Odisha Daily News Live: ରତ୍ନ ଭଣ୍ଡାର ଖୋଲିବ ନା ଖୋଲିବ ନାହିଁ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2299866

Odisha Daily News Live: ରତ୍ନ ଭଣ୍ଡାର ଖୋଲିବ ନା ଖୋଲିବ ନାହିଁ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Daily News Live: ରତ୍ନ ଭଣ୍ଡାର ଖୋଲିବ ନା ଖୋଲିବ ନାହିଁ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

20 June 2024
20:53 PM

BJP MP Bhartruhari Mahtab Appointed Pro Tem Speaker: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ଲୋକସଭା ସାଂସଦ ଭତୃହରୀ ମହତାବଙ୍କୁ ସମ୍ବିଧାନର ଧାରା ୯୫(୧) ଅନୁଯାୟୀ ଲୋକସଭାର ପ୍ରୋଟମ ସ୍ପିକର ଭାବରେ ନିଯୁକ୍ତ କରିଛନ୍ତି।

 

20:06 PM

CM Arvind Kejriwal gets bail: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରାଯାଇଛି। ଗୁରୁବାର ଦିନ ମଦ ଦୁର୍ନୀତିରେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟ ଏକ ବଡ଼ ଆରାମ ପ୍ରଦାନ କରିଛି। ଏହାପୂର୍ବରୁ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ୨୧ ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ୨ ଜୁନରେ ଆତ୍ମସମର୍ପଣ କରିବା ପରେ ସେ ପୁଣି ତିହାର ଜେଲକୁ ଯାଇଥିଲେ। ଏହାପରେ ପୁଣି ସେ ରାଉସ୍ ଆଭେନ୍ୟୁ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ।

20:00 PM

NEET ପେପର ଲିକ୍ ପ୍ରସଙ୍ଗକୁ ନେଇ ସାରା ଦେଶରେ ଉତ୍ତେଜନା ଦେଖାଦେଇଛି। ଏହି ପ୍ରସଙ୍ଗରେ ବିରୋଧୀ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସମର୍ଥନ କରୁଛନ୍ତି ଏବଂ ମୋଦି ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ବଢୁଥିବା ପେପର ଲିକ୍ ପ୍ରସଙ୍ଗକୁ ଦେଖି କେନ୍ଦ୍ର ସରକାର NEET ମାମଲାର ତଦନ୍ତ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି। 

19:42 PM

IND vs AFG Live update: ଟି-୨୦ ବିଶ୍ୱକପ ୨୦୨୪ ରେ ଆଜି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସୁପର-୮ ମ୍ୟାଚ୍  ଖେଳାଯାଉଛି। ବାରବାଡୋସର କେନ୍ସିଙ୍ଗଟନ୍ ଓଭାଲ୍ ଗ୍ରାଉଣ୍ଡରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। 

 

19:29 PM

West Bengal News: ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ସୂତ୍ର ଅନୁଯାୟୀ, ୭ ଜୁଲାଇରୁ ରଥ ଯାତ୍ରା ପର୍ବର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୂଆ କରିଥିବା ନିର୍ମିତ ଜଗନ୍ନାଥ ଧାମ ମନ୍ଦିରର ଉଦଘାଟନ କରିପାରନ୍ତି।

16:04 PM

Odisha School Reopening: ସ୍କୁଲ ଖୋଲିବା ନେଇ ବଡ ଘୋଷଣା କଲା ଗଣଶିକ୍ଷା ବିଭାଗ
ଆସନ୍ତାକାଲି ଅର୍ଥାତ୍ ଜୁନ୍ ୨୧ ତାରିଖରେ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ ଏହା ପରଦିନ ଠାରୁ ଅର୍ଥାତ୍ ଜୁନ୍ ୨୨ରୁ ସ୍ବାଭାବିକ ଭାବରେ ସ୍କୁଲ ଗୁଡିକୁ ପରିଚାଳନା କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

15:35 PM

Srimandir closed for public darshan: ଦେବସ୍ନାନ ମଣ୍ଡପ ପହଣ୍ଡି ବିଜେ ପାଇଁ ଶ୍ରୀମନ୍ଦିରେ ଦର୍ଶନ ଆଜି ମଧ୍ୟ ରାତ୍ରୀ ୧୨.୦୦ ଟାରୁ ଆସନ୍ତାକାଲି ୨୧ ଜୁନ୍ ସକାଳ ୧୧.୦୦ ଘଟିକା ପର୍ଯ୍ୟନ୍ତ ବନ୍ଦ ରହିବ।

 

14:06 PM

ଭୁବନେଶ୍ଵର: ବାଲେଶ୍ୱରରେ ୪ ଘଣ୍ଟା କର୍ଫ୍ୟୁ କୋହଳ ପରେ ପୁଣି ଦିନ ୧୧ଟାରୁ କଟକଣା କଡ଼ାକଡ଼ି କରାଯାଇଛି। ଇଣ୍ଟରନେଟ୍ ସେବାକୁ ଆହୁରି ୪୮ ଘଣ୍ଟା ଅର୍ଥାତ୍ ଜୁନ୍ ୨୨ ପୂର୍ବାହ୍ନ ୧୦ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଆଜି ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ କର୍ଫ୍ୟୁ ସାମାନ୍ୟ କୋହଳ ଥିଲା। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ବଜାରରେ ଲୋକେ ଭିଡ଼ ଜମାଇଥିଲେ। ଆସନ୍ତା ୨ଦିନ ପର୍ଯ୍ୟନ୍ତ ସ୍କୁଲ, କଲେଜ, ଅଙ୍ଗନଓ୍ବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ବାଲେଶ୍ୱରରେ ୫ କମ୍ପାନୀ ବିଏସ୍‌ଏଫ୍‌ ଫୋର୍ସ ମଧ୍ୟ ପହଞ୍ଚିଛନ୍ତି। 

 

12:41 PM

ଭୁବନେଶ୍ଵର: ସବୁ କଳ୍ପନା ଜଳପନାର ଅନ୍ତ ଘଟିଛି। ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହୋଇଛନ୍ତି ରଣପୁର ବିଧାୟିକା ସୁରମା ପାଢ଼ୀ। ସର୍ବସମ୍ମତି କ୍ରମେ ସୁରମା ପାଢ଼ୀ ବାଚସ୍ପତି ନିର୍ବାଚିତ ହୋଇଛନ୍ତି। ଏନେଇ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଘୋଷଣା କରିଛନ୍ତି। ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସବୁ ଦଳର ବିଧାୟକ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 

 

11:08 AM

ଘୋଷଯାତ୍ରା ପାଇଁ ଆଜି ଶ୍ରୀମନ୍ଦିର ମଧ୍ୟରେ ଦଇତାପତି ପ୍ରବେଶ କରିଛନ୍ତି। ସ୍ନାନପୂର୍ଣ୍ଣମୀ ନୀତିକୁ ନଜରରେ ରଖି ଦଇତାପତି ସେବାୟତ ମାନେ ଆଜିଠାରୁ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରିଛନ୍ତି। ଆଜି ସନ୍ଧ୍ୟାଧୂପ ପରେ ଦଇତାପତି ସେବାୟତ ମାନେ ମହାପ୍ରଭୁଙ୍କୁ ବାହୁଟ କଣ୍ଟ ଲାଗି କରିବେ। ତେବେ ମହାପ୍ରଭୁଙ୍କ ସେନାପଟା ଲାଗି ଓ ବାହୁଟ କଣ୍ଟ ପାଇଁ ମଙ୍ଗଳବାର ରାତିରେ ସାକ୍ଷୀଗୋପାଳରେ ବଉଳ ଗଛକୁ ସ୍ନାନ ଓ ରଥଯାତ୍ରା ପାଇଁ ଆବଶ୍ୟକ ସେନାପଟା ଓ ବାହୁଟ ସେବା ନିମନ୍ତେ ଆବଶ୍ୟକ ମାପ ଅନୁଯାଇ ଛେଦନ କରାଯାଇ ଏକ ଶଗଡ଼ରେ ଲଦାଯାଇ ସେଥିରେ ପାଟବସ୍ତ୍ର ଆଚ୍ଛାଦିତ କରାଯାଇ ଶ୍ରୀକ୍ଷେତ୍ର ଅଭିମୁଖେ ପଠାଯାଇଥିଲା।

10:39 AM

Petrol Diesel Price: ​ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୧.୦୫ ଟଙ୍କାରେ କାରବାର କରୁଛି। ସେହିପରି ଦିଲ୍ଲୀରେ ପେଟ୍ରୋଲ ଦର ସ୍ଥିର ରହିଛି। ଦିଲ୍ଲୀରେ ଲିଟର ପିଛା ୯୪.୭୨, କୋଲକାତାରେ ୧୦୩.୯୪ ଟଙ୍କା, ମୁମ୍ବାଇରେ ୧୦୪.୨୧ ଓ ଚେନ୍ନାଇରେ ୧୦୦.୭୫ ଟଙ୍କାରେ କାରବାର କରୁଛି। ଗୁଡଗାଓଁରେ ୯୪.୧୯ ଟଙ୍କା ଓ ନୋଏଡାରେ ୯୪.୮୩ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି। ସେହିପରି ଭୁବନେଶ୍ୱରରେ ଡିଜେଲ ଦରରେ ମଧ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ଗୁରୁବାର ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୯୨.୬୨ ଟଙ୍କାରେ କାରବାର କରୁଥିବା ବେଳେ ନୂଆଦିଲ୍ଲୀରେ ୮୭.୬୨ ଟଙ୍କା, କୋଲକାତାରେ ୯୦.୭୬ ଟଙ୍କା, ମୁମ୍ବାଇ ୯୨.୧୫ ଟଙ୍କା, ଚେନ୍ନାଇ ୯୨.୩୪ କାରବାର କରୁଥିବା ଦେଖିବାକୁ ମିଳିଛି।

09:49 AM

Gold Rate Today: ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୬,୧୯୦ ଟଙ୍କା ରହିଛି ଯାହାକି ଗତ କାଲି ଅପେକ୍ଷା ୧୦ ଟଙ୍କା ହ୍ରାସ ଘଟିଛି । ସେହିପରି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୭୨,୨୧୦।ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ଗ୍ରାମ ପିଛା ୬,୬୪୦ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୨୪୪ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୪୩୩ ଟଙ୍କା ରହିଛି। ସମାନ ଭାବରେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଭରି ୨୨ କ୍ୟାରେଟର ଦାମ୍ ୬,୬୧୯  ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୨୨୧ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୪୧୫ ଟଙ୍କା ରହିଥିବା ଦେଖିବାକୁ ମିଳିଛି।ସେହିପରି ଦକ୍ଷିଣ ଭାରତ ପ୍ରମୁଖ ସହର ଭାବରେ ଜଣାଶୁଣା ଚେନ୍ନାଇରେ(Chennai) ୨୨ କ୍ୟାରେଟର ସୁନା ଦାମ୍ ୬,୬୯୭ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୩୦୬ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୫,୪୮୬ଟଙ୍କା ରହିଛି ।

09:28 AM

Heat Wave: ଦିଲ୍ଲୀରେ ଏଥର ଅସହ୍ୟ ଗୁରୁଗୁଳି ଓ ତାତି ଅନୁଭବ ହେଉଛି। ଏହି ଅସହ୍ୟ ତାତି ଯୋଗୁ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନିକ ସ୍ତରରୁ ଖବର ମିଳିଛି। ତେବେ ବାସ୍ତବିକ ଏହି ମୃତ୍ୟୁ ସଂଖ୍ୟା ଢେର ଅଧିକ ହେବ ବୋଲି ଆଶଙ୍କା କରାଯାଇଛି। ଆହୁରି ୧୪୦ରୁ ଅଧିକ ଲୋକ ଗରମରେ ପୀଡ଼ିତ ହୋଇ ବିଭିନ୍ନ ହସ୍‍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି।

