US Defence Secretary: ନାଟକୀୟ ଢଙ୍ଗରେ ବଦଳିଗଲେ ପ୍ରତିରକ୍ଷା ସଚିବ; ଜାଣିପାରିଲା ନାହିଁ ହ୍ୱାଇଟ ହାଉସ୍
Advertisement
Article Detail0/zeeodisha/odisha2050016

US Defence Secretary: ନାଟକୀୟ ଢଙ୍ଗରେ ବଦଳିଗଲେ ପ୍ରତିରକ୍ଷା ସଚିବ; ଜାଣିପାରିଲା ନାହିଁ ହ୍ୱାଇଟ ହାଉସ୍

US Defence Secretary News: ପ୍ରତିରକ୍ଷା ସଚିବଙ୍କ ପାଇଁ ହଟହଟା ହୋଇଛି ଆମେରିକୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ୱାଇଟ ହାଉସ। ଏହି ଘଟଣା ସମ୍ପର୍କରେ ଦେଶର ପ୍ରତିରକ୍ଷା ମୁଖ୍ୟାଳୟ କୁହାଯାଉଥିବା ପେଣ୍ଟାଗନ୍ ମଧ୍ୟ ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଅବଗତ କରିନାହିଁ।

US Defence Secretary: ନାଟକୀୟ ଢଙ୍ଗରେ ବଦଳିଗଲେ ପ୍ରତିରକ୍ଷା ସଚିବ; ଜାଣିପାରିଲା ନାହିଁ ହ୍ୱାଇଟ ହାଉସ୍

Kathleen Hicks get US Defence Secretary Charge: ସାମରିକ ଦୃଷ୍ଟିକୋଣରକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ କୁହାଯାଉଥିବା ଯୁକ୍ତରାଷ୍ଟ୍ର ଆମେରିକାରେ ଘଟିଯାଇଛି ଏକ ଚମକାଇବା ଭଳି ଘଟଣା। ଯେଉଁ ଘଟଣା ସମ୍ପର୍କରେ ଦେଶର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ୱାଇଟ ହାଉସ୍ ମଧ୍ୟ ଜାଣିବାକୁ ପାଇନାହିଁ। ଆମେରିକୀୟ ପ୍ରତିରକ୍ଷା ସଚିବଙ୍କ ପାଇଁ ଘଟିଯାଇଛି ଏକ ଅପ୍ରତ୍ୟାଶିତ ଘଟଣା। ଗତ ୧ ତାରିଖରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଆମେରିକୀୟ ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ। ଆମେରିକୀୟ ପ୍ରତିରକ୍ଷା ମୁଖ୍ୟାଳୟ କୁହାଯାଉଥିବା ପେଣ୍ଟାଗନ୍ ମଧ୍ୟ ପ୍ରତିରକ୍ଷା ସଚିବ ଡାକ୍ତରଖାନାରେ ଭର୍ତ୍ତି ହେବା ସମ୍ପର୍କରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟଙ୍କୁ ଅବଗତ କରିନଥିଲା। ଏପରି ଭାବେ ଏହି ଘଟଣା ଘଟିବାକୁ ୩-୪ ଦିନ ବିତି ଯାଇଥିଲା। 

