ପ୍ରଭୁ ଶ୍ରୀରାମଙ୍କୁ ୧୧କୋଟିର ହୀରା ମୁକୁଟ ଦାନ କଲେ ଏହି ବ୍ୟବସାୟୀ
Advertisement
Article Detail0/zeeodisha/odisha2074534

ପ୍ରଭୁ ଶ୍ରୀରାମଙ୍କୁ ୧୧କୋଟିର ହୀରା ମୁକୁଟ ଦାନ କଲେ ଏହି ବ୍ୟବସାୟୀ

Ayodhya Ram Mandir: ସୁରଟର ଜଣେ ହୀରା ବ୍ୟବସାୟୀ ଅଯୋଧ୍ୟାରେ ନୂତନ ଭାବରେ ନିର୍ମିତ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପାଇଁ ଏକ ବଡ଼ ଦାନ କରିଛନ୍ତି । ସେ ୧୧ କୋଟି ଟଙ୍କା ମୂଲ୍ୟର ଏକ ହୀରା ମୁକୁଟ ପ୍ରଭୁ ଶ୍ରୀରାମଙ୍କୁ ଦାନ କରିଛନ୍ତି। ଏହି ହୀରା ମୁକୁଟଟି ଖୁବ ସୁନ୍ଦର ଦେଖାଯାଉଛି ।

ପ୍ରଭୁ ଶ୍ରୀରାମଙ୍କୁ ୧୧କୋଟିର ହୀରା ମୁକୁଟ ଦାନ କଲେ ଏହି ବ୍ୟବସାୟୀ

Ayodhya Ram Mandir: ଗୁଜୁରାଟର ସୁରଟର ଜଣେ ହୀରା ବ୍ୟବସାୟୀ ଅଯୋଧ୍ୟାରେ ନୂତନ ଭାବରେ ନିର୍ମିତ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପାଇଁ ଏକ ବଡ଼ ଦାନ କରିଛନ୍ତି । ସେ ୧୧ କୋଟି ଟଙ୍କା ମୂଲ୍ୟର ଏକ ହୀରା ମୁକୁଟ ପ୍ରଭୁ ଶ୍ରୀରାମଙ୍କୁ ଦାନ କରିଛନ୍ତି। ଏହି ହୀରା ମୁକୁଟଟି ଖୁବ ସୁନ୍ଦର ଦେଖାଯାଉଛି । ଏହି ମୁକୁଟର ଓଜନ ସମୁଦାୟ ୬କେଜି ହୋଇଥିବା ଜଣାପଡିଛି । ହୀରା ସହିତ ସୁନା ଏବଂ ଅନ୍ୟ ମୂଲ୍ୟବାନ ରତ୍ନରେ ତିଆରି ହୋଇଛି ଏହି ମୁକୁଟ ।

ସୁରଟରେ ଥିବା ଗ୍ରୀନ୍ ଲ୍ୟାବ୍ ଡାଇମଣ୍ଡ କମ୍ପାନୀର ମୁଖ୍ୟ ମୁକେଶ ପଟେଲ ନିଜ ପରିବାର ସଦସ୍ୟଙ୍କ ସହିତ ଅଯୋଧ୍ୟା ପରିଦର୍ଶନ କରିଥିଲେ । ମନ୍ଦିର ଟ୍ରଷ୍ଟର ଅଧିକାରୀମାନଙ୍କ ଉପସ୍ଥିତିରେ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ମୁକୁଟ ଦାନ କରିଥିଲେ ମୁକେଶଙ୍କ ପରିବାର । 'ପ୍ରାଣ ପ୍ରତିଷ୍ଠା' ସମାରୋହରେ ଏପରି ଏକ ବଡ଼ ଦାନ କରି ଚର୍ଚ୍ଚାକୁ ଆସିଛନ୍ତି ମୁକେଶ ପଟେଲଙ୍କ ପରିବାର ।

