Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2074621

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 | Afternoon Bulletin: Top News Headlines from 23th January 2024: ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର ।

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines:

1- ପ୍ରଭୁ ଶ୍ରୀରାମଙ୍କୁ ୧୧କୋଟିର ହୀରା ମୁକୁଟ ଦାନ:  ଗୁଜୁରାଟର ସୁରଟର ଜଣେ ହୀରା ବ୍ୟବସାୟୀ ଅଯୋଧ୍ୟାରେ ନୂତନ ଭାବରେ ନିର୍ମିତ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପାଇଁ ଏକ ବଡ଼ ଦାନ କରିଛନ୍ତି । ସେ ୧୧ କୋଟି ଟଙ୍କା ମୂଲ୍ୟର ଏକ ହୀରା ମୁକୁଟ ପ୍ରଭୁ ଶ୍ରୀରାମଙ୍କୁ ଦାନ କରିଛନ୍ତି। ଏହି ହୀରା ମୁକୁଟଟି ଖୁବ ସୁନ୍ଦର ଦେଖାଯାଉଛି । ଏହି ମୁକୁଟର ଓଜନ ସମୁଦାୟ ୬କେଜି ହୋଇଥିବା ଜଣାପଡିଛି । ହୀରା ସହିତ ସୁନା ଏବଂ ଅନ୍ୟ ମୂଲ୍ୟବାନ ରତ୍ନରେ ତିଆରି ହୋଇଛି ଏହି ମୁକୁଟ । ସୁରଟରେ ଥିବା ଗ୍ରୀନ୍ ଲ୍ୟାବ୍ ଡାଇମଣ୍ଡ କମ୍ପାନୀର ମୁଖ୍ୟ ମୁକେଶ ପଟେଲ ନିଜ ପରିବାର ସଦସ୍ୟଙ୍କ ସହିତ ଅଯୋଧ୍ୟା ପରିଦର୍ଶନ କରିଥିଲେ । ମନ୍ଦିର ଟ୍ରଷ୍ଟର ଅଧିକାରୀମାନଙ୍କ ଉପସ୍ଥିତିରେ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ମୁକୁଟ ଦାନ କରିଥିଲେ ମୁକେଶଙ୍କ ପରିବାର ।

2- ଉନ୍ମୁକ୍ ଚାନ୍ଦଙ୍କୁ ନୂଆ ଦାୟିତ୍ୱ:  ଭାରତୀୟ ଦଳକୁ ଅଣ୍ଡର-୧୯ ବିଶ୍ୱକପ ଜିତାଇଥିବା ଭାରତୀୟ କ୍ରିକେଟର ଉନ୍ମୁକ୍ ଚାନ୍ଦ ବର୍ତ୍ତମାନ ଆମେରିକା ଦଳ ପାଇଁ କ୍ରିକେଟ୍ ଖେଳିବେ। ମାର୍ଚ୍ଚ ୨୦୨୪ ରେ ସେ ତାଙ୍କର ନୂଆ ଇନିଂସ ଆରମ୍ଭ କରିବାକୁ ସକ୍ଷମ ହେବେ। ସେ ଆମେରିକା ଦଳ ପାଇଁ ଖେଳିବା ପାଇଁ ଆବଶ୍ୟକ ସମସ୍ତ ନିୟମ ପୂରଣ କରିଛନ୍ତି। ବର୍ତ୍ତମାନ ଯଦି ସେ ଟି-୨୦ ବିଶ୍ୱକପ ୨୦୨୪ ରେ ଆମେରିକା ଦଳରେ ସ୍ଥାନ ପାଆନ୍ତି, ତେବେ ତାଙ୍କୁ ଭାରତ ସାମ୍ନାରେ ଖେଳୁଥିବା ଦେଖିବାକୁ ମିଳିବ। ଟି-୨୦ ବିଶ୍ୱକପରେ ଭାରତ ଓ ଆମେରିକା ସମାନ ଗ୍ରୁଫରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

