Odisha News Live Updates:ଆଜି ଆସିବ ରତ୍ନ ଭଣ୍ତାର SOP! ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର
Advertisement
Article Detail0/zeeodisha/odisha2333662

Odisha News Live Updates:ଆଜି ଆସିବ ରତ୍ନ ଭଣ୍ତାର SOP! ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates:ଆଜି ଆସିବ ରତ୍ନ ଭଣ୍ତାର SOP! ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର
LIVE Blog

 

 

13 July 2024
23:29 PM

Odisha News Live Updates: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବାଲୁକା ଶିଳ୍ପୀ ସୁଦର୍ଶନ
ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ  ବିଜୟୀ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିବା ପରେ ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଜି ଭୁବନେଶ୍ଵରରେ ପହଞ୍ଚିଛନ୍ତି। ଭୁବନେଶ୍ଵରରେ ପହଞ୍ଚିବା ପରେ ସେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ  ପଦ୍ମଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହା ସହିତ ସମ୍ମାନ ସ୍ୱରୂପ ଦୁଇ ଲକ୍ଷ ଟଙ୍କାର ପୁରସ୍କାର  ପ୍ରଦାନ କରାଯିବ ବୋଲି ଘୋଷଣା  କରିଛନ୍ତି । ରାଜ୍ୟ ସଂସ୍କୃତି ମନ୍ତ୍ରୀ ଶ୍ରୀ  ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରଥଯାତ୍ରା ଠାରୁ ବାହୁଡା ମଧ୍ୟରେ ଋଷିଆରେ ନିଜର ପ୍ରତିଭା ଦ୍ବାରା ସମ୍ମାନିତ ହେବା ଏକ କଳାତ୍ମକ ସଂଯୋଗ। ସେ କହିଛନ୍ତି ଯେ ସୁଦର୍ଶନ ବାବୁ ନନ୍ଦିଘୋଷ ରଥକୁ ଋଷିଆରେ ପ୍ରଦର୍ଶିତ କରି ଓଡ଼ିଆ ଅସ୍ମିତାକୁ ବିଶ୍ଵ ସ୍ତରକୁ ନେଇ ପାରିଛନ୍ତି।

21:43 PM

Odisha News Live Updates: ୧୫ରୁ ପୁଣି ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ଆରମ୍ଭ
ଆସନ୍ତା ଜୁଲାଇ ୧୫ ତାରିଖରୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜନସାଧାରଣଙ୍କ ଅଭିଯୋଗର ଶୁଣାଣି ଆରମ୍ଭ କରିବେ। ସାଧାରଣ ପ୍ରଶାସନ ବିଭାଗ ଅନୁଯାୟୀ, ଭୁବନେଶ୍ୱରର ୟୁନିଟ୍- ୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି ହେବ। ଦିନ ୧୧ ଟା ସମୟରୁ ଏହି ଅଭିଯୋଗ ଶୁଣାଣି ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ତେବେ ଶୁଣାଣି ପାଇଁ ପଞ୍ଜୀକରଣ କରିବାକୁ ଚାହୁଁଥିବା ବ୍ଯକ୍ତି ସେହି ଦିନ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ କରିପାରିବେ।

 

21:43 PM

Odisha News Live Updates: କାଲିଠୁ ନୀଳାଦ୍ରି ବିଜେ ଯାଏଁ ପୁରୀରେ ରହିବେ ଉପମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଆସନ୍ତାକାଲି (ରବିବାର) ଠାରୁ ପୁରୀ ଯାଇ ରଥଯାତ୍ରାର ଅବଶିଷ୍ଟ ରୀତିନୀତି ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଳାଦ୍ରୀ ବିଜେ ସରିବା ପର୍ଯ୍ୟନ୍ତ ପୁରୀ ଠାରେ ସକ୍ରିୟ ଭାବେ ଉପସ୍ଥିତ ରହି ଶ୍ରୀଗୁଣ୍ଡିଚା ଯାତ୍ରାର ଅବଶିଷ୍ଟ ରୀତିନୀତି ଯେପରି ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ ଏବଂ ଶ୍ରଦ୍ଧାଳୁ ତଥା ଭକ୍ତମାନଙ୍କର କୌଣସି ଅସୁବିଧା ବା ନହେବ ତାହା ସୁନିଶ୍ଚିତ କରିବାକୁ ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି।