ମୁକୁଟର ବୈଶିଷ୍ଟ୍ୟ
ଜାନୁଆରୀ ୫ ରେ ଅଯୋଧ୍ୟାକୁ ସୁରଟ ଦୁଇଜଣ କର୍ମଚାରୀ ଆସିଥିଲେ ସେମାନେ ପ୍ରଭୁ ଶ୍ରୀରାମଙ୍କ ପ୍ରତିମାକୁ ଯତ୍ନର ସହିତ ମାପିଥିଲେ ଏବଂ ସେହି ମାପ ଆଧାରରେ ମୁକୁଟଟି ନିର୍ମାଣ କରାଯାଇଛି । ମୁକୁଟରେ ଡାହାଣ ପାର୍ଶ୍ୱରେ ମୋତି ଖଞ୍ଜାଯାଇଛି । ଏହି ଦାନରେ ପ୍ରଭୁ ଶ୍ରୀ ରାମଙ୍କ ପାଇଁ ଅନ୍ୟ ଅଳଙ୍କାର ମଧ୍ୟ ପ୍ରଦାନ କରାଯାଇଛି ।

ବିଶ୍ୱ ହିନ୍ଦୁ ପରିଷଦର ଜାତୀୟ କୋଷାଧ୍ୟକ୍ଷ ଦୀନେଶ ନାଭିଡିଆ ପ୍ରତିମୂର୍ତ୍ତିକୁ ସଜାଇଥିବା ପ୍ରତ୍ୟେକ ଅଳଙ୍କାରର ମହତ୍ତ୍ୱ ଉପରେ ଆଲୋଚନା କରି କହିଥିଲେ ଯେ, ପ୍ରଭୁ ଶ୍ରୀରାମଙ୍କ ବାଲ୍ୟକାଳ ସମୟକୁ ପ୍ରତିମୂର୍ତ୍ତିରେ ସ୍ଥାନ ଦିଆଯିବା ପରେ ମନେହେଉଛି । ତେଣୁ ଏହି ବୟସ ପ୍ରଭୁ ଶ୍ରୀରାମଙ୍କର ଖେଳିବାର ବୟସ । ତେଣୁ କିଛି ଶ୍ରଦ୍ଧାଳୁ ବିଭିନ୍ନ ଖେଳନା ମଧ୍ୟ ଦାନ କରିବାକୁ ଆଗେଇ ଆସିଛନ୍ତି ।

ପ୍ରଭୁ ଶ୍ରୀରାମଙ୍କ ଅଳଙ୍କାର
ମନ୍ଦିର ଟ୍ରଷ୍ଟ ଅନୁଯାୟୀ, ଅଯୋଧ୍ୟା ରାମାୟଣ, ବାଲ୍ମିକି ରାମାୟଣ, ରାମଚରିତମାନ ଭଳି ଗ୍ରନ୍ଥ ଅଯୋଧ୍ୟା ମନ୍ଦିରରେ ପ୍ରତିଷ୍ଠା ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ପାଇଁ ଅଳଙ୍କାର ସଦୃଶ୍ୟ ପ୍ରସ୍ତୁତ କରାଯାଇଛି । ଏହି ଅଳଙ୍କାର ଗୁଡିକ ଅଙ୍କୁର ଆନନ୍ଦଙ୍କ ଲକ୍ଷ୍ନୌ ସ୍ଥିତ ହରସାହାମଲ ଶିଆମଲାଲ ଜୁଏଲର୍ସ ଦ୍ୱାରା ପ୍ରସ୍ତୁତ କରାଯାଇଛି ।

ରାମ ମନ୍ଦିର 'ପ୍ରାଣ ପ୍ରତିଷ୍ଠା'
ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୨୨ ରେ ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରରେ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ସମସ୍ତ ରୀତିନୀତି କରିଥିଲେ । ଏଥିରେ ଦେଶର ଅନେକ ଭିଭିଆଇପି ଯୋଗ ଦେଇଥିଲେ । ସନ୍ଧ୍ୟାରେ ସମଗ୍ର ଦେଶ ଏହି ଉତ୍ସବକୁ ଦୀପାବଳି ଉତ୍ସବ ଭାବେ ପାଳନ କରିଥିଲା ।

Also Read- Ayodhya Ram Mandir: ଅଯୋଧ୍ୟାକୁ ଅଧିକ ଭକ୍ତିମୟ କଲେ ସୋନୁ ନିଗମ, ଶଙ୍କରଙ୍କ ସହ ଅନୁରାଧା

Also Read- Mangal Gochar 2024: କୁମ୍ଭ ରାଶିରେ ହେବ ମଙ୍ଗଳ ଚଳନ, ଏହି ୪ ରାଶିର ଲୋକେ ହେବେ ଧନୀ