Election Commission Press meet Live: ଆଜି ଘୋଷଣା ହୋଇପାରେ ୩ଟି ରାଜ୍ୟ ପାଇଁ ନିର୍ବାଚନ ତାରିଖ, ଆଉ କିଛି ସମୟରେ ପରେ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ
Advertisement
Article Detail0/zeeodisha/odisha2386775

Election Commission Press meet Live: ଆଜି ଘୋଷଣା ହୋଇପାରେ ୩ଟି ରାଜ୍ୟ ପାଇଁ ନିର୍ବାଚନ ତାରିଖ, ଆଉ କିଛି ସମୟରେ ପରେ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ: ଧାରା ୩୭୦ ହଟିବା ପରେ ଜମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହା ସହିତ ହରିଆଣା ଓ ଝାଡ଼ଖଣ୍ଡରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଆଜି ଦିନ ୩ଟା ସମୟରେ ମୁଖ୍ୟ ନିର୍ବାଚନ କମିଶନର ଏକ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିପାରନ୍ତି। ସେହିପରି ଚଳିତ ବର୍ଷ ଶେଷ ଆଡ଼କୁ ମହାରାଷ୍ଟ୍ରରେ ମଧ୍ୟ ନିର୍ବାଚନ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଆଜି ହରିଆଣା ଓ ଜମ୍ମୁ କାଶ୍ମୀରର ପାଇଁ ତାରିଖ ଘୋଷଣା ହେବା ନେଇ ସୂତ୍ରରୁ ଜଣାପଡିଛି। 

Election Commission Press meet Live: ଆଜି ଘୋଷଣା ହୋଇପାରେ ୩ଟି ରାଜ୍ୟ ପାଇଁ ନିର୍ବାଚନ ତାରିଖ, ଆଉ କିଛି ସମୟରେ ପରେ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ
LIVE Blog

ନୂଆଦିଲ୍ଲୀ: ଧାରା ୩୭୦ ହଟିବା ପରେ ଜମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହା ସହିତ ହରିଆଣା ଓ ଝାଡ଼ଖଣ୍ଡରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଆଜି ଦିନ ୩ଟା ସମୟରେ ମୁଖ୍ୟ ନିର୍ବାଚନ କମିଶନର ଏକ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିପାରନ୍ତି। ସେହିପରି ଚଳିତ ବର୍ଷ ଶେଷ ଆଡ଼କୁ ମହାରାଷ୍ଟ୍ରରେ ମଧ୍ୟ ନିର୍ବାଚନ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଆଜି ହରିଆଣା ଓ ଜମ୍ମୁ କାଶ୍ମୀରର ପାଇଁ ତାରିଖ ଘୋଷଣା ହେବା ନେଇ ସୂତ୍ରରୁ ଜଣାପଡିଛି। 

16 August 2024
15:35 PM

ହରିୟାଣାରେ ହେବ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ। ଅକ୍ଟୋବର ୧ ତାରିଖରେ ହେବ ଭୋଟିଂ। ୪ ତାରିଖରେ ପ୍ରକାଶ ପାଇବ ଫଳାଫଳ। ୫ ତାରିଖରେ ଏଥିଲାଗି ବିଜ୍ଞପ୍ତି ପ୍ରକାଶ ପାଇବ। ୧୨ ସେପ୍ଟେମ୍ବରରୁ ଆରମ୍ଭ ହେବ ନାମାଙ୍କନ ଦାଖଲ ପ୍ରକ୍ରିୟା। ୧୬ ସେପ୍ଟାମ୍ବର ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ହେବ। ୬ ଅକ୍ଟୋବର ସୁଦ୍ଧା ଶେଷ ହେବ ନିତର୍ବାଚନ ପ୍ରକ୍ରିୟା।

15:33 PM

ପ୍ରଥମ ପର୍ଯ୍ୟାୟ ଲାଗି ବିଜ୍ଞପ୍ତି  ଅଗଷ୍ଟ ୨୦ ତାରିଖରେ ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟ ଲାଗି ୨୯ ତାରିଖ ଏବଂ ତୃତୀୟ ପର୍ଯ୍ୟାୟ ଲାଗି ୫ ସେପ୍ଟମ୍ବରରେ ବିଜ୍ଞପ୍ତି ପ୍ରକାଶ ପାଇବ।

15:30 PM

ପ୍ରଥମ ପର୍ଯ୍ୟାୟରେ ୧୮ ସେପ୍ଟେମ୍ବରରେ ହେବ ଭୋଟ। ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ୨୫ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ। ତୃତୀୟ ପର୍ଯ୍ୟାୟ ଭୋଟ ୧ ଅକ୍ଟୋବରରେ ନିର୍ଦ୍ଧାରଣ କରାଯାଇଛି। ଗଣତି ୪ ଅକ୍ଟୋବରରେ ଗଣତି। ୬ ଅକ୍ଟୋବରରେ ଶେଷ ହେବ।

