Jaipur Video viral: VVIP ରୋଡ଼ରେ ଉଲଗ୍ନ ହେଲେ ମହିଳା, ପଛରେ ଥିଲା ଏହି କାରଣ
Advertisement

Jaipur Video viral: VVIP ରୋଡ଼ରେ ଉଲଗ୍ନ ହେଲେ ମହିଳା, ପଛରେ ଥିଲା ଏହି କାରଣ

Jaipur Video viral: ଜୟପୁର ଭିଭିଆଇପିର((VVIP) ଏକ ବ୍ୟସ୍ତବହୁଳ ରାସ୍ତାରେ ଥିବା ଜେ.ଏଲ.ଏନ ରୋଡ଼ରେ ଆଜି ସକାଳେ ଏପରି ଏକ ଘଟଣା ଘଟିଛି ଯାହାକୁ ଦେଖି ଲୋକେ ଆଶ୍ଟର୍ଯ୍ୟ ହୋଇଯାଇଛନ୍ତି । ୩୬ ବର୍ଷିୟା ଏଏନଏମ(ANM) କର୍ମୀ ସରକାରଙ୍କୁ ଦାବି ଜଣାଇବା ପାଇଁ ଅଜମେରରୁ ଜୟପୁରକୁ(Jaipur) ଆସିଥିଲେ । ପରେ ସେ ଏସଏମଏସ ମେଡ଼ିକାଲ କଲେଜ ସମ୍ମୁଖ ଜେ.ଏଲ.ଏନ ମାର୍ଗରେ ଥିବା ଡ଼ିଭାଇଡ଼ରରେ ଉଲଗ୍ନ ହୋଇଯାଇଥିଲେ । ତେବେ ଦୀର୍ଘ ସମୟର ଧରି ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା ।

ସୌ(ସୋସିଆଲ ମିଡିଆ)

Jaipur Video viral: ଜୟପୁର ଭିଭିଆଇପିର((VVIP) ଏକ ବ୍ୟସ୍ତବହୁଳ ରାସ୍ତାରେ ଥିବା ଜେ.ଏଲ.ଏନ ରୋଡ଼ରେ ଆଜି ସକାଳେ ଏପରି ଏକ ଘଟଣା ଘଟିଛି ଯାହାକୁ ଦେଖି ଲୋକେ ଆଶ୍ଟର୍ଯ୍ୟ ହୋଇଯାଇଛନ୍ତି । ୨୦୨୦ ମସିହାରୁ APO ଭାବେ ପଦୋନ୍ନତି ପାଇଥିବା ପରେ ନିଯୁକ୍ତି ପାଇଁ ୩୬ ବର୍ଷିୟା ଏଏନଏମ(ANM) କର୍ମୀ ସରକାରଙ୍କୁ ଦାବି ଜଣାଇବା ପାଇଁ ଅଜମେରରୁ ଜୟପୁରକୁ(Jaipur) ଆସିଥିଲେ । ପରେ ସେ ଏସଏମଏସ ମେଡ଼ିକାଲ କଲେଜ ସମ୍ମୁଖ ଜେ.ଏଲ.ଏନ ମାର୍ଗରେ ଥିବା ଡ଼ିଭାଇଡ଼ରରେ ଉଲଗ୍ନ ହୋଇଯାଇଥିଲେ । ପରେ ସେହିଠାରେ ଥିବା ଡିଭାଇଡ଼ରରେ ଦୀର୍ଘ ସମୟ ଧରି ବସିରହିଥିଲେ । ଏନେଇ ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଏସଏମଏସ ହସ୍ପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଥିଲା । ପୋଲିସ ଯେତେବେଳେ ମହିଳାଙ୍କୁ କାବୁ କରିବା ଲାଗି ଚେଷ୍ଟା କରିଥିଲା ସେତେବେଳେ ମହିଳା ଏଏନଏମ ଜଣକ ରାଗିଯାଇଥି୍ଲେ । ତେବେ ଦୀର୍ଘ ସମୟର ଧରି ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା । ଦୀର୍ଘ ସମୟର କସରତ ପରେ ମହିଳାଙ୍କୁ କାବୁ କରାଯାଇଥିଲା । ଏହାପରେ ମହିଳାଙ୍କୁ ଏକ କମ୍ବଳରେ ଘୋଡାଇ ଏସଏମଏସ ହସ୍ପିଟାଲ ଅଣାଯାଇଥିଲା । ସେଠାରେ ମଧ୍ଯ ବହୁ ପରିଶ୍ରମ ପରେ ମହିଳାଙ୍କୁ ଡ଼୍ରେସ ପିନ୍ଧାଯାଇଥିଲା । ତେବେ ଏପରି କାଣ୍ତ ପାଇଁ ପୋଲିସ ମହିଳାଙ୍କୁ ଗିରଫ କରିଛି । ଜଣେ ପୋଲିସ ଅଧିକାରୀ ମତ ଦେଇ କହିଛନ୍ତି ଯେ, ଏନେଇ ମହିଳାଙ୍କୁ ପଚରାଉଚରା କରାଯିବା ସହ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି ।

