International Mother Language Day: ଆଜି ଆନ୍ତର୍ଜାତିକ ମାତୃଭାଷା ଦିବସ, ଜାଣନ୍ତୁ କାହିଁକି କରାଯାଏ ପାଳନ?
Advertisement
Article Detail0/zeeodisha/odisha2120601

International Mother Language Day: ଆଜି ଆନ୍ତର୍ଜାତିକ ମାତୃଭାଷା ଦିବସ, ଜାଣନ୍ତୁ କାହିଁକି କରାଯାଏ ପାଳନ?

International Mother Language Day: ବିଶ୍ୱର ବିଭିନ୍ନ ପ୍ରାନ୍ତରେ ମାତୃଭାଷାର ସୁରକ୍ଷା ତଥା ଏହି ଭାଷାରେ ଶିକ୍ଷାଦାନକୁ ପ୍ରୋତ୍ସାହିତ କରିବା ଏହି ଦିନର ମୂଳ ଉଦ୍ଦେଶ୍ୟ ଅଟେ । ଚଳିତ ବର୍ଷ ଏହି ଉତ୍ସବ ପାଳନର ଶୀର୍ଷକ ରହିଛି ‘ସମନ୍ୱିତ ଅଧ୍ୟୟନରେ ବହୁଭାଷୀ ଶିକ୍ଷା ହେଉଛି ମୂଳ ସ୍ତମ୍ଭ’ ।

International Mother Language Day: ଆଜି ଆନ୍ତର୍ଜାତିକ ମାତୃଭାଷା ଦିବସ, ଜାଣନ୍ତୁ କାହିଁକି କରାଯାଏ ପାଳନ?

International Mother Language Day: ଆଜି ଆନ୍ତର୍ଜାତିକ ମାତୃଭାଷା ଦିବସ। ଜାତିସଂଘ ଦ୍ୱାରା ପ୍ରତିବର୍ଷ ଫେବୃୟାରୀ ୨୧ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ବିଶ୍ୱର ବିଭିନ୍ନ ପ୍ରାନ୍ତରେ ମାତୃଭାଷାର ସୁରକ୍ଷା ତଥା ଏହି ଭାଷାରେ ଶିକ୍ଷାଦାନକୁ ପ୍ରୋତ୍ସାହିତ କରିବା ଏହି ଦିନର ମୂଳ ଉଦ୍ଦେଶ୍ୟ ଅଟେ । ଚଳିତ ବର୍ଷ ଏହି ଉତ୍ସବ ପାଳନର ଶୀର୍ଷକ ରହିଛି ‘ସମନ୍ୱିତ ଅଧ୍ୟୟନରେ ବହୁଭାଷୀ ଶିକ୍ଷା ହେଉଛି ମୂଳ ସ୍ତମ୍ଭ’ ।

ପିଲାଟି ଜନ୍ମ ହେଲାପରେ ପ୍ରଥମେ ଯେଉଁ ଭାଷାରେ କଥା କହିବା ଆରମ୍ଭ କରେ ତାହା ହେଉଛି ‘ମାତୃଭାଷା’ । ଆମେ ପରିବାର ଲୋକଙ୍କ ସହ ମଧ୍ଯ ନିଜ ମାତୃଭାଷାରେ କଥାବାର୍ତ୍ତା କରିଥାଉ । ବିଶ୍ବରେ ଭାଷା ଓ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ନେଇ ମାତୃଭାଷା ଦିବସ ପାଳନ କରାଯାଉଛି । ପ୍ରଥମେ ୧୯୯୯ ମସିହାରେ ଇଉନେସ୍କୋ ଦ୍ୱାରା ଏହା ଆରମ୍ଭ ହୋଇଥିଲା । ଏହାର ପାଳନ ପ୍ରଥମେ ମିଳିତ ଜାତିସଂଘର ସାଧାରଣ ସଭାରେ ୨୦୦୮ ମସିହାରେ ଗୃହୀତ ହୋଇଥିଲା । ଭାଷା ଆମକୁ ପରସ୍ପର ସହ ସମ୍ପର୍କ ଯୋଡ଼ିବାରେ ସହାୟକ ହୁଏ । ଆମ ମନର ଭାବନାକୁ ଅନ୍ୟ ପାଖରେ ପହଞ୍ଚାଇବାର ସର୍ବଶ୍ରେଷ୍ଠ ମାଧ୍ୟମ ହେଉଛି ଭାଷା । ତେବେ ଜଗତୀକରଣ ପ୍ରକ୍ରିୟା କାରଣରୁ ବିଶ୍ୱର ଅନେକାଂଶରେ ମାତୃଭାଷା ଅବହେଳିତ ହେଉଥିବା ଦେଖାଦେଉଛି । ଲୋକେ ନିଜ ମାତୃଭାଷା ଅପେକ୍ଷା ପାଶ୍ଚାତ୍ୟ ଭାଷା ଓ ସଂସ୍କୃତିକୁ ଆପଣେଇବାକୁ ଅଧିକ ପସନ୍ଦ କରୁଛନ୍ତି । ଏମିତି କି, ଲୋକେ ଅନେକ ସ୍ଥାନରେ ନିଜ ମାତୃଭାଷା କହିବା ପାଇଁ କୁଣ୍ଠାବୋଧ କରୁଛନ୍ତି ।

ଏହାଦ୍ବାରା ନା କେବଳ ଭାଷା, ବରଂ ଭାଷା ସହ ଜଡ଼ିତ ଆମ ସଂସ୍କୃତି ଓ ପରମ୍ପରା ମଧ୍ୟ ମଳିନ ପଡିଯାଉଛି । ଯାହା ରାଜ୍ୟ ତଥା ଦେଶ ପାଇଁ ଏକ ବଡ଼ ବିପଦ ସଦୃଶ । ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ମାତୃଭାଷାକୁ ଗୁରୁତ୍ବ ଦେବା ସହ ଏହାର ସୁରକ୍ଷା କରିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ରହିଛି । ଏପରି କି, ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥାର ନାମ ଫଳକ ନିଜ ମାତୃଭାଷାରେ ଲେଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Also Read- Earthquake: ଆଫଗାନିସ୍ତାନରେ ପୁଣି ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୪.୨ ରେକର୍ଡ଼