18:38 PM

Odisha News Live Updates: ମୃତାହତଙ୍କ ପାଇଁ କ୍ଷତିପୂରଣ ଘୋଷଣା
ଆଜି  ହାଇଦ୍ରାବାଦରୁ ଗୟା ଯାଉଥିବା ଏକ ବସ୍ ବାରିପଦା ଠାରେ  ଦୁର୍ଘଟଣା ଗ୍ରସ୍ତ ହୋଇ ୩ ଜଣ ବ୍ୟକ୍ତି ପ୍ରାଣ ହରାଇବା ଓ ୬ ଜଣ ଗୁରୁତର ଆହତ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି। ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ  ଆହତମାନଙ୍କ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ବିନା ଖର୍ଚ୍ଚରେ କରିବା ପାଇଁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତ ଆହତ ବ୍ୟକ୍ତିମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି୤

 

18:37 PM

Odisha News Live Updates: ପରାଜିତ ହୋଇ କାଦୁଅରେ ଗଡ଼ିଲେ ସ୍ୱାଧୀନ ପ୍ରାର୍ଥୀ
ହାର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ପଞ୍ଜାବ ସମେତ ଦେଶର ୭ ଟି ରାଜ୍ୟର ୧୩ଟି ବିଧାନସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ପଞ୍ଜାବର ଜଲନ୍ଦର ପଶ୍ଚିମ ବିଧାନସଭା ଆସନରୁ ଏଏପି ନେତା ମୋହିନ୍ଦର ଭଗତ ଏକ ବଡ଼ ବିଜୟ ପଞ୍ଜିକରଣ କରିଛନ୍ତି। ମୋହିନ୍ଦର ଭଗତ ୩୭ ହଜାରରୁ ଅଧିକ ଭୋଟ୍ ପାଇଥିବାବେଳେ ବିଜେପି ନେତା ଶିତଲ ଅଙ୍ଗୁରାଲ ୧୭୯୨୧ ଭୋଟ୍ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଏବଂ କଂଗ୍ରେସ ପ୍ରାର୍ଥୀ ୧୬୭୫୭ ଭୋଟ୍ ପାଇଛନ୍ତି। କିନ୍ତୁ ସ୍ବାଧୀନ ପ୍ରାର୍ଥୀ ଏକ ହଜାର ଭୋଟ୍ ବି ପାଇନାହାନ୍ତି କିନ୍ତୁ ତାଙ୍କୁ ନେଇ ଅନେକ ଆଲୋଚନା କରାଯାଉଛି।

 

18:37 PM

Odisha News Live updates: ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୧୫୩ ରନ୍
ଟିମ୍ ଇଣ୍ଡିଆ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ୫ଟିକିଆ ଟି-୨୦ ମ୍ୟାଚ୍‌ର ଚତୁର୍ଥ ଟି-୨୦ ମ୍ୟାଚ୍ ଶନିବାର ହରାରେର ହରାରେ ସ୍ପୋର୍ଟସ୍ କ୍ଲବ୍‌ରେ ଖେଳାଯାଉଛି। ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ଶୁଭମାନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଜିମ୍ବାଓେ ଅଧିନାୟକ ସିକନ୍ଦର ରାଜାଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା। ଜିମ୍ବାୱେ ଧାର୍ଯ୍ୟ ୨୦ ଓଭରରେ ୭ ୱିକେଟ ହରାଇ ୧୫୨ ରନ୍ କରିଛି। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୧୫୩ ରନ୍ ରହିଛି। ଜିମ୍ବାୱେ ପକ୍ଷରୁ ୱେସଲି ମାଡେଭେରେ ୨୫ ରନ୍ କରିଥିବାବେଳେ ତାଡିୱାନାସେ ମାରୁମାନି ୩୨ ରନ୍ କରିଥିଲେ। ସେହିପରି ବ୍ରାଏନ ବେନେଟ ୯, ଡିଅନ ମାୟର୍ସ ୧୨ , ସିକନ୍ଦର ରଜା ୪୬ , ଜୋନାଥନ କ୍ୟାମ୍ପବେଲ ୩ , କ୍ଲିଭ ମାଡାଣ୍ଡେ ୭, ଫାରାଜ ଆକ୍ରାମ ୪ ରନ୍ କରିଥିଲେ।