15:28 PM

୩ ଜୁନ୍‍ରେ ଆମେ ପ୍ରତିଜ୍ଞା କରିଥିଲୁ ଯେ ନିର୍ବାଚନ ପ୍ରକ୍ରିୟାକୁ ସଂକ୍ଷିପ୍ତ କରିବୁ। ଏହିକ୍ରମରେ ନଜର ପକାନୁ କେବେ ହେବ ନିତର୍ବାଚନ। ୩ ପର୍ଯ୍ୟାୟରେ ହେବ ଜମ୍ମୁ ଓ କଶ୍ମୀର ନିରର୍ବାଚନ ।

15:25 PM

ଲମ୍ବା ସମୟ ପରେ ଜମ୍ମୁ ଓ କଶ୍ମୀରରେ ନିର୍ବାଚନ ହେବାକୁ ଯାଉଛି। ଏଥର ଏଠାରେ ଉତ୍ସବ ଋତୁ ଚାଲିଛି। ଏହାସହ ନିର୍ବାଚନ ଋତୁ ଗୋଟିଏ।

15:23 PM

ଅଧିକ ପ୍ରୌଢ଼ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବାକୁ ଚାହୁଁଛନ୍ତି। ସେଥିଲାଗି ବ୍ୟବସ୍ଥା କରାଯିବ। ସମସ୍ତ ଟେକ୍ନୋଲୋଜି ବ୍ୟବହାର କରାଯିବ। ପ୍ରାର୍ଥୀଙ୍କୁ ଜାଣିବା ପାଇଁ ମୋବାଇଲ ଅପ୍‍ ରହିବ। ସମସ୍ତ ନ୍ୟାୟିକ ସଂସ୍ଥା କେନ୍ଦ୍ରୀୟ ବଳ ଏବଂ ରାଜ୍ୟ ବଳଙ୍କୁ ଡ୍ରଗ୍ସ, ମଦ, ନଗଦ କାରବାର ବନ୍ଦ ପାଇଁ ଚଢ଼ଉ ପାଇଁ ସୁଯୋଗ ମିଳିବ।

15:23 PM

୨୦ ଅଗଷ୍ଟରେ ଶେଷ ହେବ ଜମ୍ମୁ ଓ କଶ୍ମୀରରେ ଇଲେକ୍ଟୋରାଲ ରୋଲ ପ୍ରସ୍ତୁତି। ହରିୟାଣାରେ ୨୭ ଅଗଷ୍ଟରେ ଇଲେକ୍ଟୋରାଲ ରୋଲ ପ୍ରସ୍ତୁତି ଶେଷ ହେବ।

15:22 PM

ହରିୟାଣାର ଗୁରଗାଓଁ, ଫରିଦାବାଦ, ସୋନିପଥରେ ବସ୍ତି ଓ ବହୁତଳ ପ୍ରାସାଦରେ ହେବ ବୁଥ। ସହରାଞ୍ଚଳ ଲୋକଙ୍କ ଆବଶ୍ୟକତାକୁ ଦେଖି ହେବ ପ୍ରସ୍ତୁତି। ସମସ୍ତ ବୁଥରେ ପିଇବା ପାଣି, ପରିଶ୍ରାଗାର, ରାମ୍ପ, ଓ୍ୱାଲ ଚେୟାର, ଛାଇ ବ୍ୟବସ୍ଥା କରାଯିବ।

15:14 PM

NEW DGP ODISHA_ ଦାୟିତ୍ୱ ଗ୍ରହଣ କଲେ ନୂଆ ଡିଜିପି। ଓ୍ୱାଇବି ଖୁରାନିଆ ରାଜ୍ୟର ନୂଆ ଡିଜି ପୁଲିସ ଭାବେ କଟକ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ସମ୍ପର୍କରେ ସୂଚନା ଦେଇଥିଲେ।

fallback

15:13 PM

ଜମ୍ମୁ ଓ କଶ୍ମୀରେ ୯୦ ଆସନ। ଏଥିରୁ ୭୪ ସାଧାରଣ, ୭ ଅନୁସୂଚିତ ଜାତି, ୯ ଅନୁସୂଚିତ ଜନଜାତି।  ୩୬୦ ମଡେଲ ପୁଲିଂ ଷ୍ଟେସନ।

15:10 PM

ଜମ୍ମୁ କଶ୍ମୀରରେ ସମୁଦାୟ ଭୋଟର ସଂଖ୍ୟା  ୮୭.୦୯ ଲକ୍ଷ ଭୋଟର, ୪୪.୪୬ ଲକ୍ଷ ପୁରୁଷ ଭୋଟର। ଏଥର   ୩.୭୧ ଲକ୍ଷ ଭୋଟର ପ୍ରଥମଥର ଭୋଟ ଦେବେ। ୯୧୬୯ ବୁଥରେ ଭୋଟ ଦେବେ। ୨୧ ଲକ୍ଷ ହେଉଛନ୍ତି  ଯୁବ ଭେଟର।ଯୁବ ଭୋଟର ହେବେ ଆମର ଦୂତ: ନିର୍ବାଚନ ଆୟୁକ୍ତ।

