Kartika Niti at Srimandir: ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପୁଣ୍ୟ ମାସ କାର୍ତ୍ତିକ ନୀତି। ଏହି ଅବସରରେ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଜଗତର ନାଥ ଜଗନ୍ନାଥ। ପ୍ରତିବର୍ଷ କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ ରାଧାଦାମୋଦର ବେଶ ଦର୍ଶନ କରି ସାନିଧ୍ୟ ଲାଭ କରିଥାନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ।
Trending Photos
Kartika Niti at Srimandir: ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପୁଣ୍ୟ ମାସ କାର୍ତ୍ତିକ ନୀତି। ଏହି ଅବସରରେ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଜଗତର ନାଥ ଜଗନ୍ନାଥ। ପ୍ରତିବର୍ଷ କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ ରାଧାଦାମୋଦର ବେଶ ଦର୍ଶନ କରି ସାନିଧ୍ୟ ଲାଭ କରିଥାନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ତେବେ ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥି(Ekadashi Tithi) ଅର୍ଥାତ ଆଜିଠାରୁ ଶ୍ରୀଜିଉଙ୍କ ପାଖରେ ବାଳଭୋଗ(Bal Bhog) ନୀତି ମଧ୍ୟ ଆରମ୍ଭ ହୋଇଛି । ଏହା ସହ ଶ୍ରୀକ୍ଷେତ୍ରରେ ମହିଳାମାନେ ସଂକଳ୍ପ କରି କାର୍ତିକ ବ୍ରତ ଆରମ୍ଭ କରିଛନ୍ତି ।
ନୀତି ନିର୍ଘଣ୍ଟ ଅନୁସାରେ ଆଜି ସକାଳ ଦ୍ୱାରଫିଟା ନୀତି ଶେଷ ହେବା ପରେ ଶ୍ରୀଜିଉଙ୍କ ବିଭିନ୍ନ ନୀତି କାର୍ଯ୍ୟକ୍ରମ ଜାରି ରହିଛି। ଅବକାଶ ନୀତି ଶେଷ ହେବା ପରେ ମହା ପ୍ରଭୁଙ୍କର ରାଧାଦାମୋଦର ବେଶ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କୁ ରାଧାଦାମୋଦର ବେଶରେ ଦର୍ଶନ ଲାଭ କରୁଛନ୍ତି ହଜାର ହଜାର ସଂଖ୍ୟାର ଶ୍ରଦ୍ଧାଳୁ।
ସୂଚନା ଅନୁସାରେ ଶ୍ରୀମନ୍ଦିରରେ ସକାଳ ଧୂପ ପରେ ବାଳଧୂପ ନୀତିରେ ସାଧାରଣତଃ କୋରା, ଦୋଭଜା, ଲିଆ, ଅଦା,ଖଇ, ନଡ଼ିଆ, ଖୁଦି, ଚାଉଳିଆ,ସେଓ,କମଳା,କଦଳୀ, କାକୁଡ଼ି,ପଇଡ଼ ଭୋଗ କରାଯାଇଥାଏ । ପରମ୍ପରା ଅନୁଯାୟୀ ଏହି ସମୟରେ ବଡ଼ ଛତା ମଠ ତରଫରୁ ସଙ୍ଗୀତ ଗାନ ଓ ରାଧାକାନ୍ତ ମଠ ତରଫରୁ ସଙ୍କିର୍ତ୍ତନ ମଧ୍ୟ ହୋଇଥାଏ । ଅବକାଶ ନୀତି ବଢ଼ିବା ପରେ ସକାଳ ଧୂପ ହୋଇଥାଏ । ବିଭିନ୍ନ ମଠ ବାଡ଼ିରେ ମହାପ୍ରଭୁଙ୍କ(Mahaprabhu) ଏହି ବେଶ ଅନୁଷ୍ଠିତ ହୋଇଥାଏ । ରାଧାବଲ୍ଲଭ ମଠ(Radhabalhav Math) ପରିସରରେ ମଧ୍ୟ ଅନୁଷ୍ଠିତ ହେଉଛି ଏହି ବେଶ ।
Also Read: Flight Ticket: ପୂଜା ସିଜିନ୍ ପାଇଁ ଶସ୍ତାରେ ମିଳିବ ଫ୍ଲାଇଟ୍ ଟିକେଟ୍, ଜାଣନ୍ତୁ କେମିତି କରିବେ ବୁକ୍...