Odisha News Live Updates: ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର
Advertisement
Article Detail0/zeeodisha/odisha2342620

Odisha News Live Updates: ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

Odisha News Live Updates: ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର
LIVE Blog
19 July 2024
22:48 PM

Odisha News Live Updates: ସିଲାଇ ଶିଖିବାକୁ ଯାଇ ତାମିଲନାଡୁରେ ଓଡ଼ିଆ ଯୁବତୀ ନିଖୋଜ
ଜଣେ ଯୁବତୀ ଦାଦନ ଖଟିବାକୁ ଯାଇ ନିଖୋଜ ହେଇ ଯିବା ସାଧାରଣରେ ଚକିତ କରିଛି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ବଡ଼ ଭରାଣ୍ଡି ଗ୍ରାମ ପଞ୍ଚାୟତର କଇଲାରି ଗ୍ରାମର ବଲମଣି ପୁଜାରୀ ୩ ବର୍ଷ ତଳେ ସ।ଙ୍ଗ ମାନଙ୍କ ସହ ସିଲାଇ ଶିଖିବାକୁ ତାମିଲନାଡୁର ତ୍ରିପୁର ଯାଇଥିଲା। ସେଠାରେ ଯାଇ ବର୍ଷକ ପରେ ବାପାଙ୍କ ପାଖକୁ ୧୦ ହଜାର ଟଙ୍କା ପଠାଇ ଥିଲା। ବର୍ଷକ ତଳେ ଝିଅ ବାପାଙ୍କୁ ଫୋନ କରିଥିଲା।

22:48 PM

Odisha news live updates: ପାକିସ୍ତାନକୁ ୭ ୱିକେଟରେ ହରାଇଲା ଭାରତ
ଚଳିତ ମହିଳା ଏସିଆ କପ୍ ୨୦୨୪ର ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଏକ ଦମଦାର ବିଜୟ ହାସଲ କରିଛି ଭାରତ। ଶ୍ରୀଲଙ୍କାର ରଙ୍ଗିରି ଡାମବୁଲ୍ଲା ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତୀୟ ମହିଳା ଦଳ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଉଭୟ ବ୍ୟାଟ୍ସମ୍ୟାନ୍ ଏବଂ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ୧୦୯ ରନ୍ ସ୍କୋର କରି ଟିମ୍ ଇଣ୍ଡିଆ ଏହାକୁ ୧୪.୧ ଓଭରରେ ହାସଲ କରିଛି। ଟିମ୍ ଇଣ୍ଡିଆ ପାଇଁ ୩୧ଟି ବଲରେ ସ୍ମୃତି ମନ୍ଦାନା ୪୫ ରନ୍ ସଂଗ୍ରହ କରିଥିଲେ। ଏହି ଅବଧିରେ ସେ ୯ଟି ଚୌକା ମାରିଥିଲେ। ତାଙ୍କ ବ୍ୟତୀତ ଶେଫାଳୀ ୧୯ ବଲରେ ୪୦ ରନ ଖେଳିଥିଲେ। 

19:38 PM

Niladri Bije: ନୀଳାଦ୍ରି ବିଜେ ପାଇଁ ପହଣ୍ଡି ଆରମ୍ଭ
ଆଜି ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ। ରତ୍ନବେଦୀକୁ ଫେରୁଛନ୍ତି ୩ ଠାକୁର। ବଡ଼ ଠାକୁରଙ୍କର ପହଣ୍ଡି ଆରମ୍ଭ।

19:38 PM

Odisha News Live Updates: ଅଶାନ୍ତ କୁମାର ଦାସ ହାଇକୋର୍ଟଙ୍କ ନୂଆ ରାଜିଷ୍ଟ୍ରାର ଜେନେରାଲ
ଭୁବନେଶ୍ୱର: ବାଲେଶ୍ୱରରେ ଅଧିଷ୍ଠିତ ଜିଲ୍ଲା ଓ ଦୌରାଜଜ୍‍ ଅଶାନ୍ତ କୁମାର ଦାସଙ୍କୁ ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲ୍‍ ଭାବେ ବଦଳି କରାଯାଇଛି। ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଏହା କୁହାଯାଇଛି। ଏଥିରେ କୁହାଯାଇଛି ଯେ, ବର୍ତ୍ତମାନ ଅଧିଷ୍ଠିତ ରେଜିଷ୍ଟ୍ରାର ଜେନେରାଲ୍‍ଙ୍କ ବଦଳି ହୋଇଥିବାରୁ ସେ ଏହି ପଦବୀରେ ରହିବେ।  ଶ୍ରୀ ଦାସ ରାଜ୍ୟ ସରକାରଙ୍କ ବିଚାର ବିଭାଗୀୟ ସେବାର ଜଣେ ବରିଷ୍ଠ ଅଧିକାରୀ ଭାବେ ପରିଚିତ।