3- ଟର୍ମିନାଲରେ ପହଞ୍ଚିବା ପୂର୍ବରୁ ଖସି ପଡ଼ିଲା ବିମାନ: ମଙ୍ଗଳବାର ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରରେ ଟର୍ମିନାଲରେ ପହଞ୍ଚିବା ପୂର୍ବରୁ ମିଆଁମାରର ଏକ ସାମରିକ ବିମାନ ରନୱେରୁ ଖସିପଡ଼ିଥିବା ସୂଚନା ମିଳଇଛି। ଏହି ଦୁର୍ଘଟଣାରେ ପାଖାପାଖି ୬ ଜଣ ଜଣ ଲୋକ ଆହତ ହୋଇଛନ୍ତି। ଏହି ବିମାନରେ ୧୪ ଜଣ ଥିବା ବେଳେ ୬ ଜଣ ଆହତ ହୋଇଥିବା ଜଣାପଡ଼ିଛି।ଆହତମାନଙ୍କୁ ଲେଙ୍ଗପୁଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ମିଜୋରାମ ଡିଜିପି କହିଛନ୍ତି। ତେବେ ଏହି ବିମାନ ମଙ୍ଗଳବାର ଦିନ ପ୍ରାୟ ୧୦ ରୁ ୧୦:୩୦ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଆଁମାର ସେନା ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ ସଂଘର୍ଷ ମଧ୍ୟରେ ଲଙ୍ଗଟଲାଇରୁ ପଳାଇ ଆସିଥିବା ଯବାନମାନଙ୍କୁ  ମିଆଁମାରକୁ ଫେରେଇ ନେବା ପାଇଁ ବିମାନଟି ଆସିଥିଲା।

4- ବାଲି ମାଫିଆଙ୍କ ଆକ୍ରମଣରେ ୫ ପୋଲିସ୍ କର୍ମୀ ଆହତ: ଓଡ଼ିଶାର ବାଲି ମାଫିଆଙ୍କ ଦବଙ୍ଗଗିରି, ପଶ୍ଚିମବଙ୍ଗ ସୀମାରେ ପଶି ବାଲି ଉତୋଳନ ବେଳେ ପଶ୍ଚିମବଙ୍ଗ ପୋଲିସ ବାଲି ମାଫିଆ ମୁହାଁ ମୁହିଁ ! ପାଞ୍ଚ ଜଣ ପୋଲିସ ଆହତ। ସୀମାରେ ଓଡ଼ିଶା ଓ ପଶ୍ଚିମବଙ୍ଗ ପୋଲିସ ମୁତୟନ। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ପଶ୍ଚିମବଙ୍ଗ ସୀମାନ୍ତ ଜଳେଶ୍ୱର ତହସିଲ ଅଧିନସ୍ଥ ସୁବର୍ଣ୍ଣରେଖା ନଦୀର ବାଲି ଉତ୍ତୋଳନ ଏବେ ମାଇନ୍ସ ବିଭାଗ ହାତରେ ଥିବାରୁ ଏହାର ସୁଯୋଗ ନେଇ ବାଲି ମାଫିଆମାନେ ସକ୍ରିୟ ହୋଇ ଉଠିଛନ୍ତି। ପ୍ରଶାସନକୁ ଚ୍ୟାଲେଞ୍ଜ କରି ବିନା ରୟାଲ୍ଟିରେ ଶହ ଶହ ଟ୍ରିପ ବାଲି ଉତ୍ତୋଳନ କରି ଖୁଲମ ଖୁଲା ଚୋରା ଚାଲାଣ କରି ଆସୁଛନ୍ତି।