15:08 PM

ଆମେ କେବଳ ଭୋଟ ଦେବାକୁ ନାହୁଁ କିନ୍ତୁ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରତିଫଳିତ କରିବାକୁ ଚାହୁଁଛୁ। ଆମେ ଏହା ଜମ୍ମୁ ଓ କଶ୍ମୀରରେ ଚାହୁଁଛୁ। ଲୋକେ ଚାହୁଁଛନ୍ତି ପରିବର୍ତ୍ତନ। କେବଳ ପରିବର୍ତ୍ତନ ନୁହେଁ ବରଂ ଏଥିରେ ସେମାନେ ସାମିଲ୍‍ ହେବାକୁ ଚାହୁଁଛନ୍ତି। ଲୋକେ ବୁଲେଟ ବଦଳରେ ବ୍ୟାଲଟ ଚାହୁଁଛନ୍ତି।

15:06 PM

୨୦୨୪ ନିର୍ବାଚନ ପ୍ରକ୍ରିୟା ସବୁଠାରୁ ସଫଳ ଉଦ୍ୟମ ଥିଲା। ଯେଉଁ ଚମକ ଆମେ ଏହି ନିର୍ବାଚନରୁ ଦେଖିଛୁ ତାହା ବହୁତ ଦିନ ଯାଏ ସେପରି ରହିବ। ବିଶ୍ୱର ଯେ କୌଣସି ପ୍ରାନ୍ତରେ ନିର୍ବାଚନ ହେଲେ ତାହାର ତୁଳନାତ୍ମକ କଥା ଆମ ପାଖକୁ ଆସିବ। ଏହା ଲୋକତନ୍ତ୍ରର ସବୁଠାରୁ ବଡ଼ ଜୀବୀତ ଉଦାହରଣ ଥିଲା। ସମସ୍ତ ରାଜନୀତିକ ଦଳ, ଲୋକ ଏବଂ ସମସ୍ତଙ୍କ ପାଖରେ ଏକ ଇଚ୍ଛା ଥିଲା ଯେ ଯଲ୍ଦି ନିର୍ବାଚନ ହେଉଛି। ୨୦୨୪ ନିର୍ବାଚନକୁ ଆଗକୁ ନେବାକୁ ଆଜି ଆମେ ଆପଣଙ୍କ ସାମ୍ନାରେ ଅଛୁ: ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର।

15:02 PM

ତିନି ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ନିର୍ବାଚନ ଆୟୁକ୍ତଙ୍କ ପ୍ରେସ୍‍ ମିଟ୍‍। ଲୋକସଭସା ନିର୍ବାଚନ ୨୦୨୪ ପରେ ଏହା ହେଉଛି ପ୍ରଥମ ବିଧାନସଭା ନିର୍ବାଚନ। ଝାଡ଼ଖଣ୍ଡ, ଜମ୍ମୁ ଓ କଶ୍ମୀର ଏବଂ ମହାରାଷ୍ଟ୍ର ବିଧାନସଭା ପାଇଁ ହେବ ନିର୍ବାଚନ।

13:26 PM

Election Commission Press meet Live: ହରିୟାଣା ସିଏମ ନୟାବ ସିଂ ସାଇନି ଏକ ବଡ ବୟାନ ଜାରି କରିଛନ୍ତି। ନିର୍ବାଚନ ଆୟୋଗର ସାମ୍ବାଦିକ ସମ୍ମିଳନୀକୁ ନେଇ ସେ କହିଛନ୍ତି କି ଆଜି ତାରିଖ ଘୋଷଣା ହେବା ନେଇ କିଏ କହିଛି। ଠିକ୍ ସମୟରେ ହରିୟାଣାରେ ନିର୍ବାଚନ ଅନୁଷ୍ଠିତ ହେବ। ବାସ୍ତବରେ, ହରିୟାଣାରେ ୨୦୧୯ ଅକ୍ଟୋବର ୨୧ରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଅନୁଷ୍ଠିତ ହୋଇଥିଲା। ୨୪ ଅକ୍ଟୋବରରେ ଫଳାଫଳ ଆସିଥିଲା।

13:21 PM

Election Commission Press meet Live: ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବାକୁ ନିର୍ବାଚନ ଆୟୋଗ ଆଜି ଅପରାହ୍ନ 3 ଟାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ତେବେ ନିର୍ବାଚନ ତାରିଖ କେତେ ଏବଂ କେଉଁ ରାଜ୍ୟରେ ଘୋଷଣା କରାଯିବ ତାହା ସ୍ପଷ୍ଟ କରିନାହିଁ। ତେବେ ଆଜି ହରିୟାଣା ଏବଂ ଜାମ୍ମୁ କାଶ୍ମୀରରେ ନିର୍ବାଚନ ତାରିଖ ଘୋଷଣା କରାଯାଇପାରିବ ବୋଲି ବିଶ୍ୱାସ କରାଯାଉଛି।

13:20 PM