ଶେଷରେ ପୁଏର୍ଟୋରିକୋ ଠାରେ ଛୁଟି ବିତାଉଥିବା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନଙ୍କ କନିଷ୍ଠ ସହଯୋଗୀ କ୍ୟାଥଲିନ୍ ହିକ୍ସଙ୍କୁ ଡକାଯାଇଥିଲା। ସଚିବ ଅଷ୍ଟିନ ନିଜର ଦାୟିତ୍ୱ ତାଙ୍କ  କନିଷ୍ଠ ସହଯୋଗ ହିକ୍ସଙ୍କୁ ପ୍ରଦାନ କରିଥିଲେ। ହେଲେ ଲୟଡ଼ ଅଷ୍ଟିନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାର ପ୍ରଥମେ ପାଇନଥିଲେ କ୍ୟାଥଲିନ୍ ହିକ୍ସ। ଗତ ଗୁରୁବାର ହିକ୍ସଙ୍କୁ କୁହାଯାଇଥିଲା ଯେ ଲୟଡ୍ ଅଷ୍ଟିନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ପ୍ରତିରକ୍ଷା ସଚିବ ପଦଭାର ଗ୍ରହଣ କରିବାକୁ ହେବ। ହେଲେ ପ୍ରୋଟୋକଲ ଅନୁଯାୟୀ ଏହାକୁ ଏକ ପ୍ରମୁଖ ଭୁଲ ଭାବରେ ବିବେଚନା କରାଯାଉଛି। ଆମେରିକୀୟ ପ୍ରତିରକ୍ଷା ସଚିବଙ୍କ ନିଯୁକ୍ତି ବିଷୟରେ ପେଣ୍ଟାଗନ୍ ସେକେଣ୍ଡ ଇନ୍-କମାଣ୍ଡ୍ ଙ୍କୁ ଅବଗତ କରା ଯାଇନଥିବାରୁ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି।

କିଏ ଏହି କ୍ୟାଥଲିନ୍ ହିକ୍ସ? ଯାହାଙ୍କୁ ମିଳିଲା ପ୍ରତିରକ୍ଷା ସଚିବ ଦାୟିତ୍ୱ
ଆମେରିକା ପ୍ରତିରକ୍ଷା ଉପ ସଚିବ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ କ୍ୟାଥଲିନ୍ ହିକ୍ସ କିସିଙ୍ଗର ଚେୟାର ଉପସଭାପତି ଭାବରେ କାର୍ଯ୍ୟ କରିଥିଲେ। ସେ ପୂର୍ବରୁ ମଧ୍ୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାୟିତ୍ୱରେ ରହି ସାରିଛନ୍ତି। ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଠାରୁ ରାଜନୀତି ବିଜ୍ଞାନରେ ପିଏଚଡି କରିଥିବା କ୍ୟାଥଲିନ୍ ହିକ୍ସ ନୂଆବର୍ଷ ଛୁଟି କାଟିବାକୁ ପୁଏର୍ଟୋରିକୋ ଯାତ୍ରା କରିଥିଲେ। ଏହି ସମୟରେ ଗତ ୨ ତାରିଖରେ ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନଙ୍କୁ ସାମାନ୍ୟ ଅପରେସନ୍ ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦେଶର ପ୍ରତିରକ୍ଷା ମୁଖ୍ୟାଳୟ କୁହାଯାଉଥିବା ପେଣ୍ଟାଗନ୍ ଅଧିକାରୀ କ୍ୟାଥଲିନ୍ ହିକ୍ସ ପ୍ରତିରକ୍ଷା ସଚିବ ପବଭାର ଗ୍ରହଣ କରିବାକୁ କହିଥିଲେ। ହେଲେ ତାଙ୍କୁ ଲୟଡ ଅଷ୍ଟିନଙ୍କ ସମ୍ପର୍କରେ କିଛି କୁହାଯାଇନଥିଲା। ଜାନୁଆରୀ ୨ ତାରିଖ ଅପରାହ୍ନରେ, ଅଷ୍ଟିନ ତାଙ୍କର କିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହିକ୍ସଙ୍କୁ ହସ୍ତାନ୍ତର କରିଥିଲେ। ପେଣ୍ଟାଗନ୍‌ ଅଧିକାରୀଙ୍କ କହିବା ଅନୁଯାୟୀ ଅଷ୍ଟିନ ଗୁରୁବାର ପର୍ଯ୍ୟନ୍ତ ସେମାନଙ୍କୁ କିଛି କହିନଥିଲେ। ହିକ୍ସ ଏକଥା ଜାଣିବା ମାତ୍ରେ ସେ କର୍ମଚାରୀଙ୍କ ସହ ଏକ ବିବୃତ୍ତି ପ୍ରସ୍ତୁତ କରିଥିଲେ। ସେ ଶୁକ୍ରବାର ପର୍ଯ୍ୟନ୍ତ ରାଜଧାନୀ ୱାଶିଂଟନ ଫେରିବା ପାଇଁ ଯୋଜନା ଆରମ୍ଭ କରିଥିଲେ।  ସେ କହିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରୀ ଶୁକ୍ରବାର ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକୁ ଫେରିବେ। ଏଭଳି ପରିସ୍ଥିତିରେ କ୍ୟାଥରିନ୍ ସେଠାରେ ଅଟକି ଯାଇଥିଲେ। ପ୍ରାୟ ୩-୪ ଦିନ ପରେ ଗୁରୁବାର ହ୍ୱାଇଟ ହାଉସ୍ ଘଟଣଆ ସମ୍ପର୍କରେ ଅବଗତ 
ହୋଇଥିଲା।