 

17:32 PM

Odisha News Live Updates: ବିଧାନସଭା ଉପ-ନିର୍ବାଚନ ଫଳାଫଳ: ଏନଡିଏକୁ ବଡ଼ ଝଟ୍‌କା, ୧୦ ଆସନ ହାତେଇଲା ଇଣ୍ଡିଆ ମେଣ୍ଟ
ଦେଶର ୭ ରାଜ୍ୟର ୧୩ ଟି ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଉପ-ନିର୍ବାଚନରେ ​​ଏନଡିଏ ଏକ ବଡ଼ ଝଟ୍‌କା ଲାଗିଛି। ୧୩ ଟି ସିଟ୍ ମଧ୍ୟରୁ ୧୦ଟି ଆସନରେ ଇଣ୍ଡିଆ ମିଳିତ ମଞ୍ଚ ଜିତିଛି। ଯେତେବେଳେ କି ଗୋଟିଏ ଆସନରେ ଜଣେ ସ୍ୱାଧୀନ ଜିତିଛନ୍ତି। ମଧ୍ୟପ୍ରଦେଶର ଅମରୱାଡା ଆସନ ଏବଂ ହିମାଚଳ ପ୍ରଦେଶର ହମିରପୁର ଆସନରେ ବିଜେପି ଜିତିଛି। ଲୋକସଭା ନିର୍ବାଚନରେ ​​ନିଜେ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନ ଥିବା ବିଜେପି ପାଇଁ ଦେଢ଼ ମାସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବଡ଼ ଝଟ୍‌କା। ଯେଉଁଠାରେ ଉପ-ନିର୍ବାଚନ ଫଳାଫଳ ଇଣ୍ଡିଆ ମିଳିତ ମଞ୍ଚ ପାଇଁ ଏକ ଲାଇଫ୍ ଲାଇନ୍ ବୋଲି ପ୍ରମାଣିତ ହୋଇଛି।

17:31 PM

Odisha News Live Updates: ମମତାଙ୍କ କ୍ଲିନ୍ ସ୍ବିପ୍: ଉପ-ନିର୍ବାଚନରେ ​​ଟିଏମସି ସମସ୍ତ ଆସନ ଜିତିଲା
ମମତା ବାନାର୍ଜୀଙ୍କ ନେତୃତ୍ୱରେ ଶାସକ ଟିଏମସି ଉପରେ ପଶ୍ଚିମବଙ୍ଗର ଲୋକମାନେ ପୁଣି ଥରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ରାଜ୍ୟର ଚାରିଟି ବିଧାନସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପ-ନିର୍ବାଚନରେ ​​ଦଳ ବିରୋଧୀ ଦଳକୁ ପରାଜିତ କରି କ୍ଲିନ୍ ସ୍ବିପ୍ କରିଛି। ସୂଚନାଯୋଗ୍ୟ, ରାଜ୍ୟର ରାଇଗଞ୍ଜ, ବାଗଡା, ରାଣାଘାଟ ଏବଂ ମାଣିକତଲା ଆଦି ଚାରୋଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଟିଏମସି ପ୍ରାର୍ଥୀମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ରାଇଗଞ୍ଜ ଆସନରୁ ଟିଏମସି ପ୍ରାର୍ଥୀ କୃଷ୍ଣ କଲ୍ୟାଣୀ ବିଜେପି ପ୍ରାର୍ଥୀ ମାନସ କୁମାର ଘୋଷଙ୍କୁ ୪୯ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ରାଇଗଞ୍ଜ ପରେ ଟିଏମସି ବାଗଡା ଏବଂ ରାଣାଘାଟ ଆସନ ଜିତିଛି।

