Indian Railway: ଦେଶର ୧୫ ମାର୍ଗରେ ସେବା ଯୋଗାଉଛି ବନ୍ଦେ ଭାରତ ଏକ୍ସପ୍ରେସ; ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା
Advertisement
Article Detail0/zeeodisha/odisha1708089

Indian Railway: ଦେଶର ୧୫ ମାର୍ଗରେ ସେବା ଯୋଗାଉଛି ବନ୍ଦେ ଭାରତ ଏକ୍ସପ୍ରେସ; ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା

Vande Bharat Express Details: ଗତ ୧୮ ତାରିଖରେ ଓଡ଼ିଶା ପାଇଁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଲଞ୍ଚ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ତ୍ତମାନ ଦେଶର ୧୫ ମାର୍ଗରେ ସେବା ଯୋଗାଉଛି ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ଏହି ସେମି ହାଇସ୍ପୀଡ ଟ୍ରେନ।

Indian Railway: ଦେଶର ୧୫ ମାର୍ଗରେ ସେବା ଯୋଗାଉଛି ବନ୍ଦେ ଭାରତ ଏକ୍ସପ୍ରେସ; ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା

List of Vande Bharat In India: ସେବା ଆରମ୍ଭ କରିବା ପର ଠାରୁ ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ସେମି ହାଇସ୍ପୀଡ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ। ରେଳଯାତ୍ରା କରୁଥିବା ଯାତ୍ରୀଙ୍କ ଲାଗି ପ୍ରଥମ ପସନ୍ଦ ପାଲଟିଛି ଏହି ଟ୍ରେନ। ବନ୍ଦେ ଭାରତ ଟ୍ରେନ ଭାରତୀୟ ରେଳବାକୁ ପରବର୍ତ୍ତୀ ସ୍ତରକୁ ନେଇଯାଇଛି। କମ୍ ସମୟ ମଧ୍ୟରେ ଆରାମଦାୟକ ଯାତ୍ରା ପାଇଁ ଲୋକଙ୍କ ପସନ୍ଦ ପାଲଟିଛି ବନ୍ଦେ ଭାରତ ଏକ୍ସପ୍ରେସ। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ପ୍ରାୟ ୧୫ ମାର୍ଗରେ ସେବା ଯୋଗାଉଛି ବନ୍ଦେ ଭାରତ ଟ୍ରେନ। 

ଗତ ୧୮ ତାରିଖରେ ୧୬ ତମ ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express) ଦେଶ ପାଇଁ ଉତ୍ସର୍ଗ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi)। ଓଡ଼ିଶା (Odisha) ପାଇଁ ପ୍ରଥମ ବନ୍ଦେ ଭାରତ ଟ୍ରେନ୍ (Vande Bharat Train) ଲଞ୍ଚ କରିଥିଲେ। ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ଏହି ସେମି ହାଇସ୍ପୀଡ ଟ୍ରେନ (Indian Railway Semi High Speed Train) ପବିତ୍ର ସହର ପୁରୀକୁ (Holy City Puri) ପଶ୍ଚିମବଙ୍ଗର ପ୍ରମୁଖ ରେଳଷ୍ଟେସନ (Major Railway Stations In West Bengal) ହାୱାଡ଼ା ଜଙ୍କସନ (Howrah Junction Railway Station) ସହିତ ସଂଯୋଗ କରିଥାଏ। ନୂତନ ମାର୍ଗରେ ଉଦଘାଟନ ସହିତ ଦେଶର ୧୫ ମାର୍ଗରେ ସେବା ପ୍ରଦାନ କରୁଛି ବନ୍ଦେ ଭାରତ (Vande Bharat)।

Also Read: Vande Bharat Express: ଏହି ମାର୍ଗରେ ରେକର୍ଡ ସୃଷ୍ଟି କଲା ବନ୍ଦେ ଭାରତ ଏକ୍ସପ୍ରେସ, ବଢାଇବାକୁ ପଡ଼ିଲା କୋଚ ସଂଖ୍ୟା