ଏହା ମଧ୍ଯ ପଢନ୍ତୁ-Shocking News:ରେସ୍ତୋରାଁରେ ଖାଇବା ପରେ ମହିଳା ୱେଟରଙ୍କୁ ଏତିକି ଲକ୍ଷ ଟଙ୍କା ଟିପ୍ ଦେଲେ ବ୍ୟକ୍ତି

ଏହା ମଧ୍ଯ ପଢନ୍ତୁ-Shocking News: ୬୦ ଶିଶୁଙ୍କର ଗୋଟିଏ ବାପା, ମୁହଁ ଓ ଚେହେରା ସମସ୍ତଙ୍କର ଏକାପରି

ଏହା ମଧ୍ଯ ପଢନ୍ତୁ-Shocking News: ବିବାହ ବାର୍ଷିକୀ ଭୁଲିଗଲା ସ୍ୱାମୀ, ବାପା-ଭାଇଙ୍କୁ ଡ଼ାକି ସ୍ତ୍ରୀ….

ଏଭଳି କାଣ୍ତ ପରେ ମହିଳା ଏଏନଏମ ଜଣଙ୍କ କହିଛନ୍ତି ଯେ, ସେ ଅଜମେର( Ajmer) ବାସିନ୍ଦା ଅଟନ୍ତି । ବେୱାରର ଏକ ହସ୍ପିଟାଲରେ ସେ ଏଏନଏମ ଭାବେ କାମ କରୁଥିଲେ । ୨୦୨୦ ମସିହାରେ ତାଙ୍କୁ APO ଭାବେ ପଦୋନ୍ନତି ମିଳିଥିଲା । କିନ୍ତୁ ସେବେଠାରୁ ଆଜି ପର୍ଯ୍ୟନ୍ତ ତାଙ୍କୁ ପୁନଃସ୍ଥାପିତ କରାଯାଇନାହିଁ । ଏନେଇ ବିୱାରର ବିଭାଗୀୟ ଅଧିକାରୀଙ୍କୁ ଅନେକ ଥର ଦାବି ଜଣାଇଥିଲେ ମଧ୍ୟ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ସେ କହିଥିଲେ । ବାରମ୍ବାର ଅଭିଯୋଗ ପରେ ବି ତାଙ୍କ କଥା କେହି ଶୁଣୁ ନଥିବାରୁ ସେ ମାନସିକ ଚାପରେ ରହୁଥିଲେ । ଏହି କାରଣରୁ ଜୟପୁରକୁ ଆସି ଏଭଳି ଉଲଗ୍ନ ହୋଇ ଦାବି ଜଣାଇଥିବା ସେ କହିଛନ୍ତି ।