 

16:33 PM

odisha News Live Updates: ଅଗ୍ନିବୀର ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲେ ମାୟାବତୀ
କେନ୍ଦ୍ର ସରକାର ୨୦୨୨ ମସିହାରେ ଭାରତୀୟ ସେନାରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ପ୍ରସ୍ତୁତ କରିଥିଲେ। ସେହି ଦିନଠାରୁ ବିରୋଧୀ ଦଳର ନେତାମାନେ ଏହି ଯୋଜନା ସମ୍ପର୍କରେ ସରକାରଙ୍କ ଉପରେ ଆକ୍ରମଣ କରିଆସୁଛନ୍ତି। ନିକଟରେ ପୂର୍ବତନ ଅଗ୍ନିଶମ କର୍ମଚାରୀଙ୍କ ପାଇଁ 10 ପ୍ରତିଶତ ପଦବୀ ସାମରିକ ବାହିନୀ ପାଇଁ ସଂରକ୍ଷିତ ରହିବ ବୋଲି ସରକାର ଘୋଷଣା କରିଛନ୍ତି। ଏହି ସଂରକ୍ଷଣ ସମ୍ପର୍କରେ ନିଜର ପ୍ରତିକ୍ରିୟା ପ୍ରଦାନ କରି ବିଏସପି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ମଧ୍ୟ ଅଗ୍ନିବୀରଙ୍କ ପାଇଁ ଉଦ୍ବେଗ ପ୍ରକାଶ କରିଛନ୍ତି। ବିଏସପି ସୁପ୍ରିମୋ ମାୟାବତୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି – ସେନାରେ ଅଗ୍ନିବୀର ଭାବରେ ସ୍ୱଳ୍ପ ମିଆଦି ତଥା ଅସ୍ଥାୟୀ ନିଯୁକ୍ତି ପ୍ରସଙ୍ଗ ହେଉଛି ଜନସାଧାରଣ ତଥା ଜାତୀୟ ସ୍ୱାର୍ଥ ସହ ଜଡିତ ଏକ ପ୍ରସଙ୍ଗ। ଯାହାକୁ ନେଇ ଲୋକଙ୍କ ଚିନ୍ତା ଲାଗି ରହିଛି।

 

14:24 PM

Odisha News Live Updates: ୟୁନିଫର୍ମ ସର୍ଭିସ୍‌ରେ ନିଜର ବ୍ୟକ୍ତିଗତ ଜୀବନରେ ଅନେକ ତ୍ୟାଗ ଦେବାକୁ ପଡିଥାଏ। ସାଧାରଣ ନାଗରିକ, ଆମର ମା' ଭଉଣୀ ଏବଂ ପିଲାମାନଙ୍କର ସୁରକ୍ଷା ଆମ ଉପରେ ନିର୍ଭର କରେ। ଏ କ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠା ସହିତ ଉତ୍ତମ ବ୍ୟବହାର ପୋଲିସର ଭାବମୂର୍ତ୍ତିକୁ ଉଜ୍ଜଳ କରିବାରେ ସହାୟକ ହୁଏ। ୟୁନିଫର୍ମ ସର୍ଭିସକୁ ଜନସାଧାରଣଙ୍କ ଉତ୍ସର୍ଗୀକୃତ ସେବାର ଏକ ପ୍ରତୀକ ଭାବେ ପ୍ରତିଫଳିତ କରିବା ପାଇଁ ଆପଣମାନଙ୍କୁ ସଦା ସର୍ବଦା ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ଆଜି ଭୁବନେଶ୍ବର ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀରେ ସଶସ୍ତ୍ର ପୋଲିସ ସବ୍‌ ଇନ୍‌ସପେକ୍ଟର ମାନଙ୍କ ପାସିଙ୍ଗ ଆଉଟ୍‌ ପ୍ୟାରେଡ୍ ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା ପୁଲିସ ବାହିନୀଙ୍କୁ ପରାମର୍ଶ ଦେଇଛନ୍ତି।

