ମହିଳା ନ୍ୟୁଜ୍ ଆଙ୍କର ଉପରେ ଅରୁଣ ବୋଥ୍ରାଙ୍କ ଦିଲ୍ ଫିଦା! ଖୁଲାମଖୁଲା କହିଲେ ଏହି କଥା
Advertisement
Article Detail0/zeeodisha/odisha1157449

ମହିଳା ନ୍ୟୁଜ୍ ଆଙ୍କର ଉପରେ ଅରୁଣ ବୋଥ୍ରାଙ୍କ ଦିଲ୍ ଫିଦା! ଖୁଲାମଖୁଲା କହିଲେ ଏହି କଥା

ପରୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବା ପରେ IPS ଅରୁଣ ବୋଥ୍ରା (Arun Bothra) ଙ୍କୁ ପଦନ୍ନୋତି ମିଳିଛି। ସେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପରିବହନ ବିଭାଗର କମିଶନର ଭାବେ ଦାୟିତ୍ୱ ତୁଲାଉଛନ୍ତି। ପ୍ରାୟତଃ ସମୟରେ ଅରୁଣ ବୋଥ୍ରା ସୋସିଆଲ ମିଡିଆରେ ଆକ୍ଟିଭ୍ ରୁହନ୍ତି। କିନ୍ତୁ ସେ ଗତ ମାର୍ଚ୍ଚ ୨୦ ତାରିଖରୁ ସୋସିଆଲ ମିଡିଆରୁ ଏକ ଲମ୍ବା ବ୍ରେକ ନେଇଥିଲେ। ଏପ୍ରିଲ ୧୬ ତାରିଖରୁ ଅରୁଣ ବୋଥ୍ରା ପୁଣିଥରେ ଫର୍ମକୁ ଫେରିଛନ୍ତି।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାକୁ ଆସିଛି IPS ଅରୁଣ ବୋଥ୍ରାଙ୍କ ଟ୍ୱିଟ୍। ଏଥର ବିମାନ ବନ୍ଦର ନୁହଁ, ବରଂ ଟିଭିରେ ଖବର ଉପସ୍ଥାପନା ଉପରେ ଏକ ମାଜାଦାର ପୋଷ୍ଟ କରିଛନ୍ତି। ଯାହାକୁ ନେଇ ୟୁଜର୍ସମାନେ କୌତୁହଳପୂର୍ଣ୍ଣ କମେଣ୍ଟ ଦେଉଛନ୍ତି। ଆଙ୍କର ଜଣକ ତାଙ୍କ ନିଜ ଅନ୍ଦାଜରେ ଋଷ-ୟୁକ୍ରେନ ଯୁଦ୍ଧ ଉପରେ ଖବର ଉପସ୍ଥାପନା କରୁଥିଲେ।

ପରୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବା ପରେ IPS ଅରୁଣ ବୋଥ୍ରା (Arun Bothra) ଙ୍କୁ ପଦନ୍ନୋତି ମିଳିଛି। ସେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପରିବହନ ବିଭାଗର କମିଶନର ଭାବେ ଦାୟିତ୍ୱ ତୁଲାଉଛନ୍ତି। ପ୍ରାୟତଃ ସମୟରେ ଅରୁଣ ବୋଥ୍ରା ସୋସିଆଲ ମିଡିଆରେ ଆକ୍ଟିଭ୍ ରୁହନ୍ତି। କିନ୍ତୁ ସେ ଗତ ମାର୍ଚ୍ଚ ୨୦ ତାରିଖରୁ ସୋସିଆଲ ମିଡିଆରୁ ଏକ ଲମ୍ବା ବ୍ରେକ ନେଇଥିଲେ। ଏପ୍ରିଲ ୧୬ ତାରିଖରୁ ଅରୁଣ ବୋଥ୍ରା ପୁଣିଥରେ ଫର୍ମକୁ ଫେରିଛନ୍ତି। ସେ ସମୟ ସମୟରେ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସଙ୍କ ପାଇଁ ଇନଫର୍ମିଟିଭ୍ ତଥ୍ୟ ଦିଅନ୍ତି। ଆଉ ସମୟ ଦେଖି ମଜାକ ମଧ୍ୟ କରନ୍ତି।

Also Read: Russia Ukraine War: ବିଶ୍ୱକୁ ଆଗୁଆ ସତର୍କ କଲେ ଭାଲୋଦିମିର ଜେଲେନସ୍କି

ସୋମବାର ଅରୁଣ ବୋଥ୍ରା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଗୋଟିଏ ମଜାଳିଆ ଭିଡିଓ ସେୟାର କରିଛନ୍ତି। ଆଉ ଭିଡିଓ ସହ ଲେଖିଛନ୍ତି, 'ବହୁତ ଦିନ ପୂର୍ବରୁ ଟିଭି ଦେଖିବା ଛାଡି ଦେଇଥିଲି। ଲାଗୁଛି ପୁଣିଥରେ ଆରମ୍ଭ କରିବାକୁ ପିଡିବ। ଜୀବନରେ ଏମିତି ରୋମାଞ୍ଚ ଆଉ କେଉଁଠି ମିଳିବ।' ପ୍ରକୃତରେ IPS ଅଧିକାରୀ ଗୋଟିଏ ନ୍ୟାଜ୍ ଚ୍ୟାନେଲର ଏକ କ୍ଲିପ୍ ସେୟାର କରିଛନ୍ତି। ଭିଡିଓରେ ଜଣେ ନ୍ୟୁଜ୍ ଆଙ୍କର ବୁଲି ବୁଲି ଖବର ଉପସ୍ଥାପନା କରୁଛନ୍ତି। କିନ୍ତୁ ସେ ଯେଉଁ ଢଙ୍ଗ ଓ ଅଙ୍ଗଭଙ୍ଗିରେ ରିପୋର୍ଟିଂ କରୁଛନ୍ତି ତାହା ସମସ୍ତଙ୍କୁ କିମିଆ କରିଛି।

fallback

ସେପଟେ ପରିବହନ କମିଶନରଙ୍କ ଟ୍ୱିଟରେ ପ୍ରଶଂସକମାନେ ମଜାଳିଆ କମେଣ୍ଟ ଦେଉଛନ୍ତି। ଫିଲ୍ମ ମେକର ବିନୋଦ କାପରି କମେଣ୍ଟରେ କିଛି କହିନାହାନ୍ତି, କିନ୍ତୁ ଏକ ସ୍ମାଇଲି ଇମୋଜି ପ୍ୟାଚ୍ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ପୂର୍ବତନ ସଚିବ ତଥା ୧୯୮୫ ବ୍ୟାଚର IAS ଅଫିସର ସଞ୍ଜିବ ଗୁପ୍ତା ଏହି ଟିଭି ଚ୍ୟାନେଲର ନାମ ପଚାରିବା ସହ ସେ ମଧ୍ୟ ଠିକ୍ ସେହି ଭଳି ଏକ ରିପୋର୍ଟିଂ ଭିଡିଓ ସେୟାର କରିଛନ୍ତି। ଲେଖକ ଅଙ୍କୁର ମିଶ୍ରା, ଆଙ୍କରଙ୍କୁ ଜଣେ ଭଲ ଆକ୍ଟର ବୋଲି କହିଛନ୍ତି।