18:44 PM

Odisha News Live Updates: ସୋମବାର ଅଭିଯୋଗ ଶୁଣାଣୀ ବନ୍ଦ
ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ତା. ୨୨.୦୭.୨୦୨୪ରିଖ ଠାରୁ ଆରମ୍ଭ ହେଉଛି। ଏଥିନିମନ୍ତେ ତା.୨୨.୦୭. ୨୦୨୪ରିଖ ଦିନ (ସୋମବାର) ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ । ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

 

13:42 PM

Odisha News LIVE Updates: ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାଶଙ୍କୁ ଆଶ୍ୱସ୍ତି । ରଘୁନନ୍ଦନଙ୍କ ଆଗୁଆ ଜାମିନ ହାଇକୋର୍ଟରୁ ମଞ୍ଜୁର ହୋଇଛି । ମହିଳା ସାମ୍ବାଦିକଙ୍କୁ କୁକୁର ଲଗାଇ ଭୟଭୀତ କରିବାକୁ ଉଦ୍ୟମ କରିଥିବା ନେଇ ରଘୁନନ୍ଦନଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଥିଲା । ଏପରିକି ପୋଲିସ ଆସି ରଘୁନନ୍ଦନଙ୍କ ଘରକୁ ଆସି ପୂରା ଘଟଣାର ଯାଞ୍ଚ କରିଥିଲା । ମହିଳା ସାମ୍ବାଦିକଙ୍କୁ କୁକୁର ଲଗାଇ ଭୟଭୀତ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିଥିଲା । ତେବେ ଗିରଫଦାରୀ ଏଡାଇବାକୁ ରଘୁନନ୍ଦନ ହାଇକୋର୍ଟରେ କରିଥିଲେ ଆଗୁଆ ଜାମିନ ଆବେଦନ । ଏନେଇ ନିମ୍ନ ଅଦାଲତରେ ଆତ୍ମ ସମର୍ପଣ ପରେ ରଘୁନନ୍ଦନ ଜାମିନରେ ଯାଇପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

 

13:24 PM

Odisha News LIVE Updates: ବେପରୁଆ ଗାଡ଼ି ଚାଳନା କୁ ଲଗାମ ବିହୀନ ଠିକା ସଂସ୍ଥା।ଦେଖୁ ଦେଖୁ ଚାଲିଗଲା ୩ ଶ୍ରମିକ ଙ୍କ ଜୀବନ। ୧୨ଘଣ୍ଟା ରାଜରାସ୍ତାକୁ ବନ୍ଦ କଲେ ଉତ୍ୟକ୍ତ ଲୋକ।ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅନ୍ତର୍ଗତ ରାଜାମୁଣ୍ଡା ବାଇପାସ୍ ଛକ ନିକଟରେ। ଗୁରୁବାର ବିଳମ୍ବିତ ସଂଧ୍ୟା ପର୍ଯ୍ୟନ୍ତ ଆର.କେ.ଡି ଠିକା ସଂସ୍ଥା ଦ୍ୱାରା ମାତ୍ର କିଛିଦିନ ପୂର୍ବରୁ ନିର୍ମିତ ୫୨୦ନମ୍ବର ଜାତୀୟ ରାଜପଥ ର ଏକ ଭଙ୍ଗା ବ୍ରିଜ କୁ କିଛି ଶ୍ରମିକ ନିର୍ମାଣ କରୁଥିବା ବେଳେ ଦ୍ରୁତ ଗତିରେ ଆସି ଏକ ହାଇୱା ଶ୍ରମିକଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣା ସ୍ଥଳରେ ଦୁଇଜଣ ଏବଂ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେଉଥିବା ବେଳେ ଅନ୍ୟ ଜଣେ, ମୋଟ୍ ୩ଜଣ ମୃତ୍ୟୁ ବରଣ କରିଥିବା ବେଳେ ଦୁଇଜଣ ଆହତ ହୋଇଥିଲେ।