13:52 PM

Odisha News Live Updates: ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ପୁଅର ଦାଦାଗିରି ସାମ୍ନାକୁ ଆସିଛି। ରଥଯାତ୍ରା ସମୟରେ ରାଜ୍ୟପାଳ ପୁରୀ ରାଜଭବନରେ ଥିବା ସମୟରେ ତାଙ୍କ ପୁଅ ଲଳିତ କୁମାର ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ପରେ ବୈକୁଣ୍ଠ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଜଣା ଇଥିଲେ ମଧ୍ୟ ସେ ଚୁପ ରହିଥିଲେ। ତେବେ ଆଜି ବାଧ୍ୟ ହୋଇ ମାଡ଼ ମାରିଥିବା ନେଇ ପୁରୀ ସମୂଦ୍ରକୂଳ ଥାନାରେ ଏତଲା ଦେଇଛନ୍ତି ବୈକୁଣ୍ଠ। 

 

13:09 PM

 Odisha News Live Updates: ପୁରୀରେ ଗୁଣ୍ଡିଚା ବିଜେ ପହଣ୍ଡି ବେଳେ ବଡ଼ ଠାକୁର ଚାରମାଳରୁ ପଡ଼ିଯିବା ଘଟଣା ଏବେ ସମସ୍ତଙ୍କୁ ମର୍ମାହତ କରିଛି। ଏହାର ମୁଖ୍ୟ କାରଣ ସେବାୟତଙ୍କ ବେପୁରୁଆ ମନଭାବ ଓ ଅଣସେବାୟତଙ୍କ ପ୍ରବେଶକୁ ଅନେକ ସ୍ଥଳରେ ଦାୟୀ କରାଯାଇଥିବା ବେଳେ ଏନେଇ ଆଜି ବିସ୍ଫୋରକ ବୟାନ ଦେଇଛନ୍ତି ମହାପ୍ରଭୁ ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର। ଶ୍ରୀ ଦାସମହାପାତ୍ର ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ବର୍ଷ ବର୍ଷର ପରମ୍ପରାକୁ ଭାଙ୍ଗି ନୀତିକାନ୍ତି ହୋଇଛି। ଅଣସର ଘରେ ସେନାପଟା ଲାଗି ହୋଇଛି। ହଜାର ହଜାର ବର୍ଷର ରଥ ଆଜ୍ଞାମାଳ ବିଧିକୁ ବି ଭାଙ୍ଗି ଦିଆଯାଇଛି। ଭୋକ ଉପାସରେ ଠାକୁରଙ୍କୁ ପହଣ୍ଡି କରି ଅଣାଯାଇଛି। ପ୍ରତିପଦା ବଦଳରେ ଦ୍ବିତୀୟାରେ ନେତ୍ରୋତ୍ସବ ଓ ନବଯୌବନ କରାଯାଇଛି। ପହଣ୍ଡି ବେଳେ ବଡ଼ଠାକୁର ଶ୍ରୀବଳଭଦ୍ର ଚାରମାଳ ଉପରେ ପଡ଼ିଯିବା ଭଳି ବଡ଼ ଅଘଟଣ ପରେ ଏଭଳି କହିଛନ୍ତି ହଳଧର ଦାସମହାପାତ୍ର। ଏଥିପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ସେ ଦାୟୀ କରିଛନ୍ତି। 

12:52 PM

Odisha News Live Updates:  ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ । ଉପ-ଆରକ୍ଷୀ ନିରୀକ୍ଷକ ପ୍ରଶିକ୍ଷାର୍ଥୀଙ୍କ ‘ଦୀକ୍ଷାନ୍ତ ସମାରୋହ’। ଭୁବନେଶ୍ବର ସ୍ଥିତ ବିଜୁ ପଟ୍ଟନାୟକ ପୋଲିସ୍ ଏକାଡେମୀରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ।

