Indias Richest Beggars: ଏମାନେ ହେଉଛନ୍ତି ଭାରତର କୋଟିପତି ଭିକାରୀ, ଜାଣନ୍ତୁ ସେମାନଙ୍କର ନାମ ଓ ବ୍ୟାଙ୍କ ବାଲାନ୍ସ
Advertisement

Indias Richest Beggars: ଏମାନେ ହେଉଛନ୍ତି ଭାରତର କୋଟିପତି ଭିକାରୀ, ଜାଣନ୍ତୁ ସେମାନଙ୍କର ନାମ ଓ ବ୍ୟାଙ୍କ ବାଲାନ୍ସ

Indias Richest Beggars: ଯଦି ଆମେ ଆପଣଙ୍କୁ କହିବୁ ଯେ ଏହି ଭିକାରୀମାନଙ୍କର ପାଖରେ ଆପଣଙ୍କ ଅପେକ୍ଷା ଅଧିକ ଟଙ୍କା ଓ ସମ୍ପତ୍ତି ଅଛି, ତେବେ ବୋଧହୁଏ ଆପଣ ଏହାକୁ ବିଶ୍ୱାସ କରିବେ ନାହିଁ । ଆଜ୍ଞା ହଁ, ଏହା ସତ ଯେ ଏହି ଭିକାରୀମାନେ (Beggars) କୋଟିପତି । ଏମାନଙ୍କ ପାଖରେ ଅର୍ଥ ଓ ରହିବା ଏବଂ ଖାଇବା ପିଇବାର କୌଣସି ଅଭାବ ନାହିଁ । କିନ୍ତୁ ଆଜି ମଧ୍ୟ ଏହି ଲୋକମାନେ ଭିକ୍ଷା କରନ୍ତି ।

Indias Richest Beggars: ଏମାନେ ହେଉଛନ୍ତି ଭାରତର କୋଟିପତି ଭିକାରୀ, ଜାଣନ୍ତୁ ସେମାନଙ୍କର ନାମ ଓ ବ୍ୟାଙ୍କ ବାଲାନ୍ସ

Indias Richest Beggars: ଆମେ ପ୍ରତିଦିନ ଆମ ରାସ୍ତା, ବସ୍, ଟ୍ରେନ୍, ଅଫିସ୍, ମେଟ୍ରୋର ଆଖପାଖରେ ଅନେକ ଲୋକଙ୍କୁ ଭିକ ମାଗୁଥିବାର ଦେଖିଥାଉ । ସେମାନଙ୍କୁ ଆମେ ଗରିବ, ଅସହାୟ ଏବଂ ଦରିଦ୍ର ବୋଲି ମନେ କରି ସେମାନଙ୍କୁ କିଛି ଟଙ୍କା ଦେଇଥାଉ । କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ଯେ ଏହି ଭିକାରୀମାନଙ୍କର ପାଖରେ ଆପଣଙ୍କ ଅପେକ୍ଷା ଅଧିକ ଟଙ୍କା ଓ ସମ୍ପତ୍ତି ଅଛି, ତେବେ ବୋଧହୁଏ ଆପଣ ଏହାକୁ ବିଶ୍ୱାସ କରିବେ ନାହିଁ । ଆଜ୍ଞା ହଁ, ଏହା ସତ ଯେ ଏହି ଭିକାରୀମାନେ (Beggars) କୋଟିପତି । ଏମାନଙ୍କ ପାଖରେ ଅର୍ଥ ଓ ରହିବା ଏବଂ ଖାଇବା ପିଇବାର କୌଣସି ଅଭାବ ନାହିଁ । କିନ୍ତୁ ଆଜି ମଧ୍ୟ ଏହି ଲୋକମାନେ ଭିକ୍ଷା କରନ୍ତି ।

ଦେଶର ଧନୀ ଭିକାରୀମାନଙ୍କ (Indias Richest Beggars) ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ । ଏହି ଭିକାରୀମାନଙ୍କ (Beggars) ପାଖରେ ଟଙ୍କା, ବଙ୍ଗଳା ଏବଂ ସମସ୍ତ ସୁଖ ସୁବିଧା ଭଳି ଅନେକ ସୁବିଧା ଅଛି । ଯାହା ଜଣେ ସାଧାରଣ ଲୋକଙ୍କ ପାଖରେ ମଧ୍ୟ ନ ଥାଇପାରେ । ସେମାନଙ୍କର ସମସ୍ତଙ୍କ ପାଖରେ ବଡ଼ ବ୍ୟାଙ୍କ-ବାଲାନ୍ସ, ଘର ଏବଂ ସବୁକିଛି ଅଛି, ତଥାପି ଏହି ଲୋକମାନେ ରାସ୍ତା କଡ଼ରେ ଭିକ୍ଷା କରନ୍ତି ।