13:17 PM

Odisha News LIVE Updates: ଆଜି ରସଗୋଲା ଦିବସ । ଓଡ଼ିଆ ରସଗୋଲାର ପ୍ରଚାର ଓ ପ୍ରସାର ପାଇଁ ସ୍ବତନ୍ତ୍ର ଦିନ । ଶ୍ରୀମନ୍ଦିର ପରମ୍ପରା ସହିତ ଜଡ଼ିତ ରହିଛି ଏହି ରସଗୋଲା । ନିଳାଦ୍ରୀବିଜେ ଅବସରରେ ରାଗ ଜର୍ଜରିତ ଅଭିମାନୀନି ମା' ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଥାନ୍ତି ମହାପ୍ରଭୁ ।ପରମ୍ପରା ଅନୁଯାୟୀ ରଥ ନିକଟରେ ରସଗୋଲା ଭୋଗ କରାଯାଏ । ଏହି ପରମ୍ପରା ବହୁ କାଳରୁ ଜଗନ୍ନାଥ ସଂସ୍କୃତିରେ ପରିଚାଳିତ ହୋଇ ଆସୁଛି। ଆଉ ଏହି ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି ।

12:30 PM

Odisha News LIVE Updates: ଘରୋଇ ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ନେଇ କର୍ଣ୍ଣାଟକରେ ସୃଷ୍ଟି ହୋଇଥିବା ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି। ଘରୋଇ ସଂସ୍ଥାରେ ଚାକିରି କ୍ଷେତ୍ରରେ କାନାଡିଆଙ୍କ ପାଇଁ ମ୍ୟାନେଜରିଆଲ ପଦବୀରେ ୫୦ % ଏବଂ ଅଣ ମ୍ୟାନେଜରିଆଲ ୭୫% ସଂରକ୍ଷଣ ଦେବାକୁ ବିଲ ଆଣିଛନ୍ତି କର୍ଣ୍ଣାଟକର କଂଗ୍ରେସ ସରକାର। ଶିଳ୍ପ, ଫାକ୍ଟ୍ରି ଏବଂ ଅନ୍ୟ ଘରୋଇ ସଂସ୍ଥାରେ କର୍ଣ୍ଣାଟକବାସୀଙ୍କ ପାଇଁ ଏଭଳି ସଂରକ୍ଷଣ ବିଲକୁ ବିରୋଧ କରିଛନ୍ତି ଘରୋଇ ସଂସ୍ଥା। ମଙ୍ଗଳବାର କଣ୍ଣାଟକ ବିଧାନସଭାରେ ଏହି ବିଲ ପାସ ହେବା ପରେ ବିବାଦ ବଢିବାରୁ ବିଲକୁ ସ୍ଥଗିତ ରଖଯାଇଛି। କିନ୍ତୁ ଏଥିପାଇଁ ସରକାର ପ୍ରସ୍ତୁତି କରୁଥିବା କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା।

12:20 PM

Odisha News LIVE Updates: ପୁରୀରେ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆରଏସଏସର ବରିଷ୍ଠ କର୍ମକର୍ତ୍ତାମାନଙ୍କ ସହ ଦଳର ସମନ୍ୱୟ ବୈଠକରେ ଯୋଗ ଦେଇଛନ୍ତି। ସଂଘ ରାଜ୍ୟରେ କ୍ଷମତାକୁ ଆସିବା ପରେ ବିଜେପି ସରକାରଙ୍କ ପ୍ରଦର୍ଶନର ସମୀକ୍ଷା କରିଥିବାରୁ ଏହି ବୈଠକ ଗୁରୁତ୍ୱବହନ କରିଥିଲା। ନୂଆ ସରକାରର କାର୍ଯ୍ୟକାଳର ଏକ ମାସରୁ ଅଧିକ ସମୟ ପୂରିଥିବା ବେଳେ ଦଳ ନିଜର ପ୍ରଦର୍ଶନ ଏବଂ ସରକାରଙ୍କ ୧୦୦ ଦିନିଆ ଏଜେଣ୍ଡାର ରିପୋର୍ଟ କାର୍ଡ ସଂଘନିକଟରେ ଉପସ୍ଥାପନ କରିଛି।

 