09:05 AM

Odisha News: ବିଧାୟକ ସୁରମା ପାଢ଼ୀ ଏକମାତ୍ର ପ୍ରାର୍ଥୀ ଭାବେ ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଏଣୁ ବିନା ନିର୍ବାଚନରେ ଆଜି ତାଙ୍କୁ ବାଚସ୍ପତି ଘୋଷଣା କରାଯିବ। ସେ ଓଡ଼ିଶାର ବାଚସ୍ପତି ହେବାରେ ଦ୍ୱିତୀୟ ମହିଳା ହେବେ।

08:38 AM

Weather Report: ରାଜ୍ୟରେ ପ୍ରବେଶ କରି ସାରିଛି ମୌସୁମୀ। ବୁଧବାର ସୁଦ୍ଧା ପ୍ରାୟ ସମସ୍ତ ଜିଲ୍ଲାକୁ ମୌସୁମୀ ଛୁଇଁଛି। ଏହାର ପ୍ରଭାବରେ ତମାମ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡିଶାର ବହୁ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗୋଟିଏ ଦୁଇଟି ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୨୦ ତାରିଖ ବେଳକୁ ସମସ୍ତ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି ବିଭାଗ। ସେପଟେ ଆଜି ରାଜ୍ୟର ୨୪ ଜିଲ୍ଲାରେ ମୌସୁମି ଜନିତ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଜି ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ମାଲକାନାଗିରି, ମାଲକାନଗିରି, ବଲାଙ୍ଗିର, ବୌଦ୍ଧ, କୋରାପୁଟ୍,କଳାହାଣ୍ଡି, ସମ୍ବଲପୁର, ସମ୍ବଲପୁର, ଅନୁଗୁଳ, କନ୍ଧମାଳ, ରାୟଗଡ଼ା, ଢେଙ୍କାନାଳ, ସୋନପୁରରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ବିଭାଗ।

08:14 AM

Birthday of President of Idndia: ଆଜି ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ।  ୬୬ ବର୍ଷରେ ପାଦ ଥାପିଲେ ଆମର ପ୍ରିୟ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ। ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦେଶର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରି ମାନ୍ୟବର ରାଷ୍ଟ୍ରପତି ମୁର୍ମୁ  ସେବା ଓ ସମର୍ପଣ ଭାବରେ  ଦେଶକୁ ପ୍ରେରଣା ଦେଇ ଚାଲିଛନ୍ତି। ଶ୍ରୀମତୀ ମୁର୍ମୁ ଓଡ଼ିଶାର ଗର୍ବ ଓ ଗୌରବ ବୋଲି ମତ ଦେବା ସହିତ ସେ ରାଷ୍ଟ୍ରପତିଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। 

07:47 AM

 Sri Jagannath Temple Ratna Bhandar: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାର ଖୋଲାଯିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ହିଁ ନିଷ୍ପତ୍ତି ନେବ। ଏ ନେଇ ହାଇକୋର୍ଟ ସେପ୍ଟମ୍ବର ୨୦, ୨୦୨୩ ତାରିଖରେ ନିଜ ରାୟରେ ସ୍ପଷ୍ଟ କରିଛନ୍ତି। ପୁଣି ଏହି ରୟ ଅନୁସାରେ ସୁପ୍ରିମ କୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। କମିଟିର ବୈଠକ ଶୀଘ୍ର ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଗତକାଲି ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏନେଇ ଏକ ବୈଠକ ଖୁବ୍‍ ଶୀଘ୍ର ହେବ ବୋଲି କୁହାଯାଇଛି। କିନ୍ତୁ ଜଣେ ଏଏସ୍‍ଆଇ ଅଧିକାରୀ ଗଣମାଧ୍ୟମକୁ ରତ୍ନ ଭଣ୍ଡାର ରଥଯାତ୍ରା ପରଦିନ ଖୋଲାଯିବ ବୋଲି କହିବା ପରେ ଏବେ ଚର୍ଚ୍ଚା ଓ ଆଲୋଚନା ହଠାତ୍‍ ଗଣମାଧ୍ୟମକୁ ମଣ୍ଡିତ କରିଛି।