ଭାରତର ସବୁଠାରୁ ଧନୀ ଭିକାରୀମାନଙ୍କ  (Indias Richest Beggars) ମଧ୍ୟରେ ଭରତ ଜୈନ (Bharat Jain) ଙ୍କ ନାମ ସବୁଠାରୁ ଉପରେ ନାମ ରହିଛି । ଭରତ ଜୈନ (Bharat Jain) ମୁମ୍ବାଇର ପାରେଲ ଅଞ୍ଚଳରେ ଭିକ ମାଗନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଭରତ ଜୈନ (Bharat Jain) ଙ୍କର ଦୁଇଟି ଫ୍ଲାଟ ଅଛି, ଯାହାର ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ଓ ଭିକ ମାଗିବା ସହିତ ପ୍ରତି ମାସରେ ୭୫ ହଜାର ଟଙ୍କା ରୋଜଗାର କରିଥାଏ ।

ଦ୍ୱିତୀୟ ଧନୀ ଭିକାରୀ (Indias Richest Beggars) ହେଉଛନ୍ତି କୋଲକାତାର ବାସିନ୍ଦା ଲକ୍ଷ୍ମୀ (Lakshmi) । ଲକ୍ଷ୍ମୀ ୧୯୬୪ ମସିହାରେ ୧୬ ବର୍ଷ ବୟସରେ ଭିକ ମାଗିବା ଆରମ୍ଭ କରିଥିଲେ । ୫୦ ବର୍ଷରୁ ଅଧିକ ସମୟ ଧରି ସେ ଭିକ ମାଗି ଲକ୍ଷ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି । ଆଜି ସେ ପ୍ରତିଦିନ ଭିକ ମାଗି ଏକ ହଜାର ଟଙ୍କା ରୋଜଗାର କରନ୍ତି ।

ଅଧିକ ପଢ଼ନ୍ତୁ:-ଆଇପିଏଲରେ ଖେଳିପାରିବେନି ବାଂଲାଦେଶ-ଶ୍ରୀଲଙ୍କାର ଖେଳାଳି! ଜାଣନ୍ତୁ କ'ଣ ରହିଛି BCCIର ପ୍ଲାନ୍

ଅଧିକ ପଢ଼ନ୍ତୁ:-'ମୋତେ ବିଷ ଦିଆଯାଇଛି', ଏହି କ୍ରିକେଟରଙ୍କ ଖୁଲାସାରୁ କ୍ରିକେଟ ଜଗତରେ ହଇଚଇ

ଅଧିକ ପଢ଼ନ୍ତୁ:-BCCI ଲଗାଇଲା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ବ୍ୟାନ୍! ଜସପ୍ରୀତ ବୁମ୍ରାଙ୍କ ସହ ହୋଇପାରିବେନି କଥା

ତୃତୀୟ ଧନୀ ଭିକାରୀ (Indias Richest Beggars) ହେଉଛନ୍ତି ମୁମ୍ବାଇର ବାସିନ୍ଦା ଗୀତା । ଯିଏ ଧନୀ ଭିକାରୀ ତାଲିକାରେ ତିନି ନମ୍ୱରରେ ଆସନ୍ତି । ଗୀତା ମୁମ୍ବାଇର ଚର୍ନି ରୋଡରେ ଭିକ ମାଗନ୍ତି । ସୂଚନା ଅନୁଯାୟୀ, ତାଙ୍କର ନିଜର ଏକ ଫ୍ଲାଟ ଅଛି, ଯେଉଁଠାରେ ସେ ତାଙ୍କ ଭାଇଙ୍କ ସହ ରୁହନ୍ତି । ଗୀତା ଭିକ୍ଷା କରି ଦିନକୁ ପ୍ରାୟ ୧୫୦୦ ଟଙ୍କା ରୋଜଗାର କରନ୍ତି ।