ ଲାଭ

Indian Oil: ଫୋନ୍ ପେ କିମ୍ବା ଗୁଗୁଲ୍ ପେ କିମ୍ବା ପେଟିଏମ୍ ମାଧ୍ୟମରେ IOCL XTRAREWARDS ଆକାଉଣ୍ଟରେ ରେଜିଷ୍ଟ୍ରେସନ କରନ୍ତୁ । ରେଜିଷ୍ଟ୍ରେସନର କିଛି ସମୟ ପରେ, ଆପଣଙ୍କ IOCL XTRAREWARDS ଆକାଉଣ୍ଟରେ ୫୦ ଟଙ୍କା ମିିଳିବ ।

ସୌ: ସୋସିଆଲ ମିଡିଆ

Indian Oil Free fuel: ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାରେ ଅଛନ୍ତି । ଏପରି ପରିସ୍ଥିତିରେ, ଯଦି ଆମେ ଆପଣଙ୍କୁ କହିବୁ ଯେ ଆପଣ ୫୦ ଟଙ୍କାର ମାଗଣା ପେଟ୍ରୋଲ କିମ୍ବା ଡିଜେଲ କିଣିପାରିବେ, ତେବେ ବୋଧ ହୁଏ ଆପଣ ଏହାକୁ ବିଶ୍ୱାସ ନ କରି ପାରନ୍ତି । କିନ୍ତୁ ଏହି କଥାଟି ସତ୍ୟ ଅଟେ । ଇଣ୍ଡିଆନ୍ ଅଏଲର ହଜାର ହଜାର ପେଟ୍ରୋଲ ପମ୍ପରେ ଆପଣ ଏହି ଅଫରର ଲାଭ ଉଠାଇ ପାରିବେ ।

ଏହି ଧାମାକା ଅଫର ପାଇଁ ଦେଶର ଲୋକପ୍ରିୟ ପେମେଣ୍ଟ ଆପ୍ ଫୋନ୍ ପେ କିମ୍ବା ଗୁଗୁଲ୍ ପେ କିମ୍ବା ପେଟିଏମ୍ ମାଧ୍ୟମରେ IOCL XTRAREWARDS ଆକାଉଣ୍ଟ୍ ପାଇଁ ପଞ୍ଜିକରଣ କରନ୍ତୁ । ପଞ୍ଜୀକରଣର କିଛି ସମୟ ପରେ, ଆପଣଙ୍କ IOCL XTRAREWARDS ଆକାଉଣ୍ଟରେ ୫୦ ଟଙ୍କା ମିଳିବ । ଆପଣ ଏହି ୫୦ ଟଙ୍କା ବ୍ୟବହାର କରି IOCL ପମ୍ପରେ ପେଟ୍ରୋଲ / ଡିଜେଲ / ଗ୍ୟାସ୍ କିଣିପାରିବେ ।

ବିଶେଷ କଥା ହେଉଛି ଆପଣ ମୋବାଇଲ୍ ନମ୍ବରରୁ କେବଳ ଥରେ IOCL XTRAREWARDS ପ୍ରୋଗ୍ରାମ ପାଇଁ ପଞ୍ଜୀକୃତ କରିପାରିବେ । ଅଫରର ଅଧିକ ଲାଭ ଉଠାଇବାକୁ ଆପଣ ବିଭିନ୍ନ ମୋବାଇଲ୍ ନମ୍ବର ସହିତ ପଞ୍ଜୀକୃତ କରିପାରିବେ । ଏହି ଅଫର କେତେ ଦିନ ରହିବ, ଏହାର ସୂଚନା ମିଳି ପାରି ନାହିଁ ।

ଫୋନ୍ ପେ ଆପ୍ ରେ କିପରି ପାଇବେ ଅଫର୍-
>> ଫୋନ୍ ଆପ୍ ର ପ୍ରୋଫାଇଲ୍ ( ଲେଫ୍ଟ-ଟପ) କୁ ଯାଆନ୍ତୁ ।
>> ବର୍ତ୍ତମାନ ଅଲ୍ ପେମେଣ୍ଟ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
>> ତଳକୁ ସ୍କ୍ରୋଲ୍ କରନ୍ତୁ ଓ IOCL XtraRewards, Link Now ଉପରେ କ୍ଲିକ୍ କରନ୍ତୁ ।
>> ପଞ୍ଜିକରଣ କରିବାକୁ ନାମ ଓ ସହରର ପିନ୍ କୋଡ୍ ଏଣ୍ଟ୍ରୀ କରନ୍ତୁ ।
>> କିଛି ସମୟ ପରେ XTRAREWARDS ଆକାଉଣ୍ଟରେ ୫୦ ଟଙ୍କା ଆସିବ ।
>> ବର୍ତ୍ତମାନ ଯେକୌଣସି ଇଣ୍ଡିଆନ୍ ଅଏଲର ପେଟ୍ରୋଲ ପମ୍ପକୁ ଯାଇ ମାଗଣାରେ ତେଲ ପକାଇ ପାରିବେ ।

RAR XTEWARDS କ’ଣ?
ଏହା ହେଉଛି ଇଣ୍ଡିଆନ୍ ଅଏଲର ବିଶ୍ୱସ୍ତତା କାର୍ଯ୍ୟକ୍ରମ । ଏହା ମାଧ୍ୟମରେ ଗ୍ରାହକମାନେ ଇଣ୍ଡିଆନ୍ ଅଏଲର ପେଟ୍ରୋଲ ଷ୍ଟେସନରେ ପ୍ରତ୍ୟେକ କ୍ରୟ ଉପରେ ପଏଣ୍ଟ ପାଇପାରିବେ । ଏହା ମାଧ୍ୟମରେ, ଆପଣ ଖର୍ଚ୍ଚ ହୋଇଥିବା ପ୍ରତ୍ୟେକ ୭୫ ଟଙ୍କା ପାଇଁ ୧ ପଏଣ୍ଟ ପାଇପାରିବେ । ୧୦୦ ପଏଣ୍ଟ ରିଲିଜ୍ କରି, ଆପଣ ୩୦ ଟଙ୍କା ବାଲାନ୍ସ ପାଇପାରିବେ ଓ ଏହାକୁ ଇନ୍ଧନ କ୍ରୟ ପାଇଁ ବ୍ୟବହାର କରିପାରିବେ । ଏହି ବିଶ୍ୱସ୍ତତା କାର୍ଯ୍ୟକ୍ରମ ବର୍ତ୍ତମାନ ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, ଅହମ୍ମଦାବାଦ, ବାଙ୍ଗାଲୋର, ଭୁବନେଶ୍ୱର, କୋଏମ୍ବାଟୁର, ମୌସୋର, ପୁଣେ ଓ ସିକନ୍ଦରାବାଦରେ ଆକ୍ଟିଭ ଅଛି ।

ଏହା ବି ପଢ଼ନ୍ତୁ: LIC Scheme: ମହିଳାମାନଙ୍କ ପାଇଁ ସବୁଠୁ ଭଲ ଏହି ସରକାରୀ ସ୍କିମ, ୫୮ ଟଙ୍କା ଲଗାଇ ପାଆନ୍ତୁ ୮ ଲକ୍ଷ ଟଙ୍କା