Onion Prices Increase: ପ୍ରାୟ ଗୋଟିଏ ବର୍ଷ ପରେ ପୁଣି ଥରେ ପିଆଜ ଲୋକଙ୍କୁ ପ୍ରଭାବିତ କରିଛି । ଓଡ଼ିଶା, ଦିଲ୍ଲୀ, ଉତ୍ତରପ୍ରଦେଶ ସମେତ ବିଭିନ୍ନ ସ୍ଥାନରେ ପିଆଜ କିଲୋଗ୍ରାମ ପିଛା 70 ଟଙ୍କାରେ ବିକ୍ରି ହେଉଛି । ମୂଲ୍ୟ ବୃଦ୍ଧି କାରଣରୁ ବିକ୍ରୟ ମଧ୍ୟ ହ୍ରାସ ପାଇଛି। ହୋଟେଲ ଏବଂ ଢାବାରେ ସାଲାଡ ସମେତ ବିଭିନ୍ନ ଖାଦ୍ୟରୁ ପିଆଜ ଉଭାନ ହେବା ଆରମ୍ଭ କରିଛି ।
Trending Photos
Onion Prices Increase: ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ପିଆଜ ମୂଲ୍ୟ ବୃଦ୍ଧି ପାଇଛି । ଖୁଚୁରା ଦୋକାନରେ ପିଆଜ କିଲୋଗ୍ରାମ ପ୍ରତି 70 ରୁ 80 ଟଙ୍କାରେ ବିକ୍ରି ହେଉଛି । ମୂଲ୍ୟ ବୃଦ୍ଧି ହେତୁ ଅନେକ ହୋଟେଲ ଏବଂ ରେଷ୍ଟୁରାଣଅଟ ସମେତ ମଧ୍ୟବିତ୍ତ ପରିବାରର ରୋଷେଇ ଘରୁ ପିଆଜ ଅଦୃଶ୍ୟ ହୋଇଯାଇଛି । କେବଳ ସେତିକି ନୁହେଁ, ଟମାଟୋ ଏବଂ ଆଳୁ ମୂଲ୍ୟ ବୃଦ୍ଧି ପାଇବା କାରଣରୁ ଖାଉଟିଙ୍କୁ ଚିନ୍ତା ଘାରିଛି ।
ପ୍ରାୟ ଗୋଟିଏ ବର୍ଷ ପରେ ପୁଣି ଥରେ ପିଆଜ ଲୋକଙ୍କୁ ପ୍ରଭାବିତ କରିଛି । ଓଡ଼ିଶା, ଦିଲ୍ଲୀ, ଉତ୍ତରପ୍ରଦେଶ ସମେତ ବିଭିନ୍ନ ସ୍ଥାନରେ ପିଆଜ କିଲୋଗ୍ରାମ ପିଛା 70 ଟଙ୍କାରେ ବିକ୍ରି ହେଉଛି । ମୂଲ୍ୟ ବୃଦ୍ଧି କାରଣରୁ ବିକ୍ରୟ ମଧ୍ୟ ହ୍ରାସ ପାଇଛି। ହୋଟେଲ ଏବଂ ଢାବାରେ ସାଲାଡ ସମେତ ବିଭିନ୍ନ ଖାଦ୍ୟରୁ ପିଆଜ ଉଭାନ ହେବା ଆରମ୍ଭ କରିଛି ।
ବ୍ୟବସାୟୀଙ୍କ କହିବା ଅନୁଯାୟୀ, ପ୍ରାୟ ଏକ ସପ୍ତାହ ପୂର୍ବରୁ ବଜାରରେ ପିଆଜ ଦର ବୃଦ୍ଧି ଆରମ୍ଭ ହୋଇଥିଲା। ଧିରେ ଧିରେ ଏହା ଅଧିକ ବଢିବା ସହ ପ୍ରାୟ ପୂର୍ବ ମୂଲ୍ୟ ଉପରେ 25 ଟଙ୍କା ବଢି ସାରିଲାଣି ।
ଶୁକ୍ରବାର ଦିନ ମଣ୍ଡିରେ ପିଆଜ ମୂଲ୍ୟ ହାରାହାରି 60 ରୁ ଅଧିକ ରହିଥିବା କାରଣରୁ ଖୁଚୁରା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ବ୍ୟବସାୟୀଙ୍କ ଅନୁଯାୟୀ ରବିବାର ଦିନ ଗୋଦାମରେ ପିଆଜ ଦର 55 ଟଙ୍କା ରହିଥିଲା । ତେଣୁ ଖୁଚୁରା ଦୋକାନୀ ଏହାକୁ କିଲୋଗ୍ରାମ ପିଛା 70 ଟଙ୍କାରେ ବିକ୍ରି କଲେ । କିଛି ବ୍ୟବସାୟୀ କେଜି ପିଛା 70 ରୁ 80 ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରିଥିଲେ । ହୋଲସେଲ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଗତ ବର୍ଷ ଅକ୍ଟୋବର ଏବଂ ନଭେମ୍ବରରେ ମଧ୍ୟ ପିଆଜ ମୂଲ୍ୟ ବୃଦ୍ଧି ପାଇଥିଲା। ବର୍ଷା ପରେ ବଜାରରେ ସ୍ଥାନୀୟ ଭାବରେ ପିଆଜର ଉପଲବ୍ଧତା ପ୍ରଭାବିତ ହୋଇଥାଏ । ଅନ୍ୟ ରାଜ୍ୟରୁ ପିଆଜ ଆମଦାନୀ କାରଣରୁ ଏହାର ମୂଲ୍ୟ ପ୍ରଭାବିତ ହୁଏ । ଗତ ବର୍ଷ ପିଆଜ କିଲୋଗ୍ରାମ ପିଛା 80 ଟଙ୍କାରେ ବିକ୍ରି ହୋଇଥିଲା।
ପିଆଜ ମହଙ୍ଗା ହେବା କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଥିବା କିଛି ହୋଟେଲ ଏବଂ ଢାବା ପ୍ରଭାବିତ ହୋଇଛନ୍ତି । ସାଲାଡରେ ପିଆଜକୁ ବାଦ ଦିଆଯାଇ କେବଳ କାକୁଡି, ମୂଳା ଏବଂ ଲେମ୍ବୁ ଦିଆଯାଉଛି।
ଉତ୍ତରପ୍ରଦେଶ ଶିଳ୍ପ ବାଣିଜ୍ୟ ବୋର୍ଡର ପ୍ରାଦେଶିକ ଜେନେରାଲ ପ୍ରେସିଡେଣ୍ଟ ରାଜେନ୍ଦ୍ର ଗୁପ୍ତା ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ସରକାର ସର୍ବନିମ୍ନ ରପ୍ତାନି ମୂଲ୍ୟ (MEP) ସୀମାକୁ ପିଆଜରୁ ହଟାଇ ଦେଇଛନ୍ତି। ଏହି କାରଣରୁ, ବର୍ତ୍ତମାନ ଦେଶରେ ପିଆଜ ଉତ୍ପାଦନ କରୁଥିବା ବଡ ଚାଷୀମାନେ ଭଲ ମୂଲ୍ୟରେ ବିଦେଶକୁ ବହୁ ପରିମାଣରେ ପିଆଜ ରପ୍ତାନି କରୁଛନ୍ତି । ଏହି କାରଣରୁ ଘରୋଇ ବଜାରରେ ପିଆଜ ହ୍ରାସ ପାଉଛି ଏବଂ ମୂଲ୍ୟ ପ୍ରଭାବିତ ହୋଇଛି । ବର୍ତ୍ତମାନ ନାଶିକ ପିଆଜ ବଜାରରେ ଉପଲବ୍ଧ ଅଛି । କିଛି ସପ୍ତାହ ତଳେ ପ୍ରବଳ ବର୍ଷା କାରଣରୁ କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଅନ୍ୟାନ୍ୟ ପିଆଜ ଉତ୍ପାଦନକାରୀ ରାଜ୍ୟରେ ଫସଲ ନଷ୍ଟ ହୋଇଯାଇଛି। ତେଣୁ ସୀମିତ ଉପଲବ୍ଧତା ହେତୁ ମୂଲ୍ୟ ପ୍ରଭାବିତ ହୋଇଛି ।
ଆପଣଙ୍କୁ କହିରଖୁଛୁ ଯେ, ଆଳୁ ଏବଂ ଟମାଟୋର ହୋଲସେଲ ମୂଲ୍ୟରେ ମଧ୍ୟ ୧୦ରୁ ୨୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।
Also Read- Video: ଆଖିରେ ଚଷମା ପାଦରେ ଜୋତା, ଗାଁ ରାସ୍ତାରୁ ଭାଇରାଲ୍ ହେଲା ସ୍କୁଲ ଝିଅ ଭିଡିଓ