ବନ୍ଦେ ଭାରତ କ'ଣ?
ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ସେମି ହାଇସ୍ପୀଡ ଟ୍ରେନ ହେଉଛି ବନ୍ଦେ ଭାରତ ଏକ୍ସପ୍ରେସ। ବର୍ତ୍ତମାନ ସମୟରେ ଏହି ଟ୍ରେନ ରେଳଯାତ୍ରା କରୁଥିବା ଯାତ୍ରୀଙ୍କ ଲାଗି ପ୍ରଥମ ପସନ୍ଦ ପାଲଟିଛି। ପ୍ରଥମ ରେଟ୍ ଯାତ୍ରୀ ସୁବିଧା ସହିତ ଏହା ଦେଶର ପ୍ରଥମ ସେମି ହାଇସ୍ପୀଡ୍ ଟ୍ରେନ୍। ଏହାର ସର୍ବୋଚ୍ଚ ବେଗ ୧୮୦ କିଲୋମିଟର ଧାର୍ଯ୍ୟ କରାଯାଇଛି। ହେଲେ ତଥାପି ସୁରକ୍ଷା ଗତ କାରଣରୁ ଏହାର ସର୍ବୋଚ୍ଚ ବେଗ ୧୩୦ କିଲୋମିଟର ମଧ୍ୟରେ ସୀମିତ ରହିଛି। ବନ୍ଦେ ଭାରତ ଟ୍ରେନ ଯାତ୍ରା ସମୟକୁ ୨୫ ପ୍ରତିଶତରୁ ୪୫% ହ୍ରାସ କରିଥାଏ।

ଦେଶର ୧୫ ମାର୍ଗରେ ଚଳାଚଳ କରୁଥିବା ବନ୍ଦେ ଭାରତ ଟ୍ରେନ ତାଲିକା 

  • ୧. ନୂଆଦିଲ୍ଲୀ-ବାରଣାସୀ ବନ୍ଦେ ଭାରତ ଏକ୍ସପ୍ରେସ
  • ୨. ନୂଆଦିଲ୍ଲୀ-ମାତା ବୈଷ୍ଣୋଦେବୀ କଟରା ବନ୍ଦେ ଭାରତ ଏକ୍ସପ୍ରେସ
  • ୩. ଗାନ୍ଧୀ ନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ
  • ୪. ନୂଆଦିଲ୍ଲୀ-ଆମ୍ବ ଆନ୍ଦୌରା ବନ୍ଦେ ଭାରତ ଏକ୍ସପ୍ରେସ
  • ୫. ନାଗପୁର-ବିଳାସପୁର ବନ୍ଦେ ଭାରତ ଏକ୍ସପ୍ରେସ
  • ୬. ହାୱାଡ଼ା-ନୂଆ ଜଳପାଇରିଗୁଡ଼ି ବନ୍ଦେ ଭାରତ ଏକ୍ସପ୍ରେସ
  • ୭. ସିକନ୍ଦରାବାଦ-ବିଶାଖାପଟ୍ଟନମ୍ ବନ୍ଦେ ଭାରତ ଏକ୍ସପ୍ରେସ
  • ୮. ମୁମ୍ବାଇ-ସୋଲାପୁର ବନ୍ଦେ ଭାରତ ଏକ୍ସପ୍ରେସ
  • ୯. ମୁମ୍ବାଇ-ଶିରିଡ଼ି ବନ୍ଦେ ଭାରତ ଏକ୍ସପ୍ରେସ
  • ୧୦. ଦିଲ୍ଲୀ ହଜରତ ନିଜାମୁଦ୍ଦିନ-ଭୋପାଳ ରାଣୀ କମଳାପତି ବନ୍ଦେ ଭାରତ ଏକ୍ସପ୍ରେସ  
  • ୧୧. ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସ
  • ୧୨. ଚେନ୍ନାଇ-କୋଏାମ୍ବାଟୁର ବନ୍ଦେ ଭାରତ ଏକ୍ସପ୍ରେସ 
  • ୧୩. ଆଜମେର-ଦିଲ୍ଲୀ କ୍ୟାଣ୍ଟ ବନ୍ଦେ ଭାରତ ଏକ୍ସପ୍ରେସ
  • ୧୪. ତିରୁଭାଅନନ୍ତପୁରମ୍-କାସୋରଗଡ଼ ବନ୍ଦେ ଭାରତ ଏକ୍ସପ୍ରେସ
  • ୧୫.ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