Kendujhar News: ଲୁଚି ଲୁଚି ଲଗ୍ନ ଖୋଜୁଥିଲେ ପ୍ରେମିକ, ଘରେ ପହଞ୍ଚିଗଲା ପ୍ରେମିକା; ତା'ପରେ...
Advertisement

Kendujhar News: ଲୁଚି ଲୁଚି ଲଗ୍ନ ଖୋଜୁଥିଲେ ପ୍ରେମିକ, ଘରେ ପହଞ୍ଚିଗଲା ପ୍ରେମିକା; ତା'ପରେ...

Kendujhar News: ଲଭ୍ ସେକ୍ସ- ଧୋକା । ପ୍ରେମିକ ବାହାଘର ପାଇଁ ଲଗ୍ନ ଦେଖା ଚାଲିଥିବା ବେଳେ ପ୍ରେମିକର ଘରେ ପହଞ୍ଚି ଥିଲା ପ୍ରେମିକା । ଆଉ ବିବାହ ପାଇଁ ଜିଦ୍ ଧରିଥିଲା । ଶେଷରେ ପ୍ରେମିକର ଘରେ ଆରମ୍ଭ ହୋଇଥିଲା ମହାଭାରତ । ପ୍ରେମିକାକୁ(girlfriend) ଆକ୍ରମଣ କରିଥିଲେ ପ୍ରେମିକର ଘରଲୋକେ (Jealous boyfriend family attacks girlfriend)। ମାଡ଼ମାରି ଲହୁଲୁହାଣ କରିଦେଇଥିଲେ । ଗୁରୁତର ଅବସ୍ଥାରେ ପ୍ରେମିକାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ପଢନ୍ତୁ ଏହି ରିପୋର୍ଟ ।...

ସୌଜନ୍ୟ- ସୋସିଆଲ ମିଡ଼ିଆ

Kendujhar News: ଲଭ୍ ସେକ୍ସ- ଧୋକା (Love Sex And Dhoka)। ପ୍ରେମିକାକୁ ଏଭଳି ଉପହାର ଦେଇଛି ପ୍ରେମିକ(boyfriend) । ଯାହାକି ପ୍ରେମିକା କେବେବି ଭୁଲି ପାରିବନି। ଏପରିକି ପ୍ରେମିକ ପ୍ରତାରଣାର ଶୀକାର ହୋଇ ଶେଷରେ ଆକ୍ରମଣର ଶିକାର ହୋଇଛି ପ୍ରେମିକା । ପ୍ରେମିକ ବାହାଘର ପାଇଁ ଲଗ୍ନ ଦେଖା ଚାଲିଥିବା ବେଳେ ପ୍ରେମିକର ଘରେ ପହଞ୍ଚି ଥିଲା ପ୍ରେମିକା । ଆଉ ବିବାହ ପାଇଁ ଜିଦ୍ ଧରିଥିଲା । ଶେଷରେ ପ୍ରେମିକର ଘରେ ଆରମ୍ଭ ହୋଇଥିଲା ମହାଭାରତ । ପ୍ରେମିକାକୁ(girlfriend) ଆକ୍ରମଣ କରିଥିଲେ ପ୍ରେମିକର ଘରଲୋକେ (Jealous boyfriend family attacks girlfriend)। ମାଡ଼ମାରି ଲହୁଲୁହାଣ କରିଦେଇଥିଲେ । ଗୁରୁତର ଅବସ୍ଥାରେ ପ୍ରେମିକାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର(Kendujhar) ଜିଲ୍ଲା ଆନନ୍ଦପୁର ଥାନା କାଠକଟା ଅଞ୍ଚଳରେ । ପଢନ୍ତୁ ଏହି ରିପୋର୍ଟ ।...

କ'ଣ ଥିଲା ପୁରା ଘଟଣା?