ଭାଙ୍ଗିଲା ପ୍ରୋଟୋକଲ୍
ଲୟଡ ଅଷ୍ଟିନ କ୍ୟାଥଲିନ୍ ହିକ୍ସଙ୍କ ନିଯୁକ୍ତି ବିଷୟରେ ସୂଚନା ନ ଦେଇ ପ୍ରୋଟୋକଲ ଖଣ୍ଡନ କରିଥିବାର କୁହାଯାଉଛି। ପ୍ରାୟ ୧୪ ଲକ୍ଷ କର୍ମଚାରୀ ରହିଥିବା ଆମେରିକା ସେନାର ମୁଖ୍ୟ ହେଉଛନ୍ତି ସେ। ଗାଜା ଏବଂ ୟୁକ୍ରେନ ଠାରେ ଚାଲିଥିବା ଯୁଦ୍ଧ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ଉପରେ ଛାଇ ଭଳି ରହିଛି। ଏପରି ପରିସ୍ଥିତିରେ ଲୟଡ ଅଷ୍ଟିନଙ୍କ ଏପରି କାର୍ଯ୍ୟ ଗ୍ରହଣୀୟ ନୁହେଁ। ଶନିବାର ରାତିରେ ପ୍ରତିରକ୍ଷା ସଚିବ ତାଙ୍କ ଭୁଲ ସ୍ୱୀକାର କରି କହିଛନ୍ତି ଯେ ଘଟଣା ସମ୍ପର୍କରେ ଭଲ ଭାବରେ ଜଣାଇ ପାରିଥାନ୍ତେ। ସଶସ୍ତ୍ର ସେବା କମିଟି ସଦସ୍ୟ ରହିଥିବା ସିନେଟର ଟମ କଟନ ମଧ୍ୟ କ୍ୟାଥଲିନ୍ ହିକ୍ସ ନିଯୁକ୍ତି ବିଷୟରେ ହ୍ୱାଇଟ ହାଉସ୍ କୁ କାହିଁକି ଜଣାଇ ନାହାଁନ୍ତି ସେ ସମ୍ପର୍କରେ ସ୍ପଷ୍ଟୀକରଣ ମାଗିଛନ୍ତି। ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ୍ ଗଣମାଧ୍ୟମ ଠାରୁ ଅନେକ ସମୟରେ ଦୂରେଇ ରହିଥାନ୍ତି। ବିଦେଶ ଗସ୍ତରେ ରହିଥିବା ସେ ଗଣମାଧ୍ୟମ ଠାରୁ ନିଜକୁ ଦୂରେଇ ରଖୁଥିବାର ଦେଖାଯାଇଥାନ୍ତି। ପ୍ରାୟ ବର୍ଷରୁ ଅଧିକ ସମୟ ହୋଇଗଲାଣି ହେଲେ ବର୍ତ୍ତମାନ ଲୟଡ଼ ଅଷ୍ଟିନ ପେଣ୍ଟାଗନ୍ ବିଫ୍ରି ରୁମ ଠାରେ ଗଣମାଧ୍ୟମକୁ ସମ୍ବୋଧିତ କରିନାହାଁନ୍ତି।