11:36 AM

Odisha News Live Updates:  ୨୨ ତାରିଖରୁ ଆରମ୍ଭ ହେବ ସଂସଦର  କ୍ଯୁ ଅଧିବେଶନ।  ଏହା ପୂର୍ବରୁ ବାଚସ୍ପତି ଗୃହର କାର୍ଯ୍ୟ ପରକମର୍ଶଦାତା  କମିଟି ଗଠନ କରିଛନ୍ତି . ଏଥିରେ  ବିଭିନ୍ନ ଦଳରୁ ମୋଟ 14 ଜଣ ସଦସ୍ୟ ରହିଛନ୍ତି. ଓଡିଶାରୁ ଦୁଇଜଣ ବିଜେପି  ସାଂସଦ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି. ସେମାନେ ହେଲେ  କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା. ଏବଂ କଟକ ସାଂସଦ ଭର୍ତ୍ତୃହରି ମହତାବ। 
ଏହି କମିଟିର ଅନ୍ୟ ସଦସ୍ୟମାନେ ହେଉଛନ୍ତି, ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ, କଂଗ୍ରେସ ସାଂସଦ ଗୌରବ ଗୋଗୋଇ, ଡିଏମକେ ସାଂସଦ ଦୟାନିଧି ମାରନ, ବିଜେପି ସାଂସଦ ପିପି ଚୌଧୁରୀ, ଅନୁରାଗ ଠାକୁର,ଲାଲଜି ବର୍ମା, କୋଡ଼ିକୁନିଲ ସୁରେଶ, ଅରବିନ୍ଦ ଗଣପତ ସାୱନ୍ତ୍, ଦିଲେଶ୍ୱର କାମତ, ସଞ୍ଜୟ ଜୟସ୍ୱାଲ୍, ନିଶିକାନ୍ତ ଦୁବେ ଓ ଲଭୁ ଶ୍ରୀ କ୍ରିଷ୍ଣା।

 

11:03 AM

Odisha News Live Updates:  ନିର୍ଦ୍ଧାରିତ ମାର୍ଗଦର୍ଶିକାରେ ଭି‘ତର ରତ୍ନ ଭଣ୍ଡାର’ରେ ଥିବା ସମସ୍ତ ରତ୍ନ ଓ ଅଳଙ୍କାରକୁ ସ୍ଥାନାନ୍ତର କରାଯାଇଛି। ଏକ ଅସ୍ଥାୟୀ ରତ୍ନ ଭଣ୍ଡାର ଏଥିଲାଗି ନିର୍ଦ୍ଧାରଣ କରାଯାଇଥିଲା। ଯେଉଁଭଳି ଭାବେ ଭିତର ରତ୍ନ ଭଣ୍ଡାରରେ ୪ଟି ଆଲମିରା ଓ ୩ଟି ସିନ୍ଧୁକରେ ରତ୍ନ ରହିଥିଲା, ଠିକ୍‍ ସେହିଭଳି ଭାବେ ବିକଳ୍ପ ଆଲମିରାରେ ଜିନିଷକୁ ରଖାଯାଇ ତାହାକୁ ସିଲ୍‍ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ଏହା ଏକ ଗୋପନୀୟ କଥା। ମହାପ୍ରଭୁଙ୍କ ଅଳଙ୍କାର ହୋଇଥିବାରୁ ଏ ବିଷୟରେ ଅଧିକ ବିବରଣୀ ନଦେବାକୁ କମିଟି ସଦସ୍ୟମାନେ ଶ୍ରୀ ଜଗନ୍ନାଥଙ୍କ ପାଖରେ କଥା ଦେଇଥିବା କମିଟି ଅଧ୍ୟକ୍ଷ କହିଛନ୍ତି। 

10:24 AM

Odisha News Live Updates:  ଆଜି ବିଜେପିର ଦୁଇଦିନିଆ ରାଜ୍ୟ ରାଯ୍ୟକାରିଣୀ ଆରମ୍ଭ ହେବ। ପୁରୀଠାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ସରକାର ଗଠନ ପରେ ଏହା ହେଉଛି ପ୍ରଥମ କାର୍ଯ୍ୟକାରିଣୀ। ଏଥିରେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ବିଜେପି ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