12:50 PM

Odisha News Live Updates: ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଛି ଆଡ଼ପ ଦର୍ଶନ।ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରି ଧନ୍ୟ ହେଉଛନ୍ତି। ସେପଟେ ଗତକାଲି  ତିନି ରଥ ଦକ୍ଷିଣ ମୋଡ଼ ନେଇ ଆଜ୍ଞା ମାଳ ବିଜେ ହୋଇଥିଲା।ପ୍ରଥମେ ସୁଭଦ୍ରାଙ୍କ ଦେବଦଳନ ରଥକୁ ଶରଧା ବାଲିରେ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ନିକଟରେ ଲଗାଯାଇଥିଲା।ପରେ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ମଧ୍ୟ ଗତକାଲି ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାରରେ ଅବସ୍ଥାପିତ କରାଯାଇଥିବା ଆଜି ସକାଳୁ ନନ୍ଦିଘୋଷ ରଥକୁ ଦକ୍ଷିଣମୋଡ଼ କରାଯାଇ ଥିଲା।ତିନି ରଥ ଏବେ ନାକଚଣା ଦ୍ୱାରରେ ।ତେବେ ଆସନ୍ତାକାଲି ନବମୀ ସନ୍ଧ୍ୟା ଦର୍ଶନ ରହିଥିବା ବେଳେ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ସର୍ବସାଧାରଣ  ଦର୍ଶନ ଅନୁଷ୍ଠିତ ହେବ।ସେହିପରି ଆଗାମୀ ସୋମବାର ଦିନ ମହାପ୍ରଭୁଙ୍କର ବାହୁଡା ଯାତ୍ରା ଅନୁଷ୍ଠିତ ହେବ।

 

12:08 PM

Odisha News Live Updates:  ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ସୁରକ୍ଷାକର୍ମୀ। କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅଂଚଳରେ ଗତକାଲି ମାଓବାଦୀଙ୍କ ବନ୍ଧୁକ କାରଖାନାରେ ଚଢ଼ଉ କରିଛି ବିଏସଏଫ ଟିମ୍। ଘଟଣାସ୍ଥଳରୁ ୬ଦେଶୀ ବନ୍ଧୁକ ସହ ଅନ୍ୟାନ୍ୟ ବିସ୍ଫୋରକ ଓ ସାମଗ୍ରୀ ଜବତ ହୋଇଛି। ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅଧିନସ୍ଥ ରାଲିଗଡ ପଞ୍ଚାୟତରେ ଥିବା ବରହାଭଲସା ଓ ଚିଦାମାମିଦି ଗାଁରେ ଚଢ଼ଉ କରିବା ପରେ ଏଭଳି ସରଞ୍ଜାମ ପାଇଛି ବିଏସଏଫ ପୁଲିସ। ମାଓବାଦୀଙ୍କ ଏଭଳି ଛୋଟ କାରଖାନା ସମ୍ପର୍କରେ ବିଏସଏଫର ଗୁଇନ୍ଦା ଶାଖାରୁ ସୂଚନା ପାଇବା ପରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ସୀମାର ଘଞ୍ଚ ଜଙ୍ଗଲ ଭିତରେ ଥିବା ଦୁଇଟି ଗାଁ ଭିତରେ ଯାଞ୍ଚ କରିଥିଲେ ବିଏସଏଫ ଜବାନ । ଏହି ସମୟରେ ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଉପରେ ପଡିଥିଲା ନଜର। ଚଢ଼ଉ କରି ସବୁ ସାମଗ୍ରୀକୁ ଜବତ କରାଯାଇଥିଲା। ତେବେ ବିଏସଏଫ ସ୍ପେଶାଲ ଅପରେସନ ଆଇଜି କେ ସି ଜଟଙ୍କ ନିର୍ଦ୍ଦେଶରେ ହୋଇଥିଲା ଏହି ଅପରେସନ। ସିଓବି ରେଲିଗଡା ୬୫ ବାଟାଲିୟନର ଅଧିକାରୀ ଓ ଜବାନ ଏହି ଅପରେସନରେ ସାମିଲ ହୋଇଥିଲେ।

