ଓଡ଼ିଆ ପୁଅ ରଶ୍ମିରଞ୍ଜନ ସ୍ୱାଇଁ ହେବେ ଜମ୍ମୁ କଶ୍ମୀର ଡିଜିପି
Advertisement
Article Detail0/zeeodisha/odisha1933059

ଓଡ଼ିଆ ପୁଅ ରଶ୍ମିରଞ୍ଜନ ସ୍ୱାଇଁ ହେବେ ଜମ୍ମୁ କଶ୍ମୀର ଡିଜିପି

ଶ୍ରୀ ସ୍ୱାଇଁଙ୍କ ପୈତୃକ ଘର ରାଉରକେଲାରେ । ସେ ସିଭିଲ୍‍ କଲୋନୀ ଅଞ୍ଚଳର ବାସିନ୍ଦା । ବର୍ତ୍ତମାନର ଜମ୍ମୁ ଓ କଶ୍ମୀର ଡିଜି ପୁଲିସ ଦିଲ୍‍ବାଗ୍‍ ସିଂହଙ୍କଠାରୁ ଦାୟିତ୍ୱଗ୍ରହଣ କରିବେ। ଅକ୍ଟୋବର ୩୧ ତାରିଖରେ ଶ୍ରୀ ସିଂହ ଅବସର ନେବେ । 

IPS Rashmi Ranjan Swain

ଭୁବନେଶ୍ୱର: ଓଡ଼ିଆ ପୁଅ ତଥା ୧୯୯୧ ବ୍ୟାଚ୍‍ ଆଇପିଏସ୍‍ ଅଧିକାରୀ ରଶ୍ମିରଞ୍ଜନ ସ୍ୱାଇଁ ଜମ୍ମୁ ଓ କଶ୍ମୀରର ପରବର୍ତ୍ତୀ ଡିଜି ଭାବେ ଦାୟିତ୍ୱଗ୍ରହଣ କରିବେ । ଗୃହମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଦ ବିଜ୍ୟପ୍ତି ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ, ବର୍ତ୍ତମାନ ସିଆଡି ଡିଜି ଭାବେ କାର୍ଯ୍ୟ କରୁଥିବା ଶ୍ରୀ ସ୍ୱାଇଁ ନଭେମ୍ବର ୧ ତାରିଖରୁ ତାଙ୍କ ଦାୟିତ୍ୱ ସହ ଜମ୍ମୁ ଓ କଶ୍ମୀରର ଭାରପ୍ରାପ୍ତ ଡିଜି ପୁଲିସ ଭାବେ କାର୍ଯ୍ୟ କରିବେ । ଏହା ତାଙ୍କର ଅତିରିକ୍ତ ଦାୟିତ୍ୱ ହେବ । 

ଶ୍ରୀ ସ୍ୱାଇଁଙ୍କ ପୈତୃକ ଘର ରାଉରକେଲାରେ । ସେ ସିଭିଲ୍‍ କଲୋନୀ ଅଞ୍ଚଳର ବାସିନ୍ଦା । ବର୍ତ୍ତମାନର ଜମ୍ମୁ ଓ କଶ୍ମୀର ଡିଜି ପୁଲିସ ଦିଲ୍‍ବାଗ୍‍ ସିଂହଙ୍କଠାରୁ ଦାୟିତ୍ୱଗ୍ରହଣ କରିବେ। ଅକ୍ଟୋବର ୩୧ ତାରିଖରେ ଶ୍ରୀ ସିଂହ ଅବସର ନେବେ । 

ଜଣେ ସଚ୍ଚୋଟ ଅଧିକାରୀ ଭାବେ ପରିଚିତ ଶ୍ରୀ ସ୍ୱାଇଁ ନିଜ ଦକ୍ଷତା ଓ ସଫଳତା ପାଇଁ ପରିଚିତ। ସେ ଉଭୟ ଜମ୍ମୁ ଓ କଶ୍ମୀରର ଏସ୍‍ଏସ୍‍ପି ଭାବେ କାର୍ଯ୍ୟ କରିଛନ୍ତି। ଯେତେବେଳେ ଆତଙ୍କବାଦ ଜମ୍ମୁ ଓ କଶ୍ମୀରରେ ସୀମା ଲଙ୍ଘିଥିଲା ସେ ସେତେବେଳେ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ପଦବୀକୁ ନିର୍ବାହ କରିଥିଲ।ଲ। ଏହା ସହ ସେ ଲେହ, ପୁଞ୍ଚ ଓ ରାମବାନ୍‍ରେ ମଧ୍‍ୟ ଏସ୍‍ଏସ୍‍ପି ଭାବେ କାର୍ଯ୍ୟ କରିଛନ୍ତି। ଏହାପରେ ସେ କେନ୍ଦ୍ରୀୟ ଡେପୁଟେସନ୍‍ରେ ଯିବା ସହ ବିଦେଶରେ ଭାରତର ମିଶନକୁ ସଫଳତାର ସହ କାକାର୍ଯ୍ୟକାରୀ କରିଛନ୍ତି। 
ଜମ୍ମୁ ଓ କଶ୍ମୀରରେ ରାଜ୍ୟ ଗୁଇନ୍ଦା ସଂସ୍ଥା (ଏସ୍‍ଆଇଏ) ପ୍ରତିଷ୍ଠାରେ ତାଙ୍କର ଗୁରୁତ୍ୱ ଯଥେଷ୍ଟ ରହିଛି।