Laddu Maker Machine: ବଜାରକୁ ଆସିଗଲା ଲଡୁ ତିଆରି କରୁଥିବା ମେସିନ୍; ଦେଖନ୍ତୁ ଭିଡିଓ
Advertisement

Laddu Maker Machine: ବଜାରକୁ ଆସିଗଲା ଲଡୁ ତିଆରି କରୁଥିବା ମେସିନ୍; ଦେଖନ୍ତୁ ଭିଡିଓ

Laddu Maker Machine Viral Video: ଏବେ ବଜାରକୁ ଆସିଗଲା ଲଡୁ ତିଆରି କରୁଥିବା ମେସିନ୍। ଯିଏ ହାତରେ ପ୍ରସ୍ତୁତ ହେଉଥିବା ଗୋଲକାର ଲଡୁ ଭଳି ଅବିକଳ ପ୍ରସ୍ତୁତ କରୁଛି। 

 

Laddu Maker Machine: ବଜାରକୁ ଆସିଗଲା ଲଡୁ ତିଆରି କରୁଥିବା ମେସିନ୍; ଦେଖନ୍ତୁ ଭିଡିଓ

Laddu Maker Machine Video: ଯେତେବେଳେ କୌଣସି ଖୁସିର ମାହୋଲ ଆସେ ସେତେବେଳେ ଲୋକ ମିଠା ପାଇଁ ଲଡୁ ଖାଇବାକୁ ପସନ୍ଦ କରିଥାନ୍ତି। କୌଣସି ପୂଜା ପାର୍ବଣ ଅବସରରେ ମିଠା ମଧ୍ୟରେ ଲଡୁ ରାଜା  ହୋଇଥାଏ। ହେଲେ ବେଳେବେଳେ ଲଡୁ ତିଆରି କରିବା ପାଇଁ ହେଉଥିବା କଠିନ ପରିଶ୍ରମ ପାଇଁ ବେଳେ ଏହାର ମଜାକୁ ନଷ୍ଟ ହୋଇଯାଏ। ଯଦି ଆପଣଙ୍କ ସହ ଏଭଳି ଘଟଣା ଘଟିଛି, ତାହେଲେ ଚିନ୍ତା କରନ୍ତୁ ନାହିଁ। ସଦ୍ୟ ଇନଷ୍ଟାଗ୍ରାମ ଠାରେ ଏପରି ଏକ ଭିଡ଼ିଓ ପୋଷ୍ଟ ହୋଇଛି। ଯାହା ଖୁବ ଭାଇରାଲ ହେବାରେ ଲାଗିଛି।

ପତଳା ବୁନ୍ଦି ରହିଥିବା ମୋତିଚୁର ଲଡୁ କିପରି ତିଆରି କରିବାକୁ ହୁଏ ତାହା ଏହି ଭିଡ଼ିଓ ମାଧ୍ୟମରେ ଦର୍ଶାଇବାକୁ ହୁଏ। ଗୁରୁତ୍ୱପୂର୍ଣ୍ଣ କଥା ଏବେ ହାତରେ ଲଡୁ ତିଆରି କରିବାର କୌଣସି ଆବଶ୍ୟକତା ରହିବ ନାହିଁ। ଆଜ୍ଞା ହଁ, ଆପଣ ଠିକ୍ ପଢିଛନ୍ତି। ପଞ୍ଜାବ ଅମୃତସର ଅଞ୍ଚଳରେ ଅବସ୍ଥିତ ଏବେ ଏପରି ଏକ ଭିଡି଼ଓ ଆସିଛି। ଯେଉଁଥିରେ ଦର୍ଶାଯାଇଛି ଯେ ବିନା ହାତ ପାପୁଲି ସହାୟତାରେ କିପରି ଲଡୁ ତିଆରି କରାଯାଇ ପାରିବ। ବୁନ୍ଦି ପ୍ରସ୍ତୁତ କରିବା ପରେ ଜଣେ ବ୍ୟକ୍ତି ଏହାକୁ ଏକ ମେସିନ ମଧ୍ୟରେ ରଖି ଦେଉଛନ୍ତି।

