IND vs PAK T20 Asia Cup 2022: ଆଜି ପୁଣି ପାକ-ଇଣ୍ଡିଆ ଟକ୍କର: କଣ କହୁଛି ଇତିହାସ କାହାର ରହିବ ପଲ୍ଲା ଭାରି
Advertisement

IND vs PAK T20 Asia Cup 2022: ଆଜି ପୁଣି ପାକ-ଇଣ୍ଡିଆ ଟକ୍କର: କଣ କହୁଛି ଇତିହାସ କାହାର ରହିବ ପଲ୍ଲା ଭାରି

ପ୍ରାୟ ଦୁଇ ବର୍ଷ ଧରି ବାବର ଆଜାମ ଏବଂ ମହମ୍ମଦ ରିଜୱାନଙ୍କ ଯୋଡି ଟି -୨୦ କ୍ରିକେଟରେ ଅପ୍ରତିଦ୍ୱିନ୍ଦ୍ବୀ ଯୋଡ଼ି ରହିଛନ୍ତି। କିନ୍ତୁ ବାବର ଭାରତ ଏବଂ ହଂକଂ ବିପକ୍ଷରେ ବିଫଳ ହୋଇଥିଲେ। କିନ୍ତୁ ୨୪ ମାସ ମଧ୍ୟରେ ସେ ଟି-୨୦ କ୍ରିକେଟରେ ହଜାରେ ରନ୍ ସ୍କୋର କରିଛନ୍ତି।

IND vs PAK T20 Asia Cup 2022: ଆଜି ପୁଣି ପାକ-ଇଣ୍ଡିଆ ଟକ୍କର: କଣ କହୁଛି ଇତିହାସ କାହାର ରହିବ ପଲ୍ଲା ଭାରି

IND vs PAK T20 Asia Cup 2022: ଦୁବାଇ: ଚଳିତ ଏସିଆ କପରେ ଆଜି ପୁଣି ଥରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଓ ଭାରତ ପରସ୍ପରକୁ ପୁଣିଥରେ ଭେଟିବାକୁ ଯାଉଛନ୍ତି। ବିଗତ ୭ ଦିନ ମଧ୍ୟରେ ଉଭୟେ ଦ୍ୱିତୀୟ ମ୍ୟାଚ ଖେଳିବାକୁ ଯାଉଛନ୍ତି। ଫଳରେ ଚଳିତ ଏସିଆ କପର ସୁପର-୪ର ଏହି ହାଇଭୋଲଟେଜ ମ୍ୟାଚକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି। ଗତ ରବିବାର ଉଭୟ ଦଳ ସିରିଜର ପ୍ରଥମ ମ୍ୟାଚ ଖେଳିଥିବା ବେଳେ ଆଜି ଦ୍ୱିତୀୟ ମ୍ୟାଚ ଖେଳିବାକୁ ଯାଉଛନ୍ତି।

ତେବେ ଏହି ୭ ଦିନ ମଧ୍ୟରେ ଉଭୟ ଦଳରେ ପରିବର୍ତ୍ତନ କରାଯାଇଛି। ଏଥର ଉଭୟ ଦଳ ପାଇଁ ପରିସ୍ଥିତି ବଦଳି ଯାଇଛି। ଆହତ କାରଣରୁ ଭାରତର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏସିଆ କପରୁ ବାଦ ପଡିଛନ୍ତି। ଏଥି ସହିତ ପାକିସ୍ତାନର ଦ୍ରୁତ ବୋଲର ଶାହନାୱାଜ ଦହାନି ମଧ୍ୟ ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବେ ନାହିଁ। ଏହା ବ୍ୟତୀତ ଭାରତର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ କହିଛନ୍ତି ଯେ ଭାରତୀୟ ଦ୍ରୁତ ବୋଲର ଆଭେଶ ଖାନ ମଧ୍ୟ ସମ୍ପୂର୍ଣ୍ଣ ଫିଟ୍ ନୁହଁନ୍ତି। ଏଭଳି ପରିସ୍ଥିତିରେ ଉଭୟ ଦଳର ଶ୍ରେଷ୍ଠ ଏକାଦଶରେ ପରିବର୍ତ୍ତନ ହେବା ଏକ ପ୍ରକାର ନିଶ୍ଚିତ। 

ଭାଙ୍ଗିପାରେ ଓପନିଂ ଯୋଡ଼ି
ପ୍ରାୟ ଦୁଇ ବର୍ଷ ଧରି ବାବର ଆଜାମ ଏବଂ ମହମ୍ମଦ ରିଜୱାନଙ୍କ ଯୋଡି ଟି -୨୦ କ୍ରିକେଟରେ ଅପ୍ରତିଦ୍ୱିନ୍ଦ୍ବୀ ଯୋଡ଼ି ରହିଛନ୍ତି। କିନ୍ତୁ ବାବର ଭାରତ ଏବଂ ହଂକଂ ବିପକ୍ଷରେ ବିଫଳ ହୋଇଥିଲେ। କିନ୍ତୁ ୨୪ ମାସ ମଧ୍ୟରେ ସେ ଟି-୨୦ କ୍ରିକେଟରେ ହଜାରେ ରନ୍ ସ୍କୋର କରିଛନ୍ତି। ଏଥି ସହିତ ରିଜୱାନ ହଂକଂ ବିପକ୍ଷରେ ଅର୍ଦ୍ଧଶତକ ଖେଳି ବିପକ୍ଷ ଦଳମାନଙ୍କୁ ଚେତାବନୀ ଦେଇଛନ୍ତି। ଟି-୨୦ କ୍ରିକେଟରେ ଉଭୟ ଖେଳାଳିଙ୍କ ହାରାହାରି ୫୦ ରୁ ଅଧିକ ରହିଛି।