5- ଇଂଲଣ୍ଡ ବିପକ୍ଷରେ ଟେଷ୍ଟ କ୍ରିକେଟ୍ ଖେଳିବେ ରିଙ୍କୁ ସିଂ: ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂଙ୍କୁ ଏକ ବଡ଼ ଦାୟିତ୍ୱ ଦିଆଯାଇଛି। ସାଧାରଣତଃ ଟି-୨୦ ରେ ରିଙ୍କୁ ସିଂ ଜଣେ ଭଲ ବ୍ୟାଟ୍ସମ୍ୟାନ୍ ଭାବରେ ବିବେଚନା କରାଯାଏ, କିନ୍ତୁ ବର୍ତ୍ତମାନ ଟେଷ୍ଟ କ୍ରିକେଟ୍ ରେ ମଧ୍ୟ ରିଙ୍କୁ ସିଂ କମାଲ କରୁଥିବା ନଜର ଆସିବେ। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ବିସିସିଆଇ ଆଜି ଅର୍ଥାତ୍ ମଙ୍ଗଳବାର ଦିନ ରିଙ୍କୁ ସିଂଙ୍କ ନାମ ଘୋଷଣା କରିଛି। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ମଧ୍ୟ ରିଙ୍କୁ ସିଂଙ୍କ ରେଡ୍ ବଲ୍ ଫର୍ମାଟରେ ଦେଖିବାକୁ ବହୁତ ଆଗ୍ରହୀ। ଏବେ ଦେଖିବାକୁ ବାକି ରହିଲା କି ରିଙ୍କୁ ତାଙ୍କ ଶୌଳୀରେ କିଛି ପରିବର୍ତ୍ତନ କରୁଛନ୍ତି ନା କେବଳ ଟି-୨୦ ଶୈଳୀରେ ଟେଷ୍ଟ କ୍ରିକେଟ୍ ମଧ୍ୟ ଧମାକାଧର ବ୍ୟାଟିଂ ଦେଖାଇବେ।

6- ୩ କଂଗ୍ରେସ ନେତାଙ୍କ ଉପରୁ ହଟିଲା ନିଲମ୍ୱନ: ସାଧାରଣ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ । ନିଜ ଦଳର ୩ ବରିଷ୍ଠ ନେତାଙ୍କ ଉପରୁ ହଟାଇଛି ନିଲମ୍ୱନ । ସେମଧ୍ୟରେ ରହିଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବୀ ବିଶ୍ୱାଳ, କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଏ ନେଇ ସୂଚନା ଦେଇଛନ୍ତି। ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଚିରଞ୍ଜୀବୀ ଓ ମୋକିମଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା।

7- ମକର ଯାତ୍ରା ଦେଖିବାକୁ ଯିବା ହେଲା କାଳ: ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ କ୍ରିଷ୍ଣାନନ୍ଦପୁର ଏକ ଛାତି ଥରା ଘଟଣା ଘଟିଛି। କ୍ରିଷ୍ଣାନନ୍ଦପୁର ଗଇଠିପୁର ନଦୀପଠାରେ ଜଣେ ମହିଳାଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ କରିଛନ୍ତି ଦୁର୍ବୁତ୍ତ। ମହିଳା ଜଣଙ୍କ ହେଲେ ବିନତା ସେଠୀ ଓ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି ବୋଲି ଜଣାପଡ଼ଛି। ସ୍ଥାନୀୟ ଅଞ୍ଚଳରେ ବିଲେଇଶୁଣି ମକର ନାଚ ଚାଲିଥିବା ବେଳେ ଗତକାଲି ବିଳମ୍ବିତ ରାତ୍ରିରେ ଏଭଳି ଘଟଣା ଘଟିଛି। ବିନତା ନିଜ ତିନି ବର୍ଷର ଝିଅ ସହ ଗତକାଲି ମକରମେଳା ଦେଖିବାକୁ ଯାଇଥିବା ବେଳେ ଝିଅକୁ ଅନ୍ୟଜଣକୁ ଦେଇ ନଦୀ ପଠାକୁ ଶୌଚ ହେବାକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିବା କୁହାଯାଉଛି।