09:09 AM

Odisha News Live Updates:  ଦିଲ୍ଲୀରୁ ସାନ୍‍ ଫ୍ରାନ୍ସିସ୍କୋ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ବୋଇଂ ୭୭୭ ବିମାନ ଋଷରେ ଜରୁରୀ ଅବତରଣ କରିଛି। ବିମାନର କାର୍ଗୋ ଅଞ୍ଚଳରେ କିଛି ଯାତ୍ରିକ ତ୍ରୁଟି ଯୋଗୁ ପାଇଲଟ ବିମାନକୁ ଜରୁରୀ ଅବତରଣ କରିବାକୁ ଚାହିଁଥିଲେ। ଏଣୁ ନିକଟସ୍ଥ କ୍ରାସ୍ନୋୟାର୍ସ୍କ ଆନ୍ତର୍ଜାତିକ ବିମାନ ବନ୍ଦରକୁ ବାଛିଥିଲେ ପାଇଲଟ। ତେବେ ବିମାନଟି ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିବା ସହ ସମସ୍ତ ଯାତ୍ରୀ ଓ କ୍ରିୟୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି ବୋଲି କହିଛି ଏୟାର ଇଣ୍ଡିଆ। 

08:32 AM

Odisha News Live Updates:  ଉଭୟ ସଂସଦ ଏବଂ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ସରକାରୀ ଦଳ ପକ୍ଷରୁ ବଜେଟ୍‍ ପ୍ରସ୍ତୁତି ଶେଷ ହୋଇ କ୍ୟାବିନେଟ୍‍ ଅନୁମୋଦନ ହାସଲ ହୋଇଛି। ଅପରପକ୍ଷେ ରାଜ୍ୟରେ ବିରୋଧୀ ଦଳନେତା ଆଜି ଏକଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଆଜି ସନ୍ଧ୍ୟାରେ ନବୀନ ନିବାସରେ ସଂସଦୀୟ ଦଳର ନେତାଙ୍କ ଭିତରେ ବୈଠକ ହେବ। ଲୋକସଭାରେ ରାଜ୍ୟରୁ ବିଜେଡିର କୌଣସି ସଦସ୍ୟ ନାହାନ୍ତି କିନ୍ତୁ ରାଜ୍ୟସଭାରେ ୯ ଜଣ ସଦସ୍ୟ ରହିଛନ୍ତି। ବିରୋଧୀ ଦଳ ଭାବେ ଏହାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ କିପରି ସରକାରଙ୍କୁ ଘେରିବେ ତାହାକୁ ନେଇ ଆଲୋଚନା ହେବ। ସେହିପରି ଆସନ୍ତା କାଲି ବିଜେଡି ବିଧାୟକ ଦଳର ଏକ ବୈଠକ ହେବ। ନବୀନ ଏଠାରେ ନିଜର ମତ ରଖିବା କାର୍ଯ୍ୟକ୍ରମ ରହିଛି। 

07:53 AM

Odisha News Live Updates: ଭିତରକନିକାରେ ଆରମ୍ଭ ହେବ କ୍ରୁଜ୍‍ ସେବା। ଅଗଷ୍ଟ ୧ ତାରିଖରୁ ଏହର ପର୍ଯ୍ୟଟକଙ୍କ ଆକର୍ଷଣ ସାଜିବାକୁ ଯାଉଛି। ଏହି କ୍ରୁଜରେ ପର୍ଯ୍ୟଟକ ଭିତରକନିକା ନଦୀ ଉପରେ ରାତ୍ରୀଯାପନ କରିପାରିବେ। ୪ଟି ହାଉସ୍‍ ବୋଟ୍‍ ଏଥିଲାଗି ପ୍ରସ୍ତୁତ କରାଯାଇଛି। ଏଥିରେ ତିନି ଜଣ ରହିପାରିବେ। ଗୋଟିଏ ହାଉସ୍‍ ବୋଟ୍‍ ଲାଗି ପର୍ଯ୍ୟଟକଙ୍କୁ ରାତି ପିଛା ୨୫ ହଜାର ଟଙ୍କା ଦେବାକୁ ହେବ।