ଓପନିଂ ଯୋଡି ଭାରତୀୟ ଦଳ ପାଇଁ ଏକ ସମସ୍ୟା ପାଲଟିଛି। କେ.ଏଲ୍ ରାହୁଲଙ୍କ ବାରମ୍ବାର ଆହତ ସମସ୍ୟା ହେତୁ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ ୨୦୨୧ରୁ ଇଶାନ କିଶନ, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଖେଳାଳିଙ୍କୁ ଚେଷ୍ଟା କରିଛି। ତେବେ ଟିମ୍ ଇଣ୍ଡିଆର ପ୍ରଥମ ପସନ୍ଦ ହେଉଛି ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲ। ଗତ ଦୁଇଟି ଇନିଂସରେ ରୋହିତ ଅଧିକ କିଛି କରିପାରି ନଥିଲେ। ତେବେ ନିଜ ଫର୍ମକୁ ଫେରିବା ପାଇଁ ଏବେବି କେଏଲ ରାହୁଲ ପ୍ରୟାସ ଜାରି ରଖିଛନ୍ତି। 

ମିଡ଼ିଲ ଅର୍ଡର ବ୍ୟାଟିଂରେ ଭାରତର ସ୍ଥିତି ମଜବୁତ
ଭାରତୀୟ ମିଡ଼ିଲ ଅର୍ଡର ବେଶ ମଜବୁତ ରହିଛି। ବିରାଟ କୋହଲି ମିଡିଲ ଅର୍ଡରରେ ବେଶ ଭଲ ପ୍ରଦର୍ଶନ କରିଛନ୍ତି। ସିରିଜର ଗୋଟିଏ ମ୍ୟାଚରେ ୫୯ରନ କରି ଅପରାଜିତ ରହିବା ସହିତ ଫର୍ମକୁ ଫେରିଛନ୍ତି। ସେହିପରି ଚତୁର୍ଥ ନମ୍ବରରେ ବ୍ୟାଟିଂ କରୁଥିବା ସୂର୍ଯ୍ୟକୁମାର ଯାଦବ ମଧ୍ୟ ଦମଦାର ଫର୍ମ ରହିଛନ୍ତି। 

ତେବେ ଏହି ମ୍ୟାଚର ଫଳାଫଳକୁ ନେଇ ପୂର୍ବାନୁମାନ କରିବା କାଠିକର ପାଠ। ଉଭୟ ଦଳ ବେଶ ଫର୍ମରେ ରହିଛନ୍ତି। ସମସ୍ତ ବିଭାଗରେ ଉଭୟ ଦଳର ଶକ୍ତି ପ୍ରାୟତଃ ସମାନ ରହିଛି। ବୋଲିଂ ବିଭାଗ ବେଶ ଶୃଙ୍ଖଳିତ ରହିଛି। ଷ୍ଟାର ଖେଳାଳିମାନେ ଫର୍ମକୁ ଫେରିଛନ୍ତି। ତେବେ ଟସ ଉପରେ ମ୍ୟାଚର ଫଳାଫଳ ନିର୍ଭର କରୁଛି। ରାତିରେ ମ୍ୟାଚ ଖେଳାଯାଉଥିବାରୁ ବିଜୟୀ ଦଳ ପ୍ରଥମେ ବୋଲି କରିବାକୁ ନିଷ୍ପତ୍ତି ନେଇପାରେ। 

ସେପଟେ ଉଭୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି ଆହତ ସମସ୍ୟା। ପାକିସ୍ତାନ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଭାରତର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜା ଆହତ ସମସ୍ୟା ପାଇଁ ଦଳରୁ ବାଦ ପଡ଼ିଛନ୍ତି। ଫିଟ ହେବାକୁ ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ଲାଗିବ। ସେହିପରି ପାକିସ୍ତାନର ପେସ ବୋଲର ଶାହଲଓ୍ୱାଜ ଦହନି ମଧ୍ୟ ଆହତ ହୋଇ ଆଜିର ମ୍ୟାଚରୁ ବାଦ ପଡ଼ିଛନ୍ତି। 

ଅଧିକ ପଢନ୍ତୁ: ED ସ୍କାନରରେ ‘ବେଆଇନ’ ଚାଇନିଜ୍ ଲୋନ୍ ଆପ୍ : ପେଟିଏମ୍,କ୍ୟାସ୍ ଫ୍ରୀ ଓ ରେଜର ପେ ଅଫିସରେ ED ର ଚଢ଼