11:37 AM

Odisha News Live Updates: ଏ-ମିତିବି ଆସେ ମୃତ୍ୟୁ।  ତିର୍ଥ ଯାତ୍ରା ହେଲା ଶେଷ ଯାତ୍ରା।  ଚାହୁଁଚାହୁଁ ଘଟିଗଲା ଭୟଙ୍କର ସଡ଼କ ଦୁର୍ଘଟଣା। ତିର୍ଥଯାତ୍ରୀ ବସ୍ କୁ ଧକ୍କା ଦେଲା ଟ୍ରକ। ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ୧୮ ନମ୍ବର ଜାତୀୟ ରାଜପଥର ବାରିପଦା ସହର ଥାନା ବୁଢି ଖମାରୀ ଛକ ନିକଟରେ ଘଟିଛି ଏହି ଛାତିଥରା ଦୁର୍ଘଟଣା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଭୟଙ୍କର ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି। 

11:22 AM

Odisha News Live Updates: ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଶେଷ।  ନନ୍ଦିଘୋଷ ରଥର ହେଲା ଦକ୍ଷିଣ ମୋଡ଼ । ନୀଳକନ୍ଦର ଅଭିମୁଖେ ବାହୁଡିବେ ନୀଳମଣି । ଗତକାଲି ଦର୍ପଦଳନ ଓ ତାଳଧ୍ୱଜ ରଥର ଦକ୍ଷିଣ ମୋଡ଼ ସରିଛି। 

11:07 AM

Odisha News Live Updates: ରାଜ୍ୟରେ ଗୁଳୁଗୁଳି ସହ ମୌମୁମୀ ଜନିତ ବର୍ଷା ଲାଗି ରହିଛି। ଆଜି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ।  ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୧୯ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ପାଣିପାଗ କେନ୍ଦ୍ର ପକ୍ଷରୁ ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।  ସେହି ଜିଲ୍ଲା ଗୁଡିକ ହେଲା  ମାଲକାନଗିରି, କୋରାପୁଟ୍, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ , ମୟୂରଭଂଜ ଓ କେନ୍ଦୁଝର।

 

10:36 AM

Odisha News Live Updates: ଆଜି ଆସିବ ଏସ୍‍ଓପି, କାଲି ଖୋଲିବ ରତ୍ନ ଭଣ୍ଡାର।  ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିଙ୍କ ସୁପାରିସ ଅନୁସାରେ ଆସନ୍ତା କାଲି ରତ୍ନ ଭଣ୍ଡାର ଖୋଲିବା ଲାଗି ସରକାର ପଅସ୍ତୁତି ଚଳାଇଛନ୍ତି। ବିଭାଗୀୟ ମନ୍ତ୍ରୀ ମଧ୍ୟ ଏନେଇ ସବୁଜ ସଙ୍କେତ ଦେଇଛନ୍ତି। ତେବେ କେମିତି ଖୋଲାଯିବ ଏବଂ କିଏ ଖୋଲିବ ତଥା ରତ୍ନ ଭଣ୍ଡାର ଖୋଲିବା ସମୟରେ ଆସୁଥିବା ବାଧା ବିଘ୍ନକୁ କେମିତି ମୁକାବିଲା କରାଯିବ ସେ ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ସରକାର ବିଚା ବିମର୍ଷ ଚଳାଇଛନ୍ତି। ଆଇନ ବିଭାଗ ଶ୍ରୀମନ୍ଦିର ରୀତି ନୀତିକୁ ଯାଞ୍ଚ କରୁଛି ଏବଂ ଆଜି ସୁଦ୍ଧା ତାହା ସ୍ପଷ୍ଟ ହେବ ବୋଲି ଆଶା କରାଯାଇଛି। 

09:57 AM

Odisha News Live Updates:  ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଆସିଛି। ଏହି ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି। ଜଗନଙ୍କ ସହ ୪ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ଏତଲା ରୁଜୁ କରାଯାଇଛି। ତେଲୁଗୁ ଦେଶମ ପାର୍ଟିର ବିଧାୟକ କେ ରଘୁରାମାକ୍ରିଷ୍ଣା ରାଜୁଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଏହି ୫ ଜଣଙ୍କ ବିରୁଦ୍ଧରେ ଏତଲା ଦାୟର କରାଯାଇଛି। 