8- ରାମ ମନ୍ଦିରରେ ଦର୍ଶନ କଲେ ସାଧାରଣ ଲୋକ:  ଆଜିଠାରୁ ସାଧାରଣ ଭକ୍ତମାନେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଛନ୍ତି । ସକାଳ ୭ ଟାରୁ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏକ ଆକଳନ ଅନୁଯାୟୀ, ପ୍ରତିଦିନ ୧.୫ ଲକ୍ଷ ଭକ୍ତ ରାମଙ୍କୁ ଦର୍ଶନ କରିବେ। ଅନ୍ୟପଟେ, ଶ୍ରୀରାମଙ୍କୁ ପୂଜା କରିବାର ନିୟମ ମଧ୍ୟ ସ୍ଥିର ହୋଇଛି। ଏହା ଅଧୀନରେ ଆଜି ସକାଳ ୪ ଟାରୁ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଭୋର ୪ଟା ସମୟରେ ପହୁଡ ଖୋଲାଯାଇଥିଲା । ଏହା ପରେ ଶୃଙ୍ଗାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ସକାଳ ୭ଟାରୁ ମନ୍ଦିରର କବାଟ ଖୋଲିଥିଲା। ବହୁ ସଂଖ୍ୟାରେ ଭକ୍ତଙ୍କୁ ବିଚାରକୁ ନିଆଯାଇ ଏହା ଆକଳନ କରାଯାଇଛି ଯେ ଜଣେ ଭକ୍ତ ଗର୍ଭଗୃହରେ ଦର୍ଶନ ପାଇଁ ମାତ୍ର ୧୫ ରୁ ୨୦ ସେକେଣ୍ଡ ସମୟ ପାଇବେ।

9- ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ଯାତ୍ରାରେ ହଙ୍ଗାମା: ଆସାମରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ସମୟରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି । ଗତକାଲି ରାହୁଲଙ୍କୁ ମନ୍ଦିରକୁ ପ୍ରବେଶ କରାଇ ନଦେବା କାରଣରୁ ରାସ୍ତାରେ ବସିଥିଲେ ଶତାଧିକ କଂଗ୍ରେସ କର୍ମୀ। ଆଜି ଗୌହାଟିରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ପରେ ଆସାମ ପୋଲିସ କଂଗ୍ରେସର ଏହି ଭାରତ ଯୋଡ ଯାତ୍ରାକୁ ବନ୍ଦ କରିଛି। 

10- ୨୬ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା! : ରାଜ୍ୟରେ ଏବେ ଗୁରୁଚାପ ବଳୟ ସକ୍ରିୟ ରହିଥିବା ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଗତ କିଛି ଦିନ ହେବ ରାଜ୍ୟକୁ ପ୍ରବେଶ କରୁଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ଯେଉଁଥିପାଇଁ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଓ ବୁଧବାର ଗୁରୁଚାପ ବଳୟର ସକ୍ରିୟତା ଅଧିକ ରହିବାକୁ ଥିବାରୁ ବର୍ଷାର ପ୍ରଭାବ ମଧ୍ୟ ଅଧିକ ରହିବାର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ। ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ କିଛି ଅଞ୍ଚଳରେ ଘନ କୁହୁଡ଼ି ହେବାକୁ ଥିବାରୁ ଚେତାବନୀ ଜାରି କରିଛି ବିଭାଗ।

Also Read- ପ୍ରଭୁ ଶ୍ରୀରାମଙ୍କୁ ୧୧କୋଟିର ହୀରା ମୁକୁଟ ଦାନ କଲେ ଏହି ବ୍ୟବସାୟୀ

Also Read- Ayodhya Ram Mandir: ଅଯୋଧ୍ୟାକୁ ଅଧିକ ଭକ୍ତିମୟ କଲେ ସୋନୁ ନିଗମ, ଶଙ୍କରଙ୍କ ସହ ଅନୁରାଧା