Breaking News and Live Updates: ରାହୁଲ ଗାନ୍ଧୀଙ୍କ ବିରୋଧରେ FIR ପଞ୍ଜିକରଣ କଲା ଆସାମ ପୋଲିସ, ଗୋଟିଏ କ୍ଲିକର ପଢ଼ନ୍ତୁ ସମସ୍ତ ତାଜା ଖବର

ଜୀ ଓଡ଼ିଶା ଡେସ୍କ Jan 24, 2024, 00:04 AM IST

Odisha News Live Updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ପ୍ରତ୍ୟକ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜ୍ ଚ୍ୟାନେଲକୁ ସୋସିଆଲ୍ ମିଡିଆରେ ଲାଇକ୍ ଓ ସବସ୍କ୍ରାଇବ କରନ୍ତୁ।

 


 


 

नवीनतम अद्यतन

  • National School Band Competition 2023-24: ଚଳିତ ମାସ ୨୧-୨୨ ତାରିଖରେ ନୂଆଦିଲ୍ଲୀ ଠାରେ ଆୟୋଜିତ ହୋଇଥିବା ଜାତୀୟ ବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଚିତ୍ତାକର୍ଷକ ଶବ୍ଦ ଶୁଣିବାକୁ ମିଥିଲା। ରାଜ୍ୟ ନିଶାପୋସି ସ୍ଥିତ ଦ୍ରୌପଦୀ ବାଳିକା ଉଚ୍ଚ ବିଦ୍ୟାଳୟ ନିଜର ଉଚ୍ଚକୋଟୀର ସଙ୍ଗୀତ ପରିବେଷଣ ପାଇଁ ସମସ୍କଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଜାତୀୟ ବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତାର ବାଳିକା ପାଇପ୍ ବ୍ୟାଣ୍ଡ-ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ଦ୍ରୌପଦୀ ବାଳିକା ଉଚ୍ଚ ବିଦ୍ୟାଳୟ। ଯାହା ସଠିକତା ଏବଂ ଉତ୍ସାହର ଏକ ସମ୍ପୂର୍ଣ୍ଣ ମିଶ୍ରଣ ରହିଥିଲା। ଏହି ପ୍ରତିଯୋଗୀତାରେ ମୟୂରଭଞ୍ଜ ଜିଲ୍ଲାର ଦ୍ରୌପଦୀ ବାଳିକା ଉଚ୍ଚବିଦ୍ୟାଳୟ ପାଇପ ବ୍ୟାଣ୍ଡ ବିଭାଗରେ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ୨୧ ହଜାର ଟଙ୍କା ପୁରସ୍କାର ରାଶି  ପାଇଥିଲା। 
    ପଢନ୍ତୁ ପୁରା ଖବର

     

     

     

     

     

     

     

  • ମୋଉକା ଦେଖି ଲୁଟପାଟ କରୁଥିବା ଗ୍ୟାଙ୍ଗକୁ ଧରିଲା ଖଣ୍ଡଗିରି ଥାନା ପୋଲିସ

    ଭୁବନେଶ୍ୱର: କମିଶନରେଟ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଏକ ଲୁଟେରା ଗ୍ୟାଙ୍ଗର ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଅଡୁଆ ସୁତାରୁ ଗୋଟି ଗୋଟି କରି ଖିଅ କାଢୁଛି ଖଣ୍ଡଗିରି ପୋଲିସ । ଅଭିଯୁକ୍ତମାନେ ଭଡାରେ ଗାଡି ଆଣି ବିଭିନ୍ନ ଅଞ୍ଚଳରେ ଲୁଟପାତ୍ କରୁଥିଲେ । ଅଧିକ ପଢ଼ନ୍ତୁ...

  • Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର। 

    ପଢନ୍ତୁ ପୁରା ଖବର 

     

  • Odisha CM Puri Visit: ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବାର ସପ୍ତମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଆସିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ପରିକ୍ରମା ପ୍ରକଳ୍ପ ପୁନଃ ପ୍ରଦକ୍ଷୀଣ କରିଛନ୍ତି। ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ଯ ମୁଖ୍ୟମନ୍ତ୍ରୀଙ୍କ ସହ ପୁରୀ ଗସ୍ତ କରିଥିଲେ। 

    ପଢନ୍ତୁ ପୁରା ଖବର

  • ରାଉରକେଲାରେ ବନ ବିଭାଗର ରେଡ୍, ୮୨ ଶୁଆ ଜବତ, ୨ଗିରଫ

    ରାଉରକେଲା ଏବଂ ଝାରଖଣ୍ଡ ସୀମା ଅଞ୍ଚଳରୁ ଉକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଶୁଆ ଗୁଡିକୁ ଜବତ କରିଛି ବନ ବିଭାଗ । ଅଧିକ ପଢ଼ନ୍ତୁ...

  • Ayodhya Ram Mandir Bhandara: ଜାନୁଆରୀ ୨୨ ତାରିଖ ସୋମବାର ଅଯୋଧ୍ୟା ରାମ ମନ୍ଦିରରେ ସମ୍ପନ୍ନ ହୋଇଛି ପ୍ରାଣ ପ୍ରତିଷ୍ଠା ସାମରୋହ। ଏହି ଅବସରରେ ସମଗ୍ର ଭାରତ ବର୍ଷ ରାମମୟ ହୋଇ ଉଠିଥିଲା।  ଦେଶର କୋଣ ଅନୁକୋଣରେ କେବଳ ରାମ ନାମ ପ୍ରତିଧ୍ୱନିତ ହୋଇଥିଲା। ଏପରିକି ସମଗ୍ର ଦେଶରେ ରାମଜ୍ୟୋତି ନାମରେ ଏକ ଦୀପୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯାହା ଦୀପାବଳି ଭାବେ ପାଳିତ ହୋଇଥିଲା। 
    ପଢନ୍ତୁ ପୁରା ଖବର

  • ୩୦ ବର୍ଷ ପରେ ମୌନବ୍ରତ ଭାଙ୍ଗିଲେ ସରସ୍ୱତୀ ଦେବୀ, କହିଲେ 'ସୀତା... ରାମ...'

    Saraswati Devi: ସଫଳତାର ସହିତ ରାମ ମନ୍ଦିର ନିର୍ମାଣ ଏବଂ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ସରସ୍ୱତୀ ଦେବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଖୁବ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଯଦି ଏହି ଦୁଇ ନେତା ନଥାନ୍ତେ, ତେବେ ରାମ ମନ୍ଦିର ନିର୍ମାଣ ହୋଇପାରି ନଥାନ୍ତା କିମ୍ବା ମୋର ଶପଥ ପୂରଣ ହୋଇନଥାନ୍ତା। ଅଧିକ ପଢ଼ନ୍ତୁ...

  • Emergencyର ପୋଷ୍ଟର ସେୟାର କଲେ ଅଭିନେତ୍ରୀ କଙ୍ଗନା

    Emergency Release Date: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'Emergency'ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । କଙ୍ଗନା ସେୟାର କରିଥିବା ପୋଷ୍ଟରରେ ସେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ରୂପରେ ନଜର ଆସିଛନ୍ତି । ଅଧିକ ପଢ଼ନ୍ତୁ...

  • Bullet Train Service Stop in Japan: ବୈଷୟିକ ଜ୍ଞାନକୌଶଳ ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି ଜାପାନ। ଜାପାନ ଭଳି ଏକ ବିକଶିତ ଦେଶରେ ଚାଲୁଥିବା ବୁଲେଟ୍ ଟ୍ରେନ୍ ଏହାର ଗତି ଏବଂ ସମୟାନୁବର୍ତ୍ତୀତା ପାଇଁ ସମଗ୍ର ବିଶ୍ୱରେ ଜଣାଶୁଣା। ହେଲେ ଏବେ ବିଶ୍ୱ ପ୍ରସିଦ୍ଧ ବୁଲେଟ ଟ୍ରେନ ଏହାର ଧାର୍ଯ୍ୟ ସମୟରେ ଯାତ୍ରା କରିବାରେ ସକ୍ଷମ ହୋଇନାହିଁ। ଏନେଇ ମିଳିଥିବା ଖବର ଅନୁସାରେ ଜାନୁଆରୀ ୨୩ ତାରିଖ ମଙ୍ଗଳବାର ଜାପାନ ରାଜଧାନୀ ଟୋକିଓ ସହ ଦେଶର କେନ୍ଦ୍ରୀୟ-ପୂର୍ବ ଅଞ୍ଚଳରେ ଶିଙ୍କାନସେନ୍ ବୁଲେଟ୍ ଟ୍ରେନ୍ ସେବା ସ୍ଥଗିତ କରାଯାଇଛି। ଯାହା ପରେ ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଛି।
    ପଢନ୍ତୁ ପୁରା  ଖବର

  • Ayodhya Ram Mandir: ଅଯୋଧ୍ୟାରେ ରାମ ଭକ୍ତଙ୍କୁ ଲାଠିଚାର୍ଜ କଲା ପୋଲିସ

    Ayodhya Ram Mandir: ସୋମବାର ଦିନ ଅଯୋଧ୍ୟାରେ ଶେଷ ହୋଇଛି ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ । ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଦିନ ନିମନ୍ତ୍ରିତ ଭିଭିଆଇପିମାନେ ପ୍ରଭୁଙ୍କ ଦର୍ଶନ କରିଥିଲେ । ତେବେ ଆଜିଠାରୁ ସାଧରଣ ଲୋକଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଥିବା ସମୟରେ ଏକା ସମୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଅଯୋଧ୍ୟା ରାମ ମନ୍ଦିର ପରିସରରେ ପହଞ୍ଚିଥିଲେ । ଫଳରେ ମନ୍ଦିର ନିକଟରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅଧିକ ପଢ଼ନ୍ତୁ...

  • china beat india in purchasing russian oil: ଭାରତ-ଋଷିଆ ମଧ୍ୟରେ ରହିଥିବା ବନ୍ଧୁତା ବର୍ଷ ବର୍ଷ ଧରି ଚାଲିଆସୁଛି। ଉଭୟ ଦେଶ ମଧ୍ୟରେ ରହିଥିବା ଦ୍ୱିପାକ୍ଷିକ ସମ୍ପର୍କ ଖୁବ ଜଣାଶୁଣା। ହେଲେ ଭାରତର ପାରମ୍ପରିକ ସହଯୋଗୀ ଋଷିଆ ସହ ପ୍ରତିଦ୍ୱନ୍ଦ୍ୱୀ ଚୀନ୍‌ର ଘନିଷ୍ଠତା ବଢିବାରେ ଲାଗିଛି। ଭାରତ ପରେ ଋଷିଆ-ଚୀନ୍ ମଧ୍ୟରେ ସମ୍ପର୍କ ଆହୁରି ବଢିବାରେ ଲାଗିଛି। ଅଶୋଧିତ ତୈଳ ପ୍ରସଙ୍ଗରେ ଚୀନ୍ ଋଷିଆ ସହିତ ବନ୍ଧୁତ୍ୱ ମଜବୁତ କରିବାରେ ଲାଗିପଡ଼ିଛି। ଗତ ବର୍ଷ ଚୀନ୍ ଋଷିଆ ପାଖରୁ ସର୍ବାଧିକ ତୈଳ ଆମଦାନୀ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସାଉଦି ଆରବ ଚୀନ ଲାଗି ସବୁଠାରୁ ବଡ଼ ତୈଳ ଯୋଗାଣକାରୀ ରହିଥିଲା। ହେଲେ ଚୀନ୍ ଆରବ ଦେଶଙ୍କ ବଦଳରେ ଋଷିଆ ପାଖରୁ ଅଧିକାଂଶ ଅଶୋଧିତ ତୈଳ ଆମଦାନୀ କରିଛି।
    ପଢନ୍ତୁ ପୁରା ଖବର

  • Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

  • Congress removed suspension order from Chiranjib Biswal Mohammad Mokim Krushna Chandra Sagaria: ଚଳିତ ବର୍ଷ ଅନୁଷ୍ଠିତ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ଭଙ୍ଗା ଘର ସଜାଡିବାରେ ଲାଗିଛି କଂଗ୍ରେସ। ଏହି କ୍ରମରେ ଦଳ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଏବଂ ପୂର୍ବତନ ଜଗତସିଂହପୁର ବିଧାୟକ ଚିରଞ୍ଜୀବୀ ବିଶ୍ୱାଳଙ୍କ ଉପରୁ ହଟାଇଛି ନିଲମ୍ବନ ଆଦେଶ। ସେହିପରି ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଉପରୁ ମଧ୍ୟ ବହିଷ୍କାର ଆଦେଶ ପ୍ରତ୍ୟାହାର କରାଯାଇଛି। ଦଳୀୟ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ହଟାଯିବା ସମ୍ପର୍କରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଜଣାଇଛନ୍ତି। ରାଜ୍ୟ କଂଗ୍ରେସ ପ୍ରଭାରୀ ଦାୟୀତ୍ୱ ଗ୍ରହଣ କରିବା ପରେ ଅଜୟ କୁମାରଙ୍କୁ ଭେଟିଥିଲେ ଉଭୟେ ଚିରଞ୍ଜୀବୀ ବିଶ୍ୱାଳ ଏବଂ ମହମ୍ମଦ ମୋକିମ୍। ଦଳ ବିରୋଧି କାର୍ଯ୍ୟ କରିବା ଅଭିଯୋଗରେ ଚିରଞ୍ଜୀବୀ ବିଶ୍ୱାଳ, କୃଷ୍ଣଚନ୍ଦ୍ର ଶଗରିଆ, ମହମ୍ମଦ ମୋକିମ୍ ଦଳରୁ ନିଲମ୍ବିତ ହୋଇଥିଲେ। 

    ପଢନ୍ତୁ ପୁରା ଖବର

  • Republic Day Parade 2024: ଚଳିତ ବର୍ଷ ଦେଶରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ଚାଲିଛି। ଉତ୍ତର ଭାରତରେ ଜାରି ରହିଥିବା ଶୀତ ଲହରୀ ମଧ୍ୟରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ କର୍ତ୍ତବ୍ୟ ପଥ ଠାରେ ପ୍ୟାରେଡ୍ ରିହର୍ସାଲ୍ ମଧ୍ୟ ଚାଲିଛି। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ କିପରି ଆପଣ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ଦେଖିପାରିବେ? ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ଦେଖିବା ପାଇଁ ଆପଣ କିପରି ଟିକେଟ    ପାଇପାରିବେ? ଚଳିତ ବର୍ଷ ଗଣତନ୍ତ୍ର ଦିବସ ପ୍ୟାରେଡ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କିଏ ହେବେ? ଯଦି ଆପଣ ପ୍ୟାରେଡ୍ ଦେଖିବା ପାଇଁ କର୍ତ୍ତବ୍ୟ ପଥ ଯାଇ ପାରୁନାହାଁନ୍ତି ତାହେଲେ ଏହାର ଅନ୍ୟ ଉପାୟ କ’ଣ? ଏବେ ଆମେ ଆପଣଙ୍କୁ ଏହି ସମସ୍ତ ପ୍ରଶ୍ନର ଉତ୍ତର ପ୍ରଦାନ କରୁଛୁ।
    ପଢନ୍ତୁ ପୁରା ଖବର

  • ପ୍ରଭୁ ଶ୍ରୀରାମଙ୍କୁ ୧୧କୋଟିର ହୀରା ମୁକୁଟ ଦାନ କଲେ ଏହି ବ୍ୟବସାୟୀ

    Ayodhya Ram Mandir: ଗୁଜୁରାଟର ସୁରଟର ଜଣେ ହୀରା ବ୍ୟବସାୟୀ ଅଯୋଧ୍ୟାରେ ନୂତନ ଭାବରେ ନିର୍ମିତ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପାଇଁ ଏକ ବଡ଼ ଦାନ କରିଛନ୍ତି । ସେ ୧୧ କୋଟି ଟଙ୍କା ମୂଲ୍ୟର ଏକ ହୀରା ମୁକୁଟ ପ୍ରଭୁ ଶ୍ରୀରାମଙ୍କୁ ଦାନ କରିଛନ୍ତି। ଅଧିକ ପଢ଼ନ୍ତୁ...

  • ରାହୁଲ ଗାନ୍ଧୀଙ୍କ ବିରୋଧରେ FIR ପଞ୍ଜିକରଣ କଲା ଆସାମ ପୋଲିସ

  • Myanmmar Plane Crash: ମଙ୍ଗଳବାର ଦିନ (୨୩ ଜାନୁଆରୀ) ରେ ଭାରତର ଉତ୍ତର-ପୂର୍ବ ରାଜ୍ୟ ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରାଜଧାନୀ ଆଇଜୱାଲ ନିକଟ ଲେଙ୍ଗପୁଇ ବିମାନବନ୍ଦରରେ ମିଆଁମାର ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲେଙ୍ଗପୁଇ ବିମାନବନ୍ଦର ଆଇଜୱାଲ ନିକଟରେ ଅବସ୍ଥିତ ଏକ ଘରୋଇ ବିମାନବନ୍ଦର। ମିଆଁମାରରେ ସାମରିକ ଶାସନ କ୍ଷମତାକୁ ଆସିବା ପରେ ବିମାନଟି ମିଜୋରାମକୁ ସେଠାରୁ ପଳାଇ ଆସିଥିବା ସୌନିକମାନଙ୍କୁ ଫେରାଇ ଆଣିବାକୁ ଆସିଥିଲା। ବିମାନରେ ୧୪ ଜଣ ଲୋକ ଥିଲେ। ପଢ଼ନ୍ତୁ ପୂରା ଖବର...

  • Rahul Gandhi Nyay Yatra: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଉତ୍ତର ପୂର୍ବର ଆସାମର ଗୁଆହାଟୀରେ ପୁଣିଥରେ ବିବାଦ ଦେଖାଦେଇଛି। ସହରରେ ଯାତ୍ରା କରିବାକୁ ଅନୁମତି ନ ଥିବାରୁ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଏକ ବଡ଼ ଧରଣର ସଂଘର୍ଷ ହୋଇଥିଲା। ପ୍ରଶାସନ କହିଛି ଯେ ସହରରେ ଯାତ୍ରା ଅନୁମତି ଦିଆଯାଇନଥିବାବେଳେ ରାହୁଲ ଗାନ୍ଧୀଙ୍କ ଯାତ୍ରା ସହର ଭିତରେ ଚାଲିଥିଲା। ଏହି କାରଣରୁ ପରେ ପୋଲିସ ବ୍ୟାରିକେଡ୍ ଲଗାଇଥିଲା ଏବଂ ଏହାପରେ ରାହୁଲ ଗାନ୍ଧୀଙ୍କ ବସ୍ ସହିତ ଆସୁଥିବା କଂଗ୍ରେସ କର୍ମୀମାନେ ପୋଲିସ ସହିତ ସଂଘର୍ଷ କରିଥିଲେ।

  • Unmukt Chand To Play For USA: ଭାରତୀୟ ଦଳକୁ ଅଣ୍ଡର-୧୯ ବିଶ୍ୱକପ ଜିତାଇଥିବା ଭାରତୀୟ କ୍ରିକେଟର ଉନ୍ମୁକ୍ ଚାନ୍ଦ (Unmukt Chand) ବର୍ତ୍ତମାନ ଆମେରିକା ଦଳ ପାଇଁ କ୍ରିକେଟ୍ ଖେଳିବେ। ମାର୍ଚ୍ଚ ୨୦୨୪ ରେ ସେ ତାଙ୍କର ନୂଆ ଇନିଂସ ଆରମ୍ଭ କରିବାକୁ ସକ୍ଷମ ହେବେ। ପଢ଼ନ୍ତୁ ପୂରା ଖବର...

  • Naveen Patnaik Puri Visit: ଆଜି ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷୀଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍ନରେ ପୁରୀ ଗସ୍ତରେ ଯାଇ  ପ୍ରଦକ୍ଷୀଣ କରିବେ ମୁଖ୍ୟମନ୍ତ୍ରୀ। ମହାପ୍ରଭୁଙ୍କୁ ଦର୍ଶନ କରି ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଢ଼ନ୍ତୁ ପୂରା ଖବର...

  • Ayodhya Ram Mandir: ଅଯୋଧ୍ୟାରେ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ଼, ପ୍ରଧାନମନ୍ତ୍ରୀ ମୋଦୀ ସେୟାର କଲେ ପ୍ରାଣ ପ୍ରତିଷ୍ଠା ଭିଡିଓ 

  • Fire Breaks Out At kalahandi Hospital: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେଣ୍ଡା ମାଝି ହସ୍‍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ୍‍ ଶର୍ଟ ସର୍କିଟ୍‍ କାରଣକରୁ ନିଆଁ ଲାଗିବା ଅନୁମାନ କରାଯାଇଛି। ଏହାଦ୍ୱାରା ଯଦିଓ କେହି ମୃତାହତ ହୋଇ ନାହାନ୍ତି କିନ୍ତୁ ମଧ୍‍ୟ ରାତ୍ରୀର ଏହି ଦୁର୍ଘଟଣା ହସ୍‍ପିଟାଲରେ ଭୟର ବାତାବରଣ ସୃଷ୍ଟି କରିଛି। 

  • ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରଦ୍ଧାଞ୍ଜଳି ଅର୍ପଣ

  • ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

  • Bhubaneswar Accident: ଜାତୀୟ ରାଜପଥ-୧୬ ଉପରେ ଦୁଇଟି ବସ୍‍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଦ୍ୱାରା ଦୁଇ ବସ୍‍ର ଡ୍ରାଇଭର ଓ ଅନେକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ କ୍ୟାପିଟାଲ୍‍ ହସ୍‍ପିଟାଲରେ ଭର୍ତ୍ତି କରାଯାଇଛି।  ଗାଡ଼ି ବ୍ରେକ ଫେଲ ହେବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଇଛି। ପଢ଼ନ୍ତୁ ପୂରା ଖବର...

  • Petrol Diesel Price Today: ଜାନୁଆରୀ ୨୩ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନର ମୂଲ୍ୟ ପ୍ରାୟତଃ ସ୍ଥିର ରହିଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଦିନ ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲୋକମାନଙ୍କୁ ସାମାନ୍ୟ ଆସ୍ୱସ୍ତି ଦେଇଛି। ପଢ଼ନ୍ତୁ ପୂରା ଖବର...

  • Subhash Chandra Bose Jayanti 2024: ଆଜି ଅର୍ଥାତ୍ ୨୩ ଜାନୁଆରୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ। ଭାରତର ସ୍ୱାଧୀନତା ପାଇଁ ତାଙ୍କର ଅବଦାନ କେବେ ବି କେହି ଭୁଲିପାରିବେ ନାହିଁ। ଦେଶପ୍ରେମର ପରାକାଷ୍ଠା ତାଙ୍କୁ ଅନ୍ୟ ବ୍ୟକ୍ତିଠାରୁ ସମ୍ପୂର୍ଣ୍ଣ ଭିନ୍ନ କରିଥାଏ। ତାଙ୍କର ବ୍ୟକ୍ତିତ୍ୱରେ ଅପାର ଗଭୀରତା, ଗଭୀର ଜ୍ଞାନ, ଅବିଶ୍ୱାସନୀୟ ବୁଦ୍ଧି ଓ ଉଜ୍ଜ୍ୱଳତା ଥିଲା। ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀରେ ଆସନ୍ତୁ ଆପଣଙ୍କୁ କହୁଛୁ ତାଙ୍କ ଜୀବନ ସହ ଜଡ଼ିତ କିଛି ରୋଚକ ତଥ୍ୟ। ପଢ଼ନ୍ତୁ ପୂରା ଖବର...

  • Canada Limits New International Student Visas: ଷ୍ଟୁଡେଣ୍ଟ ଭିସା ଉପରେ କାନାଡା ସରକାର ଦୁଇ ବର୍ଷର ସୀମା ଧାର୍ଯ୍ୟ କରିଛନ୍ତି। ଏହା ସମେତ ଭିସା ଅନୁମତିକୁ ୩୫ ପ୍ରତିଶତ ହ୍ରାସ କରିବାକୁ ଟ୍ରୁଡୋ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଧାର୍ଯ୍ୟ ସୀମା ସହିତ, ୨୦୨୪ ରେ ଭିସା ଅନୁମତି ସଂଖ୍ୟା ୩୬୪୦୦୦ କୁ ହ୍ରାସ ପାଇବ। କାନାଡା ସରକାରଙ୍କ ଏହି ନିଷ୍ପତ୍ତି ଭାରତୀୟ ଛାତ୍ରଙ୍କ ଉପରେ ବହୁତ ପ୍ରଭାବ ପକାଇବ। ପଢ଼ନ୍ତୁ ପୂରା ଖବର...

  • Ayodhya Ram Mandir: ଭକ୍ତଙ୍କ ପାଇଁ ଖୋଲିଲା ରାମ ମନ୍ଦିର, ଏଠାରେ ଦେଖନ୍ତୁ ଭିଡିଓ

     

  • Ayodhya Ram Mandir: ମଙ୍ଗଳବାର ଦିନଠାରୁ ସାଧାରଣ ଭକ୍ତମାନଙ୍କ ପାଇଁ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର କବାଟ ଖୋଲିଛି।​ ଆଶା ଅନୁଯାୟୀ, ଆଜି ଏକ ଲକ୍ଷରୁ ଅଧିକ ଭକ୍ତ ସେମାନଙ୍କ ପ୍ରିୟ ରାମଲାଙ୍କ ଦର୍ଶନ ପାଇପାରିବେ। ଦେଶର ପ୍ରତ୍ୟେକ କୋଣ ଅନୁକୋଣରୁ ଭକ୍ତମାନେ ଦର୍ଶନ ପାଇଁ ଅଯୋଧ୍ୟାରେ ପହଞ୍ଚିଛନ୍ତି। ପଢ଼ନ୍ତୁ ପୂରା ଖବର...

  • Odisha Weather Report: ରାଜ୍ୟରେ ଏବେ ଗୁରୁଚାପ ବଳୟ ସକ୍ରିୟ ରହିଥିବା ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଗତ କିଛି ଦିନ ହେବ ରାଜ୍ୟକୁ ପ୍ରବେଶ କରୁଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ଯେଉଁଥିପାଇଁ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ପଢ଼ନ୍ତୁ ପୂରା ଖବର...

  • Mukresh Ambani News: ଅମ୍ବାନୀ ପରିବାର ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟକୁ ୨.୫୧ କୋଟି ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି। ରିଲାଏନ୍ସ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ୨୨ ଜାନୁୟାରୀ ସୋମବାର ଦିନ ଅଯୋଧ୍ୟାରେ ରାମ ଲାଲାଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମଲି ହୋଇଥିଲେ। ପଢ଼ନ୍ତୁ ପୂରା ଖବର...

  • Earthquake in North India Delhi NCR: ଉତ୍ତର ଭାରତରେ ପୁଣି ଥରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ସୋମବାର ଦିନ ରାତିରେ ଦିଲ୍ଲୀ-ଏନସିଆର ସମେତ ଅନେକ ସହରରେ ଭୂକମ୍ପ ଘଟିଛି। ଭୂକମ୍ପରେ ପ୍ରବଳ କମ୍ପନ ପରେ ଲୋକମାନେ ନିଜ ଘର ଓ କାର୍ଯ୍ୟାଳୟରୁ ବାହାରି ଆସିଥିଲେ। ଦିଲ୍ଲୀ, ନୋଏଡା ଓ ଗୁରୁଗ୍ରାମର ପୃଥିବୀ ଦୀର୍ଘ ସମୟ ଧରି କମ୍ପିବାକୁ ଲାଗିଥିଲା। ଅନେକ ଲୋକ ସୋସିଆଲ ମିଡିଆରେ ଭୂକମ୍ପ ସହ ଜଡିତ ଭିଡିଓ ମଧ୍ୟ ସେୟାର କରିଛନ୍ତି।

  • Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ପାଇଁ ମଙ୍ଗଳବାର ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢ଼ନ୍ତୁ ପୂରା ଖବର...

  • Ayodhya Ram Mandir Pran Pratishtha: ଅଯୋଧ୍ୟାରେ ଶ୍ରୀ ରାମଙ୍କ ଜନ୍ମସ୍ଥାନରେ ନିର୍ମିତ ରାମ ମନ୍ଦିରରେ ଭଗବାନ ରାମଲଲାଙ୍କୁ ଦର୍ଶନ କରିବାର ଇଚ୍ଛା ସାଧାରଣ ଲୋକଙ୍କ ଆଜିଠାରୁ ପୂରଣ ହେବ। ପ୍ରାଣ ପ୍ରତିଷ୍ଠା ପରେ ମଙ୍ଗଳବାର ଦିନ ସମସ୍ତ ଲୋକଙ୍କ ପାଇଁ ମନ୍ଦିରର କବାଟ ଖୋଲୁଛି। ସମଗ୍ର ଦେଶରେ ପ୍ରଚଣ୍ଡ ଉତ୍ସାହ ଦୃଶ୍ୟମାନ ହେଉଛି। ଅଯୋଧ୍ୟା ରାମ ଭକ୍ତମୟ ହୋଇଛି। ରାମ ମନ୍ଦିରରେ ରାମଲାଲାଙ୍କୁ ପୂଜା କରିବାର ନିୟମ ସ୍ଥିର ହୋଇଛି। ଏଥିପାଇଁ ଶ୍ରୀ ରାମୋପାସାନା ନାମକ ଏକ କୋଡ୍ ତିଆରି କରାଯାଇଛି। ପ୍ରତିଦିନ ୧.୫ ଲକ୍ଷରୁ ଅଧିକ ଭକ୍ତ ଆସିବେ ବୋଲି ଆଶା କରାଯାଉଛି, ଏହାକୁ ବିଚାର କରି ପ୍ରତ୍ୟେକ ଭକ୍ତଙ୍କୁ ରାମଲାଲାର ଦର୍ଶନ ପାଇବାକୁ ମାତ୍ର ୧୫ ରୁ ୨୦ ସେକେଣ୍ଡ ମିଳିବ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link