କଳାହାଣ୍ଡି: ପତ୍ନୀଙ୍କ ଅନୁମତି ପରେ କିନ୍ନରକୁ ବିବାହ କେଲେ ସ୍ୱାମୀ, ବର୍ତ୍ତମାନ ଗୋଟିଏ ଛାତ ତଳେ ରହିବେ ତିନିଜଣ
Advertisement

କଳାହାଣ୍ଡି: ପତ୍ନୀଙ୍କ ଅନୁମତି ପରେ କିନ୍ନରକୁ ବିବାହ କେଲେ ସ୍ୱାମୀ, ବର୍ତ୍ତମାନ ଗୋଟିଏ ଛାତ ତଳେ ରହିବେ ତିନିଜଣ

Kalahandi: ରାଜ୍ୟର କାଲାହାଣ୍ଡି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ବିବାହିତ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଅନୁମତି ପରେ ଏକ କିନ୍ନରଙ୍କୁ (Transgender) ବିବାହ କରିଛନ୍ତି । ବର୍ତ୍ତମାନ ଏହି ତିନିଜଣ ଗୋଟିଏ ଛାତ ତଳେ ରହିବାକୁ ପ୍ରସ୍ତୁତ ହେଉଛନ୍ତି ।

ସାଙ୍କେତିକ ଫଟୋ

Kalahandi: କୁହାଯାଏ ଯେ ପ୍ରେମ ଜାତି ଓ ଧର୍ମ ମଧ୍ୟରେ ପାର୍ଥକ୍ୟ ଦେଖେ ନାହିଁ, ଏହା କେବଳ ହୋଇଯାଏ । ବର୍ତ୍ତମାନ ଏଭଳି ଏକ ପ୍ରେମ କାହାଣୀ ଆମ ରାଜ୍ୟ କଳାହାଣ୍ଡି ଜିଲ୍ଲାରୁ ( Kalahandi District ) ସମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋସ ମଧ୍ୟ ଉଡ଼ିଯିବ । ଏଠାରେ ଜଣେ ବିବାହିତ ବ୍ୟକ୍ତି ଜଣେ କିନ୍ନରଙ୍କୁ (Transgender) ନିଜର ହୃଦୟ ଦେଇ ଦେଇଛନ୍ତି । କେବଳ ଏତିକି ନୁହେଁ, ସେ କିନ୍ନରଙ୍କୁ ମଧ୍ୟ ବିବାହ (Marriage) କରିଛନ୍ତି । ଆଶ୍ଚର୍ଯ୍ୟର କଥା, ଏହି ଅନନ୍ୟ ସମ୍ପର୍କରେ ତାଙ୍କ ପତ୍ନୀଙ୍କର ମଧ୍ୟ କୌଣସି ଅସୁବିଧା ନାହିଁ ଓ ସେ ନିଜେ ମଧ୍ୟ ଏହି ବିବାହକୁ ଅନୁମତି ଦେଇଛନ୍ତି । ବର୍ତ୍ତମାନ ତିନିଜଣ ଏପରିକି ଗୋଟିଏ ଛାତ ତଳେ ଏକାଠି ରହିବାକୁ ପ୍ରସ୍ତୁତ ।

କୌଣସି ମହିଳା ନିଜ ଦାମ୍ପତ୍ୟ ଜୀବନରେ ଜଣେ 'ସଉତୁଣୀ'ର ପ୍ରବେଶକୁ କେବେ ଚାହାଁନ୍ତି ନାହିଁ । କିନ୍ତୁ ନିକଟରେ ଓଡ଼ିଶାର କାଲାହାଣ୍ଡି ଜିଲ୍ଲାରେ ଏପରି ଏକ ଅଜବ ଘଟଣା ଘଟିଛି । ଏଠାରେ ଜଣେ ମହିଳା କେବଳ ସ୍ୱାମୀଙ୍କୁ ଜଣେ କିନ୍ନରଙ୍କ ସହ କେବେଳ ବିବାହ କରିବାକୁ ଅନୁମତି ଦେଇନାହାଁନ୍ତି, ବରଂ ତିନିଜଣ ସମାନ ଛାତ ତଳେ ଖୁସିରେ ବଞ୍ଚିବେ ବୋଲି ମଧ୍ୟ କହିଛନ୍ତି । ଯେଉଁ ବ୍ୟକ୍ତି କିନ୍ନରଙ୍କୁ ବିବାହ କରିଛନ୍ତି, ତାଙ୍କର ମଧ୍ୟ ଦୁଇ ବର୍ଷର ପୁଅ ଅଛି । ସେ ଗତ ଏକ ବର୍ଷ ଧରି କିନ୍ନରଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । କିନ୍ତୁ ଯେତେବେଳେ ପତ୍ନୀ ଏ ବିଷୟରେ ଜାଣିଲେ, ମହିଳା କ୍ରୋଧିତ ହେବା ପରିବର୍ତ୍ତେ ଏହି ଅଜବ ସମ୍ପର୍କକୁ ଗ୍ରହଣ କରିନେଲେ । ତେବେ ଆଇନରେ ଦର୍ଶାଯାଇଛି ଯେ କୌଣସି ପୁରୁଷ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ନ ଦେଇ ପୁନଃ ବିବାହ କରିପାରିବେ ନାହିଁ ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରବିବାର ଦିନ ଅନୁଷ୍ଠିତ ଏହି ନିଆରା ବିବାହରେ କିନ୍ନର ସମ୍ପ୍ରଦାୟର ଅନେକ ଲୋକମାନେ ଉପସ୍ଥିତ ଥିଲେ । ସେବାକାରୀ କିନ୍ନର ମହାସଙ୍ଗର ସଭାପତି କାମିନୀ ଏହି ବିବାହ କରିଥିଲେ । ସେ କହିଛନ୍ତି, 'ଆମେ ଜାଣୁ ଯେ ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ଜଣେ ବ୍ୟକ୍ତି ପ୍ରଥମ ପତ୍ନୀ ଥିବାବେଳେ ଦ୍ୱିତୀୟ ବ୍ୟକ୍ତିଙ୍କୁ ବିବାହ କରିପାରିବ ନାହିଁ, କିନ୍ତୁ ଏହା ଉଭୟଙ୍କ ପାରସ୍ପରିକ ସହମତି ଅଟେ । ପତ୍ନୀଙ୍କ ଅନୁମୋଦନ ପରେ ହିଁ ଏହି ବିବାହ ହୋଇଛି ।'

 

ଏଥି ସହିତ, ଏହି ମାମଲାରେ ସ୍ଥାନୀୟ ପୋଲିସ କହିଛି ଯେ ଯଦି ବିବାହ ସମ୍ବନ୍ଧରେ କୌଣସି ଆପତ୍ତି ଆସେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏଭଳି ବିବାହକୁ ସ୍ୱୀକୃତି ଦିଆଯାଇପାରିବ ନାହିଁ ବୋଲି ଆଇନ ବିଶେଷଜ୍ଞମାନେ କହିଛନ୍ତି । ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ନକରି ଯଦି ସେମାନେ ଏକାଠି ରୁହନ୍ତି, ତେବେ ଏହି ସମ୍ପର୍କକୁ ଏକ ଲିଭ୍ ଇନ୍ ରିଲେସନସିପି ଭାବରେ ବିବେଚନା କରାଯିବ ।

ଏହା ବି ପଢ଼ନ୍ତୁ: Arvind Kejriwal on BJP: ମୋଦିଙ୍କ ପରେ ସୋନିଆ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବ ବିଜେପି