07:33 AM

Odisha News Live Updates:   ଘୋଷଯାତ୍ରାର ଅନ୍ତିମ ପର୍ଯ୍ୟାୟ, ନୀଳକନ୍ଦରକୁ ଫେରି ରତ୍ନ ସିଂହାସନରେ ବିଜେ କରି ନୀଳାଦ୍ରିବିଜେ କରନ୍ତି ନୀଳମଣି ।ହେଲେ ରତ୍ନ ସିଂହାସନ ପହଞ୍ଚିବା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମା ଲକ୍ଷ୍ମୀ ଠାକୁରାଣୀଙ୍କ କୋପର ଶୀକାର ହେବାକୁ ପଡ଼ିଥାଏ। ଭାଇ-ଭଉଣୀଙ୍କୁ ସାଙ୍ଗରେ ନେଇ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରାରେ ଚାଲିଗଲେ, ଅଥଚ ତାଙ୍କୁ କିଛି ଜଣାଇଲେ ନାହିଁ, ଏହାକୁ ନେଇ ଲକ୍ଷ୍ମୀ ଠାକୁରାଣୀ ଅଭିମାନ କରିଛନ୍ତି।  ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବା ପରେ ବଡ ଦେଉଳକୁ ପ୍ରବେଶ କରନ୍ତି ବଡ ଠାକୁର । ଏହି ଅନନ୍ୟ ବିଚିତ୍ର ମାନବୀୟ ଦାମ୍ପତ୍ୟଲୀଳାର ସାକ୍ଷୀ ରୁହେ ସାରା ବିଶ୍ବ । ନିଳାଦ୍ରୀ ବିଜେରେ ପ୍ରଥମେ କୃଷ୍ଣବଳରାମ, ମଦନ ମୋହନଙ୍କୁ ଦକ୍ଷିଣ ଘରକୁ ବିଜେ କରାଯିବା ପରେ ଶ୍ରୀସୁଦର୍ଶନ, ପରେ ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁରଙ୍କୁ ରତ୍ନ ସିଂହାସନକୁ ବିଜେ କରିଥାନ୍ତି ।ସିଂହଦ୍ୱାରଠାରୁ ମହାପ୍ରଭୁ ମା’ଲକ୍ଷ୍ମୀଙ୍କ କୋପ ଦୃଷ୍ଟି ପଡ଼ିଥିଲେ ମଧ୍ୟ ଭକ୍ତଙ୍କ ଗହଳିରେ ଥିବାରୁ ମା’ ସାଆନ୍ତାଣି କିଛି କହି ନଥାନ୍ତି। କେବଳ ଚାହାଣୀ ମଣ୍ଡପରେ ଟିକେ କଣେଇ ଚାହିଁ ମନ୍ଦିର ଭିତରକୁ ଚାଲି ଆସି ଜୟ-ବିଜୟ ଦ୍ୱାର ନିକଟରେ ଅପେକ୍ଷା କରିଥାନ୍ତି। ଆଉ ଯେତେବେଳେ ସୁଯୋଗ ପାଆନ୍ତି ଅଭିମାନିନୀ ମା’ ସବୁ ମାନ-ଅଭିମାନ ମହାପ୍ରଭୁଙ୍କ ଉପରେ ଅଜାଡ଼ି ପକାଇଥାନ୍ତି।

07:17 AM

Odisha Daily News Live: ଘୋଷଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଆଜି ଦାରୁବ୍ରହ୍ମଙ୍କ  ନିଳାଦ୍ରୀ ବିଜେ କରାଯିବ।  ନବଦିନ ବ୍ୟାପି ଘୋଷଯାତ୍ରା ଶେଷ କରି ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବାହୁଡିବେ ଚତୁର୍ଦ୍ଦାମୂର୍ତ୍ତି। ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ ପହଣ୍ତି ଆରମ୍ଭ ହେବ। ରଥ ଉପରେ ଠାକୁରଙ୍କ ସଂନ୍ଧ୍ୟା ଆଳତୀ ଏବଂ ସଂନ୍ଧ୍ୟା ଧୂପପରେ ଚାରମାଳ ବନ୍ଧାଯିବ। ପାଳିକା ସେବକ ସିଂହାସନ ମାଜଣା କରିବେ। ଏହାପରେ ମହାପ୍ରଭୁଙ୍କୁ ପୁଷ୍ପାଞ୍ଜଳୀ ଅର୍ପଣ କରଯାଇ ଆରମ୍ଭ ହେବ  ନିଳାଦ୍ରୀ ବିଜେ। ଏନେଇ ପ୍ରଶାସନ ତରଫରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। 

 

07:05 AM

Horoscope Today 19 july 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁଲାଇ ୧୯ ହେଉଛି ଶୁକ୍ରବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Today Horoscope: ଏହିସବୁ ରାଶିଙ୍କ ପାଇଁ ଶୁଭ ରହିବ ଆଜିର ଦିନ, ଆଶା କରୁଥିବା ଦିଗରୁ ମିଳିପାରେ ଖୁସି ଖବର