କେନ୍ଦୁଝର (Kendujhar)  ଜିଲ୍ଲା ଆନନ୍ଦପୁର ଥାନା କାଠକଟା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ, ସୁଜନାପାଳ ଗାଁର ଜଣେ ଯୁବତୀଙ୍କ ସହ କାଠକଟାର ବସନ୍ତ ମହାନ୍ତଙ୍କର ୭ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା।  ଏ-ପିରିକି  ଉଭୟ ଉଭୟଙ୍କୁ ଦଣ୍ତେ ନ ଦେଖିଲେ ରହି ପାରୁ ନଥିଲ । କାହିଁକିନା ସମ୍ପର୍କ ଏତେ ନିବିଡ ହୋଇ ଯାଇଥିଲା ଯେ, ସାଥୀ ହୋଇ ମରିବା ଓ ସାଥୀ ହୋଇ ବଞ୍ଚିବା ବୋଲି ପରପ୍ପରକୁ କଥା ଦେଇଥିଲେ। ପ୍ରେମିକ ପାଇଁ ନିଜର ସର୍ବଶ୍ବ ଦେଇଦେଇଥିଲା ପ୍ରେମିକା ।  ଏପରିକି ବସନ୍ତ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଖୁବ ଶିଘ୍ର ବିବାହ କରିବା ପାଇଁ ତାଙ୍କୁ କଥା ଦେଇଥିଲେ ବସନ୍ତ । କିନ୍ତୁ ଗତକାଲି(ବୁଧବାର) ବସନ୍ତଙ୍କର  ବିବାହ ଅନତ୍ର କୁଆଡେ ଠିକ୍ ହୋଇ ଯାଇଥିଲା । ବିବାହ ପାଇଁ ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ ହୋଇ ଯାଇଥିଲା। ଏପରିକି ଗତକାଲି ପଣ୍ତିତ ବିବାହ ପାଇଁ ବସନ୍ତଙ୍କର ଲଗ୍ନ ସ୍ଥିର କରୁଥିଲେ। ସାହି ମୁରବୀ ଓ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ଶୁଭଲଗ୍ନ ସ୍ଥିର ହେଉଥିବା ବେଳେ ଚାଲିଥିଲା ହସ ଖୁସିର ମାହୋଲ୍ । ପ୍ରେମିକର ଅନ୍ୟ କୁଆଡେ ବାହାଘର ସ୍ଥିର ହୋଇଥିବା ଖବର ପାଇଥିଲେ ପ୍ରେମିକା ।  ଆଉ ଏହି ଖବର ପାଇ ବସନ୍ତଙ୍କ ଘରେ ପହଞ୍ଚି ଯାଇଥିଲେ ପ୍ରେମିକା । ଏବଂ ବିବାହ ପାଇଁ ବସନ୍ତଙ୍କୁ କହିବା ସହ ବିବାହ ପାଇଁ ଜିଦ୍ ଧରି ବସନ୍ତଙ୍କ ଘରେ ବସିଥିଲେ । ଏହାଦେଖି ରାଗି ଯାଇଥିଲେ ବସନ୍ତଙ୍କ ପରିବାର ଲୋକେ। ପରେ ବସନ୍ତଙ୍କ ପରିବାର ସମ୍ପୃକ୍ତ ଯୁବତଙ୍କୁ ବୁଝାଇବାକୁ ପ୍ରୟାସ କରିବା ପରିବର୍ତ୍ତେ, ତାଙ୍କୁ ଆକ୍ରମଣ କରିଥିଲେ। ଏବଂ ତାଙ୍କ ମୋବାଇଲ୍ ଛଡାଇ ନେଇଥିଲେ। ଆକ୍ରମଣରେ ଲହୁଲୁହାଣ ହୋଇଯାଇଥିଲେ ଯୁବତୀ (Jealous boyfriend family attacks girlfriend)।  ଯୁବତୀ ଜଣକ କୌଶଳ କ୍ରମେ ଖସି ଯାଇ ଆନନ୍ଦପୁର ପୋଲିସ୍ ଷ୍ଟେସନରେ ପହଞ୍ଚିଥିଲେ। ଏବଂ ସମସ୍ତ ଘଟଣା ପୋଲିସକୁ ଜଣାଇ ଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Also Read: Mangal Gochar 2023: ଆଜିଠାରୁ ଏହି ୭ ରାଶିରେ ଧନବର୍ଷା କରିବେ ମାଆ ଲକ୍ଷ୍ମୀ, ନୂଆ ଗାଡି ସାଙ୍ଗକୁ ଘର କିଣିବାର ରହିଛି ଯୋଗ!

Also Read: Morning Tips: ମାନସିକ ସ୍ଥିତିକୁ ବେଶ ମଜବୁତ କରିଥାଏ ଏହି ୬ଟି ଅଭ୍ୟାସ

ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ପାଣିସିଆଲିରେ ।  ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ପ୍ରେମିକାକୁ ଆକ୍ରମଣ କରିଛି ପ୍ରେମିକ । ପାଣି ସିଆଲି ଗାଁର ଲିଙ୍ଗରାଜ ନାଏକ ଓ ଜଣେ ଯୁବତୀ ଦିର୍ଘ ୭ ବର୍ଷ ହେବ ଉଭୟେ ଉଭୟଙ୍କୁ ଭଲ ପାଉଥିଲେ ।  କିନ୍ତୁ ବିବାହର ପ୍ରତିଶ୍ରୃତି ଦେଇ ଅନେକ ସମୟରେ ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖିଥିଲା । ଯେବେ ପ୍ରେମିକା ଜିଦ୍ କଲା ବିବାହ ପାଇଁ ସେତେବେଳେ ପ୍ରେମିକାକୁ ମାଡ ମାରୁଥିଲା ପ୍ରେମିକ। କିନ୍ତୁ ଏଥିରେ ଭାଙ୍ଗି ପଡିଥିଲା ପ୍ରେମିକା । ଏବଂ ସମ୍ପର୍କ ତୁଟାଇବା ପାଇଁ ମନନ୍ତ କରିଥିଲା। ପ୍ରେମିକ ସହ କଥା ନହେବାରୁ ତାଙ୍କୁ ଯୁବକ ଜଣକ ମାଡମାରି ଲହୁ ଲୁହାଣ କରିଥିବା ଅଭିଯୋଗ କରିଛନ୍ତି । ମୋ ସହ ସମ୍ପର୍କ ନ ରଖିଲେ ଜୀବନରୁ ମାରି ଦେବି ବୋଲି ଚେତାବନି ଦେଇଥିବା ଅଭିଯୋଗ ହୋଇଛି । କଲେକ୍ଟରଙ୍କ ପିଏସଓ ମୋର ସାଙ୍ଗ, ପୋଲିସ ଏସପି ମୋର ଚିହ୍ନା ଲୋକ ତତେ ମାରି ଦେଲେ ବି ମୋର କିଛି ଅସୁବିଧା ହେବ ନାହିଁ ବୋଲି ପ୍ରେମିକ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଯୁବତୀଙ୍କ ମା । ଆମକୁ ନ୍ୟାୟ ମିଳୁ ଓ ଅଭିଯୁକ୍ତକୁ ଉଚ୍ଚିତ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି । ତେବେ ଯୁବତୀଙ୍କ ଲିଖିତ ଅଭିଯୋଗ ପରେ ସୋନପୁର ପୋଲିସ ଏକ ମାମଲା ରୁଜୁ କରି ସଂପୃକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।