 

 
 
 
 

 
 
 
 
 
 
 
 
 
 
 

A post shared by ABHISHEK ASHRA (@thefoodiehat)

ଲଡୁ ଗୋଲ କରିବା ମେସିନ୍ ଲଗାଇଲେ ଦୋକାନୀ
ଏହି ମେସିନ ସହାୟତାରେ ଗୋଲାକାର ଲଡୁ ପ୍ରସ୍ତୁତ ହୋଇଯାଉଛି। ଏହି ଭିଡିଓ "thefoodiehat" ପକ୍ଷରୁ ସେୟାର କରାଯାଇଛି। ଏନେଇ କୁହାଯାଇଛି ଯେ ଏହା ହେଉଛି ଦେଶର ସବୁଠାରୁ ପରିଷ୍କାର ମିଠା ଦୋକାନ। ଲୋକେ ଏହି ଭିଡିଓ ଦେଖିବା ମାତ୍ରେ ସେମାନେ ଏହାକୁ ବହୁତ ପସନ୍ଦ କରିବା ସହ ସେମାନଙ୍କ ମତ ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ଲକ୍ଷରୁ ଅଧିକ ଥର ଦେଖାଯା ସାରିଛି। ଭିଡିଓ ସହ କ୍ୟାପସନ ମଧ୍ୟରେ ଲେଖାଯାଇଛି ଯେ "ସ୍ୱୟଂଚାଳିତ ଲଡୁ!" ପରିଷ୍କାର ପରିଚ୍ଛନ୍ନତା ଦେଖି ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଦୋକାନୀ ଗ୍ଲୋଭସ୍ ପିନ୍ଧି ଲଡୁ ତିଆରି କରୁଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି ଯେ ମୋର ପ୍ରିୟ ମିଠା ମଧ୍ୟରୁ ଗୋଟିଏ ହେଉଛି ଲଡୁ!" ଆଉ ଜଣେ ଲେଖିଛନ୍ତି ଯେ ମୁଁ ପ୍ରଥମ ଥର ପାଇଁ ହାଇ-ଟେକ୍ ପ୍ରଣାଳୀରେ ଗୋଲାକାର ଲଡୁ ତିଆରି ହେବାର ଦେଖୁଛି।

ଭିଡ଼ିଓ ଦେଖିବା ପରେ ପ୍ରତିକ୍ରିୟା ରଖିଲେ ଲୋକେ
ଏହି ଭିଡ଼ିଓ ଦେଖିବା ମାତ୍ରେ ଲୋକେ ସେମାନଙ୍କ ମତ ମନ୍ତବ୍ୟ ଦେଇଥିଲେ। ଏହା ଆଶ୍ଚର୍ଯ୍ୟଜନକ ବୋଲି ଲୋକେ କହିଥିଲେ। କେହି କେହି ଛୋଟା ଭୀମ କଥା ମଧ୍ୟ ମନେ ପକାଇଥିଲେ। ଜଣେ ୟୁଜର କହିଛନ୍ତି ଯେ ଛୋଟା ଭୀମ ମହାରାଜ, ଏହି ମେସିନ୍ ଧୋଲାପୁର ଠାରେ ସପିତ ହେବା ଆବଶ୍ୟକ। ପିଲା ଦିନ କଥା ମନେ ଅଛି! ହେଲେ ସମସ୍ତେ ଖୁସି ନଥିଲେ। ସେହିପରି କେହି କେହି କହିଛନ୍ତି ଏହି ମେସିନ୍ ଅଧିକ କ୍ଷତିକାରକ। ଜଣେ ଲେଖିଛନ୍ତି ଯେ ମେସିନ ପାଇଁ ଅତ୍ୟଧିକ ଅପଚୟ ହେଉଛି। ଏହାକୁ ହାତରେ ତିଆରି କରିବା ଭଲ। କ'ଣ ଆପଣ ମୋତିଚୁର ଲଡୁ ପସନ୍ଦ କରନ୍ତି?