UPI in France: ଏଫିଲ ଟାୱାର ପରିଦର୍ଶନ କରିବାକୁ ଚାହୁଁଥିବା ଭାରତୀୟଙ୍କୁ ମିଳିଲା ବଡ଼ ଉପହାର
Advertisement
Article Detail0/zeeodisha/odisha2094236

UPI in France: ଏଫିଲ ଟାୱାର ପରିଦର୍ଶନ କରିବାକୁ ଚାହୁଁଥିବା ଭାରତୀୟଙ୍କୁ ମିଳିଲା ବଡ଼ ଉପହାର

UPI Payment System India: ଏଣିକି ଭାରତୀୟ ପର୍ଯ୍ୟଟକ ୟୁପିଆଇ ବ୍ୟବହାର କରି ଅନଲାଇନ୍ ଟିକେଟ କ୍ରୟ କରି ଏଫିଲ ଟାୱାର ପରିଦର୍ଶନ କରିପାରିବେ। 

 

 UPI in France: ଏଫିଲ ଟାୱାର ପରିଦର୍ଶନ କରିବାକୁ ଚାହୁଁଥିବା ଭାରତୀୟଙ୍କୁ ମିଳିଲା ବଡ଼ ଉପହାର

UPI Service start in France for Indian Tourist: ୟୁପିଆଇ ବ୍ୟବହାର କରୁଥିବା ଭାରତୀୟଙ୍କ ପାଇଁ ଆସିଛି ବଡ଼ ଖବର। ବର୍ତ୍ତମାନ ୟୁପିଆଇ ସେବା ଫ୍ରାନ୍ସ ଠାରେ ମଧ୍ୟ ପହଞ୍ଚି ସାରିଛି। ଫ୍ରାନ୍ସ ରାଜଧାନୀ ପ୍ୟାରିସ ସ୍ଥିତ ଏଫିଲ ଟାୱାର ପରିଦର୍ଶନ କରୁଥିବା ପର୍ଯ୍ୟଟକ ବର୍ତ୍ତମାନ ଭାରତ ଦ୍ୱାରା ବିକଶିତ ହୋଇଥିବା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ମାଧ୍ୟମରେ ଏହି ପ୍ରତିଷ୍ଠିତ ସ୍ମାରକୀ ପରିଦର୍ଶନ କରିପାରିବେ। ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (National Payments Corporation of India) ଏନପିସିଆଇ (NPCI) ପକ୍ଷରୁ କୁହାଯାଇଛି ଯେ ଏହାର ଶାଖା ଇଣ୍ଟରନ୍ୟାସନାଲ ପେମେଣ୍ଟସ୍ (NPCI International Payments) ଫ୍ରେଞ୍ଚ ଇ-କମର୍ସ ଏବଂ ପେମେଣ୍ଟ କମ୍ପାନୀ ଲାୟରା (French e-commerce and payments company Lyra) ସହିତ ଏକ ଚୁକ୍ତି କରିଛି। ଯାହା ଅଧିନରେ ଫ୍ରାନ୍ସ ଠାରେ ୟୁପିଆଇ ପେମେଣ୍ଟ ସିଷ୍ଟମ କାର୍ଯ୍ୟକାରୀ କରାଯିବ (UPI payment system to be implemented in France)। ଏହି ସେବା ଏଫିଲ ଟାୱାର ପରିଦର୍ଶନରୁ ଆରମ୍ଭ ହେଉଛି। ଏନେଇ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଭାରତୀୟ ପର୍ଯ୍ୟଟକ ୟୁପିଆଇ ବ୍ୟବହାର କରି ଅନଲାଇନ୍ ଟିକେଟ କ୍ରୟ କରି ଏଫିଲ ଟାୱାର ପରିଦର୍ଶନ କରିପାରିବେ। ଏହା କାରବାର ପ୍ରକ୍ରିୟା ଶୀଘ୍ର, ସହଜ ଏବଂ ଅସୁବିଧା ମୁକ୍ତ ହେବ।

ଫ୍ରାନ୍ସ ରାଜଧାନୀ ପ୍ୟାରିସ ଠାରେ ଅବସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏ ସମ୍ପର୍କରେ କହିଛି। ଏନେଇ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ବର୍ତ୍ତମାନ ସମୟରେ ଏଫିଲ ଟାୱାର ପରିଦର୍ଶନ କରୁଥିବା ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ମଧ୍ୟରେ ଦ୍ୱିତୀୟ ବୃହତ୍ତମ ଗୋଷ୍ଠୀ ହେଉଛନ୍ତି ଭାରତୀୟ ପର୍ଯ୍ୟଟକ। ଏନ୍ଆଇପିଏଲ୍ (NPCI International Payments Limited) ସିଇଓ ରିତେଶ ଶୁକ୍ଲା କହିଛନ୍ତି ଯେ ସେମାନଙ୍କ ଉଦ୍ଦେଶ୍ୟ ହେଉଛି ଏପରି ଏକ ସହଭାଗୀତା ପ୍ରତିଷ୍ଠା କରିବା ଏବଂ ଗ୍ରାହକଙ୍କୁ ସୁବିଧାଜନକ ଏବଂ ସୁରକ୍ଷିତ ସୀମା ଦେୟ ସମାଧାନ ଯୋଗାଇବାରେ ସହାୟତା ପ୍ରଦାନ କରିବା। 

ଏହା କେବଳ ଆଇଫିଲ୍ ଟାୱାର ପାଇଁ ନୁହେଁ ବରଂ ହୋଟେଲ ବୁକିଂ, ସଂଗ୍ରହାଳୟ ପରିଦର୍ଶନ ଏବଂ ଫ୍ରାନ୍ସ ଠାରେ ରହିବା ପାଇଁ ମଧ୍ୟ ଉପଯୋଗୀ ହେବ। ଆପଣଙ୍କୁ କହି ରଖୁଛୁ ଯେ ଏହି କାର୍ଯ୍ୟକ୍ରମରେ ଫ୍ରାନ୍ସ ଏବଂ ମୋନାକେ ଲାଗି ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଏମ୍ ଜାଭେଦ୍ ଅଶରଫ ଏବଂ ଲାୟାରା ପ୍ରତିନିଧି ଉପସ୍ଥିତ ରହିଥିଲେ।