JEE Advanced Result: ଛାତ୍ର ଛାତ୍ରୀମାନଙ୍କୁ ମିଳିଲା ଉତ୍ତର ଖାତା, ଫଳାଫଳ ଉପରେ ନଜର, ତେବେ ଇତିମଧ୍ୟରେ ଜେଇ ଆଡ଼ଭାନ୍ସ(JEE Advanced) ର ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ସକାଳ ସମୟ 10:00 ଟାରେ ଏହାର ଫଳାଫଳ ପ୍ରକାଶ ପାଇବ ।ଫଳାଫଳକୁ ନେଇ ଛାତ୍ର ଛାତ୍ରୀ ମାନେ ଉତ୍କଣ୍ଠାର ସହିତ ଅନାଇ ବସିଛନ୍ତି । ତେବେ ଏହି ବର୍ଷ କିଏ ଏହି ଶ୍ରେଷ୍ଠ ସ୍ଥାନ ଅଧିକାର କରିବା ତାକୁ ମଧ୍ୟ ସମସ୍ତେ ଅନାଇ ବସିଛନ୍ତି ।ଏଥର ଏହି ଜେଇ ଆଡ଼ଭାନ୍ସ ଫଳାଫଳ ସମ୍ଭନ୍ଧୀୟ ସମସ୍ତ ପରିଚାଳନା ଦାୟିତ୍ୱ ବମ୍ବେ ଆଇ ଆଇ ଟି (IIT Bombay)ହାତରେ ରହିଛି । ଅନ୍ୟପକ୍ଷରେ ଓଡ଼ିଶାର କେଉଁ ଛାତ୍ର ଓଡ଼ିଶାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିବ ସେ ନେଇ ଛାତ୍ର ଛାତ୍ରୀ ମାନେ ଅନାଇ ବସିଛନ୍ତି ।ତେବେ ଏହି ଫଳାଫଳକୁ ଜାଣିବା ପାଇଁ ଛାତ୍ର ଛାତ୍ରୀ ମାନେ jeeadv.ac.in ରେ ଡାଉନ ଲୋଡ କରି ନିଜର ମାର୍କ ଓ ରାଙ୍କ ଜାଣି ପାରିବେ ।
Trending Photos
2021ର ଓଡିଶାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ର ଗୌତମ ଦାସ ,ଯେ କି 360 ମାର୍କରୁ 282 ମାର୍କ ରଖି 115ତମ ରାଙ୍କ ପାଇଥିଲେ । ଛୁଆ ବେଳରୁ ବାଲେଶ୍ୱରରେ ବଢିଥିବା ଗୌତମ ଦାସଙ୍କ ପିତା ଜଣେ ପେଶାରେ ବ୍ୟବସାୟୀ ଥିଲେ । ଚୁଆବେଳୁ ଗୌତମ ଗଣିତକୁ ବହୁତ ଭଲ ପାଉଥିଲେ ବୋଲି ପିତା କହିଥିଲେ । ଯାହାକି ତାଙ୍କୁ ଆଇ ଆଇ ଟି ହେବାର ସୁଯୋଗ ପ୍ରଦାନ କରିଥିଲା । ତେବେ ଚଳିତ ବର୍ଷ କରୋନାରୁ ତ୍ରାହି ମିଳିଥିବା ବେଳେ ଛାତ୍ର ଛାତ୍ରୀଙ୍କ ପାଇଁ ଏଥର ଏକାଡେ଼ମିକ ସେସନ ଭଲ ହେବ ବୋଲି ଅଭିଭାବକ ମାନେ ପ୍ରକାଶ କରିଛନ୍ତି । ସୁତରାଂ ଏଥର ଓଡ଼ିଶାର କେଉଁ ଶିକ୍ଷା ଅନୁଷ୍ଠାନ ଟପର ବାଜି ମାରିବ ଏହାକୁ ନେଇ ମଧ୍ୟ କଳ୍ପନା ଜଳ୍ପନା ଜାରି ରହିଛି ।
ସେହିପରି ସର୍ବଭାରତୀୟ ସ୍ତରରେ JEE ଆଡଭାନ୍ସଡ 2021 ପରୀକ୍ଷାରେ ମ୍ରିଦୁଲ ଅଗ୍ରୱାଲ ଶୀର୍ଷରେ(JEE TOPPER) ରହିଥିଲେ । ଯିଏ ପରୀକ୍ଷାରେ 360 ମାର୍କରୁ 348 ମାର୍କ ପାଇ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲେ। ଏହି ପରୀକ୍ଷାରେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନକୁ ଯଥାକ୍ରମେ ଧନଜୟ ରମଣ ଏବଂ ଅନନ୍ତ ଲୁନିଆ ଦଖଲ କରିଥିଲେ। ତେବେ ପରୀକ୍ଷାରେ ଛାତ୍ରୀ ମାନଙ୍କ ମଧ୍ୟରେ ଦିଲ୍ଲୀର ଛାତ୍ର କଭିଆ ଚୋପ୍ରା ଶୀର୍ଷରେ ରହିଥିଲେ ଏବଂ ସେ 360 ମାର୍କରୁ 286 ସ୍କୋର କରିଥିଲେ। ତେବେ ଏହି ବର୍ଷ ଜେଇ ଆଡ଼ଭାନ୍ସ ର (JEE Advanced 2022) ଫଳାଫଳକୁ ସମସ୍ତଙ୍କ ନଜର ରହିଛି।