09:04 AM

Odisha News Live Updates:  ସିକ୍କିମରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଛୁଟି ଘୋଷଣା କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହି ଅତିରିକ୍ତ ଛୁଟି ସରକାରୀ କର୍ମଚାରୀଙ୍କୁ ଆରାମ ନେବାକୁ ସମୟ ଦେବ ବୋଲି ଏଥିରେ କୁହାଯାଇଛି। 

 

08:33 AM

Odisha News Live Updates: ନେପାଳରେ ପୁଣି କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି। ନେପାଳ ସଂସଦରେ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’ ଆସ୍ଥା ହରାଇବାରୁ ତାଙ୍କୁ ପଅଅଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ହେବ। ୨୯୮ ସଦସ୍ୟ ବିଶିଷତ୍ଟ ସଂସଦରେ ତାଙ୍କ ସପକ୍ଷରେ ମାତ୍ର ୬୩ ସଦସ୍ୟ ଭୋଟ ଦେଇଥିଲେ। ପ୍ରଚଣ୍ଡଙ୍କ ପରାଜୟ ହେତୁ ନେପାଳରେ ସିପିଏନ୍‍-ୟୁଏମ୍‍ଏଲ୍‍ ମିଳିତ ଭାବେ ସରକାର ଗଢ଼ିବା ଲାଗି ବାଟ ଖୋଲିଛି।  

08:05 AM

Odisha News Live Updates: ରାଜ୍ୟରେ ଖୁବଶିଘ୍ର ଖୋଲିବ ଆଉ ୩ଟି ମେଡିକାଲ କଲେଜ୍ । ଯାଜପୁର, କନ୍ଧମାଳ ଓ ତାଳଚେର ଠାରେ ମେଡିକାଲ କଲେଜ୍ କାର୍ଯ୍ୟକ୍ଷମ ହେବ ବୋଲି  ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗା କହିଛନ୍ତି।    ଯାଜପୁରରେ୫୦ ସିଟ୍ ବିଶିଷ୍ଟ  ମେଡିକାଲ୍ କଲେଜ ପାଇଁ  ମେଡିକାଲ କାଉନସିଲରୁ ଅନୁମତି ମିଳି ସାରିଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। କନ୍ଧମାଳ ଓ ତାଳଚେର ନିମନ୍ତେ ଖୁବଶିଘ୍ର ଆବେଦନ କରାଯିବ। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ରାଜ୍ୟରେ ଏବେ ୧୧ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ଅଛି। ରାଜ୍ୟରେ ମେଡିକାଲ୍ କଲେଜ୍ ହେବା ନେଇ କଟକରେ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। 

07:23 AM

Odisha Daily News Live: ପବିତ୍ର ହେରା ପଞ୍ଚମୀରେ ମହାଲକ୍ଷ୍ମୀ ଗୁଣ୍ତିଚା ମନ୍ଦିରରେ ବିଜେ ପରେ ଶ୍ରୀମନ୍ଦିର ବାହୁଡିବା ପାଇଁ ମହାପ୍ରଭୁ ମନ ବଳାଇଛନ୍ତି। ଏଣୁ ଶୁକ୍ରବାର ରଥତ୍ରୟର ଦକ୍ଷିଣମୋଡ଼ ବିଧି ଅନୁଷ୍ଠିତ ହୋଇଛି। ଠାକୁରଙ୍କ ଆଜ୍ଞାମାଳ ବିଜେ ପରେ ରଥଟଣା ଆରମ୍ଭ ହୋଇଥିଲା।  ରଥ ଟଣା ଶେଷ ସୁଧା ଦର୍ପଦଳନ ଓ ତାଖଧ୍ବଜ ରଥ ନାକଚଣା ଦ୍ବାରରେ ପହଞ୍ଚିଛି।  ରାତି ହୋଇଯିବାରୁ ଆଜି ନନ୍ଦିଘୋଷ ରଥ ଟଣାଯିବ ବୋଲି ସୂଚନା ମିଳିଛି।  

07:18 AM

Horoscope Today 13 july 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁଲାଇ ୧୩ ହେଉଛି ଶନିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Today Horoscope: ଏହି ସବୁ ରାଶିଙ୍କ ପାଇଁ ଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର ?