Japan Earthquake 2024: ପୁଣି ୮ ଦିନ ପରେ ଭୂକମ୍ପ ଝଟକାରେ ଦୋହଲି ଉଠିଲା ଜାପାନ
Advertisement
Article Detail0/zeeodisha/odisha2051512

Japan Earthquake 2024: ପୁଣି ୮ ଦିନ ପରେ ଭୂକମ୍ପ ଝଟକାରେ ଦୋହଲି ଉଠିଲା ଜାପାନ

Japan Honshu Province Earthquake Today: ପ୍ରାୟ ୮ ଦିନ ପରେ ଭୂକମ୍ପ ଝଟକାରେ ପୁନର୍ବାର ଦୋହଲି ଉଠିଛି ଜାପାନ। ଜାନୁଆରୀ ୯ ମଙ୍ଗଳବାର ଦେଶର ହଂସୁ ପ୍ରଦେଶରେ ୫.୮ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି।

Japan Earthquake 2024: ପୁଣି ୮ ଦିନ ପରେ ଭୂକମ୍ପ ଝଟକାରେ ଦୋହଲି ଉଠିଲା ଜାପାନ

Earthquake Jolts Honshu Province of Japan: ପୁଣି ୮ ଦିନ ପରେ ଭୂକମ୍ପ ଝଟକାରେ ଦୋହଲି ଉଠିଛି ଜାପାନ। ଜାନୁଆରୀ ୯ ମଙ୍ଗଳବାର ଅପରାହ୍ନରେ ଜାପାନ ପଶ୍ଚିମ ଉପକୂଳର ହଂସୁ ପ୍ରଦେଶରେ ୫.୮ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିବାର ରେକର୍ଡ କରାଯାଇଛି। ମଙ୍ଗଳବାର ଅନୁଭୂତ ଭୂକମ୍ପ ଦ୍ୱାରା ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ଖବର ମିଳିନାହିଁ। ପୂର୍ବରୁ ଚଳିତ ବର୍ଷ ଆରମ୍ଭରୁ ଅର୍ଥାତ ଜାନୁଆରୀ ୧ ତାରିଖରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା। ଯେଉଁଥିରେ ଶହ ଶହ ଘର ଭୁଷୁଡି ଯାଇଥିଲା।

ବିଗତ ୮ ଦିନ ଧରି ଅନୁଭୂତ ହେଉଛି ଭୂକମ୍ପ
ଆପଣଙ୍କୁ କହିରଖୁଛୁ ଯେ ବିଗତ ୮ ଦିନ ଧରି ଭୂକମ୍ପ ଝଟକାରେ ଦୋହଲି ଉଠିଛି ଜାପାନ। ନୂତନ ବର୍ଷର ପ୍ରଥମ ଦିନରେ ଅର୍ଥାତ୍ ଜାନୁଆରୀ ୧ ତାରିଖରେ ଦେଶର ଏକ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ ଅନୁସାରେ ଏହାର ତୀବ୍ରତା ୭.୬ ରହିଥିଲା। ଏହି ଭୂକମ୍ପ ଏତେ ଭୟଙ୍କର ଥିଲା ଯେ ସମଗ୍ର ଦେଶର ଶହ ଶହ ଘର ଭୁଷୁଡି ଯାଇଥିଲା। ଏହା ସହିତ ଦୋକାନ ବଜାର ଏପରିକି ଶୋରୁମ୍ ମଧ୍ୟ ନଷ୍ଟ ହୋଇଯାଇଥିଲା।

Also Read: Japan Earthquake 2024: ଭୂକମ୍ପ ଝଟକା ପରେ ଜାପାନ ସହ ଏହି ୩ ଦେଶ ପାଇଁ ସୁନାମୀ ଲାଗି ଜାରି ହେଲା ହାଇଆଲର୍ଟ

ଭୂକମ୍ପ କାରଣରୁ ପ୍ରାଣ ହରାଇଥିଲେ ୧୨୬ ଲୋକ 
ଗତ ୧ ତାରିଖରେ ଅନୁଭୂତ ହୋଇଥିବା ଭୂକମ୍ପ କାରଣରୁ ଦେଶର ବିଭିନ୍ନ ଅଞ୍ଚଳରେ ସଡ଼କ ଧସି ଯାଇଥିଲା। ଯେଉଁ କାରଣରୁ ରାସ୍ତାରେ ଯାଉଥିବା ଗାଡ଼ି ଧସି ଯାଇଥିବା ସଡ଼କରେ ଅଟକି ଯାଇଥିଲା। ଏହି ଭୂକମ୍ପରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୨୬ ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଅନେକ ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଭୂକମ୍ପ ପରେ ସୁନାମୀ ଆସିବା ନେଇ ଜାପାନ ପାଣିପାଗ ଏଜେନ୍ସି ପକ୍ଷରୁ ଚେତାବନୀ ଜାରି ହୋଇଥିଲା। ଯଦିଓ ଭୂକମ୍ପ ଝଟକା ଭଳି ସୁନାମୀ ପ୍ରକୋପ ଅନୁଭୂତ ହୋଇନଥିଲା।

Also Read: Japan Earthquake 2024: ଭୂକମ୍ପ ଝଟକା ପରେ ମାଡ଼ି ଆସିଲା ସୁନାମୀ; ଭିଡ଼ିଓ ଭାଇରାଲ

ପୁନର୍ବାର ଭୂକମ୍ପ ଝଟକାରେ ଥରି ଉଠିଲା ଜାପାନ
ଗତ ୧ ତାରିଖରେ ଜାପାନା ଠାରେ ଅନୁଭୂତ ହୋଇଥିବା ଭୂକମ୍ପ ପରେ ଦେଶରେ ୭ ତାରିଖରେ ଅନ୍ୟ ଏକ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଚର ସ୍କେଲ ଅନୁସାରେ ଏହାର ତୀବ୍ରତା ୫ ରହିଥିଲ। ହେଲେ ଏହି ଭୂକମ୍ପ କାରଣରୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ଖବର ନାହିଁ। ବର୍ତ୍ତମାନ ୮ ଦିନ ପରେ ଜାପାନ ପୁନର୍ବାର ଭୂକମ୍ପ ଝଟକାରେ ଥରି ଉଠିଛି। ଏଥର ରିକ୍ଟର ସ୍କେଲ ଅନୁସାରେ ଏହାର ତୀବ୍ରତା ୫.୮ ରହିଥିଲା। ଏହି ଭୂକମ୍ପରେ କୌଣସି ଧନ ଜୀବନ ହାନି ହୋଇଥିବାର ଖବର ମିଳିନାହିଁ। ବାରମ୍ବାର ଅନୁଭୂତ ହେଉଥିବା ଭୂକମ୍ପ ଝଟକାକୁ ଦୃଷ୍ଟିରେ ରଖି ଜାପାନ ସରକାର ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି।

Also Read: Earthquake Explainer: କାହିଁକି ଆସିଥାଏ ଭୂକମ୍ପ? କେବେ କେତେ ପରିମାଣରେ ଆଣିଥାଏ ବିନାଶ?

ନୂତନ ବର୍ଷ ୨୦୨୪ ଆରମ୍ଭରୁ ଶକ୍ତିଶାଳୀ ଭୂକମ୍ପ ଝଟକାରେ କମ୍ପିଉଠିଥିଲା ଜାପାନ। ଜାନୁଆରୀ ୧ ତାରିଖ ସୋମବାର ଦେଶର ପଶ୍ଚିମ ଉପକୂଳରେ ୭.୬ ତୀବ୍ରତା ଏକ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିବାର ରେକର୍ଡ କରାଯାଇଥିଲା। ସୋମବାର ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ପରେ ଦେଶରେ ସୁନାମୀ ଆସିବା ନେଇ ଜାରି ହୋଇଥିଲା ଚେତାବନୀ। ସୋମବାର ଜାପାନ ଉପକୂଳରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଅନେକ ଥର କମ୍ପନ ଅନୁଭୂତ ହୋଇଥିଲା। ଯାହା ପରେ ସୁନାମୀ ଆସିବା ନେଇ ଚେତାବନୀ ଜାରି ହୋଇଥିଲା। ସ୍ଥାନୀୟ ସମୟ ଅପରାହ୍ନ ଚାରିଟା  ବେଳେ ଇଶିକାୱା ପ୍ରଦେଶର ନୋଟୋ ଅଞ୍ଚଳରେ ଅନୁଭୂତ ହୋଇଥିବା ଭୂକମ୍ପ କାରଣରୁ ସୁନାମୀ ସତର୍କତା ଜାରି କରାଯାଇଥିଲା।